Thursday, 25 March 2021

Application for BPL Ration Card in Odia Language

Application for BPL Ration Card in Odia Language: In this article you will get ବିପିଏଲ କାର୍ଡ ଯୋଗାଇ ଦେବାପାଇଁ ନଗରପାଳିକା ଅଧକାରୀଙ୍କ ପାଖକୁ ଦରଖାସ୍ତ ଲେଖ । BPL Card Debapain Nagar Palika Nikataku Patra in Odia.

Application for BPL Ration Card in Odia Language

ତୁମର ବିପିଏଲ୍ କାର୍ଡ ନଥିବାରୁ ତୁମକୁ ଏକ ବିପିଏଲ କାର୍ଡ ଯୋଗାଇ । ଦେବାପାଇଁ ନଗରପାଳିକା ଅଧକାରୀଙ୍କ ପାଖକୁ ଦରଖାସ୍ତ ଲେଖ । 

ମାନନୀୟ ଶ୍ରୀଯୁକ୍ତ ନିର୍ବାହୀ ମୁଖ୍ୟ, ଭୁବନେଶ୍ବର ନଗରପାଳିକା

ମହୋଦୟ....................................ସମୀପେଷୁ

(ସ୍ଥାନୀୟ ଜନପ୍ରତିନିଧଙ୍କ ଜରିଆରେ ) 

ବିଷୟ : ଏକ ବିପିଏଲ କାର୍ଡ ଯୋଗାଇ ଦେବାପାଇଁ ଅନୁରୋଧ ।

ମହାଶୟ,

ଗଭୀର ସମ୍ମାନର ସହ ନିବେଦନ କରେକି, ମୁଁ ଶ୍ରୀ ସନାତନ ଜେନା, ପିତା: ଦଇତାରି ଜେନା, ଗ୍ରା: ବଡ଼ଗଡ଼ର ଅଧ୍ୱବାସୀ । ମୋର ଆର୍ଥିକ ଉପାର୍ଜନ ଆନୁମାନିକ ଭାବରେ ବାର୍ଷିକ କୋଡ଼ିଏ ହଜାର ଟଙ୍କା ମଧ୍ୟରେ ସୀମିତ । ଦିନମଜୁରିଆ ଭାବେ କାର୍ଯ୍ୟ କରି ମୁଁ ମୋର ପରିବାର ଚଳାଉଥାଏ । ମୋ ଘର ଚାଳ ଛାଉଣି । ମୋ ଘରର ସଭ୍ୟ ସଂଖ୍ୟା ୭ଜଣ । ଘରେ ବୃଦ୍ଧ ବାପା ଓ ବୃଦ୍ଧା ମାଆ । ମୁଁ କେବଳ ଜଣେ ମାତ୍ର ରୋଜଗାରକ୍ଷମ ବ୍ୟକ୍ତି । ଅର୍ଥାଭାବ ଯୋଗୁଁ ମୋ ସନ୍ତାନ ତିନୋଟିଙ୍କୁ ବିଦ୍ୟାଳୟରେ ପାଠପଢ଼େଇ ପାରୁ ନାହିଁ । ତେଣୁ ସଦାସର୍ବଦା କରଜରେ ବୁଡ଼ିରହିଛି । ମୋ ନାମରେ ବାପାଙ୍କ ଅମଳରୁ ଦୁଇ ଡିସିମିଲ ସ୍ଥିତିବାନ ଜାଗା କେବଳ ରହିଛି । ଘର ପଛପଟକୁ ଲାଗି ବାଡ଼ିଟିଏ, ଯେଉଁଥିରେ ପନିପରିବା, ଫସଲ କରି ଚଳୁଥାଉ । ଯାତାୟାତ ପାଇଁ ମୋ ପାଖରେ ସାଇକେଲଟିଏ ମଧ୍ୟ ନାହିଁ । ସ୍ତ୍ରୀ ପରିବା ନେଇ ହାଟରେ ବିକ୍ରୟ କରେ । ଫସଲରୁ ଉପାର୍ଜିତ ଅର୍ଥରେ କେବଳ ଘର ଖର୍ଚ୍ଚଟି ଭରଣା ହେଉଛି । ପ୍ରତିମାସରେ ପରିବାରରେ ୫୦ କି.ଗ୍ରା ଚାଉଳ, ୩ କି.ଗ୍ରାମ ଚିନି, ୧୫ କିଲୋଗ୍ରାମ ଗହମ ଦରକାର ହେଉଛି । ମୁଁ ମୋର ବାର୍ଷିକ ରୋଜଗାର ପ୍ରମାଣପତ୍ର ଜାତିପ୍ରମାଣପତ୍ର, ଘଟପଟ୍ଟା ନକଲ, ଭୋଟର ପରିଚୟପତ୍ରର ନକଲ ମଧ୍ୟ ଦରଖାସ୍ତ ସାଥରେ ପଠାଉଛି ।

ଏଣୁ ବିନୀତ ଅନୁରୋଧ କରେକି, ଆପଣ ଦୟାକରି ମୋର ଆର୍ଥିକ ଅବସ୍ଥାର ସତ୍ୟାସତ୍ୟ ପରୀକ୍ଷା ପୂର୍ବକ ମୋତେ ଗୋଟିଏ ବିପିଏଲ କାର୍ଡ ଯୋଗାଇ ଦେଲେ ମୁଁ ବିଶେଷ ଉପକୃତ ହେବି ।। ଇତି ।

                                                       ଆପଣଙ୍କର ବିଶ୍ୱସ୍ତ ।

ତା...........                                        ସନାତନ ଜେନା

ସ୍ଥାନ:                                               ପି.ଦଇତାରି ଜେନା

                                                      ବଡ଼ଗଡ଼, ଭୁବନେଶ୍ୱର- ୧୮ 

                                                      ଜି: ଖୋର୍ଦ୍ଧା


                                       ଠିକଣା             ଡାକଟିକେଟ୍ 

ପ୍ରେରକ                             ପ୍ରାପ୍ରେଷୁ 

ସନାତନ ଜେନା                    ମୁଖ୍ୟ ନିର୍ବାହୀ 

ମଝିସାହି                             ଭୁବନେଶ୍ବର ନରଗପାଳିକା କାର୍ଯ୍ୟାଳୟ 

ବଡ଼ଗଡ଼,ଭୁବନେଶ୍ବର               ଜିଲ୍ଲା : ଖୋର୍ଦ୍ଧା

                                        ପିନ୍ କୋଡ୍ : ୭୫୧୦୧୪ 


SHARE THIS

Author:

I am writing to express my concern over the Hindi Language. I have iven my views and thoughts about Hindi Language. Hindivyakran.com contains a large number of hindi litracy articles.

0 comments: