Sunday, 14 March 2021

Letter to Friend Requesting Him Not to Take Food from Strangers during Journey in Odia Language

Letter to Friend Requesting Him Not to Take Food from Strangers during Journey in Odia Language: In this article you will get ରେଳଗାଡ଼ିରେ ଯାତ୍ରା ସମୟରେ ଅପରିଚିତ ବ୍ୟକ୍ତିଙ୍କଠାରୁ ଖାଦ୍ୟ ପଦାର୍ଥ ଗ୍ରହଣ ନ କରିବାକୁ ଅନୁରୋଧ କରି ସାଙ୍ଗ ନିକଟକୁ ପତ୍ର ଲେଖ । Sanga Nikataku Patra in Odia.

Letter to Friend Requesting Him Not to Take Food from Strangers during Journey in Odia Language

ରେଳଗାଡ଼ିରେ ଯାତ୍ରା ସମୟରେ ଅପରିଚିତ ବ୍ୟକ୍ତିଙ୍କଠାରୁ ଖାଦ୍ୟ ପଦାର୍ଥ ଓ ବୁଲା ବିକାଳିଙ୍କଠାରୁ ଖାଦ୍ୟଦ୍ରବ୍ୟ ଗ୍ରହଣ ନ କରିବାକୁ ଅନୁରୋଧ କରି ସାଙ୍ଗ ନିକଟକୁ ପତ୍ର ଲେଖ ।

କେନ୍ଦ୍ରାପଡ଼ା

ତା.................

ପ୍ରିୟ ପ୍ରଭାସିନୀ,

ମୋର ଆନ୍ତରିକ ଶୁଭେଚ୍ଛା ଓ ହାର୍ଦିକ ସଦିଚ୍ଛା ଗ୍ରହଣ କରିବୁ । ମଉସା ମାଉସୀଙ୍କୁ ମୋର ଭୂମିଷ୍ଠ ପ୍ରଣାମ ଜଣାଇଦେବୁ । ତୁ ଲେଖିଥଲୁ ଆଉ ମାତ୍ର ଅଳ୍ପଦିନପରେ ତୋ’ ମାମୁଘର ଦିଲ୍ଲୀ ଅଭିମୁଖେ ରେଳଗାଡ଼ିରେ ନୀଳାଚଳ ଏକ୍ସପ୍ରେସ୍‌ରେ ଯାତ୍ରା କରିବୁ । ଗାଡ଼ି ଭିତରେ ଅପରିଚିତ ବ୍ୟକ୍ତିମାନଙ୍କଠାରୁ ଖାଦ୍ୟ ଗ୍ରହଣ ନ କରିବା ପାଇଁ କିଛି ଉପଦେଶ ଦେଉଛି । ଆଶା ସତର୍କ ରହିବୁ ।

ପ୍ରଭା ! ମୁଁ ଅତ୍ୟନ୍ତ ଖୁସି ଯେ, ଖରାଦିନ ଛୁଟି ତୁ ତୋ’ ମାମୁ ଘର ଦିଲ୍ଲୀରେ କଟେଇବୁ । ଅନେକ ଆକର୍ଷଣୀୟ ସ୍ଥାନ ବୁଲି ଦେଖୁବୁ । ପାର୍ଲାମେଣ୍ଟ ଭବନ, କୁତବମିନାର, ଲୋଟସ ଟେମ୍ପଲ, ଯନ୍ତରମନ୍ତର, କାଲ୍‌କାଜୀ ମନ୍ଦିର ଏମିତି କେତେ କ’ଣ ? ଆହା, ମୋତେ ଟିକିଏ ଏହି ଭାଗ୍ୟ ମିଳନ୍ତା କି ? ଛାଡ଼ ସେକଥା । ଭବିଷ୍ୟତ କହିବ । ତୋତେ ଆଗରୁ ସତର୍କ କରାଇଦେଉଛି ଯେ, ତୁ ବାହାର ଖାଦ୍ୟ ପଦାର୍ଥ କୌଣସି ଅପରିଚିତ ବ୍ୟକ୍ତି ବିଶେଷ କିମ୍ବା ବୁଲା ବିକାଳିଙ୍କଠାରୁ କେବେ ଗ୍ରହଣ କରିବୁ ନାହିଁ । ଏକୁଟିଆ ଗାଡ଼ି ଡବାରୁ ବାହାରି କେଉଁ ଆଡ଼େ ଯିବୁନାହିଁ । ଏବେ ଅନେକ ସମୟରେ ଦେଖାଯାଉଛି ଯେ, କିଛି ଖରାପ ଲୋକ ମିଛ ବାହାନା କରି ବାହାରକୁ ଭଦ୍ରଲୋକ ଭଳି ଦେଖାଇ ଭିତରେ ବିଭିନ୍ନ ମନ୍ଦ ଉଦ୍ଦେଶ୍ୟ ରଖି ଖାଦ୍ୟ ଓ ପାନୀୟରେ ନିଶା ଔଷଧ ଦେଇ ଲୁଟି ନେଉଛନ୍ତି । ସେମାନଙ୍କଠାରୁ ଦୂରେଇ ରହିବା ଦରକାର । ତୋ’ର ମଧ୍ୟ ବାହାର ଖାଦ୍ୟ ଦେଖି ପାଟିରୁ ଲାଳ ଗଡ଼େ, ଏହା ମୁଁ ତୋ' ସାଥରେ ଥିବାବେଳେ ଅନୁଭବ କରିଛି । ସମ୍ବାଦପତ୍ରରେ ମଧ୍ୟ ଅନେକ ଥର ଏହି ଦୁଃସମ୍ବାଦ ବାହାରିଛି । ଯାତ୍ରୀମାନେ ନିଜର ଭୁଲ ପାଇଁ ଅସୁରକ୍ଷିତ ଭାବରେ ଯାତ୍ରା କରୁଛନ୍ତି । ରେଳବାଇ ପକ୍ଷରୁ ମିଳୁଥିବା ଖାଦ୍ୟପେୟକୁ ଗ୍ରହଣ କରିବା ଦରକାର । ତା’ଛଡ଼ା ତୁମ ବାପାବୋଉ ଘରୁ ସାଙ୍ଗରେ ନେଇଥିବା ଖାଦ୍ୟ ଖାଇ ଯାତ୍ରା କରିବୁ । ମୁଁ ତୋତେ ଅନୁରୋଧ କରୁଛି, ତୁ କିଛି ଜିଦ୍ କରିବୁ ନାହିଁ । ତୋ’ ଯାତ୍ରା ଶୁଭଙ୍କର ହେଉ, ରହିଲି ।

ଇତି

ତୋର ଅନ୍ତରଙ୍ଗ ବାନ୍ଧବୀ

କମଳିନୀ

ଠିକଣା ଡାକ ଚିକେଟ୍

ପ୍ରେରକ: ଗ୍ରାହକ :

କୁମାରୀ କମଳିନୀ ମିଶ୍ର କୁମାରୀ ପ୍ରଭାସିନୀ ଧଳ

ମାର୍ପତ୍ : ନୃସିଂହ ମିଶ୍ର ମାର୍ପତ୍ : ଡ. ଅଦ୍ବୈତ ଚରଣ ଧଳ

ସ୍ଥାନ: ନୂଆସାହି ସା/ପୋ: ବଲିସକୁମ୍ପା

ପୋ: କେନ୍ଦ୍ରାପଡ଼ା ଜିଲ୍ଲା: କନ୍ଧମାଳ

ଜି: କେନ୍ଦ୍ରାପଡ଼ା ପିନ୍କୋଡ୍:

ପିନ୍କୋଡ୍:


SHARE THIS

Author:

I am writing to express my concern over the Hindi Language. I have iven my views and thoughts about Hindi Language. Hindivyakran.com contains a large number of hindi litracy articles.

0 comments: