Letter to Friend Describing A Historical Place in Odia Language : In this article you will get ଏକ ଐତିହାସିକ ସ୍ଥାନ ବିଷୟରେ ବର୍ଣ୍ଣନା କରି ସାଙ୍ଗ ...
Letter to Friend Describing A Historical Place in Odia Language: In this article you will get ଏକ ଐତିହାସିକ ସ୍ଥାନ ବିଷୟରେ ବର୍ଣ୍ଣନା କରି ସାଙ୍ଗ ନିକଟକୁ ପତ୍ର ଲେଖ । Sanga Nikataku Patra in Odia
Letter to Friend Describing A Historical Place in Odia Language
ତୁମେ ଦେଖିଥିବା ଏକ ଐତିହାସିକ ସ୍ଥାନ ବିଷୟରେ ବର୍ଣ୍ଣନା କରି ବାଲ୍ୟବନ୍ଧୁ ନିକଟକୁ ପତ୍ର ଲେଖ ।
ବାରିପଦା
ତା.........
ପ୍ରିୟ ସୁଶ୍ରୀ
ମୋର ହାର୍ଦ୍ଦିକ ଶୁଭେଚ୍ଛା ଗ୍ରହଣ କରିବୁ । ମଉସା ଓ ମାଉସୀଙ୍କୁ ମୋର ପ୍ରଣାମ ଓ ପାପୁକୁ ମୋର ସ୍ନେହ ଜଣାଇଦେବୁ । ତୋ ପାଖକୁ ଏକ ଅପୂର୍ବ ଦର୍ଶନାନୁଭୂତି ସମ୍ପର୍କରେ କିଛି କଥା ଲେଖୁଛି ।
ଭାବୁଛି ତୁ ଏହା ପଢୁ ପଢୁ ତୋ' ମନରେ ଉସୁକତା ବଢ଼ିଯିବଣି । ଶୁଣ, ଯେତେବେଳେ ଗତ ଅକ୍ଟୋବର ୩ ତାରିଖ ଦିନ କ୍ଲାନ୍ତ ଶ୍ରାନ୍ତ ହୋଇ କୋଣାର୍କର ତଟ ଦେଶରେ ଦଣ୍ଡାୟମାନ ହେଲି ସେ ଅନିନ୍ଦ୍ୟ ରୂପମାଧୁରୀ ଏବେବି ମୋ’ ଚକ୍ଷୁ ସମ୍ମୁଖରେ ଗୋଟି ଗୋଟି ହୋଇ ଭାସିଯାଉଛି । ଏଠାରେ ପଥର ସତେ ଯେମିତି ସଙ୍ଗୀତ ଗାଉଛି । କଳା କାରୁକାର୍ଯ୍ୟର ଲହରୀ, ଅନତି ଦୂରରେ ଝାଉଁ ପାଦପର ସାଇଁସାଇଁ ଶବ୍ଦ । ପକ୍ଷୀ ପକ୍ଷିଣୀମାନଙ୍କର କଳରବରେ ସେ ସ୍ଥାନ ମୁଖରିତ । ସେତେବେଳେ ପୂର୍ବାହ୍ନ । ବାଳସୂର୍ଯ୍ୟଙ୍କ କିରଣ- ରେଣୁ ଚତୁର୍ଦ୍ଦିଗରେ ବୁଣିହେଉଥିଲା । ତାହାପୁଣି ଅତ୍ୟନ୍ତ ଆନନ୍ଦଦାୟକ । ସୁଶ୍ରୀ, ମୁଁ ଭାବିନଥିଲି କୋଣାର୍କ ମନ୍ଦିର ଏତେ ଅପରୂପ ସୌନ୍ଦର୍ଯ୍ୟରେ ବିମଣ୍ଡିତ । ସେ କେବଳ ପୃଥିବୀର ପ୍ରାଚୀନ ସପ୍ତାଶ୍ଚର୍ଯ୍ୟ ମଧ୍ୟରେ ସ୍ଥାନ ପାଇଛି ତା’ ନୁହେଁ, ବରଂ ଓଡ଼ିଆର କଳା ଭାସ୍କର୍ଯ୍ୟ,ସାହିତ୍ୟ ଓ ସଂସ୍କୃତିକୁ ସାରା ପୃଥିବୀରେ ପ୍ରଚାର କରୁଛି । ଏହା ସୂର୍ଯ୍ୟ ମନ୍ଦିର । ସକାଳ ସୂର୍ଯ୍ୟର ପ୍ରଥମ ସୁନେଲି କିରଣ-ରେଣୁ ପ୍ରଥମେ ଏହି ମନ୍ଦିର ଉପରେ ପଡ଼ିଥାଏ । ଶାନ୍ତ ପରିବେଶ, ମୁଁ ଏହି ମନ୍ଦିରର ନିର୍ମାତା ଲାଙ୍ଗୁଳା ନରସିଂହଦେବଙ୍କୁ ସେଠାରେ କୋଟି କୋଟି ନମସ୍କାର ଜଣାଇଲି । ଓଡ଼ିଶାର ବରପୁତ୍ର ସେ । ପୁଣି ମନେ ପଡ଼ିଲା ବିଶୁ ମହାରଣା ଓ ବାରଶ ବଢ଼େଇଙ୍କ କଥା । ଓଡ଼ିଆ ପୁଅ ବାଳକ ଧରମାର ଆତ୍ମବଳି କାହାଣୀ । ସେ ସଭିଏଁ ଆମର ପ୍ରଣଗ୍ୟ । ବାରଶହ ବଢ଼େଇ ବାରବର୍ଷ ଲାଗି ଯେଉଁ ମନ୍ଦିରଟି ଗଢ଼ିଦେଲେ, ତାହା କାଳକାଳକୁ ଇତିହାସ ପୃଷ୍ଠାରେ ସ୍ଵର୍ଣ୍ଣାକ୍ଷରରେ ଲିପିବଦ୍ଧ । ହୋଇଗଲା । ସତରେ ସୁଶ୍ରୀ, ଆମେ ଓଡ଼ିଶାରେ ଜନ୍ମହୋଇ ନିଜକୁ ଗୌରବାନ୍ବିତ ମନେ କରିବା । ନିଜେ ଧନ୍ୟ ହେବା । ମୁଁ ପୁସ୍ତକରୁ ଏହି ମନ୍ଦିର କଥା ଅଧ୍ୟୟନ କରିଥିଲି ସତ ! ହେଲେ ସ୍ଵଚକ୍ଷୁରେ ଏହାକୁ ଅବଲୋକନ କରିବାର ସୌଭାଗ୍ୟ ପାଇ ନିଜେ ଅଫୁରନ୍ତ ଆନନ୍ଦରେ ବିଭୋର ହୋଇଗଲି । ମୁଁ ଭାବୁଥିଲି ଯଦି ଭଗୃପ୍ରାୟ କୋଣାର୍କର ରୂପଛଟା ଏତେ ହୃଦୟସ୍ପର୍ଶୀ, ତେବେ ଅତୀତରେ ନବନିର୍ମିତ କୋଣାର୍କର ରୂପମାଧୁରୀ କ’ଣ ହେଇ ନଥିବ ସତେ ?
ମୟୂରଭଞ୍ଜରୁ କୋଣାର୍କ ଆସି ମୁଁ ଯେଉଁ ସୌଭାଗ୍ୟ ଅର୍ଜନ କରିଛି ତାହା । ତୋ’ ଭାଗ୍ୟରେ ଜୁଟୁ ବୋଲି ଆଶା । ତୁ ଯେମିତି ହେଲେ କୋଣାର୍କ ଯାଇ ଦେଖି ଆସିବୁ । ପତ୍ର ପାଇ ପତ୍ରଟିଏ ଦେବୁ, ରହିଲି ।
ଇତି
ତୋର ଅନ୍ତରଙ୍ଗ ବାନ୍ଧବୀ
ସୁମନ
ଠିକଣା ଡାକ ଚିକେଟ୍
ପ୍ରେରକ: ଗ୍ରାହକ :
ସୁମନ ବିନ୍ଧାଣି ସୁଶ୍ରୀ ସଙ୍ଗୀତା ମହାନ୍ତି
ମାର୍ପତ: କୌଶିକ ବିନ୍ଧାଣି ମାର୍ପତ:ଭୀଷ୍ଟଦେବ ମହାନ୍ତି
ସ୍ଥାନ: ବାରିପଦା ସ୍ଥାନ: ବଛଦା
ଜି:ମୟୁରଭଞ୍ଜ ପୋ: ଜଗନ୍ନାଥପୁର
ପିନ୍କୋଡ୍ : ଜି: ବାଲେଶ୍ବର
ପିନ୍କୋଡ୍ :
COMMENTS