Letter to Father Asking for Money to Buy Some Books in Odia Language : In this article you will get କିଛି ଓଡ଼ିଆ ଓ ଇଂରାଜି ପତ୍ରପତ୍ରିକା କିଣି ପଢ...
Letter to Father Asking for Money to Buy Some Books in Odia Language: In this article you will get କିଛି ଓଡ଼ିଆ ଓ ଇଂରାଜି ପତ୍ରପତ୍ରିକା କିଣି ପଢ଼ିବା ପାଇଁ ଆଗ୍ରହ ପ୍ରକାଶ କରି ବାପାଙ୍କଠାରୁ ଅନୁମତି ଆଣିବା ସକାଶେ ପତ୍ର ଲେଖ । Bapanka Nikataku Patra in Odia
Letter to Father Asking for Money to Buy Some Books in Odia Language
ସାଳିଆ ଛାତ୍ରାବାସ
ବାଣପୁର
ତା...........
ପୂଜନୀୟ ବାପା,
ସୁଦୁରରୁ ମୋର ଭୂମିଷ୍ଠ ପ୍ରଣାମ ଗ୍ରହଣ କରିବେ । ବୋଉକୁ ମୋର ପ୍ରଣାମ ଜଣାଇବା ସହିତ ଟୁନାକୁ ମୋର ଶୁଭାଶିଷ ପ୍ରଦାନ କରିବେ ।
ବାପା ! ମୁଁ ଏଠାରେ ଛାତ୍ରାବାସରେ ଭଲରେ ଅଛି । ଛାତ୍ରାବାସର ସୁପରିଟେଣ୍ଡେଣ୍ଟଙ୍କର ବାରମ୍ବାର ପାଠପଢ଼ିବା ଏବଂ ଶୃଙ୍ଖଳାରକ୍ଷା ପାଇଁ ହେଉଥିବା ଉପଦେଶ ସମସ୍ତଙ୍କୁ ବିଭିନ୍ନ କ୍ଷେତ୍ରରେ ଶୃଙ୍ଖଳିତ ଓ ମନଯୋଗୀ କରିପାରିଛି । କିନ୍ତୁ ଅମ ପଢ଼ାବହି ବ୍ୟତୀତ ଅନ୍ୟ ପତ୍ରପତ୍ରିକା ଏଠାରେ ପଢ଼ିବାକୁ ସୁଯୋଗ ନାହିଁ । ବିଦ୍ୟାଳୟ ପାଠାଗାରରେ ମଧ୍ୟ ପତ୍ରପତ୍ରିକାର ଅଭାବ । କିନ୍ତୁ ମୁଁ ବିଜ୍ଞାନବିଚିତ୍ରା, ପିଲାଙ୍କ ସମ୍ବାଦ ଓ ଉଇଡମ୍ କିଣି ପଢ଼ିବାକୁ ଚାହୁଁଛି । ଶିକ୍ଷକ ଏହି କଥା ବାରମ୍ବାର ଶ୍ରେଣୀ ଗୃହରେ ସୂଚନା ଦେଉଛନ୍ତି । ପତ୍ରପତ୍ରିକା ପଢ଼ିବା ଦ୍ଵାରା ମୋର ପଢ଼ାପୁସ୍ତକ ପ୍ରତି ଅଧୁକ ଆଗ୍ରହ ବଢ଼ିବ ଏବଂ ବିଜ୍ଞାନ, ସାହିତ୍ୟ ଓ ଇଂରାଜିରେ ମୋର ଜ୍ଞାନର ପରିସର ବୃଦ୍ଧି ପାଇବ । ବାପା ! ତୁମେ ହିଁ ତ ମୋତେ ଘରେ ଥିଲାବେଳେ କେତେ ପତ୍ରପତ୍ରିକା ଆଣି ଦେଉଥିଲା । ସେ ସବୁ ମୁଁ ଅତ୍ୟନ୍ତ ଆଗ୍ରହର ସହିତ ପଢୁଥିଲି । ମୁଁ ଏଇ ଛାତ୍ରାବାସରେ ରହିବା ଦିନଠାରୁ ସେଇ ପଢ଼ା ଆଗ୍ରହ ଟିକକ ମୋର ମଉଳି ଗଲାଣି । ଯଦିଓ ମୋ’ ପଢ଼ା ବହି ମୁଁ ସବୁବେଳେ ପଢୁଛି ଏବଂ ଶ୍ରେଣୀରେ ପ୍ରଥମ ସ୍ଥାନ ପାଉଛି । ମାତ୍ର ବାହାରର ଜ୍ଞାନ ମୋ ମନରେ କିଛି ସ୍ଥାନିତ ହେଉନି । ତା’ଛଡ଼ା ତୁମେ ତ ଜାଣିଛି ବାପା, ପିଲାବେଳୁ ମୋର ଓଡ଼ିଆରେ ବିଭିନ୍ନ ପତ୍ରପତ୍ରିକା ପଢ଼ିବାର ଝୁକ ଥିଲା । ପ୍ରତିମାସରେ ତୁମେ ପତ୍ରିକା ନ ଆଣିଲେ ମୁଁ ଗୋଡ଼ କଚାଡ଼ି ନାଚୁଥିଲି । ବୋଉ ଆଗରେ ଗୁହାରି କରୁଥିଲି । ‘ବିଜ୍ଞାନ ବିଚିତ୍ରା’ ରେ ବିଜ୍ଞାନ ସମ୍ବନ୍ଧୀୟ ବହୁ ନୂଆ କଥା ବାହାରୁଛି । ବିଦ୍ୟାଳୟ ଓ ବିଭିନ୍ନ ଅନୁଷ୍ଠାନମାନଙ୍କରେ ତକି, ସାଧାରଣ ଜ୍ଞାନ ଓ ଚିତ୍ରାଙ୍କନ ପ୍ରଭୃତି ପ୍ରତିଯୋଗିତା ପାଇଁ ଛାତ୍ରଛାତ୍ରୀମାନଙ୍କର ପତ୍ରପତ୍ରିକା ପଢ଼ିବା ଅତ୍ୟନ୍ତ ଆବଶ୍ୟକ । ତେଣୁ ଆପଣ ଏ ପତ୍ରଟି ପାଇ ସାରିବାପରେ ମୋତେ ଦୟାକରି ଆପଣ ପତ୍ର ଦ୍ବାରା ଅନୁମତି ପ୍ରଦାନ କରି ପଠାଇବେ ବୋଲି ମୋର ଆଶା ।
ଇତି
ତୁମର ସ୍ନେହାଶ୍ରିତ ପୁତ୍ର
ଅରୁଣ
ଠିକଣା ଡାକ ଚିକେଟ୍
ପ୍ରେରକ: ପ୍ରାପକ:
ଅରୁଣ କୁମାର ହୋତା ଶ୍ରୀ ଅଜୟ କୁମାର ହୋତା
ସାଳିଆ ଛାତ୍ରାବାସ ଗ୍ରା: ଗଙ୍ଗାଧରପୁର ଶାସନ
ବାଣପୁର ପୋ: ନାଚୁଣୀ
ଜି: ଖୋର୍ଦ୍ଧା ଜି : ଖୋର୍ଦ୍ଧା
ପିନ୍କୋଡ୍ : ପିନ୍କୋଡ୍ :
COMMENTS