Letter to Your Friend Describing A Road Accident That You Witnessed in Odia Language : In this article you will get ଏକ ଦୁର୍ଘଟଣାର ଦୃଶ୍ୟ ବର୍ଣ...
Letter to Your Friend Describing A Road Accident That You Witnessed in Odia Language: In this article you will get ଏକ ଦୁର୍ଘଟଣାର ଦୃଶ୍ୟ ବର୍ଣ୍ଣନା କରି ସାଙ୍ଗ ନିକଟକୁ ପତ୍ର ଲେଖ । Sang Nikataku Patra in Odia
Letter to Your Friend Describing A Road Accident That You Witnessed in Odia Language
ରାସ୍ତାରେ ଯାତ୍ରା ସମୟରେ ଦେଖୁଥିବା ଏକ ଦୁର୍ଘଟଣାର ଦୃଶ୍ୟ ବର୍ଣ୍ଣନା କରି ସାଙ୍ଗ ନିକଟକୁ ପତ୍ର ଲେଖ ।
ପୁରୀ
ତା................
ସ୍ନେହର ଚନ୍ଦନ,
ମୋର ଆନ୍ତରିକ ଶୁଭେଚ୍ଛା ନେବୁ । ଘରେ ମଉସା ଓ ମାଉସୀଙ୍କୁ ମୋର ଆଭୂମ ପ୍ରଣାମ ଜଣାଇଦେବୁ । ତୋ’ ପତ୍ର ଖଣ୍ଡିକ ଗତକାଲି ପାଇଛି । ମୋ’ ମନକୁ ଗଭୀର ଭାରାକ୍ରାନ୍ତ କରିଦେଉଥିବା ଏକ ରାସ୍ତା ଦୁର୍ଘଟଣା ବିଷୟରେ କିଛି ଲେଖୁଛି ।
ଚନ୍ଦନ, ଲେଖିଲା ବେଳକୁ ମୋ’ ଶରୀରରେ ଭୟଙ୍କର ଶିହରଣ ଜାତି ହେଉଛି । ଚଳିତ ମାସ ୨୦ ତାରିଖ । ମୁଁ ସାଇକେଲରେ ବିଦ୍ୟାଳୟକୁ ଯାଉଥାଏ । ୱାର୍ଟରୱାର୍କସ୍ ରୋଜ୍ ଦେଇ ମୁଁ ପ୍ରତିଦିନ ମୋ’ ବିଦ୍ୟାଳୟକୁ ଯାଇଥାଏ । ଗଲାବେଳେ ପରମକରୁଣାମୟ ଜଗନ୍ନାଥଙ୍କୁ ମୁଣ୍ଡିଆ ମାରି ଘରୁ ବାହାରେ । କିଏ କହିବ ସତେ, କେତେବେଳେ କ’ଣ ଘଟିବ ! ମୋ’ ଆଖି ଆଗରେ ହଠାତ୍ ଗୋଟିଏ ପିଲା ସାଇକେଲରେ ବାମପଟରୁ ଡାହାଣପଟକୁ ପଶିଆସିଲା । ସେ କୌଣସି ଦିଗକୁ ନଚାହିଁ ସିଧାସଳଖ ସାଇକେଲଟାକୁ ବୁଲାଇ ରାସ୍ତାର ଏକଡ଼ରୁ ସେକଡ଼କୁ ଯାଉଥିଲା । ବୋଧହୁଏ ଦୋକାନରୁ କିଛି ଜିନିଷ କ୍ରୟ କରିବା