Application to Tahsildar for Income Certificate in Odia Language: In this article you will get ବାର୍ଷିକ ଆୟ ପ୍ରମାଣପତ୍ର ପାଇବା ନିମନ୍ତେ ସ୍ଥାନୀୟ ତହସିଲଦାରଙ୍କୁ ପାଖକୁ ଦରଖାସ୍ତ ଲେଖ । Aay Praman Patra in Odia.
Application to Tahsildar for Income Certificate in Odia Language ବାର୍ଷିକ ଆୟ ପ୍ରମାଣପତ୍ର ନିମନ୍ତେ ତହସିଲଦାରଙ୍କୁ ପାଖକୁ ଦରଖାସ୍ତ ପତ୍ର
ମାନନୀୟ ଶ୍ରୀଯୁକ୍ତ ତହସିଲଦାର, ମାଲକାନଗିରି
ମହୋଦୟ.........................ସମୀପେଷୁ
(ରାଜସ୍ୱ ନିରୀକ୍ଷକଙ୍କ ଜରିଆରେ)
ବିଷୟ : ଏକ ବାର୍ଷିକ ଆୟ ପ୍ରମାଣପତ୍ର ପାଇଁ ଅନୁରୋଧ ।
ମହାଶୟ,
ଗଭୀର ସମ୍ମାନ ଓ ନମ୍ରତାର ସହ ଜଣାଉଅଛି କି, ମୁଁ ଶ୍ରୀ ଭୀଷ୍ଟଦେବ ମହନ୍ତ, ପିତା ରାମଚନ୍ଦ୍ର ମହନ୍ତ ସା: ଭାଲଡୁଙ୍ଗୁରୀ ଜଣେ ବେସରକାରୀ ଚାକିରିଆ ଭାବେ ଗୋଟିଏ ଡାଲିଚାଉଳ ଦୋକାନରେ ହିସାବପତ୍ର କାମ କରିଥାଏ । ମାସକୁ ୫ ହଜାର ଟଙ୍କା ଦରମା ପାଇ ପରିବାର ଭରଣପୋଷଣ କରିଥାଏ । ମୋ ଝିଅ ସତ୍ୟବତୀ +୨ ବିଜ୍ଞାନ ପଢୁଅଛି । ସେ ଦଶମ ଶ୍ରେଣୀ ବୋର୍ଡ ସାର୍ଟିଫିକେଟ୍ ପରୀକ୍ଷାରେ ଶତକଡା ୯୨ ଭାଗ ନମ୍ବର ରଖି ପାଶ୍ କରି ଅଧ୍ୟୟନ କରୁଅଛି । ତା’ର ବାର୍ଷିକ ମେଧାବୃତ୍ତି ପାଇଁ ମୋ ନାମରେ ଏକ ବାର୍ଷିକ ଆୟ ପ୍ରମାଣପତ୍ର ଦରକାର ହେଉଅଛି । ମୁଁ ସେଥିପାଇଁ ଏକ ଆଫିଡେଭିଟ୍, ଘରବାଡ଼ି ପଟ୍ଟାର ନକଲ, ଭୋଟର ଆଇକାର୍ଡ଼ର ନକଲ ବର୍ତ୍ତମାନ ମୋ ଦରଖାସ୍ତ ସହିତ ଆପଣଙ୍କ ପାଖରେ ଦାଖଲ କରୁଅଛି ।
ଏଣୁ ବିନୀତ ଅନୁରୋଧ କରେକି, ଆପଣ ଦୟାପରବଶ ହୋଇ ମୋତେ ନିର୍ଦ୍ଧାରିତ ତା୩୦|୭|୨୦୧୬ ସୁଦ୍ଧା ମୋତେ ଗୋଟିଏ ଆୟ ପ୍ରମାଣପତ୍ର ଯୋଗାଇ ଦେଲେ ମୁଁ ଆପଣଙ୍କ ନିକଟରେ ଚିର କୃତଜ୍ଞ ରହିବି । ଇତି ।
ତା... ଆପଣଙ୍କର ବିଶ୍ୱସ୍ତ
ସ୍ଥାନ: ଭୀଷ୍ଟଦେବ ମହନ୍ତ
ଉପରସାହି
ଭାଲୁଡ଼ୁଙ୍ଗୁରୀ
0 comments: