Letter to Postmaster Complaining about Non Delivery of Parcel in Odia Language: In this article you will get ମନିଅର୍ଡର ଦ୍ବାରା ପଠାଇଥିବା ଟଙ୍କାର ଅନୁସନ୍ଧାନ ପାଇଁ ଡାକ ବିଭାଗର ଉଚ୍ଚ କର୍ତ୍ତୁପକ୍ଷଙ୍କ ନିକଟକୁ ଦରଖାସ୍ତ ଲେଖ । Mahadakpal Nikataku Patra in Odia.
Letter to Postmaster Complaining about Non Delivery of Parcel in Odia Language
ମନିଅର୍ଡର ଦ୍ବାରା ପଠାଇଥିବା ଟଙ୍କାର ଅନୁସନ୍ଧାନ ପାଇଁ ଡାକ ବିଭାଗର ଉଚ୍ଚ କର୍ତ୍ତୁପକ୍ଷଙ୍କ ନିକଟକୁ ଦରଖାସ୍ତ ଲେଖ ।
ମାନନୀୟ ଶ୍ରୀଯୁକ୍ତ ମହାଡାକପାଳ,କଟକ
ମହୋଦୟ.......... ..............ସମୀପେଷୁ
ବିଷୟ : ମନିଅର୍ଡର ଟଙ୍କାର ଅନୁସନ୍ଧାନ ସଂକ୍ରାନ୍ତରେ
ମହାଶୟ,
ଅତ୍ୟନ୍ତ ଅନୁନୟ ଓ ଯଥୋଚିତ ସମ୍ମାନର ସହ ଜଣାଉ ଅଛି କି ଯେ, ମୁଁ ସୁନିତା ପଟେଲ, କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ରାମକୃଷ୍ଣପୁର ଗ୍ରାମର ଅବାସୀ ଅଟେ । ମୁଁ ଗତ ଫେବୃୟାରୀ ମାସ ୯ ତାରିଖ ୨୦୧୬ରେ ମୋ ସାନ ଭାଇ ଶ୍ରୀ ବିଠଲ ପଟେଲ ସା: ବଡଦାଣ୍ଡ ପୋ: ପୁରୀ ଜି: ପୁରୀ ନିକଟକୁ ଟ.୫୦୦ ଙ୍କା (ପାଞ୍ଚଶହ ଟଙ୍କା) ମନିଅର୍ଡର କରି ପଠାଇଥିଲି । ଏହି ଟଙ୍କା ପଠାଇ ଡାକଘରୁ ମନିଅର୍ଡର ରସିଦ ଆଣିଥିଲି । ମନିଅର୍ଡର ରସିଦ ନଂ ହେଲା ୪୫/୩ ତା ୯୨1୨୦୧୬ରିଖ ଏବଂ ଏଥିରେ ନିଶ୍ଚିନ୍ତକୋଇଲି ଡାକଘରର ମୋହର ଚିହ୍ନ ଅଛି । ମାତ୍ର ଅତ୍ୟନ୍ତ ଦୁଃଖର ବିଷୟ ଦୀର୍ଘ ଦୁଇମାସ ବିତିଯାଇଥିଲେ ମଧ୍ୟ ସେହି ଟଙ୍କା ବର୍ତ୍ତମାନ ସୁଦ୍ଧା ମୋର ସାନ ଭାଇକୁ ମିଳିପାରିନାହିଁ ।
ଏଣୁ ବିନୀତ ଅନୁରୋଧ କରେ କି, ଆପଣ ଦୟାପରବଶ ହୋଇ ଏହି ଅସ୍ବାଭାବିକ ବିଳମ୍ବର କାରଣ ଅନୁସନ୍ଧାନ କରି ମନିଅର୍ଡର ଅର୍ଥ ଯଥାଶୀଘ୍ର ମିଳିବାର ସୁବନ୍ଦୋବସ୍ତ କରାଇଲେ ଚିରଉପକୃତ ହେବି । ଇତି ।
ନିଶ୍ଚିନ୍ତକୋଇଲି ଆପଣଙ୍କର ବିଶ୍ୱସ୍ତ
ତା..... କୁମାରୀ ସୁନୀତା ପଟେଲ
ପ୍ରେରକ ପ୍ରାପ୍ରେଷୁ
କୁମାରୀ ସୁନୀତା ପଟେଲ ଶ୍ରୀଯୁକ୍ତ ମହାଡ଼ାପାଳ,
ସା: ରାମକୃଷ୍ଣପୁର ସା : କଟକ
ପୋ: ନିଶ୍ଚିନ୍ତକୋଇଲି ପୋ: ବକ୍ସିବଜାର
ଜି: କଟକ, ପିନ୍ କୋଡ୍ : ଜି : କଟକ, ପିନ୍କୋଡ୍ :