Odia Application against Child Labour to Child welfare Officer : In this article you will get ଶିଶୁ ଶ୍ରମିକମାନଙ୍କୁ ବିଦ୍ୟାଳୟମୁଖୀ କରାଇବା ପାଇଁ ଶ...
Odia Application against Child Labour to Child welfare Officer: In this article you will get ଶିଶୁ ଶ୍ରମିକମାନଙ୍କୁ ବିଦ୍ୟାଳୟମୁଖୀ କରାଇବା ପାଇଁ ଶିଶୁ କଲ୍ୟାଣ ଅଧୁକାରୀଙ୍କ ନିକଟକୁ ଆବେଦନପତ୍ରଟିଏ ଲେଖ । Child welfare Officer Nikataku Patra in Odia.
Odia Application against Child Labour to Child welfare Officer
ଶିଶୁ ଶ୍ରମିକମାନଙ୍କୁ ବିଦ୍ୟାଳୟମୁଖୀ କରାଇବା ପାଇଁ ଶିଶୁ କଲ୍ୟାଣ ଅଧୁକାରୀଙ୍କ ନିକଟକୁ ଆବେଦନପତ୍ରଟିଏ ଲେଖ ।
ମାନନୀୟ ଶ୍ରୀଯୁକ୍ତ ଜିଲ୍ଲା ଶିଶୁକଲ୍ୟାଣ ଅଧୁକାରୀ, ଝାରସୁଗୁଡ଼ା
ମହୋଦୟ....................ସମୀପେଷୁ
ବିଷୟ : ଶିଶୁ ଶ୍ରମିକମାନଙ୍କୁ ବିଦ୍ୟାଳୟମୁଖୀ କରାଇବା ନିମନ୍ତେ ଆବେଦନ
ମହାଶୟ,
ଉପଯୁକ୍ତ ସମ୍ମାନର ସହ ଆପଣଙ୍କ ଅବଗତି ନିମନ୍ତେ ଶିଶୁ ଶ୍ରମିକଙ୍କ ଭବିଷ୍ୟତ ବିଷୟରେ କିଞ୍ଚତ୍ ଆଲୋକପାତ କରୁଅଛି । ଆମ ଅଞ୍ଚଳରେ ଥିବା ହୋଟେଲ, ଛୋଟ କଳକାରଖାନା, ବିଭିନ୍ନ ଦୋକାନ ଓ ଘରମାନଙ୍କରେ ପ୍ରାୟ ୨୦୦ଶିଶୁ ଶ୍ରମିକ ଭାବରେ ଦିନରାତି ଖଟୁଛନ୍ତି । ସେମାନଙ୍କର ପିତାମାତାମାନେ ଦରିଦ୍ର, ଦିନ ମଜୁରିଆ ଶ୍ରେଣୀର ହୋଇଥିବାରୁ ଏମାନଙ୍କୁ ବିଦ୍ୟାଳୟକୁ ନ ପଠାଇ ଅନ୍ୟମାନଙ୍କ ଘରେ ବା ହୋଟେଲରେ ରଖାଉଛନ୍ତି । ଏହା ଦ୍ଵାରା ଏହି ଗରିବ ଶିଶୁମାନଙ୍କର ଭବିଷ୍ୟତ ନଷ୍ଟ ହେଉଛି । କିଏ ଜାଣେ ଏମାନଙ୍କ ମଧ୍ୟରୁ ଜଣେ ନୂଆ ଆବ୍ରାହମ୍ ଲିଙ୍କନ୍ ବାହାରି ନ ପାରନ୍ତି ? ଦାରିଦ୍ର୍ୟ ହିଁ ଏମାନଙ୍କୁ ବିଦ୍ୟାଳୟରୁ ଦୁର କରାଉଛି । ମଝିରେ ମଝିରେ ଏମାନଙ୍କୁ ନିର୍ଯ୍ୟାତନା ମଧ୍ୟ ଦିଆଯାଉଥିବାର ଖବରମାନ ବାହାରୁଛି । ଅନ୍ୟାନ୍ୟ କଳକାରଖାନାରେ କାମ କରୁଥିବା ପିଲାମାନେ ଅସାବଧାନତା ହେତୁ ନିଜର ବହୁମୂଲ୍ୟ ଅଙ୍ଗ ମଧ୍ୟ ହରାଉଛନ୍ତି । କେତେକଙ୍କ ପ୍ରାଣ ମଧ୍ୟ ନାଶ ହେଉଛି ।
ତେଣୁ ଆପଣ ଉପଯୌକ୍ତ ସମ୍ବେଦନଶୀଳ ବିଷୟ ପ୍ରତି ଅବିଳମ୍ବେ ଧାନ ଦେଇ ଶିଶୁମାନଙ୍କୁ ତାଙ୍କର ଶିକ୍ଷା ଅଧୁକାର ଆଇନ-୨୦୦୯ ଅନୁସାରେ ଶିଶୁମାନଙ୍କୁ ଉଦ୍ଧାର କରି ବିଦ୍ୟାଳୟମୁଖୀ ହେବାରେ ସାହାଯ୍ୟ କଲେ ସେମାନେ ଆପଣଙ୍କଠାରେ ଚିରୋପକୃତ ରହିବେ ।
ତା... ଆପଣଙ୍କ ଗୁଣମୁଗଧ ସମାଜସେବୀ
ଝାରସୁଗୁଡା ନୃପ କୁମାର ବେହେରା
ଠିକଣା ଡାକଟିକେଟ୍
ପ୍ରେରକ ପ୍ରାପ୍ରେଷ୍ଠ
ନୃପଞ୍ଚ କୁମାର ବେହେରା ଶ୍ରୀଯୁକ୍ତ ଜିଲ୍ଲା ଶିଶୁ ମଙ୍ଗଳ ଅଧୁକାରୀ
ସମାଜସେବୀ, ସ୍ଥାନ/ପୋଷ୍ଟ : ଝାରସୁଗୁଡ଼ା
ଝାରସୁଗୁଡ଼ା ଜି: ଝାରସୁଗୁଡ଼ା
ପିନ୍କୋଡ୍ :
COMMENTS