Application to Mayor to Organize Health Camp Language: In this article you will get ଅଂଶୁଘାତରୁ ସାବଧାନ ହେବା ପାଇଁ ଜନସାଧାରଣଙ୍କୁ ସଚେତନ କରିବା ନିମନ୍ତେ ଏକ ସ୍ଵାସ୍ଥ୍ୟ ଶିବିର ଆୟୋଜନର ଅନୁମତି ପାଇଁ ନଗରପାଳକୁ ଦରଖାସ୍ତ ଲେଖ । Nagar Palika Nikataku Patra in Odia.
Application to Mayor to Organize Health Camp in Odia Language
ଅଂଶୁଘାତରୁ ସାବଧାନ ହେବା ପାଇଁ ଜନସାଧାରଣଙ୍କୁ ସଚେତନ କରିବା ନିମନ୍ତେ ଏକ ସ୍ଵାସ୍ଥ୍ୟ ଶିବିର ଆୟୋଜନର ଅନୁମତି ପାଇଁ ନଗରପାଳକୁ ଦରଖାସ୍ତ ଲେଖ ।
ମାନନୀୟ ଶ୍ରୀଯୁକ୍ତ ନଗରପାଳ, ଦେବଗଡ଼ ମୁନିସିପାଲଟି
ମହୋଦୟ........................ସମୀପେଷୁ
(ପ୍ରଧାନ ଶିକ୍ଷକ ଅଧ୍ୟକ୍ଷଙ୍କ ଜରିଆରେ)
ବିଷୟ : ଅଂଶୁଘାତ ସଚେତନତା ଶିବିର ନିମନ୍ତେ ଅନୁମତି
ମହାଶୟ,
ଅତ୍ୟନ୍ତ ଅନୁନୟ ଓ ଯଥୋଚିତ ସମ୍ମାନର ସହ ଆମ୍ଭେ ଦଶମ ଏବଂ ଦ୍ଵାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଆଖୁ ଆଗରେ ରଖି ଜନସାଧାରଣଙ୍କୁ ସଚେତନ କରିବା ନିମନ୍ତେ ଏକ ସ୍ବାସ୍ଥ୍ୟ ଶିବିର ଆୟୋଜନ କରିବାକୁ ଇଚ୍ଛା ପ୍ରକାଶ କରୁଅଛୁ । ଦିନକୁ ଦିନ ବଢୁଥିବା ମାତ୍ରାଧୁକ ଅସହ୍ୟ ପ୍ରାଣଘାତକ ତାପମାତ୍ରା ଦ୍ବାରା ବହୁ ଲୋକ ପ୍ରାଣ ହରାଇସାରିଲେଣି । ସମସ୍ତବର୍ଗର ଜନସାଧାରଣ ଏଥର ଶିକାର ହୋଇଛନ୍ତି । ଏହାକୁ ଅଧୁକ ନ ବଢ଼ାଇବା ପାଇଁ ଜନସଚେତନତା ଅତି ଆବଶ୍ୟକ । ତେଣୁ ଆମ ବିଦ୍ୟାଳୟା ମହାବିଦ୍ୟାଳୟ ତରଫରୁ ଏହି ଅତ୍ୟାବଶ୍ୟକ ଅଂଶୁଘାତଜନିତ ସଚେତନ ଶିବିର ଆୟୋଜନ କରାଗଲେ ବହୁ ଅମୂଲ୍ୟ ଜୀବନ ରକ୍ଷା କରିବାରେ ସମର୍ଥ ହୋଇପାରିବା ।
ଏଥିପାଇଁ ଆପଣ ସଦୟ ଅନୁମତି ଦେଲେ ଆସ୍ତେ ଏହାକୁ ଅତି ଉତ୍ତମଭାବରେ ସଂଯୋଜିତ କରି ଜନସାଧାରଣଙ୍କୁ ସୂର୍ଯ୍ୟତାପରୁ ରକ୍ଷା କରାଇବାରେ ଏକ ବଳିଷ୍ଠ ଭୁମିକା ନିର୍ବାହ କରିପାରିବୁ । ଆଶା, ଆପଣ ଏହି ସମସ୍ୟାକୁ ଗମ୍ଭୀରତାର ସହ ନେଇ ଆମ୍ଭଙ୍କୁ ଅନୁମତି ପ୍ରଦାନ କରିବେ । ଇତି ।
ତା........ ଆପଣଙ୍କର ଅଜ୍ଞାଧୀନ ଛାତ୍ରଛାତ୍ରୀ
ଦଶମ ଓ ଦ୍ଵାଦଶ ଶ୍ରେଣୀର ପ୍ରମୁଖ ଛାତ୍ରପ୍ରତିନିଧ୍ୟ
ଦେବଗଡ଼ ଉଚ୍ଚ ବିଦ୍ୟାଳୟ, ମହାବିଦ୍ୟାଳୟ
0 comments: