Monday, 8 March 2021

Letter to Younger Brother about Independence Day in Your School in Odia Language

Letter to Younger Brother about Independence Day in Your School in Odia Language: In this article you will get ତୁମ ବିଦ୍ୟାଳୟରେ ସ୍ଵାଧୀନତା ଦିବସ ବର୍ଣ୍ଣନା କରି ସାନ ଭାଇ ପାଖକୁ ପତ୍ର ଲେଖ । Sana Bhai Nikataku Patra in Odia

Letter to Younger Brother about Independence Day in Your School in Odia Language

ତୁମ ବିଦ୍ୟାଳୟରେ ସ୍ଵାଧୀନତା ଦିବସ କିପରି ପାଳନ କରାଯାଇଥିଲା ତାହା ବର୍ଣ୍ଣନା କରି ସାନ ଭାଇ ପାଖକୁ ପତ୍ର ଲେଖ ।

ଭାର୍ଗବୀ ହାଇସ୍କୁଲ,ପୁରୀ

ତା.........

ଶ୍ରଦ୍ଧୟ ପୁପୁନ୍,

ମୋର ଶୁଭାଶିଷ ଗ୍ରହଣ କରିବୁ । ବୋଉ ଓ ବାପାଙ୍କୁ ମୋର ଆଭୂମ ପ୍ରଣାମ ଜଣାଇଦେବୁ । ତୋ’ ପାଖକୁ ଚିଠି ଖଣ୍ଡିଏ ଦେଇପାରି ନଥିଲି । ମୋ' ସୁନା ଭାଇଟା ପରା, ମୋ’ ଉପରେ ଅଭିମାନ କରି ଚିଠି ଦେଇଛୁ । ତୋ’ ଚିଠି ଗତ କାଲି ପାଇଛି । ଏ ଚିଠିରେ ତୋ’ ପାଖକୁ ଆମ ବିଦ୍ୟାଳୟରେ ସ୍ବାଧୀନତା ଦିବସ କିପରି ପାଳନ କରାଯାଇଥିଲା ତାହା ଲେଖୁଛି ।

ପୁପୁନ, ଆମେ ସ୍ୱାଧୀନ ଭାରତର ସନ୍ତାନ । ଆମେ ଭାଗ୍ୟବାନ ପିଲା, । ସ୍ୱାଧୀନତାର ସ୍ୱାଦ ଚାଖୁଚେ । କିନ୍ତୁ ଯେଉଁମାନେ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖ ଦିନ ଆମକୁ ଏହି ସ୍ଵାଧୀନତା ଇଂରେଜମାନଙ୍କ ହାତରୁ ଛଡ଼ାଇ ଆଣିଦେଲେ, ସେମାନଙ୍କୁ ଆମେ ମନେ ରଖୁବା ଉଚିତ୍ । ଆମ ବିଦ୍ୟାଳୟରେ ଚଳିତ ବର୍ଷ ସ୍ୱାଧୀନତା ଦିବସ ମହା ସମାରୋହରେ ପାଳିତ ହୋଇଥିଲା । ଆମେ ସେଦିନ ସକାଳ ୬.୩୦ ମି.ରେ ନିଜ ନିଜର ଇଉନିଫର୍ମ ପୋଷାକ ପିନ୍ଧି ବିଦ୍ୟାଳୟରେ ଉପସ୍ଥିତ ହେଲୁ । ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ନିଜ ନିଜର ପୋଷାକ ପିନ୍ଧି ଆମ ସାଥିରେ ଯୋଗ ଦେଲେ । ସ୍କାଉଟ ଓ ଗାଇଡ଼ରେ ଭାଗନେଇ ଥିବା ଛାତ୍ରଛାତ୍ରୀମାନେ ମଧ୍ୟ ତାଙ୍କ ପୋଷାକ ପିନ୍ଧି ଆସିଲେ । ସତରେ ପୁପୁନ, ପଡ଼ିଆ ସାରା ବିଭିନ୍ନ ପୋଷାକ ପିନ୍ଧିଥିବା ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ପୂର୍ଣ ହୋଇଗଲା । ଠିକ୍ ୭ ଘଟିକାରେ ଆରମ୍ଭ ହେଲା ପ୍ରଭାତ ଫେରି । ‘ବନ୍ଦେ ମାତରମ୍, ସ୍ୱାଧୀନ ଭାରତ କି ଜୟ, ମହାତ୍ମା ଗାନ୍ଧୀ କି ଜୟ ଏହିପରି ସ୍ଲୋଗାନରେ ବିଦ୍ୟାଳୟ ପ୍ରାଙ୍ଗଣ ଝକୃତ ହୋଇଉଠିଲା । ତୁ ଜାଣିଛୁ ମୁଁ ଏନ୍.ସି.ସି. ନେଇଛି । ଯଦିଓ ମୁଁ ଶରୀରରେ ଦୁର୍ବଳ, ତଥାପି ମୋର ଉଚ୍ଚତା ଅଧୁକ ଥିବାରୁ ମୁଁ ଅତି ସୁନ୍ଦର ଦିଶୁଥିଲି । ମୋ’ ଗୋଡ଼ ହାତ ତ୍ରିମ ବାଜାର ତାଳେ ତାଳେ ଚାଲୁଥିଲା ।

ପ୍ରଭାତ ଫେରିରୁ ଆମେ ଫେରିଲୁ । ଆମ ପ୍ରଧାନ ଗୁରୁଜୀଙ୍କ ଦ୍ବାରା ଜାତୀୟ ପତାକା ଉତ୍ତୋଳନ କରାଗଲା । ଝିଅପିଲାଦଳ ଜାତୀୟ ସଙ୍ଗୀତ ଓ ବନ୍ଦେମାତରମ୍ ଗାନ କଲେ । ପ୍ରଧାନ ଗୁରୁଜୀ ଅତି ସାରଗର୍ଭକ ଭାଷଣ ଦେଲେ । ମୋ’ ଶରୀରରେ ରୋମାଞ୍ଚ ସୃଷ୍ଟି ହେଉଥାଏ । ସକାଳ କଅଁଳିଆ ଖରା ପଡ଼ିଥାଏ । ଜଣେ ସ୍ୱାଧୀନତା ସଂଗ୍ରାମୀଙ୍କୁ ସେଦିନ ଆମ ବିଦ୍ୟାଳୟକୁ ମୁଖ୍ୟ ଅତିଥି ରୂପେ ଡକାଯାଇଥିଲା । ସେ ଏହି ସ୍ଵାଧୀନତା ଦିବସ ପାଇଁ କେତେ କଷ୍ଟ ଭୋଗ କରିଥିଲେ ତାହା ତାଙ୍କ ଅଭିଭାଷଣରେ କହିଲେ । ଏହାପରେ ଆମେ ବୁନ୍ଦିଲଡ଼ୁ ଖାଇ ଘରକୁ ଫେରିଲୁ । ମୁଁ ଫରଫର ହୋଇ ଉଡୁଥିବା ଜାତୀୟ ପତାକାକୁ ଚାହ ସାଲ୍ୟୁଟ୍ ମାରିଲି । ପୁପୁନ, ତୁମ ବିଦ୍ୟାଳୟରେ କିପରି ସ୍ବାଧୀନତା ଦିବସ ପାଳନ କଲ ପତ୍ରଦ୍ଵାରା ଲେଖି ଜଣାଇବୁ । ରହିଲି ।

ଇତି

ତୋର ଶୁଭାକାଂକ୍ଷୀ

ବଡ଼ଭାଇନା

ଠିକଣା ଡାକ ଚିକେଟ୍

ପ୍ରେରକ: ପ୍ରାପକ:

ଶ୍ରୀକାନ୍ତ ମହାନ୍ତି ପ୍ରକାଶ ମହାନ୍ତି

ଭାର୍ଗବୀ ହାଇସ୍କୁଲ ମାଫିତ୍ : ବିଜୟ କୁମାର ମହାନ୍ତି

ବୀରନରସିଂହପୁର ସା/ପୋ : ପାଇକମାଳ

ଜି: ପୁରୀ ଜି : ବରଗଡ଼

ପିକୋଡ୍ : ପିକୋଡ୍ :


SHARE THIS

Author:

I am writing to express my concern over the Hindi Language. I have iven my views and thoughts about Hindi Language. Hindivyakran.com contains a large number of hindi litracy articles.

0 comments: