Application for Old Age Pension in Odia Language: In this article you will get ବାର୍ବeଙ୍କା ଭତ୍ତା ମିଳିବା ପାଇଁ କର୍ତ୍ତୃପକ୍ଷଙ୍କୁ ଆବେଦନ ପତ୍ରଟିଏ ଲେଖ । Briddha Pension Application in Odia.
Application for Old Age Pension in Odia Language
ବାର୍ବeଙ୍କା ଭତ୍ତା ମିଳିବା ପାଇଁ କର୍ତ୍ତୃପକ୍ଷଙ୍କୁ ଆବେଦନ ପତ୍ରଟିଏ ଲେଖ ।
ମାନନୀୟ, ଶ୍ରୀଯୁକ୍ତ ଗୋଷ୍ଠୀ ଉନ୍ନୟନ ଅଧୁକାରୀ, ଜିଲ୍ଲା, ବୌଦ ।
ମହୋଦୟ.............................ସମୀପେଷୁ
(ସ୍ଥାନୀୟ ଜନପ୍ରତିନିଧଙ୍କ ଜରିଆରେ)
ବିଷୟ : ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ ପାଇଁ ଆବେଦନ
ମହାଶୟ,
ମୁଁ କଣ୍ଡୁରୀ ନାୟକ, ପି.ସ୍ଵର୍ଗତ ମାଗୁଣି ନାୟକ, ସାପୋ: ବୌଦ ଜିଲ୍ଲା ମୟୁରଭଞ୍ଜ ଆପଣଙ୍କଠାରେ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ ପାଇଁ ଆବେଦନ ଜଣାଉଛି । । ମୋର ବୟସ ୭୦ ବର୍ଷ । ମୁଁ ଜଣେ ମୂଲିଆ ଶ୍ରେଣୀର ବ୍ୟକ୍ତି । ମୋର ଜମିବାଡ଼ି କିଛି ନାହିଁ । ମୋର ପୁଅ ନାହିଁ । ଝିଅଟିକୁ ବାହା କରେଇ ଦେଇଛି । ମୋର ସ୍ତ୍ରୀ କେବେଠାରୁ ସଂସାର ତ୍ୟାଗ କରି ସାରିଲାଣି । ଏବେ ବୟସାଧୁକ କାରଣରୁ ମୁଁ ମୂଲକୁ ଯାଇପାରୁନାହିଁ । ମୋର ଶ୍ୱାସ ବେମାରି ମଧ୍ୟ ଅଛି । ମୋ ବିଷୟ ବୁଝିବା ପାଇଁ ପାଖରେ କେହି ନାହାନ୍ତି । ଅସହାୟ ଜୀବନ ବିତାଉଛି ।
ଏହି ପରିସ୍ଥିତିରେ ମୁଁ ସରକାରଙ୍କ ପ୍ରଦତ୍ତ ବାର୍ଦ୍ଧକ୍ୟ ଭତ୍ତା ପାଇବା ପାଇଁ ହକ୍ଦାର । କିନ୍ତୁ ପୂର୍ବରୁ ମୁଁ କରିଥିବା ଆବେଦନକୁ ବିଚାରକୁ ଏଯାଏଁ ନିଆଯାଇନାହିଁ । ପର ଉପରେ ନିର୍ଭର କରି ବଞ୍ଚିବାକୁ ପଡୁଛି । ତାହା ବି ବେଳେ ବେଳେ ମିଳୁନାହିଁ । ମୁଁ ଆଉ କେତେଦିନ ଉପବାସରେ ରହିବି ।
ତେଣୁ ଆପଣଙ୍କୁ ବିନୀତ ନିବେଦନ କରେ କି ମୋର ନିରାଶ୍ରୟ ଅବସ୍ଥାକୁ ହୃଦୟଙ୍ଗମ କରି ମୋତେ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରିବାରେ ଯଥାଶୀଘ୍ର ଉଦ୍ୟମ କରାଇଲେ ମୁଁ ଆପଣଙ୍କ ନିକଟରେ ମୃତ୍ୟୁ ପର୍ଯ୍ୟନ୍ତ ଋଣୀ ରହିଯିବି ।
ଇତି
ଆପଣଙ୍କର ବିଶ୍ୱସ୍ତ
କଣ୍ଡୁରୀ ନାୟକ
ଠିକଣା ଡାକଟିକେଟ୍
କଣ୍ଡୁରୀ ନାୟକ, ଶ୍ରୀଯୁକ୍ତ ଗୋଷ୍ଠୀ ଉନ୍ନୟନ ଅଧୁକାରୀ,
ବୌଦ ପୋ:ଜି: ବୌଦ
0 comments: