Letter to Friend Inviting Him to Your Birthday Party in Odia Language

Admin
0

Letter to Friend Inviting Him to Your Birthday Party in Odia Language: In this article you will get ନିଜର ଜନ୍ମଦିନ ଉପଲକ୍ଷେ ସାଙ୍ଗ ନିକଟକୁ ନିମନ୍ତ୍ରଣ ପତ୍ର ଲେଖ । Sanga Nikataku Nimantran Patra in Odia

Letter to Friend Inviting Him to Your Birthday Party in Odia Language

ନିଜର ଜନ୍ମଦିନ ଉପଲକ୍ଷେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରି ନିଜର ସାଙ୍ଗ ନିକଟକୁ ଏକ ପତ୍ର ଲେଖ ।

ଆସ୍କା

ତା.........

ସ୍ନେହୀ ଅଂଶୁ,

ମୋର ଶୁଭେଚ୍ଛା ଗ୍ରହଣ କରିବୁ । ତୁ ସେଠାରେ ଛାତ୍ରାବାସରେ କୁଶଳରେ ଥିବୁ । ମୁଁ ଏଠାରେ ବାପାମାଆଙ୍କ ସାଥରେ ଭଲରେ ଅଛି । ଆସନ୍ତା ଅର୍ଦ୍ଧବାର୍ଷିକ ପରୀକ୍ଷା ପାଇଁ ତୋର ପ୍ରଗାଢ଼ ଉଦ୍ୟମ ଜାରି ରହିଥିବ । ତୁ ଶ୍ରେଣୀରେ ପ୍ରଥମ ସ୍ଥାନ ଗ୍ରହଣ କରି ଆସୁଛି ।

ଅଂଶୁ, ମୋର ଆସନ୍ତା ନଭେମ୍ବର ୧୦ ତାରିଖରେ ଜନ୍ମଦିନ ପଡୁଛି । ଏଥର ମୋ’ ଜନ୍ମଦିନ ଅତି ଜାକଜମକରେ ପାଳନ କରାଯାଉଛି । ବୋଉ ମୋ’ ଜନ୍ମ ବେଳେ ଷୋହଳ ସତ୍ୟନାରାୟଣ ପାଲା ଯାଚିଥିଲା । ତାହା ଆଉ ଗୋଟେ ବାକିଥିଲା । ତେଣୁ ସେଦିନ ରାତିରେ ଜନ୍ମଦିନ ପାଳନ ହେବା ସହିତ ଠିଆପାଲା ଅନୁଷ୍ଠିତ ହେବ । ତୁ ଆଗରୁ ପାଲା ଦେଖିଚୁ କି ନାହିଁ ମୋତେ ଜଣାନାହିଁ । ଶୁଣ, ଜଣେ ସୁବିଖ୍ୟାତ ପାଲାବାଲା ପାଲା ଗାଇବାକୁ ଆସୁଛନ୍ତି । ଯେ, କି ପୁରୀ ଦୋଳବେଦୀରେ ପ୍ରତିବର୍ଷ ଗାଇଥାଆନ୍ତି । ସେ ଜଣେ ମଧ୍ୟ ବଡ଼ ସଂସ୍କୃତ ପଣ୍ଡିତ । ତାଙ୍କ ନାଁ ଶୁଣିଥିବୁ ଶ୍ରୀଯୁକ୍ତ ବନମାଳୀ ପଣ୍ଡା । ତାଙ୍କ ଦଳ ସହିତ ସେଦିନ ସେ ଆସି ପହଞ୍ଚିବେ । ଅଂଶୁ, ତୋ’ ଉପସ୍ଥିତି ମୋର ଆନନ୍ଦକୁ ଦ୍ବିଗୁଣିତ କରିଦେବ । ଆର ବର୍ଷ ମୋ’ ଜନ୍ମଦିନକୁ ତୋ’ ଶରୀର ଅସୁସ୍ଥ ହେତୁ ଆସିପାରିନଥିଲେ । ତାହା ମୋତେ ଏତେ ଆଘାତ ଦେଇଥିଲା ଯେ, ମୁଁ ତାକୁ ଏପର୍ଯ୍ୟନ୍ତ ଭୁଲିପାରିନାହିଁ । ତୁ ମୋ’ ପାଖେ ପାଖେ ରହିଥିବୁ । ମୁଁ କେକ୍ କାଟି ଦୀପଜାଳି ତୋ’ ପାଟିରେ କେକ୍ ଖଣ୍ଡେ ଖୁଆଇ ଦେବି ଏବଂ ତୁ ମୋ’ ପାଟିରେ ଦେଇଦେବୁ । ସେ ଆନନ୍ଦ ତୋ’ ମୋ’ ଛଡ଼ା କେହି ବୁଝି ପାରିବେ ନାହିଁ । ସେଦିନ ଆଉ କେତେ ଜଣ ସାଙ୍ଗଙ୍କୁ ମୁଁ ଡାକିବି । ରାତିରେ ବାପା ଭୋଜି ପାଇଁ ଶ୍ରୀଜଗନ୍ନାଥଙ୍କ ଅବଢ଼ା ଓ କ୍ଷୀରାର ବ୍ୟବସ୍ଥା କରିଛନ୍ତି । ତୁ ଅନେକ ଦିନ ହେଲା ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ ଖାଇନଥିବୁ । ଆମ ଗାଁର ବାସିନ୍ଦାମାନଙ୍କୁ ଘର । ଘର ବୁଲି ବାପା ମହାପ୍ରସାଦ ସେବା ପାଇଁ ନିମନ୍ତ୍ରଣ କରିବେ । ବାପା ମଧ୍ୟ ତୋ’ ବାପା ବୋଉଙ୍କୁ ଯାଇ ନିମନ୍ତ୍ରଣ କାର୍ଡ ଦେବେ । ତୁ ଗୋଟେ ଦିନ ଆଗରୁ ଆମ ଘରେ ଆସି ପହଞ୍ଚିବୁ ବୋଲି ମୋର ବିଶେଷ ଅନୁରୋଧ ରହିଲା ।

ତୋ’ ଆସିବାକୁ ଅପେକ୍ଷା କରି ରହିଲି । ଆସିଲେ ଏକାଠି ଅନେକ କାମ କରିବା । ମନରେ ଅନେକ ଆଶା ବାନ୍ଧି ରହୁଚି ।

ଇତି

ତୋର ସାଙ୍ଗ

ଶକ୍ତି

ଠିକଣା ଡାକ ଚିକେଟ୍

ପ୍ରେରକ: ଗ୍ରାହକ :

ଶକ୍ତିପ୍ରସାଦ ମିଶ୍ର ଅଂଶୁମାନ କର୍ମକାର

ମାର୍ଫତ୍ : ଶିବପ୍ରସାଦ ମିଶ୍ର ନିଆଳି ହାଇସ୍କୁଲ

ସା/ପୋ: ଆସ୍କା ସା: ନିଆଳି

ଜି: ଗଞ୍ଜାମ ଜି: କଟକ

ପିନ୍କୋଡ୍ : ପିନ୍କୋଡ୍ :

Post a Comment

0Comments
Post a Comment (0)

#buttons=(Accept !) #days=(20)

Our website uses cookies to enhance your experience. Learn More
Accept !