Application for New Ration Card in Odia Language: In this article ନୂତନ ରେସନ୍ କାର୍ଡ ପାଇଁ ଆବେଦନ ପତ୍ର । Nutan Ration Card pain Abedan in Odia.
Application for New Ration Card in Odia Language: In this article you will get ନୂତନ ରେସନ୍ କାର୍ଡ ପାଇଁ ଆବେଦନ ପତ୍ର । Nutan Ration Card pain Abedan Patra in Odia.
Application for New Ration Card in Odia ନୂତନ ରେସନ୍ କାର୍ଡ ପାଇଁ ଆବେଦନ ପତ୍ର
ତୁମ ପରିବାର ପାଇଁ ଏକ ନୂତନ ପଡ଼ିକାର୍ଡ ଯୋଗାଇ ଦେବା ନିମନ୍ତେ ଯୋଗାଣ ବିଭାଗ ଅଧୁକାରୀଙ୍କୁ ଦରଖାସ୍ତ ଲେଖ ।
ମାନନୀୟ ଶ୍ରୀଯୁକ୍ତ ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀ, ନୂଆପଡ଼ା
ମହୋଦୟ.................................ସମୀପେଷୁ
ବିଷୟ : ଏକ ନୂତନ ପଡ଼ିକାର୍ଡ଼ ଯୋଗାଇଦେବା ନିମନ୍ତେ ଅନୁରୋଧ ।
ମହାଶୟ,
ବିହିତ ସମ୍ମାନ ଓ ବିନୟ ଭାବରେ ନିବେଦନ କରେକି, ମୁଁ ଶ୍ରୀ କିଶୋର କୁମାର ଭୋଇ, ପି.ରଘୁନାଥ ଭୋଇ ଶ୍ରୀଜଗନ୍ନାଥ କଲୋନୀର ବାସିନ୍ଦା ଅଟେ । ଏହି ସାହିଟି ମ୍ୟୁନିସିପାଲଟିର ୨୯ ନମ୍ବର ୱାର୍ଡ ଅନ୍ତର୍ଗତ । ଏଠାରେ ଆମେ ସାତ ଜଣ ସଦସ୍ୟ ବିଶିଷ୍ଟ ପରିବାରଟିଏ ଏକତ୍ର ବାସ କରି ଆସୁଅଛୁ । ମୋର ଜାତିଗତ ପ୍ରମାଣପତ୍ର ଅଛି । ମୁଁ ପ୍ରତିଦିନ ରାଜମିସ୍ତ୍ରୀ ସାଥିରେ ମୂଲ ଲାଗି ମୋର ପରିବାର ପୋଷେ । ମୋ ସ୍ତ୍ରୀ ଘରେ ବସି ନରହି ପଇଡ ନେଇ ବଡ଼ଶଙ୍ଖରେ ବିକ୍ରି କରେ । ଘରେବୁ ଢ଼ା ବାପା ଓ ରୋଗିଣୀ ବୋଉ । ତିନୋଟି ସନ୍ତାନ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ପାଠପଢୁଛନ୍ତି । ଆମ ପରିବାରର ମାସିକ ଚାଉଳ ଖର୍ଚ୍ଚ ୪୦ ରୁ ପ୍ରାୟ ୫୦ କି.ଗ୍ରା. ଚିନି ୪ କି.ଗ୍ରା ଓ ଗହମ ୧୫ କି.ଗ୍ରା ହେଉଛି । ମୋ ନାମରେ ମୋ ୪ଡିସିମିଲ ଜାଗାର ପଟ୍ଟା ଅଛି, ଯିବାଆସିବା ପାଇଁ ସାଇକେଲଟିଏ ଅଛି । ମୋର ଅନ୍ୟ କୌଣସି ଯାନବାହନ ନାହିଁ । ମୁଁ ଆଗରୁ ଥରେ ଦରଖାସ୍ତ ଏହି ପଡ଼ିକାର୍ଡ଼ ପାଇଁ ଦେଇଥିଲି କିନ୍ତୁ କୌଣସି ଫଳ ହେଲା ନାହିଁ । ଅଫିସରୁ ଖବର ପାଇଲି ଯେ ବର୍ତ୍ତମାନ ଯାଞ୍ଚ କାମ ଚାଲିଛି । ଏହି ସମୟରେ ଆଉ ଗୋଟିଏ ଦରଖାସ୍ତ ଆପଣଙ୍କ ଗୋଚରାର୍ଥ ଜଣାଉଛି ।
ଏଣୁ ସବିନୟ ଅନୁରୋଧ କରେକି, ଆପଣ ଦୟାପରବଶ ହୋଇ ମୋର ଅବସ୍ଥାର ସତ୍ୟାସତ୍ୟ ପରୀକ୍ଷା କରି ମୋତେ ଗୋଟିଏ ନୂତନ ପଡ଼ିକାଡ଼ୀ ଯୋଗାଇ ଦେଲେ ଅଧୀନ ଆପଣଙ୍କ ନିକଟରେ ଚିରଉପକୃତ ରହିବ । ଇତି ।
ଆପଣଙ୍କର ବିଶ୍ୱସ୍ତ
କିଶୋର କୁମାର ଭୋଇ
ତା.....
ସ୍ଥାନ :
ଠିକଣା ଡାକଟିକେଟ୍
ପ୍ରେରକ ପ୍ରାୟେଷୁ
କିଶୋର କୁମାର ଭୋଇ ଜିଲ୍ଲାଅଧିକାରୀ ଯୋଗାଣ ବିଭାଗ
ଜଗନ୍ନାଥ କଲୋନୀ, ନୂଆପଡ଼ା
ନୂଆପଡ଼ା ପିନ୍କୋଡ୍ :
COMMENTS