ତା’ର ଉଦ୍ଦେଶ୍ୟ ଥିଲା । ହଠାତ୍ ଦୃତଗତିରେ ମାଡ଼ିଆସୁଥିବା ମଟରସାଇକେଲଟା ତା’ ଦେହରେ ଧକ୍କା ଦେଲା । ସେ ତଳେ ଘୋଷାରି ହୋଇ ପଡ଼ିଗଲା । ତା’ ମୁଣ୍ଡରୁ ପ୍ରଚୁର ରକ୍ତ ସ୍ରାବ ହେଲା । ମୁଁ ସଙ୍ଗେ ସଙ୍ଗେ ଠିଆ ହୋଇ ପଡ଼ିଲି । ମଟରସାଇକେଲବାଲା ମଧ୍ୟ କିଛି ଦୂରରେ ଛିଟିକି ହୋଇପଡ଼ିଥାଏ । ସେଠାର ଲୋକମାନେ ପ୍ରଥମେ ପିଲାଟିକୁ ବେଢ଼ିଗଲେ । ସଙ୍ଗେ ସଙ୍ଗେ ତାକୁ ଡାକ୍ତରଖାନା ନେଇଗଲେ । ମଟରସାଇକେଲ ଆରୋହୀକୁ ଲୋକେ ବେଡ଼ି ଉପରେ କୋରଡ଼ା ମାଡ଼ ପରି ଉତ୍ତମମଧମ ଦେଉଥାଆନ୍ତି । ଏହି ଦୁର୍ଘଟଣାରେ ଯଦିଓ ମୋଟରସାଇକେଲ ଆରୋହୀର ବିଶେଷ ଭୁଲ ନଥିଲା, ତେବେ ଦ୍ରୁତଗତିରେ ସହର ମଧ୍ୟରେ ଚଳେଇବା ହେଲା ତାଙ୍କର ଭୁଲ । ଅବଶ୍ୟ ତା’ପରେ କ’ଣ ହେଲା ମୁଁ କହିପାରିବିନି । ମୁଁ ବିଦ୍ୟାଳୟକୁ ଆସିଲି । ଆମେ ରାସ୍ତାର ଅନେକ ନିୟମକୁ ମାନି ନେବା ଉଚିତ୍ । ରାସ୍ତା ପାରହେଲା ବେଳେ ଦୁଇପଟକୁ ଚାହିଁ ଅତିକ୍ରମ କରିବା । ଯାନବାହନ ଧୀରେ ଧୀରେ ଚଳେଇବା । ଆମ ଜୀବନକୁ ଆମେ ରକ୍ଷା କରିବା; ନହେଲେ ବିପଦ । ଛୋଟ ପିଲା, ଗାଈଗୋରୁ, କୁକୁର, ବୃଦ୍ଧଲୋକଙ୍କୁ ଦେଖୁ ସତର୍କ ରହି ଗାଡ଼ି ଚଳାଇବା ଉଚିତ ।
ଏହି ଦୃଶ୍ୟ ଦେଖି ମୁଁ ଯେତିକି ଭୟଭୀତ ହେଲି ସେତିକି ସତର୍କତା କିପରି ଅବଲମ୍ବନ କରାଯିବ ଜାଣିଲି । ତୋର ଖାମଖିଆଲି ସାଇକେଲ ଚଳେଇବା ପାଇଁ ଏହା ଏକ ସତର୍କ ଘଣ୍ଟି । ଆଜିପାଇଁ ଏତିକିରେ ରହିଲି ।
ଇତି
ତୋର ଅନ୍ତରଙ୍ଗ ବନ୍ଧୁ
ପ୍ରକାଶ
ଠିକଣା ଡାକ ଚିକେଟ୍
ପ୍ରେରକ: ଗ୍ରାହକ :
ପ୍ରକାଶ କୁମାର ସେନାପତି ଚନ୍ଦନ କୁମାର ଶତପଥୀ
ପୋଲିସ ଲାଇନ୍ ହାଇସ୍କୁଲ ମାତ୍ର : ସତ୍ୟ ପ୍ରକାଶ ଶତପଥୀ
ୱାଟରର୍କସ୍ ରୋଡ୍ ସ୍ଥାନ : ବ୍ରହ୍ମଗିରି
ଜି: ପୁରୀ ଜି : ପୁରୀ
ପିନ୍କୋଡ୍ : ପିନ୍କୋଡ୍ :
COMMENTS