Odia Application Regarding the Supply of Drinking Water in Your Village

Admin
0

Odia Application Regarding the Supply of Drinking Water in Your Village: In this article you will get ତୁମ ଅଞ୍ଚଳରେ ପାନୀୟ ଜଳର ସୁବନ୍ଦୋବସ୍ତ କରିବାପାଇଁ ଗୋଷ୍ଠୀ ଉନ୍ନୟନ ଅଧୁକାରୀଙ୍କ ନିକଟକୁ ପତ୍ର ଲେଖ । Paniya Jalar Subandobasta karibapain Unnayan Adhukarink Nikataku Patra in Odia.

Odia Application Regarding the Supply of Drinking Water in Your Village

ତୁମ ଅଞ୍ଚଳରେ ପାନୀୟ ଜଳର ସୁବନ୍ଦୋବସ୍ତ କରିବାପାଇଁ ଗୋଷ୍ଠୀ ଉନ୍ନୟନ ଅଧୁକାରୀଙ୍କ ନିକଟକୁ ପତ୍ର ଲେଖ।

ମାନନୀୟ ଶ୍ରୀଯୁକ୍ତ ଗୋଷ୍ଠୀ ଉନ୍ନୟନ ଅଧୁକାରୀ,ସଦରବ୍ଲକ, ପୁରୀ

ମହୋଦୟ.................ସମୀପେଷୁ

ବିଷୟ : ପାନୀୟ ଜଳର ସୁବନ୍ଦୋବସ୍ତ ପାଇଁ ନିବେଦନ ।

ମହାଶୟ,

ବିହିତ ସମ୍ମାନର ସହ ଆମେ ଚାରିଶ୍ରୀ ଗ୍ରାମର ବାସିନ୍ଦାଗଣ ଆପଣଙ୍କୁ ବିନମ୍ର ନିବେଦନ କରୁଅଛୁକି, ଆମ୍ଭ ଗ୍ରାମରେ ପ୍ରାୟ ଦୁଇ ହଜାରରୁ ଊଦ୍ଧ ବ୍ୟକ୍ତି ବାସ କରୁଛନ୍ତି । ଏହି ଗ୍ରାମଟି ପୁରୀ ସଦର ବ୍ଲକ୍ ଅଧୀନରେ ଅବସ୍ଥିତ । ଗ୍ରାମରେ ଥିବା ଦୁଇଟି ପୁଷ୍କରିଣୀରେ ଆମ୍ଭେମାନେ ଗାଧୁଆପାଧୁଆ କରିବାର ସୁଯୋଗ ଲାଭ କରୁଥିଲେ ମଧ୍ୟ ପାନୀୟ ଜଳ ବାବଦରେ ଆମ୍ଭଙ୍କୁ ଅନେକ ହଇରାଣହରକତ ହେବାକୁ ପଡୁଛି । ଜୀବନ ରକ୍ଷାପାଇଁ ବିଶୁଦ୍ଧ ପାନୀୟ ଜଳର ଆବଶ୍ୟକତା ରହିଛି । ବଡ଼ ପରିତାପର ବିଷୟ ଏହିକି ଯେ, ଗ୍ରାମସାରା ଲୋକମାନଙ୍କ ପାଇଁ ଥିବା ଗୋଟିଏ ନଳକୂପ ମାତ୍ର ପର୍ଯ୍ୟାପ୍ତ ପରିମାଣରେ ପାନୀୟ ଜଳ ଯୋଗାଇ ପାରୁ ନାହିଁ । କିଛି ଲୋକ ପୋଖରୀରୁ ପାଣି ନେଇ ତାକୁ ଛାଣି ପାନୀୟ ଜଳ ରୂପେ ଗ୍ରହଣ କରୁଛନ୍ତି । ବୋଧହୁଏ । ପାନୀୟ ଜଳର ଅଭାବ ପାଇଁ ଆମ୍ଭ ଗ୍ରାମବାସୀ ବିଭିନ୍ନ ଜଳବାହିତ ରୋଗରେ ଆକ୍ରାନ୍ତ ହେଉଛୁ । ଘରେ ଘରେ ଜଣ୍ଡିସ୍ ବ୍ୟାପିଯାଇଛି । ବାରମ୍ବାର ଡାଇରିଆ, ନାଳଝାଡ଼ା, ଟାଇଫଏଡ୍ ପ୍ରଭୃତି ରୋଗ ଦ୍ଵାରା ଆମ ଗ୍ରାମର ଲୋକମାନେ ସନ୍ତୁଳି ହେଉଛନ୍ତି । କିଛି ଲୋକ ଦାରିଦ୍ର୍ୟର କଷାଘାତରେ ପ୍ରପୀଡ଼ିତ ହେବା ସହିତ ପାନୀୟ ଜଳ ଓ ସୁଷମ ଖାଦ୍ୟର ଅଭାବ ଯୋଗୁଁ ଇହଲୀଳା ସମ୍ବରଣ କରୁଛନ୍ତି ।

ଏଣୁ ବିନମ୍ରତାର ସହିତ ନିବେଦନ କରୁକି ଆପଣ ଆଉ ତିନିଗୋଟି ନଳକୂପ ଆମ ଗ୍ରାମରେ ବସାଇବା ପାଇଁ ସୁବନ୍ଦୋବସ୍ତ ଶୀଘ୍ର କରିପାରିଲେ ଆମେ ଆପଣଙ୍କ ନିକଟରେ ଉପକୃତ ରହିବୁ । ଇତି ।

ଆପଣଙ୍କର ବିଶ୍ୱସ୍ତ

ଚାରିଶ୍ରୀ ଗ୍ରାମବାସୀବୃନ୍ଦ

କ. ପ୍ରକାଶ କୁମାର ପ୍ରଧାନ

ତା....... ଖ. ସୁଲୋଚନା ଭୋଇ

ସ୍ଥା ଗ, ଶକୁନ୍ତଳା ପାଣି

ଘ. ନବୀନ ଭୋଳ

ଡ. ସପନ ରାଉତ

ଚ, ପ୍ରଭାକର ଖଟେଇ ଓଗେର


ଠିକଣା ଡାକଟିକେଟ୍

ପ୍ରେରକ ପ୍ରାପ୍ରେଷୁ

ଚାରିଶ୍ରୀ ଗ୍ରାମର ଗ୍ରାମବାସୀବୃନ୍ଦ, ଗୋଷ୍ଠୀ ଉନ୍ନୟନ ଅଧୁକାରୀ,

ପୁରୀ ସଦର ବ୍ଲକ, ପୁରୀ

ପିନ୍କୋଡ୍ :

Post a Comment

0Comments
Post a Comment (0)

#buttons=(Accept !) #days=(20)

Our website uses cookies to enhance your experience. Learn More
Accept !