Letter to Uncle Thanking Him for Birthday Gift in Odia : In this article you will get ଜନ୍ମଦିନ ଉପଲକ୍ଷେ ମାମୁଙ୍କଠାରୁ ଉପହାର ପାଇଲା ପରେ କୃତଜ୍ଞତା ...
Letter to Uncle Thanking Him for Birthday Gift in Odia: In this article you will get ଜନ୍ମଦିନ ଉପଲକ୍ଷେ ମାମୁଙ୍କଠାରୁ ଉପହାର ପାଇଲା ପରେ କୃତଜ୍ଞତା ଜ୍ଞାପନ କରି ତାଙ୍କ ନିକଟକୁ ପତ୍ରଲେଖ । Mamun nikataku patra odia
ଜନ୍ମଦିନ ଉପଲକ୍ଷେ ମାମୁଙ୍କଠାରୁ ନିକଟକୁ ପତ୍ରଲେଖ । Letter to Uncle Thanking Him for Birthday Gift in Odia Language
ପାଳବଣି
ତା.......
ପୂଜନୀୟ ମାମୁ,
ସୁଦୁରରୁ ମୋର ଭକ୍ତିପୂତ ପ୍ରଣାମ ଗ୍ରହଣ କରିବେ । ମାଇଁଙ୍କୁ ମୋର ପ୍ରଣାମ ଜଣାଇବା ସହ ମିଲନ୍ ଓ ମିଥୁନଙ୍କୁ ମୋର ଆଶୀର୍ବାଦ ଜଣାଇଦେବେ । ଶ୍ରୀଜଗନ୍ନାଥଙ୍କ ଦୟାରୁ ଆପଣ ସପରିବାର ଭଲରେ ଥିବେ । ଆମେ ଏଠାରେ ଭଲରେ ରହୁଛୁ ।
ମୋ’ ଜନ୍ମଦିନରେ ଆପଣଙ୍କ ଅନୁପସ୍ଥିତି ମୋତେ ଆଘାତ ଦେଲେ ମଧ୍ୟ । ଆପଣଙ୍କୁ ଛୁଟି ନ ମିଳିବାରୁ ଆପଣ ଆସିପାରିଲେ ନାହିଁ ବୋଲି ଜାଣିପାରି ମନକୁ ବୁଝାଇ ଦେଲି । ମୋ’ ଜନ୍ମଦିନର ତିନି ଦିନ ପୂର୍ବରୁ ମାଇଁଙ୍କ ସହିତ ମିଲି ଓ ମିଥୁନ ଆସି ଆମ ଘରେ ପହଞ୍ଚିଥିଲେ । ସେଦିନ ମୋ’ ଖୁସି କହିଲେ ନସରେ । ମିଲି ଓ ମିଥୁନଙ୍କ ମନରେ ଆନନ୍ଦର ଲହରୀ ଖେଳିଯାଉଥିଲା । ଆପଣ ମୋ’ ଅନୁରୋଧ ରକ୍ଷାକରି ଦୁଇଟି ଭଲ ଓଡ଼ିଆ ଓ ଇଂରାଜୀ ଅଭିଧାନ ପଠାଇଥିଲେ । ସେ ବହି ଦୁଇଟି ମୋର ଭଲ ପାଠ ପଢ଼ି ବଡ଼ ମଣିଷ ହେବାର ଅଭିଳାଷକୁ ନିଶ୍ଚୟ ସାକାର କରିବ । ମୁଁ ଅନେକ ନୂଆ ଶବ୍ଦ ଜାଣିବା ସହିତ ତାହା କେଉଁ ପଦ ଜାଣିପାରିଲେ ତାକୁ ବାକ୍ୟରେ ପ୍ରୟୋଗ କରିବାର କୌଶଳ ମୁଁ ଶିକ୍ଷା କରିପାରିବି । ମାତୃଭୂମି ଓ ମାତୃଭାଷା ପାଇଁ ମମତା ମୋ’ ହୃଦୟରେ ଜାଗିଉଠିଛି । ସେଥିପାଇଁ ମୁଁ ପ୍ରତିଦିନ ଓଡ଼ିଆ ଓ ଇଂରାଜି ସମ୍ବାଦପତ୍ର ବିଦ୍ୟାଳୟ ପାଠାଗାରରେ ପଡ଼େ । ମୋ’ ଖାତାରେ କିଛି ନୂତନ ଶବ୍ଦ ଓ ତା’ର ପ୍ରୟୋଗ ବିଧ ଲେଖିକରି ଆଣେ । ଇଂରାଜି ଓ ଓଡ଼ିଆ ରଚନା ଲେଖିଲାବେଳେ ସେହି ଶବ୍ଦକୁ ପ୍ରୟୋଗ କରିଥାଏ । ଏସବୁ ପ୍ରକ୍ରିୟା ଆପଣ ହିଁ ମୋତେ ବତେଇଥିଲେ । ତାହା ମୁଁ ଅକ୍ଷରେ ଅକ୍ଷରେ ମାନିନେଉଛି । ଆପଣ ଯେଉଁ ପୋଷାକ ମୋ’ ପାଇଁ ପଠାଇଛନ୍ତି ତାହାକୁ ଆପଣଙ୍କ ଆଶୀର୍ବାଦ ଭାବି ସାଦରେ ସେଦିନ ପିନ୍ଧିଛି । ଆପଣଙ୍କର ସଦାସର୍ବଦା ଉତ୍ସାହ ଓ ପ୍ରେରଣା ମୋ’ ମନରେ ଅଫୁରନ୍ତ ବଳ ଆଣି ଦେଇଛି । ଆମର ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନହେଲେ ମଧ୍ୟ ଆପଣ ମୋର ଭବିଷ୍ୟତ ପାଠପଢ଼ା ପାଇଁ ଅର୍ଥ ଯୋଗାଇଦେବା କଥା ବୋଉ ମୋତେ ସୂଚନା ଦେଇଥିବା ସହ ଆପଣ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି । ତେଣୁ ମୁଁ ନିର୍ଭୟରେ ଅକ୍ଲାନ୍ତ ପରିଶ୍ରମ କରୁଛି । ଏଥିପାଇଁ ଆପଣଙ୍କ ନିକଟରେ ମୁଁ ଚିରଦିନ ଋଣୀ ରହିବି । ସେଦିନ ମାଇଁ ଭବାନୀପାଟଣା ବସ୍ରେ ବସି ରାତିରେ ଗଲେ । ଭଲରେ ଭଲରେ ପହଞ୍ଚିଯାଇଥିବେ । କେବଳ ମିଲି ଓ ମିଥୁଙ୍କ ସ୍କୁଲ ବନ୍ଦ ହୋଇଯିବ ବୋଲି କହି ସେ ଗଲେ । ମାମୁଁ ! ଆସନ୍ତା ଗ୍ରୀଷ୍ମ ଛୁଟିରେ ମୋ’ ଭାଇ ଭଉଣୀଙ୍କୁ ଏଠାରେ କିଛି ଅଧୁକ ଦିନ କଟାଇବା ପାଇଁ ଛାଡ଼ିଦେବେ ।
ଇତି
ଆପଣଙ୍କର ସ୍ନେହାଧୀନ
ସୁରେଶ
ଠିକଣା ଡାକ ଚିକେଟ୍ ।
ପ୍ରେରକ: ପ୍ରାପକ
ଶ୍ରୀ ସୁରେଶ କୁମାର ମହାନ୍ତି ଶ୍ରୀଯୁକ୍ତ ପ୍ରତାପକୁମାର ନାୟକ
ସ୍ଥାନ: ପାଳବଣି ସ୍ଥାନ: ଭବାନୀପାଟଣା
ଡାକ: ପାଳବଣି ଡାକ: ଭବାନୀପାଟଣା
ଜିଲ୍ଲା:ମୟୂରଭଞ୍ଜ ଜିଲ୍ଲା : କଳାହାଣ୍ଡି
ପିନ୍କୋଡ୍ : ପିନ୍କୋଡ୍
COMMENTS