Letter to Younger sister to Take Care of Her Health in Odia Language : In this article you will get ନିଜ ସ୍ୱାସ୍ଥ୍ୟର ଯନ୍ତି ନେବା ସମ୍ବନ୍ଧରେ ପରା...
Letter to Younger sister to Take Care of Her Health in Odia Language: In this article you will get ନିଜ ସ୍ୱାସ୍ଥ୍ୟର ଯନ୍ତି ନେବା ସମ୍ବନ୍ଧରେ ପରାମର୍ଶ ଦେଇ ସାନଭଉଣୀ ପାଖକୁ ପତ୍ର ଲେଖ । Sana Bhauni Nikataku Patra in Odia
Letter to Younger sister to Take Care of Her Health in Odia Language
ନିଜ ସ୍ୱାସ୍ଥ୍ୟର ଯନ୍ତି ନେବା ସମ୍ବନ୍ଧରେ ପରାମର୍ଶ ଦେଇ ଦୂରରେ ଥିବା ସାନଭଉଣୀ ପାଖକୁ ପତ୍ର ଲେଖ ।
ନୟାଗଡ଼
ତା..........
ସ୍ନେହର ନୀହାରିକା,
ମୋର ଶୁଭେଚ୍ଛା ନେବୁ । ଆମେ ଏଠାରେ ବାପା ବୋଉଙ୍କ ସହିତ ଭଲରେ ଅଛୁ । ପ୍ରଭୁଙ୍କ କୃପାରୁ ତୁ ସେଠାରେ ସୁସ୍ତରେ ଥିବୁ । ଶୀତ ଏବେ ଧରାପୃଷ୍ଠରେ ପାଦଦେଇଛି । ଆମର ଏଠାରେ ହଠାତ୍ ଶୀତ ପଡ଼ିଲାଣି । ତୋ’ କଥା ମନେ ପଡ଼ିଗଲା । ଦେଖୁ ନୀହାରିକା ! ତୁ ଆମଠାରୁ ଦୂରରେ ରହିଛୁ । ପୁଣି ଛାତ୍ରୀଆବାସରେ ରହୁଛୁ । ତୁ ଭଲ ପାଠ ପଢୁଛୁ ସତ କିନ୍ତୁ ଶୀତ ଦିନ ଆସିଲେ ତୋର ଗାଧୁଆ, ପାଧୁଆ ଓ ନିଜ ଶରୀର ପ୍ରତି ଯନ୍ ରହେନାହିଁ । ତୁ ଏଠାରେ ଥିଲାବେଳେ ତା’ ଦେହରେ ଚର୍ମ ରୋଗ ହୁଏ, ଔଷଧ ଖାଉ । ତୁ ଭଲ ଭାବରେ ଗାଧୋଇବୁ, ଗ୍ଲିସେରିନ୍ ସାବୁନ୍ ଦେହରେ ଲଗେଇବୁ । ତେଣୁ ଦେହ ଚିକ୍କଣ ଦେଖାଯିବ । ସକାଳୁ ଶୀଘ୍ର ଉଠି ଛାତ ଉପରକୁ ଯାଇ ବ୍ୟାୟାମ କରିବୁ । ନବମ ଶ୍ରେଣୀରେ ପଢ଼ିଲୁଣି । ଆଉ ତ ଛୋଟ ପିଲା ହୋଇ ନାହିଁ ! ତା ଛଡ଼ା ତୁ ଯେତିକି ବ୍ୟାୟାମ କରିବୁ ତୋ’ ଶରୀରରେ ସେତିକି ଭଲ ଭାବରେ ରକ୍ତ ସଂଚାଳନ ହେବ । ତୋ’ ପାଠ ମନେରହିବ । ଶୀତଋତୁରେ ଶରୀରରୁ ଜଳୀୟ ଅଂଶ କମିଯାଏ । ତେଣୁ ଅନ୍ତତଃ ତିନି ଚାରି ଲିଟର ପାଣି ଗୋଟେ ଦିନରେ ପିଇବୁ । ମୁଁ ଠିକ୍ ଜାଣିଛି, ତୁ ପାଣି କମ୍ ପିଉ ବୋଲି ସବୁବେଳେ ବୋଉ ତୋ’ ପଛରେ ଗୋଡ଼େଇଥାଏ । ଓଠ ଫାଟିବ, ଗୋଟେ ଭେସଲିନ୍ ଆଣି ଘରେ ରଖିବୁ । ଅଳସେଇ ହୋଇ ଶେଯରେ ପଡ଼ିରହିବୁ ନାହିଁ । ତୋ’ ଶରୀର ଉନ୍ନତି ତୋ’ ହାତରେ । ଆମେ ସବୁ ତୋ’ ଠାରୁ ଦୂରରେ ରହିଲୁ । କେବଳ ତୋତେ ଉପଦେଶ ଦେବୁ ସିନା ! ତୁ ଆମ ଉପଦେଶ ଶୁଣିବୁ ବୋଲି ଆଶା ରଖିବୁ କାରଣ ଆମେ ତୋର ଶୁଭ ଚିନ୍ତକ । ତୋ'ଠାରୁ ବସୟରେ ବଡ଼ । ମନେ ରଖିଥିବୁ ‘ଶରୀରମାଦ୍ୟ ଖଳୁ ଧର୍ମସାଧନମ୍' । ଦେଖ ତୁ ଶ୍ରେଣୀରେ ପ୍ରଥମ ହେଉଛୁ, ଏହା ବହୁତ ଖୁସି ଖବର କିନ୍ତୁ ତୋ ଶରୀରଟି ଦୁର୍ବଳ ହେଲେ ଆଉ ଫେରିପାଇବା କଷ୍ଟକର । ତୋ’ ପାଖକୁ ବାଦାମଭଜା, ମଟରଭଜା, ମୁଢ଼ି ଓ ଛତୁଆ ବାପାଙ୍କ ହାତରେ ଅତିଶୀଘ୍ର ପଠାଇ ଦେବି । ରହିଲି ।
ଇତି
ତୋର ଶୁଭାକାଂକ୍ଷୀ
ବଡ଼ନାନୀ
ଠିକଣା ଡାକ ଚିକେଟ୍
ପ୍ରେରକ: ପ୍ରାପକ :
ରାଜେଶ୍ଵରୀ ମିଶ୍ର ନୀହାରିକା ମିଶ୍ର
ଗ୍ରାପୋ: ଜଗନ୍ନାଥପୁର ୯ମ ଶ୍ରେଣୀ
ଜି. ନୟାଗଡ଼ ଚୌଧୁରୀ ରାଧାନାଥ ବିଦ୍ୟାପୀଠ
ପିକୋଡ୍ : ପୋ: ଭେଡ଼ା
ଜି: କଟକ ।
ପିକୋଡ୍ :
COMMENTS