Birthday Invitation Letter in Odia Language: In this article read ପୂର୍ତ୍ତି ଜନ୍ମୋତ୍ସବରେ ଯୋଗ ଦେବା ପାଇଁ ଅଭିଭାବକଙ୍କ ତରଫରୁ ନିମନ୍ତ୍ରଣ ପତ୍ରଟିଏ ପ୍ରସ୍ତୁତ କର । Janmadin pain Nimantran Patra in Odia.
Birthday Invitation Letter in Odia ଜନ୍ମଦିନ ପାଇଁ ନିମନ୍ତ୍ରଣ ଚିଠି
ଷୋଡ଼ଶ ବର୍ଷ ପୂର୍ତ୍ତି ଉପଲକ୍ଷେ ପାଳିତ ହେବାକୁ ଯାଉଥିବା ଜନ୍ମୋତ୍ସବରେ ଯୋଗ ଦେବା ପାଇଁ ଅଭିଭାବକଙ୍କ ତରଫରୁ ନିମନ୍ତ୍ରଣ ପତ୍ରଟିଏ ପ୍ରସ୍ତୁତ କର ।
ଓଁ ଶ୍ରୀ ଶ୍ରୀ ସତ୍ୟନାରାୟଣାୟ ନମଃ
ମହାଶୟ,
ମୋର ଦୈହିତ୍ରୀ(ଦୁହିତାର ଝିଅ) କୁମାରୀ ଅଙ୍କିତା ପ୍ରିୟଦର୍ଶିନୀର ଷୋଡ଼ଶ ଜନ୍ମୋତ୍ସବ ଉପଲକ୍ଷେ ଆଗାମୀ ୧୯୧ ୧1୨୦୧୬ରିଖ ଦିନ ଆମ୍ଭ ଗୃହ ନିକଟସ୍ଥ ଶ୍ରୀରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ଶ୍ରୀ ସତ୍ୟନାରାୟଣଦେବଙ୍କ ପୂଜା ଅନୁଷ୍ଠିତ ହେବା ସହ ଠିଆପାଲା ପରିବେଷଣ ହେବାକୁ ଯାଉଅଛି ।
ଆପଣ ସପରିବାର ଉକ୍ତ ଉତ୍ସବରେ ନିଜର ସଦୟ ଉପସ୍ଥିତି ପ୍ରଦାନ କରି ମୋର ନାତୁଣୀକୁ ଆଶୀର୍ବାଦ କରିବାକୁ ବିଶେଷ ଅନୁରୋଧ କରୁଛି ।
ସାଦର ନିମନ୍ତ୍ରଣ ସହ ଆପଣଙ୍କ ଅପେକ୍ଷାରେ
ଶ୍ରୀମତୀ ଓ ଶ୍ରୀଯୁକ୍ତ ରମାକାନ୍ତ ନାୟକ
ଜୟଦେବ ନଗର
ଭୁବନେଶ୍ୱର
କାର୍ଯ୍ୟସୂଚୀ
ପାଲା ପରିବେଷଣ – ସନ୍ଧ୍ୟା ୫ଟା ୩୦ ମି.
ପ୍ରସାଦ ସେବା – ସନ୍ଧ୍ୟା ୭ଟା (ପ୍ରୋକ୍ତ ମନ୍ଦିର ପରିସର)
0 comments: