Letter to Principal about Preparation of Ganesh Puja in Odia Language: In this article you will get ଆସନ୍ତା ଗଣେଶପୂଜା ଉପଲକ୍ଷେ ପ୍ରାକ୍ ପ୍ରସ୍ତୁତି ନିମନ୍ତେ ଅନୁମତି ମାଗି ପ୍ରଧାନଶିକ୍ଷକଙ୍କୁ ଦରଖାସ୍ତ ଲେଖ । Ganesh puja nimante Head Master Nikataku Patra in Odia.
Letter to Principal about Preparation of Ganesh Puja in Odia Language
ଆସନ୍ତା ଗଣେଶପୂଜା ଉପଲକ୍ଷେ ପ୍ରାକ୍ ପ୍ରସ୍ତୁତି ନିମନ୍ତେ ସଭାଟିଏ କରିବାକୁ ଅନୁମତି ମାଗି ପ୍ରଧାନଶିକ୍ଷକଙ୍କୁ ଦରଖାସ୍ତ ଲେଖ।
ମାନନୀୟ ଶ୍ରୀଯୁକ୍ତ ସେକେଣ୍ଡାରୀ ବୋର୍ଡ ହାଇସ୍କୁଲ, କଟକର ପ୍ରଧାନଶିକ୍ଷକ ମହୋଦୟ ।
(ଶ୍ରେଣୀ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଜରିଆରେ)
ବିଷୟ : ଆସନ୍ତା ଗଣେଶପୂଜା ଉପଲକ୍ଷେ ପ୍ରାକ୍ ପ୍ରସ୍ତୁତି ସଭା ଆୟୋଜନ ନିମିତ୍ତ ଅନୁମତି ପାଇଁ ଆବେଦନ ।
ମହାଶୟ,
ଆସ୍ତେ ବିଦ୍ୟାଳୟର ନବମ ଓ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଗଣ ନିବେଦନ କରୁକି, ଆସନ୍ତା ତା ୧୭lo୯୨୦୧୬ରିଖରେ ପଡୁଥିବା ଗଣେଶ ଚତୁର୍ଥୀରେ ବିଘ୍ନବିନାଶକ ଶ୍ରୀଗଣପତି ଦେବଙ୍କର ପୂଜୋତ୍ସବ ଆମ୍ଭ ବିଦ୍ୟାଳୟରେ ପାଳିତ ହେବ । ଏଥ ନିମିତ୍ତ ଅଦ୍ୟ ପଞ୍ଚମ ପିରିୟଠାରୁ ସପ୍ତମ ପିରିୟଡ୍ ପର୍ଯ୍ୟନ୍ତ ପାଠପଢ଼ାରୁ ଅବ୍ୟାହତି ଦେଇ ପ୍ରାକ୍ ପ୍ରସ୍ତୁତି ନିମିତ୍ତ ଏକ ସାଧାରଣ ସଭା ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନେଇ କରାଯିବାପାଇଁ ଆପଣଙ୍କର ଅନୁମତି ପ୍ରାର୍ଥନା କରୁଅଛୁ।
ଏଣୁ ବିନୀତ ଅନୁରୋଧ କରୁକି ଆପଣ ଉପଯୁକ୍ତ ପିରିୟଡ ଗୁଡ଼ିକ ସଭାକାର୍ଯ୍ୟରେ ବିନିଯୋଗ କରିବା ପାଇଁ ଅନୁମତି ପ୍ରଦାନକଲେ ଆସ୍ତେ ବିଦ୍ୟାଳୟର ଛାତ୍ରଛାତ୍ରୀଗଣ ଆପଣଙ୍କ ନିକଟରେ ଚିରଉପକୃତ ରହିବୁ । ଇତି।
ଆପଣଙ୍କର ଆଜ୍ଞାଧୀନ
ନବମ, ଦଶମ ଶ୍ରେଣୀର ଛାତ୍ରଛାତ୍ରୀବୃନ୍ଦ
ତା ............................ ଶ୍ରୀ କୃଷ୍ଣଚନ୍ଦ୍ର ରଥ
(ଦଶମଶ୍ରେଣୀ ପ୍ରତିନିଧ)
କୁମାରୀ ଦୁର୍ଲଭା ପ୍ରଧାନ
(ନବମଶ୍ରେଣୀ ପ୍ରତିନିଧ)