Letter to Chief Medical / Health Officer in Odia Language: In this article you will get ସ୍ବାସ୍ଥ୍ୟ ବିଭାଗର ଅଧୁକାରୀଙ୍କ ପାଖକୁ ଦରଖାସ୍ତ ଲେଖ । Swasthya Adhikari Nikataku Patra in Odia.
Letter to Chief Medical Officer in Odia Language
ତୁମ ଅଞ୍ଚଳରେ ବ୍ୟାପିଥିବା ସଂକ୍ରାମକ ରୋଗର ଦୃତ ପ୍ରତିଷେଧମୂଳକ ବ୍ୟବସ୍ଥା ଓ ସୁରକ୍ଷା ପାଇଁ ସ୍ବାସ୍ଥ୍ୟ ବିଭାଗର ଅଧୁକାରୀଙ୍କ ପାଖକୁ ଦରଖାସ୍ତ ଲେଖ ।
ମାନନୀୟ ଶ୍ରୀଯୁକ୍ତ ଗଜପତି ଜିଲ୍ଲାର ମୁଖ୍ୟ ଚିକିତ୍ସା ଅଧୁକାରୀ ମହୋଦୟେଷୁ
ବିଷୟ : ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଦୃତ ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ ପାଇଁ
ମହାଶୟ,
ନମ୍ରତାର ସହ ଆମେ ନିମ୍ନ ସ୍ଵାକ୍ଷରକାରୀ ପାରଳାଖେମୁଣ୍ଡିର ଅଧିବାସୀଗଣ । ନିମ୍ନଲିଖିତ ଅସୁବିଧା ପ୍ରତି ଆପଣଙ୍କ ସଦୟ ଦୃଷ୍ଟି ଆକର୍ଷଣ କରୁଅଛୁ । ଆଜକୁ ଆଠଦିନ ହେଲା ଆମ ଗ୍ରାମରେ ହଇଜା ରୋଗର ପ୍ରାଦୁର୍ଭାବ ଦେଖାଦେଇଛି । ଏହି ସଂକ୍ରାମକ ରୋଗରେ ପ୍ରାୟ ପଚାଶଟି ପରିବାରର ଲୋକେ ଆକ୍ରାନ୍ତ ହେଲେଣି । ଚିକିତ୍ସା ପାଇଁ ନିକଟରେ କୌଣସି ସ୍ବାସ୍ଥ୍ୟକେନ୍ଦ୍ର ନାହିଁ । ଚାରିଜଣଙ୍କର ମୃତ୍ୟୁ ଘଟିଛି । ଛଅ ଜଣଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଛି । ଆମ ଗ୍ରାମର ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନୁହେଁ । ଗ୍ରାମର କେତେକ ଲୋକ ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ରୋଗ ପ୍ରତି ସଚେତନ ହେଉନାହାନ୍ତି । ଗ୍ରାମ ପୁଷ୍କରଣୀ ଓ କୂପର ଜଳ ଦୂଷିତ ହେବାରେ ଲାଗିଛି । ଯାହାଦ୍ୱାରା ହଇଜା ରୋଗ ଦ୍ରୁତ ଗତିରେ ବ୍ୟାପିବାକୁ ଲାଗୁଛି ।
ଏଣୁ ବିନୀତ ଅନୁରୋଧ କରୁ କି ଆପଣ ଡାକ୍ତରୀ ଦଳ ନିଯୁକ୍ତ କରାଇ ଗ୍ରାମବାସୀମାନଙ୍କର ସ୍ଵାସ୍ଥ୍ୟ ପରୀକ୍ଷା ଓ ସ୍ବାସ୍ଥ୍ୟ ସୁରକ୍ଷା କଲେ ଆମ୍ଭେମାନେ ସୁରକ୍ଷିତ ଓ ଉପକୃତ ହେବୁ । ଆପଣଙ୍କର ଦାୟିତ୍ଵ ଓ କର୍ତ୍ତବ୍ୟ ସୂଚକ ପଦକ୍ଷେପ ଯଥାଶୀଘ୍ର ଆଶା କରୁଅଛୁ । ଇତି ।
ପାରଳାଖେମୁଣ୍ଡି ଆପଣଙ୍କର ବିଶ୍ୱସ୍ତ
ତା..... ଗ୍ରାମବାସୀଗଣଙ୍କ ସ୍ବାକ୍ଷର
ନିରାକର ହୋତା
ଅଶୋକ ପତି ।
ସମ୍ବିତ ପରିଡ଼ା ପ୍ରଭୃତି
0 comments: