Monday, 22 March 2021

Letter to Principal for Sports Activity in Odia Language

Letter to Principal for Sports Activity in Odia Language: In this article you will get ବିଦ୍ୟାଳୟରେ କ୍ରୀଡ଼ାର ଉପକାରିତା ଉପରେ ଆଲୋଚନା ଚକ୍ର କରିବା ପାଇଁ ପ୍ରଧାନଶିକ୍ଷକଙ୍କୁ ଦରଖାସ୍ତ ଲେଖ । Headmaster Nikataku Patra in Odia.

Letter to Principal for Sports Activity in Odia Language

ବିଦ୍ୟାଳୟରେ କ୍ରୀଡ଼ାର ଉପକାରିତା ଉପରେ ଆଲୋଚନା ଚକ୍ର କରିବା ପାଇଁ ପ୍ରଧାନଶିକ୍ଷକଙ୍କୁ ଦରଖାସ୍ତ ଲେଖ।

ମାନନୀୟ ଶ୍ରୀଯୁକ୍ତ ପ୍ରଧାନଶିକ୍ଷକ, ଦୀନକୃଷ୍ଣ ଉଚ୍ଚବିଦ୍ୟାଳୟ,ଖୁଆଡ଼,

ବାଲେଶ୍ବର

ମହୋଦୟ............................................ସମୀପେଷୁ

(ଶ୍ରେଣୀ ଶିକ୍ଷକଙ୍କ ଜରିଆରେ)

ବିଷୟ : କ୍ରୀଡ଼ାର ଉପକାରିତା ସମ୍ପର୍କରେ ଆଲୋଚନା ଚକ୍ରର ଆୟୋଜନ ।

ମହାଶୟ,

ସମ୍ମାନର ସହ ତଥା ବିନୟପୂର୍ବକ ଆମେ ଆପଣଙ୍କ ବିଦ୍ୟାଳୟର ଦଶମଶ୍ରେଣୀର ଛାତ୍ରଛାତ୍ରୀମାନେ ଜଣାଉଅଛୁ ଯେ, କ୍ରୀଡ଼ାର ଉପକାରିତା ସମ୍ପର୍କରେ ଏକ ଆଲୋଚନାଚକ୍ର ଆସନ୍ତା ତା ୫୩l୨୦୧୬ରିଖ ଦିବା ୨.୩୦ ମିନିଟ୍ରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ କରିବା ପାଇଁ ମନସ୍ଥ କରିଅଛୁ । ମନର ପ୍ରଫୁଲ୍ଲତା ଓ ଶରୀରର ସୁସ୍ଥତା ପରସ୍ପର ଓତଃପ୍ରୋତ ଭାବରେ ଜଡ଼ିତ । ଖେଳକୁଦ ଦ୍ଵାରା ଶରୀରରୁ ଦୂଷିତ ବର୍ଜ୍ୟବସ୍ତୁ ବାହାରିଥାଏ ଏବଂ ଅଙ୍ଗପ୍ରତ୍ୟଙ୍ଗକୁ ସୁନ୍ଦର ଓ ସୁଗଠିତ କରି ଦୀର୍ଘ ନିରାମୟ ଜୀବନଯାପନରେ ସହାୟତା ଯୋଗାଇଥାଏ ଓ ମାନସିକ ଅବସାଦକୁ ଦୂର କରିଥାଏ । ସର୍ବୋପରି କହିବାକୁ ଗଲେ, କ୍ରୀଡ଼ା ସୁସ୍ଥ ଜୀବନ ପାଇଁ ଏକ ଅପରିହାର୍ଯ୍ୟ ଆବଶ୍ୟକତା ।

ଏଣୁ ବିନୀତ ପ୍ରାର୍ଥନା କରୁଅଛୁ କି ଆପଣ କୃପାପରବଶ ହୋଇ ସ୍ଥାନୀୟ ଜଣେ କ୍ରୀଡ଼ାବିତ୍‌ଙ୍କୁ ଡକାଇ ଆମକୁ କିଛି ତାଙ୍କଠାରୁ ଶୁଣିବାକୁ ଅନୁମତି ଦେଲେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ କ୍ରୀଡ଼ାର ଏହି ଉପକାରିତା ବୁଝିବା ସହ ସେମାନଙ୍କ ଶରୀରକୁ ସୁସ୍ଥ ରଖୁପାରିବେ ଏବଂ ପାଠ ପଢ଼ିବାରେ ଆଗ୍ରହ ଉଦ୍ରେକ ନିମନ୍ତେ ଏହା ଏକ ମାଧ୍ୟମ ବୋଲି ଉପଲବ୍ଧ କରିପାରିବେ ।

ଆପଣଙ୍କର ଆଜ୍ଞାଧୀନ ତଥା ଅନୁମତି ପ୍ରାର୍ଥୀ ଛାତ୍ରଛାତ୍ରୀବୃନ୍ଦ

।ଇତି।

ତା............. ସ୍ବାକ୍ଷର:ଛାତ୍ରପ୍ରତିନିଧବୃନ୍ଦ


SHARE THIS

Author:

I am writing to express my concern over the Hindi Language. I have iven my views and thoughts about Hindi Language. Hindivyakran.com contains a large number of hindi litracy articles.

0 comments: