Letter to Friend Inviting Him to Attend Your Sister Marriage in Odia Language : In this article you will get ତୁମ ଭଉଣୀର ବିବାହ ଉତ୍ସବରେ ଯୋଗଦେବ...
Letter to Friend Inviting Him to Attend Your Sister Marriage in Odia Language: In this article you will get ତୁମ ଭଉଣୀର ବିବାହ ଉତ୍ସବରେ ଯୋଗଦେବାପାଇଁ ଅନୁରୋଧ ଜଣାଇ ସାଙ୍ଗ ନିକଟକୁ ପତ୍ର ଲେଖ । Sanga Nikataku Patra in Odia
Letter to Friend Inviting Him to Attend Your Sister Marriage in Odia Language
ତୁମ ଭଉଣୀର ବିବାହ ଉତ୍ସବରେ ଯୋଗଦେବାପାଇଁ ଅନୁରୋଧ ଜଣାଇ ସାଙ୍ଗ ନିକଟକୁ ପତ୍ର ଲେଖ ।
ଅଟଳବିହାରୀ ଉଚ୍ଚ ବିଦ୍ୟାଳୟ
ବାସୁଦେବପୁର
ତା.........
ପ୍ରିୟ ସତ୍
ମୋର ପ୍ରୀତିପୂର୍ଣ୍ଣ ଶୁଭେଚ୍ଛା ନେବୁ । ତୋ’ ଛାତ୍ରାବାସ ସାଙ୍ଗମାନଙ୍କୁ ମୋର ଅନେକ ଅନେକ ଶୁଭେଚ୍ଛା । ଶ୍ରୀଜଗନ୍ନାଥଙ୍କ ଅପାର କରୁଣାରୁ ମୁଁ ଏଠାରେ କୁଶଳରେ ଅଛି । ମୋର ଆଶା ତୁ ନିଶ୍ଚୟ ସୁସ୍ଥ ଶରୀରରେ ଥିବୁ । ଗତକାଲି ତୋ’ ସ୍ନେହବୋଳା ଚିଠିଟି ମୋର ହସ୍ତଗତ ହୋଇଛି । ତୋ’ ବିଜ୍ଞାନ ପ୍ରକଳ୍ପଟି ତୁମ ସର୍କଲରେ ପ୍ରଥମ ହୋଇଥିବାରୁ ମୁଁ ବହୁତ ଆନନ୍ଦିତ ।
ସନତ୍, ତୁ ଜାଣି ଖୁସିହେବୁ ଯେ, ମୋ’ ବଡ଼ଭଉଣୀର ବିଭାଘର ଆସନ୍ତା ନଭେମ୍ବର ମାସ ୧୫ ତାରିଖରେ ହେବାକୁ ଯାଉଛି । ମୋ’ ଭଉଣୀ କୋଲକାତାରେ ଗୋଟେ କମ୍ପାନୀରେ ଇଞ୍ଜିନିୟର ଅଛି । ମୋ ଭାବୀ ଭିଣୋଇ ମଧ୍ୟ ସେଇ କୋଲକାତାରେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ସହ– ପରିଚାଳକ ଅଛନ୍ତି । ସେ ଜଣେ ସୌମ୍ୟ ଯୁବକ । ଉଚ୍ଚତା ମଧ୍ୟ ଆକର୍ଷଣୀୟ । ତାଙ୍କ ବାପାମାଆଙ୍କ ସହିତ ସେ ବର୍ତ୍ତମାନ କୋଲକାତାରେ ରହୁଛନ୍ତି । ବାପାମାଆଙ୍କର ଏକୋଇର ବଳା ବିଶିକେଶନ । ମୋ’ ଭଉଣୀର ବହୁତ ଭଲ ଭାଗ୍ୟ । ମୋ’ ଭିଣୋଇଙ୍କ ଭଳି ଜଣେ ଶିକ୍ଷିତ, ବ୍ୟାଙ୍କ ଚାକିରିଆ ଓ ଉତ୍ତମ ଚରିତ୍ରର