Letter of Condolence to Your Friend Who Has Lost His Father in Odia Language : In this article you will get ବାପାଙ୍କର ଅଚାନକ ମୃତ୍ୟୁରେ ସମବେଦନା...
Letter of Condolence to Your Friend Who Has Lost His Father in Odia Language: In this article you will get ବାପାଙ୍କର ଅଚାନକ ମୃତ୍ୟୁରେ ସମବେଦନା ଜଣାଇ ସାଙ୍ଗ ନିକଟକୁ ପତ୍ର ଲେଖ । Sanga Nikataku Patra in Odia
Letter of Condolence to Your Friend Who Has Lost His Father in Odia Language
ନିଜ ସାଙ୍ଗର ବାପାଙ୍କର ଅଚାନକ ମୃତ୍ୟୁରେ ସମବେଦନା ଜଣାଇ । ତାଙ୍କ ନିକଟକୁ ପତ୍ରଟିଏ ଲେଖ ।
ଢେଙ୍କାନାଳ
ତା.........
ପ୍ରିୟ ପ୍ରଦୋଷ,
ତୋ’ ବାପାଙ୍କର ଅଚାନକ ଦେହାନ୍ତ ଖବର ମୋତେ ପ୍ରିୟମାଣ କରିଦେଇଛି । ସେ ଆଉ ଇହଜଗତରେ ନାହାନ୍ତି, ଏ କଥା ଭାବିଲେ ମତେ ଅବିଶ୍ଵାସ ଲାଗୁଛି । ସମସ୍ତଙ୍କୁ ଶୋକ ସାଗରରେ ଭସାଇ ଦେଇ ମଉସା ଯେ ଆରପୁରକୁ ଚାଲିଯିବେ ଏକଥା କିଏ ବା ଜାଣିଥିଲା ? ଦିନଟିଏ ବି ଶେଯରେ ପଡିନାହାନ୍ତି କି ସେବା କରିବାର ସୁଯୋଗ କାହାକୁ ଦେଇନାହାନ୍ତି । ତାଙ୍କର ଅପ୍ରତ୍ୟାଶିତ ମୃତ୍ୟୁ ବାସ୍ତବିକ ବିନା ମେଘରେ ବଜ୍ରପାତ ସଦୃଶ । ଏହି ଦୁଃସମ୍ବାଦ ଯେତିକି ଦାରୁଣ, ସେତିକି ଅସହ୍ୟ ।
ତାଙ୍କପରି ଧର୍ମପରାୟଣ, ପରୋପକାରୀ, ଚରିତ୍ରବାନ୍ ବ୍ୟକ୍ତି ସମାଜରେ ବିରଳ । ତାଙ୍କ ଦେହାନ୍ତରେ ପରିବାରର ଏକ ଅପୂରଣୀୟ କ୍ଷତି ହୋଇଗଲା । କେବଳ ଆମର ନୁହେଁ ସମାଜର ମଧ । ତୋ’ ଦୁଃଖରେ ମୁଁ ସମଦୁଃଖୀ । ତାଙ୍କର ସେହି ପୂର୍ଣ୍ଣଚନ୍ଦ୍ର ପରି ମୁହଁଟି ମୋ’ ଚକ୍ଷୁ ଆଗରେ ଏବେବି ଜୀବନ୍ତ ରୂପରେ ନାଚିଯାଉଛି । ତୋତେ ସାନ୍ବନା ଦେବାକୁ ମୋ’ ମୁହଁରେ ଭାଷା ନାହିଁ । ନିଜର ଆଲୋକରେ ଅନ୍ୟମାନଙ୍କୁ ଆଲୋକିତ କରୁ କରୁ ହଠାତ୍ ଦୀପଟି ଲିଭିଗଲା । ମୃତ୍ୟୁ ଝଞ୍ଜା ବହିଗଲା । ମୁଁ ଭାବୁଚି କାହିଁକି ଭଗବାନ ତାଙ୍କର ଅତିପ୍ରିୟ ଲୋକଟିକୁ ଶୀଘ୍ର । ସଂସାରରୁ ନେଇଯାଆନ୍ତି କେଜାଣି ? ସମାଜର ମୁରବି ହୋଇ ଆଉ କିଛି ବର୍ଷ ରହିଯାଇଥିଲେ ସତେ କେତେ ଉପକାର ହୋଇଥାଆନ୍ତା ! ମଉସାଙ୍କର ସମାଜ ପ୍ରତିଥିଲା ସମର୍ପିତ ହୃଦୟ । ଦୁନିଆରେ ତାଙ୍କୁ ସମସ୍ତେ ଭଲ ମଣିଷ ରୂପେ ଜାଣିଥିଲେ । ମୃତ୍ୟୁ ତାଙ୍କ ପାଖରେ ହାର ମାନିଗଲା । ସେ ତାଙ୍କର ଅକ୍ଷୟ କର୍ମ ଯୋଗୁଁ କାଳକାଳକୁ ଜୀବିତ ହୋଇ ରହିଲେ । ଲୋକେ ତାଙ୍କୁ ଅନେକ ଦିନ ପର୍ଯ୍ୟନ୍ତ ମନେ ରଖିବେ । ମୁଁ ଜାଣିଛି ତୁ ବଡ଼ ପୁଅ, ତେଣୁ ହତାଶ ହେବୁନି । ତୋ’ ଉପରେ ପରିବାରର ବୋଝ ଲଦା ହେଲା । ତୋର ତିନୋଟି ଭାଇ ଓ ଭଉଣୀ ଜଣକ ତୋ’ ଦ୍ଵାରା । ଲାଳିତପାଳିତ ହେବେ । ତୋ’ ପଛରେ ତୋ’ ବୋଉ ତୋତେ ସହାୟ ହେବେ । ଏତେ କମ୍ ବୟସରେ ଏଭଳି ବିପଦ ତୋ’ ମନକୁ ଚହଲେଇ ଦେଇଥିବ । ଏ ନିଦାରୁଣ ଦୁଃଖ ସହିବା ପାଇଁ ପରିବାରଜନଙ୍କୁ ଜଗନ୍ନାଥ ପ୍ରଚୁର ଶକ୍ତି ଦିଅନ୍ତୁ । ମଉସାଙ୍କର ଆମ୍ବା ଆରପୁରରେ ଶାନ୍ତିରେ ରହୁ । ସେ ସଦ୍ଗତି ଲାଭ କରନ୍ତୁ ।
ତୁ ହତୋତ୍ସାହ ନ ହୋଇ ସାନ ଭାଇ ଭଉଣୀମାନଙ୍କୁ ଓ ମାଉସୀଙ୍କୁ ସାକ୍ଟନା ଦେବୁ । ଏପରି ପରିସ୍ଥିତିରେ ଧୈର୍ଯ୍ୟ ଓ ସାହସ ତୋର ନିହାତି ଆବଶ୍ୟକ । ମୁଁ ଆସନ୍ତା ସପ୍ତାହରେ ତୁମ ଘରକୁ ନିଶ୍ଚିତ ଯିବି । ଦୁଇ ତିନିଦିନ ଛୁଟି ନେଇକରି ଯିବି । ଅନ୍ୟାନ୍ୟ ଦେଖା ହେଲେ, ରହିଲି ।
ଇତି
ତୋର ସୁଖଦୁଃଖର ସାଥୀ
ସୁରେନ୍ଦ୍ର
ଠିକଣା ଡାକ ଚିକେଟ୍
ପ୍ରେରକ: ଗ୍ରାହକ :
ଶ୍ରୀ ସୁରେନ୍ଦ୍ରନାଥ ଖଟେଇ ପ୍ରଦୋଷ କୁମାର ପ୍ରଧାନ
ବି.ବି.ହାଇସ୍କୁଲ ଛାତ୍ରାବାସ ଗ୍ରା: ବ୍ରଜରାଜପୁର
ଜି: ଢେଙ୍କାନାଳ ପୋ: ବ୍ରଜରାଜପୁର
ପିନ୍କୋଡ୍ : ଜି: କେନ୍ଦୁଝର
ପିନ୍କୋଡ୍ :
COMMENTS