Letter to Mother from Hostel in Odia Language : In this article you will get ତୁମେ ସେଠାରେ ରହି ପାଠ ପଢୁଛି । ବୋଉଙ୍କ ପାଖକୁ ପତ୍ର ଲେଖ । Boo Nika...
Letter to Mother from Hostel in Odia Language: In this article you will get ତୁମେ ସେଠାରେ ରହି ପାଠ ପଢୁଛି । ବୋଉଙ୍କ ପାଖକୁ ପତ୍ର ଲେଖ । Boo Nikataku Patra in Odia
ବୋଉଙ୍କ ପାଖକୁ ପତ୍ର ଲେଖ । Letter to Mother from Hostel in Odia Language
ଆଚାର୍ଯ୍ୟ ହରିହର ଛାତ୍ରାବାସ
ତା..............
ପୂଜାସ୍ପଦା ବୋଉ,
ମୋର ଭୂମିଷ୍ଠ ପ୍ରଣାମ ଗ୍ରହଣ କରିବୁ । ବାପାଙ୍କୁ ମୋର ଭୂମିଷ୍ଠ ପ୍ରଣାମ ଜଣାଇଦେବୁ । ସୁମନକୁ ମୋର ଆଶୀର୍ବାଦ । ତୁମ ପତ୍ର ଗତକାଲି ପାଇଅଛି । ମୋ’ ମନର ଦୁଃଖ ଏ ଚିଠିରେ ଲେଖୁଛି ।
ବୋଉଲୋ; ବାପାଙ୍କର ଚାକିରିରେ ରାଉରକେଲା ସ୍ଥାନାନ୍ତର ଯୋଗୁଁ ମୋତେ ଏହି ଛାତ୍ରାବାସରେ ରଖାଇଦେଲେ । ଏହି ସ୍କୁଲଟି ଓଡ଼ିଶାରେ ଆଦର୍ଶ ସ୍କୁଲ । ଏଠାରେ ପାଠପଢ଼ା ନିଶ୍ଚିତ ଭାବରେ ଆକର୍ଷଣୀୟ । ଏଠାରୁ ପାଠପଢ଼ି ଯାଉଥିବା ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ନିଶ୍ଚିତ ଉଜ୍ବଳ । ତା’ଛଡ଼ା ଏଇ ବର୍ଷ ଦଶମ ଶ୍ରେଣୀ ପରୀକ୍ଷା । ମୋତେ ସେଥିପାଇଁ ଅକ୍ଲାନ୍ତ ପରିଶ୍ରମ କରିବାକୁ ପଡ଼ିବ । ଏହା ମୁଁ ଜାଣିପାରୁଛି । ତୋ’ ପ୍ରଦତ୍ତ ପତ୍ର ଖଣ୍ଡିକରୁ ଏହି ଆଭାସ ମୁଁ ପାଇଛି । ମାତ୍ର ଏଠି ଛାତ୍ରାବାସରେ କୌଣସି ସ୍ବାଧୀନତା ନାହିଁ । ଖାଇବାଠାରୁ ଆରମ୍ଭ କରି ଶଯ୍ୟକୁ ଯିବା ପର୍ଯ୍ୟନ୍ତ ଖାଲି ଅନୁଶାସନ । ଟିକିଏ ଭୁଲ ହେଲେ ଦଣ୍ଡ । ଏଠାରେ ଖାଇବା ପିଇବା ମଧ୍ୟ ଆମ ଘର ଖାଇବା ପିଇବାଠାରୁ ନିଆରା । ସମସ୍ତେ ଯେମିତି ସମୟର ଦାସ, ଖାଲି ପଢ଼ିବା, ପଢ଼ିବା । ଏହି ଛାତ୍ରାବାସରେ ପ୍ରାୟ ସମସ୍ତେ ଗ୍ରନ୍ଥକୀଟ ସହିତ ସମାନ । ଏବର୍ଷ ବୋଡ୍ ସାର୍ଟିଫିକେଟ ପରୀକ୍ଷା । ତେଣୁ କେବଳ ରବିବାର ଅପରାହ୍ନରେ ଏକ ଘଣ୍ଟାରୁ ଦୁଇଘଣ୍ଟା ଖେଳିବାକୁ ଛଡ଼ାଯାଏ । ପ୍ରଧାନ ଗୁରୁଜୀ ରାତ୍ର ସମୟରେ ଛାତ୍ରାବାସରେ ପ୍ରବେଶ କରି ସବୁ ତଦାରଖ କରନ୍ତି । ମୋତେ ଏଠାରେ ସ୍ୱାଧୀନତା, ଆନନ୍ଦ, ଶାନ୍ତି ମିଳୁନାହିଁ । ତୋ’ ମୁହଁ ମୋ’ ଆଖ୍ ଆଗରେ ନାଚିଯାଉଛି । ସୁମନ କଥା ବାରମ୍ବାର ମନେ ପଡୁଛି । ହଠାତ୍ ତୁମମାନଙ୍କୁ ମୁଁ ଭୁଲିପାରୁ ନାହିଁ । କହ ତ ବୋଉ ! ମୁଁ କିପରି ତୁମମାନଙ୍କୁ ଭୁଲିଯାଇ ଏଇ ଛାତ୍ରମାନଙ୍କ ସାଥିରେ ରହି ପାଠପଢ଼ିବି ? ଯେଉଁମାନଙ୍କ ମୁହଁରେ ହସ ଟିକେ ନାହିଁ; ପରସ୍ପର ପରସ୍ପରଠାରୁ କିପରି ଅଧିକ ନମ୍ବର ରଖି ପାସ୍ କରିବେ ସେଥିପାଇଁ ଖାଲି ପ୍ରତିଯୋଗିତା ଚାଲିଛି । ମୋତେ ଦୟାକରି ରାଉରକେଲା ଉଚ୍ଚ ବିଦ୍ୟାଳୟକୁ ନେଇଗଲେ ଭଲ ହେବ । ଏଠାରେ ମୋ’ ମାନସିକ ସ୍ଥିରତା ରହୁନାହିଁ ।
ମାଛ ଜଳ ବିନା ରହିଲାପରି ମୁଁ ଏଠାରେ ତୁମମାନଙ୍କ ବିନା ସେହିପରି ଅନୁଭବ କରୁଛି । ମୁଁ ପ୍ରକୃତରେ ତୋର ମମତା ଏବଂ ବାପାଙ୍କର ଉପଦେଶ ଦ୍ଵାରା ହିଁ ଗଢ଼ିହେବି ।
ଇତି
ଆଦରଣୀୟ ପୁତ୍ର
ସତ୍ୟ
ଠିକଣା ଡାକ ଚିକେଟ୍
ପ୍ରେରକ: ପ୍ରାପକ:
ସତ୍ୟକାମ ପଣ୍ଡା ଶ୍ରୀମତୀ କଲ୍ୟାଣୀ ପଣ୍ଡା
ଆଚାର୍ଯ୍ୟ ହରିହର ଛାତ୍ରାବାସ ମାର୍ଫତ୍/ବିଶ୍ୱରଞ୍ଜନ ପଣ୍ଡା
ପୋ: ବକ୍ସିବଜାର ପ୍ଲଟନଂ: ୧୭୭୮
ଜି : କଟକ କୋଏଲ ନଗର
ପିନ୍କୋଡ୍ : ରାଉରକେଲା
ଜି: ସୁନ୍ଦରଗଡ଼
ପିନ୍କୋଡ୍ :
COMMENTS