Letter on How You Celebrate Teachers Day in your school in Odia Language : In this article you will get ବିଦ୍ୟାଳୟରେ ଗୁରୁଦିବସ କିପରି ପାଳନ କଲ ଲ...
Letter on How You Celebrate Teachers Day in your school in Odia Language: In this article you will get ବିଦ୍ୟାଳୟରେ ଗୁରୁଦିବସ କିପରି ପାଳନ କଲ ଲେଖି ସାନ ଭଉଣୀ ନିକଟକୁ ପତ୍ର ଲେଖ । Guru Dibasa Patra in Odia
Letter on How You Celebrate Teachers Day in your school in Odia Language
ବିଦ୍ୟାଳୟରେ ଗୁରୁଦିବସ କିପରି ପାଳନ କଲ ଲେଖି ସାନ ଭଉଣୀ ନିକଟକୁ ପତ୍ର ଲେଖ ।
କପିଳେଶ୍ୱର ବିଦ୍ୟାପୀଠ
ତା..........
କଲ୍ୟାଣୀୟା ମାମା,
ମୋର ସ୍ନେହ ନେବୁ । ବାପା, ବୋଉ ଓ ବଡ଼ ଭାଉଜଙ୍କୁ ମୋର ଭୂମିଷ୍ଠ ପ୍ରଣାମ ଜଣାଇଦେବୁ । ମୁଁ ଏଠାରେ ଶ୍ରୀଜଗନ୍ନାଥଙ୍କ ଦୟାରୁ ସୁସ୍ଥ ଶରୀର ଓ ସୁସ୍ଥ ମନରେ ଅଛି । ତୁମେମାନେ ସେଠାରେ ଭଲରେ ଥିବ ।
ମାମା ! ପ୍ରତିବର୍ଷ ପରି ସେପ୍ଟେମ୍ବର ମାସ ୫ ତାରିଖରେ ତୁମ ବିଦ୍ୟାଳୟରେ ଗୁରୁଦିବସ ପାଳନ କରାଯାଇଥିବ । କିନ୍ତୁ ଚଳିତବର୍ଷ ଆମ ବିଶ୍ବମ୍ବର ବିଦ୍ୟାପୀଠରେ ଗୁରୁଦିବସ ଅତି ଆଡ଼ମ୍ବରପୂର୍ଣ ଓ ଭକ୍ତିଭାବ ସହକାରେ ଅନୁଷ୍ଠିତ ହୋଇଥିଲା । ଏହି ପବିତ୍ର ଦିବସ ପାଳନ ପାଇଁ ଆମେ ପ୍ରାୟ ଚାହିଁ ରହିଥାଉ । ଏ ଦିନଟି ଆମ ମନରେ ଏକ ଅପୂର୍ବ ଉଲ୍ଲାସ ସୃଷ୍ଟି କରେ । ପୂର୍ବ ଦିନରୁ ଆମେ ସଭା ଗୃହଟିକୁ ସଜେଇଦେଇ ଚେୟାର, ବେଞ୍ଚ, ଡେକ୍ସରେ ଛାଉଣି କରି ଦେଇଥିଲୁ । କାରଣ ଆମ ବିଦ୍ୟାଳୟରେ ପ୍ରାୟ ୮୦୦ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରନ୍ତି । ସେଦିନ ସମସ୍ତେ ଶୁଦ୍ଧପୂତ ଭାବରେ ଫୁଲମାଳ ଧରି ବିଦ୍ୟାଳୟକୁ ଆସିଥାନ୍ତି । ଦଶମଶ୍ରେଣୀ ପିଲାମାନେ ସବୁ ଦାୟିତ୍ବ ବହନ କରିଥାନ୍ତି । ବିଶିଷ୍ଟ ଜ୍ଞାନଯୋଗୀ ତଥା ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ଙ୍କ ଜନ୍ମଦିନ ଉପଲକ୍ଷେ ଏହି ଦିନଟି ଶିକ୍ଷକମାନଙ୍କର ପୂଜା ପାଇଁ ଉଦ୍ଦିଷ୍ଟ ହୋଇଛି । ଏହି ଦିବସ ଦିନ ସକାଳ ୭ ଘଟିକା ସମୟରେ ଆମେ ବିଦ୍ୟାଳୟରେ ଉପସ୍ଥିତ ହେଲୁ । ସଜା ଯାଇଥିବା ସଭାଗୃହରେ ସମସ୍ତେ ଯାଇ ବସିଲୁ । ସମସ୍ତଙ୍କ ହସ୍ତରେ ଫୁଲମାଳ, ଗୃହଟି ଫୁଲର ବାସ୍ନାରେ ମହକି