Letter to Friend Inviting Him to Puri Festival in Odia Language : In this article you will get ସାଙ୍ଗ ନିକଟକୁ ପତ୍ର ପ୍ରସିଦ୍ଧ ମେଳା ଦେଖୁବାକୁ ନିମ...
Letter to Friend Inviting Him to Puri Festival in Odia Language: In this article you will get ସାଙ୍ଗ ନିକଟକୁ ପତ୍ର ପ୍ରସିଦ୍ଧ ମେଳା ଦେଖୁବାକୁ ନିମନ୍ତ୍ରଣ ଜଣାଇ । Sang Nikataku Nimantran Patra in Odia
Letter to Friend Inviting Him to Puri Festival in Odia Language
ପୁରୀ ଜିଲ୍ଲା ସ୍କୁଲ
ତା.........
ପ୍ରିୟ ଦିଲୁ,
ସୁଦୁରରୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଗ୍ରହଣ କରିବୁ । ତୋ’ ବିଦ୍ୟାଳୟରେ ତୋ’ ସାଥରେ ପଢୁଥିବା ତୋର ଅତି ଆପଣାର ବନ୍ଧୁମାନଙ୍କୁ ମୋର ପ୍ରୀତିପୂର୍ଣ୍ଣ ଶୁଭେଚ୍ଛା । ତୋ’ ପାଖକୁ ଏ ଚିଠିଟି ଲେଖିବାର କାରଣ ଆସନ୍ତା ଏପ୍ରିଲ ୨୩ ତାରିଖ ଦିନ ପୁରୀର ଶ୍ରୀଲୋକନାଥଙ୍କ ପାଖରେ ଯେଉଁ ସରନ୍ତି ସୋମବାର ମେଳା ହେବ ତୁ ଦେଖିବାକୁ ଆସିବୁ ବୋଲି ମୁଁ ନିମନ୍ତ୍ରଣ କରୁଛି ।
ଦିଲୁ, ତୋ’ ପାଠପଢ଼ାରେ ମୁଁ ବ୍ୟାଘାତ କରୁନାହିଁ । ଆମର ଏବର୍ଷ ନବମଶ୍ରେଣୀ ହେଲା । ମାତ୍ର ୫ ଦିନ ପାଇଁ ତୋତେ ମୁଁ ଆମ ଘରକୁ ଡାକୁଛି । ଆମ ପୁରୀରେ ଏହି ମେଳା ବୈଶାଖ ମାସ ଶେଷ ସୋମବାର ଦିନ ‘ବାବା ଶ୍ରୀଲୋକନାଥଙ୍କ’ ବେଢ଼ାରେ ଅନୁଷ୍ଠିତ ହୁଏ । ଏହି ମେଳାରେ ଆଖପାଖ ଅଞ୍ଚଳରୁ ଏବଂ ଓଡ଼ିଶାର ବିଭିନ୍ନ ସ୍ଥାନରୁ ହଜାର ହଜାର ଲୋକ ଆସି ଯୋଗ ଦେଇଥାଆନ୍ତି । ଏଠାର ମୁଖ୍ୟ ଆକର୍ଷଣ ଚୁଡ଼ାଘଷା ଓ ପାଚିଲା କଦଳୀର ମହମହ ବାସନା । ପୁଣି ଚିନି ଚୁଡାଘଷା ଓ ଗୁଡ଼ ଚୁଡ଼ାଘଷା ପ୍ରସ୍ତୁତ ହେଉଥାଏ । ପ୍ରବଳ ଭକ୍ତ ସମାଗମ ମଧ୍ୟରେ ଭକ୍ତମାନେ ଲମ୍ବା ଧାଡ଼ିରେ ଠିଆ ହୋଇ ରହି ଶ୍ରୀଲୋକନାଥଙ୍କୁ ଦେଖିବାକୁ ଯାଉଥିବେ । ଆରକ୍ଷୀ ବାହିନୀ, ହୋମଗାର୍ଡ, ସ୍କାଉଟ ଗାଇଡ଼ ସମସ୍ତେ ଶୃଙ୍ଖଳା ରକ୍ଷାରେ ଲାଗିପଡ଼ିଥିବେ। ସବୁଠୁଁ ଆକର୍ଷଣୀୟ ମୁହୁର୍ଭ ହେଲା ଶ୍ରୀ ଲୋକନାଥଙ୍କ ଅତି ସୁନ୍ଦର ଦର୍ଶନ । ତା’ଛଡ଼ା ରୁପାରେ ଶରୀରର ବିଭିନ୍ନ ଅଙ୍ଗ ବା ରୂପ ବିକ୍ରୟ ହେଉଥାଏ । ଯେଉଁ ବ୍ୟକ୍ତିର ଶରୀରର ଯେକୌଣସି ଅଙ୍ଗ ଖରାପ ହୋଇଗଲେ ମଧ୍ୟ ସେ ବାବା ଶ୍ରୀଲୋକନାଥଙ୍କ ପାଖରେ ଆସ୍ଥା ରଖିଲେ ତା’ ଶରୀର ଆରୋଗ୍ୟ ଲାଭ କରେ । ସେ ଏଠାରୁ ଗୋଟିଏ ରୁପା ତିଆରି ରୂପ କିଣି ନେଇ ଫୁଲ, ବେଲପତ୍ର, ନବାତ, କଦଳୀ ସହିତ ନେଇ ଶ୍ରୀ ଲୋକନାଥଙ୍କ ମସ୍ତକରେ ଚଢ଼େଇଥାଏ, ଲାଗିକରେ । ସେ ଦିନର ଲୋକମାନଙ୍କର ଧାର୍ମିକ ଭାବବିହ୍ବଳତା ଅନିର୍ବଚନୀୟ । ତାଛଡ଼ା ଶ୍ରୀଲୋକନାଥଙ୍କ ମନ୍ଦିର ଚାରିପଟେ ଖାଲି ବାଲୁକାମୟ । ଲଙ୍କା ଆମ୍ବ ଗଛ ଗୁଡ଼ିକ ସତେଯେମିତି ଚକା ପକାଇ ବସିଥାଆନ୍ତି । ତା’ ପାଖରେ ଅନେକ ଅସ୍ଥାୟୀ ଦୋକାନ, ସେମାନଙ୍କର ପଣ୍ୟ ପସରା ମେଲେଇ ବସିଥାଆନ୍ତି । ଦେଲେ ଇଚ୍ଛାହୁଏ ସବୁ କିଣି ପକେଇବାପାଇଁ ।
ଦିଲୁ, ତୁ ଅନେକ ମେଳା ଦେଖିଥିବୁ, କିନ୍ତୁ ପୁରୀର ଏହି ମେଳାରେ ଦେଖୁବୁ ଯେ ଶ୍ରୀ ଲୋକନାଥଙ୍କ ଭୋଗ ପାଇଁ ଲୋକେ ଖରା, ଗରମକୁ ନ ମାନି ସେଠାରେ ଦଳ ଦଳ ହୋଇ ଚୁଡ଼ା ଘଷୁଥବେ । ଆସିବୁ ନିଶ୍ଚୟ, ରହିଲି ।
ଇତି
ତୋର ବନ୍ଧୁ
ବାବୁଲି
ଠିକଣା ଡାକ ଚିକେଟ୍
ପ୍ରେରକ: ଗ୍ରାହକ :
ମନୋଜ କୁମାର ପ୍ରଧାନ ଦିଲ୍ଲୀପ କୁମାର ଓଝା
ପୁରୀ ଜିଲ୍ଲା ସ୍କୁଲ ମାଫିତ୍ : ମୋହନକୁମାର ଓଝା
ଘୋଡ଼ା ବଜାର ସା : ବିଦ୍ୟୁତ୍ ବୋର୍ଡ କଲୋନୀ
ଜି: ପୁରୀ ପୋ: ଅରୁଣୋଦୟ ନଗର
ପିନ୍କୋଡ୍ : ଜି: କଟକ
ପିନ୍କୋଡ୍ :
COMMENTS