Letter to Grandfather from Hostel in Odia Language : In this article you will get ଲାପଟପ୍ ଯୋଗାଇବା ପାଇଁ ଦାଦାଙ୍କୁ ଅନୁରୋଧ କରୁଥିବା ଚିଠି । Je...
Letter to Grandfather from Hostel in Odia Language: In this article you will get ଲାପଟପ୍ ଯୋଗାଇବା ପାଇଁ ଦାଦାଙ୍କୁ ଅନୁରୋଧ କରୁଥିବା ଚିଠି । Jejebapanka Nikataku Patra in Odia
ଲାପଟପ୍ ଯୋଗାଇବା ପାଇଁ ଦାଦାଙ୍କୁ ଅନୁରୋଧ କରୁଥିବା ଚିଠି । Letter to Grandfather from Hostel in Odia
ନୟାଗଡ଼
ତା............
ପୂଜାସ୍ପଦ ଦାଦା,
ମୋର ଭୂମିଷ୍ଠ ପ୍ରଣାମ ନେବ । ଖୁଡ଼ୀଙ୍କୁ ମୋର ଭୂମିଷ୍ଠ ପ୍ରଣାମ ଜଣାଇବା ସହ ପୁପୁକୁ ମୋର ଆଶୀର୍ବାଦ ଜଣାଇଦେବ । ଆମ୍ଭ ଗ୍ରାମରେ ସମସ୍ତେ କୁଶଳରେ ଅଛୁ ।
ଦାଦା ! ଆପଣଙ୍କ ଆଶୀର୍ବାଦ ବାକ୍ୟାବଳୀ ମୋ ମନରେ ଲିପିବଦ୍ଧ ହୋଇ ରହିଛି । ଆପଣ କହିଥିଲେ, ପରିଶ୍ରମ କେବେ ବ୍ୟର୍ଥ ହୁଏନାହିଁ । ତାହା ମୁଁ ମର୍ନେ ମର୍ମେ ଅନୁଭବ କରିଛି । ମୋର ପ୍ରିଷ୍ଟ ପରୀକ୍ଷାରେ ଭଲ ନମ୍ବର ନଥିଲା । ମୁଁ ଶ୍ରେଣୀରେ ଚତୁର୍ଥ ସ୍ଥାନ ପାଇଥିଲି । ଆମର ଦୁଇ ସେସନ୍ ପିଲାଙ୍କ ମଧ୍ୟରେ ମୁଁ ନବମ ସ୍ଥାନ ପାଇଥିଲି । ବାପା, ଆପଣ ଓ ସର୍ବୋପରି ମୋ’ ଶ୍ରେଣୀ ଶିକ୍ଷକ ଦୀନବନ୍ଧୁ ଗୁରୁଜୀଙ୍କ ପ୍ରେରଣା ଓ ବାରମ୍ବାର ତାଗିଦ୍ ମୋତେ ଆଜି ଆମ ବିଦ୍ୟାଳୟରେ ପ୍ରଥମ ସ୍ଥାନରେ ପହଞ୍ଚାଇ ପାରିଛି । ସେଥିପାଇଁ ମୁଁ ଆପଣମାନଙ୍କ ପାଖରେ ଚିର ଋଣୀ । ଦାଦା ! ମୁଁ +୨ ବିଜ୍ଞାନ ପଢ଼ିବା ପାଇଁ ଅନ୍ ଲାଇନ୍ରେ ଫର୍ମ ପକାଇବି । ନୟାଗଡ଼ ଜୁନିୟର ମହାବିଦ୍ୟାଳୟରେ ମୁଁ ପଢ଼ିବା ପାଇଁ ଏବଂ ବିଭିନ୍ନ ଜ୍ଞାନ ଲାଭ ପାଇଁ ମୋର ଗୋଟେ ଲାପଟପ୍ ଦରକାର ହେବ । ଏହା ଅଧିକ ଦାମ ହୋଇଥିବାରୁ ମୁଁ ବାପାଙ୍କୁ କହିବାକୁ ସାହସ କରିପାରୁନାହିଁ । ବାପାଙ୍କ ଆର୍ଥିକ ପରିସ୍ଥିତି ତ ଆପଣଙ୍କୁ ଅଛପା ନାହିଁ । ଆପଣଙ୍କର ତିନି ଝିଆରୀ ମଧ୍ୟରୁ ମୁଁ ବଡ଼ ଝିଆରୀ । ମୁଁ ଭଲ ପାଠ ପଢ଼ିଲେ, ମୋ’ ସାନଭଉଣୀମାନେ ଅନୁପ୍ରାଣିତ ହୋଇ ଭଲ ପାଠ ପଢ଼ିବେ । ଏହି ଲାପଟପ୍ ଭବିଷ୍ୟତରେ ନିଶ୍ଚୟ କାର୍ଯ୍ୟରେ ଆସିବ । ବର୍ତ୍ତମାନ ଇଣ୍ଟରନେଟ୍ ଯୁଗରେ ମୋତେ ପ୍ରତିଯୋଗିତାର ସାମ୍ନା କରିବାକୁ ପଡ଼ିବ । କିଏ କହିବ ଜଗନ୍ନାଥଙ୍କ କରୁଣାରୁ ମୋର ପ୍ରଚେଷ୍ଟା ମୋତେ ସଫଳତାର ଶୀର୍ଷ ସ୍ଥାନରେ ନ ପହଞ୍ଚାଇବ ? ଦାଦା ! ମୋର ସାଇକେଲ, ବ୍ରେସ, ଟଙ୍କା କିଛି ଦରକାର ନାହିଁ । ଏହି ଦରକାରୀ ଜିନିଷଟି ମୋତେ ସଙ୍ଗେ ସଙ୍ଗେ ଦେବାକୁ ମୁଁ କହୁନାହିଁ । ଆପଣଙ୍କର ଆର୍ଥିକ ଅବସ୍ଥା ଦେଖି ଲାପଟପ ଟିଏ କିଣି ସାରି ମୋ’ ପାଖକୁ ପଠାଇବେ । ଆପଣ ଜଣେ ଇଞ୍ଜିନିୟର । ମୁଁ ଭବିଷ୍ୟତରେ ଏକ ଇଞ୍ଜିନିୟର ହେବାକୁ ମନସ୍ଥ କରିଛି । ଦାଦା ଉପହାରଟି କିଣିସାରିଲା ପରେ ମୋତେ ପତ୍ରଦ୍ୱାରା ଜଣାଇବେ । ଆପଣଙ୍କର ସମୟୋଚିତ ଦିଗଦର୍ଶନ ମୋର କାମ୍ୟ ।
ଇତି
ଆପଣଙ୍କର ଝିଆରୀ
ସ୍ଵପ୍ନ
ଠିକଣା ଡାକ ଚିକେଟ୍
ପ୍ରେରକ: ପ୍ରାପକ:
ସ୍ଵପ୍ନ ରଥା ରକର ରଥ
ଗ୍ରାମ: ଜଗନ୍ନାଥପୁର ଘର ନଂ– ଟାଇପ୍ ୩/୧୦
ପୋ : ନୟାଗଡ଼ ସେକ୍ଟର-୧୮, ରାଉରକେଲା
ଜି: ନୟାଗଡ ଜି : ସୁନ୍ଦରଗଡ଼
ପିନ୍କୋଡ୍ : ପିନ୍କୋଡ୍
COMMENTS