ଜ୍ବାଇଁଟିଏ ପାଇ ମୋ’ ବାପାମାଆ ମଧ୍ୟ ଅତ୍ୟନ୍ତ ଉଲ୍ଲସିତ । ସବୁ ଶ୍ରୀଜଗନ୍ନାଥଙ୍କ କରୁଣାରେ ସନତ୍ ! ପୁଣି ଆହୁରି ଆନନ୍ଦର ବିଷୟ ଯେ ଟଙ୍କାଟିଏ ମଧ୍ୟ ଯୌତୁକ ନେବାକୁ ସେମାନେ ମନା କରିଛନ୍ତି । ଜାତକ ମଧ୍ୟ ରାଜଯୋଟକ ପଡ଼ିଛି । ବୈଦିକ ରୀତିରେ ଶୁଭଦିନ ଓ ଶୁଭବେଳାରେ ବିବାହ ଉତ୍ସବ ହେବ । ଜାଣିଛୁ, ମୋ’ ବାପାଙ୍କ ଗୋଡ଼ ପାଞ୍ଚହାତରେ ପଡୁଛି । ଏମିତି ଭଲବେଳା ଆସିଛି ଯେ, ନାନୀର ଚାକିରି ଓ ବାହାଘର ଗୋଟିଏ ବର୍ଷରେ ହେବା ପରମେଶ୍ଵରଙ୍କ କୃପା ଛଡ଼ା ଆଉ କ’ଣ ହୋଇପାରେ ? ସନତ୍, ମୋର ତୁ ହେଉଛୁ ଅନ୍ତରଙ୍ଗ ବନ୍ଧୁ । ମୋ’ ଭଉଣୀ ବାହାଘରର ତିନିଦିନ ପୂର୍ବରୁ ତୁ ଆସି ଆମ ଘରେ ଉପସ୍ଥିତ ହେବୁ । ତୋ’ ପରିବାରକୁ ମୋ’ ବାପା ଯାଇ ସାଦର ନିମନ୍ତ୍ରଣ କରିବେ । ତୁ ଆଗୁଆ ଆସିଲେ, ଅନେକ କାମ ଆମେ କରିବା । ଘରଲୋକଙ୍କ ସାଥିରେ ଜିନିଷପତ୍ର କିଣାକିଣିରେ ଆମେ ଉଭୟେ ସହଯୋଗ କରିବା । ମୁଁ ଆସନ୍ତା ୧୦ ତାରିଖ ଦିନ ଛୁଟି ନେଇ ଯାଉଛି । ବେଦୀ ସଜା,ଘରସଜା ସବୁ ଆମେ କରିବା । ମୁଁ ମୋର ଅନ୍ୟ ସାଙ୍ଗମାନଙ୍କୁ ନିମନ୍ତ୍ରଣ କରୁଛି । ସମସ୍ତେ ଏକତ୍ର ହୋଇ ମୋ’ ଭଉଣୀ ବିଭାଘର ଉତ୍ସବକୁ ଉଠାଇଦେବା । ଆମ ନୁଆ ଘର ଭଦ୍ରକ ବସ୍ଷ୍ଟାଣ୍ଡ ପାଖାପାଖି । ତୁ। ସେଠାରେ ପହଞ୍ଚିଲେ ମୁଁ ତୋତେ ଯାଇ ନେଇଆସିବି । ପହଞ୍ଚିବା ପୂର୍ବରୁ ମୋତେ ଫୋନ୍ କରିଦେବୁ । ମୁଁ ତା’ ପୂର୍ବରୁ ଛାତ୍ରାବାସରୁ ଛୁଟିନେଇ ଘରକୁ ଯାଇସାରିଥିବି ।
ସନତ୍, ମୋ’ ଭଉଣୀ ବିବାହୋତ୍ସବରେ ତୋର ଉପସ୍ଥିତି ମୋର ଏକାନ୍ତ କାମ୍ୟ । ତୋତେ ଦେଖିବା ପାଇଁ ଆଜିଠାରୁ ମୋ’ ମନ ନାଚିଉଠିଲାଣି । ଆସିବୁ ନିଶ୍ଚୟ, ରହିଲି ।
ଇତି
ତୋର ସାଙ୍ଗ
ଚନ୍ଦନ
ଠିକଣା ଡାକ ଚିକେଟ୍
ପ୍ରେରକ: ଗ୍ରାହକ :
ଚନ୍ଦନକୁମାର ମହାପାତ୍ର ସନତ୍ କୁମାର ଭୂୟାଁ
ଅଟଳବିହାରୀ ହାଇସ୍କୁଲ ବାଟମଙ୍ଗଳା ଉଚ୍ଚ ବିଦ୍ୟାଳୟ
ବାସୁଦେବପୁର ପୋ: ବାଟମଙ୍ଗଳା
ପୋ: ବାସୁଦେବପୁର ଜି: ପୁରୀ
ଜି: ଭଦ୍ରକ ପିନ୍କୋଡ୍ :
ପିନ୍କୋଡ୍ :
COMMENTS