Letter to Principal about Wildlife Protection in Odia Language : In this article you will get ତୁମ ବିଦ୍ୟାଳୟ ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ ଉଦ୍ଦେ...
Letter to Principal about Wildlife Protection in Odia Language: In this article you will get ତୁମ ବିଦ୍ୟାଳୟ ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ ଉଦ୍ଦେଶ୍ୟରେ ଏକ ସଭାର ଆୟୋଜନ ପାଇଁ ପ୍ରଧାନ ଅଧ୍ୟକ୍ଷଙ୍କ ନିକଟକୁ ଦରଖାସ୍ତ ଲେଖ । Headmaster Nikataku Patra in Odia.
Letter to Principal about Wildlife Protection in Odia Language
ତୁମ ବିଦ୍ୟାଳୟ/ ମହାବିଦ୍ୟାଳୟରେ ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ ପାଳନ କରିବା ଉଦ୍ଦେଶ୍ୟରେ ଏକ ସଭାର ଆୟୋଜନ ପାଇଁ ପ୍ରଧାନ ଶିକ୍ଷକ/ଅଧ୍ୟକ୍ଷଙ୍କ ନିକଟକୁ ଦରଖାସ୍ତ ଲେଖ ।
ଉତ୍ତର :
ମାନନୀୟ ଶ୍ରୀଯୁକ୍ତ ପ୍ରଧାନ ଶିକ୍ଷକ / ଅଧ୍ୟକ୍ଷ, କପ୍ତିପଦା ଉଚ୍ଚ ବିଦ୍ୟାଳୟ ମହାବିଦ୍ୟାଳୟ
ମହୋଦୟ............ ..........ସମୀପେଷୁ
(ଶ୍ରେଣୀ ଶିକ୍ଷକଙ୍କ ଜରିଆରେ)
ବିଷୟ : ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ ପାଳନ ନିମନ୍ତେ ସଭାର ଆୟୋଜନ ।
ମହାଶୟା/ ମହାଶୟା,
ନିବେଦନର ଅଭିପ୍ରାୟ ଏହିକି ଯେ, ଆମ ଉଚ୍ଚ ବିଦ୍ୟାଳୟା ମହାବିଦ୍ୟାଳୟରେ ଆମ୍ଭେମାନେ ‘ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ’ ପାଳନ ପାଇଁ ଇଚ୍ଛା ପ୍ରକାଶ କରିଅଛୁ । ସାଂପ୍ରତିକ ପରିସ୍ଥିତିରେ ଘଞ୍ଚ ବନାନୀର ଆଶାତୀତ ହ୍ରାସ ଯୋଗୁଁ ବନ୍ୟପ୍ରାଣୀ ସଂଖ୍ୟା ଦ୍ରୁତଗତିରେ ହ୍ରାସ ପାଉଛି । ଏହାଦ୍ବାରା ପରିବେଶର ଭାରସାମ୍ୟ ରକ୍ଷା ହୋଇପାରୁ ନାହିଁ । ବନ୍ୟପ୍ରାଣୀ ସହିତ ଔଷଧୀୟ ବୃକ୍ଷଗୁଡ଼ିକର ଅଙ୍ଗାଙ୍ଗୀ ଭାବେ ସମ୍ପର୍କ ରହିଛି । ଏ ବିଷୟରେ ସଚେତନ ହେବା ପାଇଁ ବୈଜ୍ଞାନିକମାନେ ପରାମର୍ଶ ଦେଉଛନ୍ତି । ଜୈବବିବିଧତା, ଖାଦ୍ୟ ଶୃଙ୍ଖଳ ପାଇଁ ବନ୍ୟପ୍ରାଣୀ ସୁରକ୍ଷା ଅତ୍ୟନ୍ତ ଆବଶ୍ୟକ । ସମସ୍ତଙ୍କ ଭିତରେ ବନ୍ୟ ପ୍ରାଣୀଙ୍କ ପ୍ରତି ସମବେଦନା ଜାଗ୍ରତ କରାଇବା ପାଇଁ ଆମ ବିଦ୍ୟାଳୟ ମହାବିଦ୍ୟାଳୟରେ ଏଇ ଆଲୋଚନାଚକ୍ର ଏବଂ ସଚେତନତା ଶିବିର ଆୟୋଜନ ହେବାର ଆବଶ୍ୟକତା ରହିଛି ।
ଆପଣ ଏଥିପାଇଁ ଅନୁମତି ପ୍ରଦାନ ପୂର୍ବକ ଜଣେ ବନ୍ୟପ୍ରାଣୀ ବିଶେଷଜ୍ଞଙ୍କୁ ମୁଖ୍ୟବକ୍ତା ରୂପେ ନିମନ୍ତ୍ରିତ କରାଇଲେ ବନ୍ୟ ପ୍ରାଣୀଙ୍କ ସୁରକ୍ଷା ଉପରେ ଅଧୁକ ଜ୍ଞାନ ଲାଭ କରିପାରିବୁ ।
।ଇତି।
ଆପଣଙ୍କର ଆଜ୍ଞାଧୀନ ଛାତ୍ରଛାତ୍ରୀବୃନ୍ଦ
ତା ............. ସ୍ବାକ୍ଷର:-ଛାତ୍ରପ୍ରତିନିଧବୃନ୍ଦ
COMMENTS