Letter to Father Asking Permission for School Trip in Odia Language : In this article you will get ବିଦ୍ୟାଳୟ ଦ୍ୱାରା ଆୟୋଜିତ ପରିଭ୍ରମଣରେ ଯିବାକୁ...
Letter to Father Asking Permission for School Trip in Odia Language: In this article you will get ବିଦ୍ୟାଳୟ ଦ୍ୱାରା ଆୟୋଜିତ ପରିଭ୍ରମଣରେ ଯିବାକୁ ଅନୁମତି ନିବେଦନ କରି ପିତାଙ୍କ ନିକଟକୁ ପତ୍ର ଲେଖ । Paribhramanare yibaku nivedan bapanka nikataku patra in odia
Letter to Father Asking Permission for School Trip in Odia Language
ବିଦ୍ୟାଳୟ ଦ୍ୱାରା ଆୟୋଜିତ ପରିଭ୍ରମଣରେ ଯିବାକୁ ଅନୁମତି ନିବେଦନ କରି ପିତାଙ୍କ ନିକଟକୁ ପତ୍ର ଲେଖ ।
ଏମ୍.କେ.ସି. ବିଦ୍ୟାପୀଠ
ପୂଜ୍ୟ ବାପା,
ସୁଦୁରରୁ ମୋର ଭକ୍ତିପୂତ ନମସ୍କାର ଗ୍ରହଣ କରିବେ । ବୋଉକୁ ମୋର ପ୍ରଣାମ ଜଣାଇବା ସହିତ କୁମୁକୁ ମୋର ଆନ୍ତରିକ ଆଶିଷ ପ୍ରଦାନ କରିବେ । ଶ୍ରୀଜଗନ୍ନାଥଙ୍କ କୃପାରୁ ଆପଣ ସେଠାରେ କୁଶଳରେ ଥିବେ ।
ବାପା ! ଆମ ବିଦ୍ୟାଳୟରେ ପ୍ରତିବର୍ଷ ପରି ଏବର୍ଷ ପରିଭ୍ରମଣର ଆୟୋଜନ କରାଯାଇଛି । କେବଳ ନବମ ଶ୍ରେଣୀ ପିଲାଙ୍କ ପାଇଁ ସରକାରଙ୍କଠାରୁ କିଛି ଅର୍ଥ ସାହାଯ୍ୟ ମିଳିଛି । ଅବଶିଷ୍ଟ ଆବଶ୍ୟକ ଅର୍ଥ ଆମକୁ ପୂରା ଖର୍ଚ୍ଚର ଏକ ଦଶ୍ୱାଶ ଦେବାକୁ ପଡ଼ିବ । ଏ ସୁଯୋଗ ହାତଛଡ଼ା କରିବା କଥା ନୁହେଁ । ବାପା ! ଆମେ ପୁରୀ ବୁଲିବାକୁ ଯିବୁ । ମୋର ବହୁଦିନର ଆଶା ପୂରଣ ହେବ । ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ମନ୍ଦିର ବୁଲିବୁ । ସମୁଦ୍ର କୂଳରେ ପରିଭ୍ରମଣ କରିବାର ସୌଭାଗ୍ୟ ମିଳିବ । କି ଆନନ୍ଦମୟ ପରିବେଶ ସେଠାରେ ! ଆସ୍ତେ ସେଠାରେ ଗୋଟେ ଦିନ ରହିବୁ । ସେଠାରେ ବଗଲା ଧର୍ମଶାଳାକୁ ଆମମାନଙ୍କର ରାତ୍ରିଯାପନ ପାଇଁ ସ୍ଥିର କରାହୋଇଛି । ଗୁଣ୍ଡିଚାମନ୍ଦିର, ସିଦ୍ଧମହାବୀର, ନରେନ୍ଦ୍ରପୋଖରୀ, ଅଠରନଳା, ବାଟମଙ୍ଗଳା, ସୁନାରଗୌରାଙ୍ଗ, ଏମିତି କେତେ କଣ ଦେଖିବୁ । ତା’ ପରଦିନ ଆମେ ଆନନ୍ଦମୟ ନୀଳାମ୍ବୁ ଚିଲିକାର ମନୋରମ ଦୃଶ୍ୟ ଦେଖିବୁ, ଡଲଫିନ୍ ଦେଖୁବୁ। ଆମ୍ଭମାନଙ୍କ ସାଥିରେ ଆମ୍ଭ ପ୍ରଧାନ ଶିକ୍ଷକଙ୍କ ସହିତ ଅନ୍ୟ ଶିକ୍ଷକ ଓ ଶିକ୍ଷିକା ଏବଂ ଆତ୍ମ ବିଦ୍ୟାଳୟ କମିଟିର ଚେୟାରମ୍ୟାନ୍ ମଧ୍ୟ ଯାଉଛନ୍ତି । ବାପା ! ଆମେ ୧୫ ଡିସେମ୍ବର ଦିନ ଯାତ୍ରା କରିବୁ । ସେଥିପାଇଁ ତିନି ଗୋଟି ବସ୍, ଭଡ଼ାରେ ନିଆଯାଉଛି । ମୋର ସମସ୍ତ ଶ୍ରେଣୀସାଙ୍ଗ ଯାଉଛନ୍ତି । ଆମ୍ଭେ ଶାନ୍ତିଶୃଙ୍ଖଳା ରକ୍ଷା କରିଯିବୁ । ଆମ୍ଭର ଶିକ୍ଷକମାନଙ୍କର ନିର୍ଦ୍ଦେଶ ମାନିବୁ । ମୁଁ ହଷ୍ଟେଲରୁ ଫୁଟାପାଣି ସାଥିରେ ନେଇଥିବି । ପୁରୀରୁ ବୋତଲ ପାଣି କିଣିନେବି । ତୁମେ ଜମା ବ୍ୟସ୍ତ ହେବନି ।
ମୁଁ ଏହି ପରିଭ୍ରମଣରେ ଯିବାପାଇଁ ଆପଣଙ୍କୁ ବିନମ୍ର ନିବେଦନ କରୁଛି । ଏଥ ନିମନ୍ତେ ଟ୧୦୦କା ( ଏକଶହ ଟଙ୍କାମାତୁ) ଶ୍ରେଣୀ ଶିକ୍ଷକଙ୍କ ପାଖରେ ଜମାଦେବାକୁ ହେବ । ମୋର ହାତଖର୍ଚ୍ଚ ମିଶି ଟ ୧୫୦,୦୦(ଏକଶତ ପଚାଶ ଟଙ୍କା) ଏବଂ ତୁମର ପୂର୍ଣ୍ଣ ସମ୍ମତି ପତ୍ର ଖଣ୍ଡିକ ସହିତ ଚଳିତ ମାସ ତିରିଶ ତାରିଖ ସୁଦ୍ଧା ଦୟାକରି ପଠାଇବ ।
ଇତି
ତୁମର ସ୍ନେହାଶ୍ରିତ ପୁତ୍ର
ଅମିୟ
ଠିକଣା ଡାକ ଚିକେଟ୍
ପ୍ରେରକ: ପ୍ରାପକ:
ଅମିୟକୁମାର କୁଅଁର ଗୋବିନ୍ଦଚନ୍ଦ୍ର କୁଅଁର
ଏମ.କେ.ସି ବିଦ୍ୟାପୀଠ ଗ୍ରା: କୁମୁଦପୁର
ଛାତ୍ରାବାସ-୧ ପୋ: ନୀଳଗିରି
ପୋ: ବାରିପଦା ଜି : ବାଲେଶ୍ଵର
ଜି: ମୟୂରଭଞ୍ଜ ପିନ୍କୋଡ୍ :
ପିନ୍କୋଡ୍ :
COMMENTS