ଉଠୁଥାଏ । ଧୂପକାଠି ଓ ଅଗୁରୁ ଚନ୍ଦନର ମନ ମୁଗଧକର ବାସନାରେ ସମସ୍ତେ ଏକାଗ୍ର ଚିତ୍ତରେ ବିଭୋର ହୋଇ ଉଠୁଥାଆନ୍ତି । ହଠାତ୍ ଆମ ପ୍ରଧାନ ଶିକ୍ଷକ ଓ ଅନ୍ୟ ଶିକ୍ଷକମାନଙ୍କୁ ଦଶମଶ୍ରେଣୀର କିଛି ଛାତ୍ରଛାତ୍ରୀ ବିମଣ୍ଡିତ ସଭାକକ୍ଷକୁ ଶାନ୍ତି ଓ ଶୃଙ୍ଖଳାର ସହ ପାଛୋଟି ଆଣିଲେ । ଶଙ୍ଖ ନାଦରେ ଘରଟି ଝଙ୍କୃତ ହୋଇଉଠିଲା । ଛାତ୍ରୀମାନଙ୍କ କଣ୍ଠରୁ ଗୁରୁବନ୍ଦନା ଭାସି ଆସିଲା । ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ସହିତ ଶିକ୍ଷକମାନଙ୍କ ଗଳାରେ ପୁଷ୍ପମାଲ୍ୟ ଶୋଭା ପାଇଲା । ମସ୍ତକରେ ଚନ୍ଦନ ଟୋପା ଓ ପ୍ରଦୀପ ଦ୍ବାରା ବନ୍ଦାପନା କାର୍ଯ୍ୟ ସମାପନ ପରେ ଗୁରୁ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଆମ ବିଦ୍ୟାଳୟର ଦଶମ ଶ୍ରେଣୀର ମନିଟର କହିଲେ । ତା’ପରେ ଜଣକ ପରେ ଜଣେ ଗୁରୁଦିବସ ସମ୍ପର୍କରେ ପ୍ରତି ଶ୍ରେଣୀରୁ ଛାତ୍ରଛାତ୍ରୀ କହିଲେ । ଏତେ ଛାତ୍ରଛାତ୍ରୀ ସଭାକକ୍ଷରେ ଥାଇ ମଧ୍ୟ କାହାରି ତୁଣ୍ଡରୁ କଥା ପଦେ ବାହାରୁ ନଥିଲା । ସମସ୍ତେ ନିର୍ନମେଷ ନୟନରେ ସଭା ମଣ୍ଡପ ଆଡ଼କୁ ଅନାଇ ରହିଥାଆନ୍ତି । ବିଭିନ୍ନ ଶ୍ରେଣୀରୁ ଉପହାରମାନ ମନିଟରମାନଙ୍କ ଦ୍ଵାରା ଆଦାୟ କରାଯାଇଥିଲା । ତାହା ଗୁରୁଜୀମାନଙ୍କୁ ଅର୍ପଣ କରାଗଲା । ବୟାଳିଶି ଜଣ ଗୁରୁଜୀ ଓ ଗୁରୁମାଆଙ୍କ ସହିତ ପ୍ରଧାନ ଶିକ୍ଷକ ସଭା ମଣ୍ଡପରେ ବସିଥାଆନ୍ତି । ତା’ପରେ ଗୁରୁଜୀମାନଙ୍କର ଆଶୀର୍ବାଦ ବାଣୀ ଦ୍ବାରା ଆମେ ଉଦ୍ବୁଦ୍ଧ ହେଲୁ । ତା’ପରେ ଆମ ସଂସ୍କୃତ ଶିକ୍ଷକ ହଳଦି ମିଶା ଅରୁଆ ଚାଉଳ, ବରକୋଳି ପତ୍ର ଦ୍ବାରା ଆଶୀର୍ବାଦ ଅକ୍ଷତ ଶ୍ଳୋକ ବୋଲି ଆମ ଉପରକୁ ପକେଇଲେ । ଏହି ସଭା ସାଙ୍ଗ ହେଲାପରେ ଗୁରୁଜୀମାନଙ୍କ ପାଇଁ ଆୟୋଜିତ ହୋଇଥିବା ଭୋଜି ଦ୍ବାରା ସେମାନଙ୍କୁ ସନ୍ତୁଷ୍ଟ କରାଗଲା । ଆମ୍ଭେମାନେ ମିଷ୍ଟାନ୍ନ ଖାଇ ଘରକୁ ଫେରିଲୁ । ସେଦିନର କାର୍ଯ୍ୟକ୍ରମ ଆଜି ସୁଦ୍ଧା ମୋ ମନରେ ସ୍ମରଣୀୟ ହୋଇ ରହିଛି ।
ଇତି
ତୋର ନାନୀ
ଗୀତା
ଠିକଣା ଡାକ ଚିକେଟ୍
ପ୍ରେରକ: ପ୍ରାପକ:
ସୁଶ୍ରୀ ସଂଗୀତା ପ୍ରଧାନ ସୌଭାଗ୍ୟଲକ୍ଷ୍ମୀ ପ୍ରଧାନ
କପିଳେଶ୍ୱର ବିଦ୍ୟାପୀଠ ମାର୍ଫତ୍ : ଲକ୍ଷ୍ମୀକାନ୍ତ ପ୍ରଧାନ
ଗ୍ରା: କପିଳେଶ୍ୱର ଗ୍ରା: ମଧୁରଟୁଆ
ପୋ: ଭୁବନେଶ୍ଵର ପୋ: ରମ୍ବା
ଜି: ଖୋର୍ଦ୍ଧା ଜି: ଗଞ୍ଜାମ
ପିନ୍କୋଡ୍ : ପିନ୍କୋଡ୍ :
COMMENTS