Friday, 19 March 2021

Letter to Principal Asking Permission to Attend Science Exhibition in Odia Language

Letter to Principal Asking Permission to Attend Science Exhibition in Odia Language: In this article you will get ବିଜ୍ଞାନ ମେଳା ଦେଖିବା ପାଇଁ ପ୍ରଧାନ ଶିକ୍ଷକଙ୍କ ଅନୁମତି ନିମନ୍ତେ ଦରଖାସ୍ତ ଲେଖ । Sana Bhai Nikataku Patra in Odia.

Letter to Principal Asking Permission to Attend Science Exhibition in Odia Language

ସନ୍ନିକଟ ବିଦ୍ୟାଳୟରେ ଅନୁଷ୍ଠିତ ହେଉଥିବା ବିଜ୍ଞାନ ମେଳା ଦେଖିବା ପାଇଁ ପ୍ରଧାନ ଶିକ୍ଷକଙ୍କ ଅନୁମତି ନିମନ୍ତେ ଦରଖାସ୍ତ ଲେଖ ।

ମାନନୀୟ ଶ୍ରୀଯୁକ୍ତ ପ୍ରଧାନଶିକ୍ଷୟିତ୍ରୀ ମହୋଦୟା,ବାମଦେବ ହାଇସ୍କୁଲ,

ଡିଆଁଡେଇଁ, ଗଞ୍ଜାମ

(ଶ୍ରେଣୀ ଶିକ୍ଷକଙ୍କ ଜରିଆରେ)

ବିଷୟ : ନିକଟସ୍ଥ ବିଦ୍ୟାଳୟରେ ଅନୁଷ୍ଠିତ ହେଉଥିବା ବିଜ୍ଞାନ ମେଳା ଦେଖିବା ପାଇଁ ଅନୁମତି ପ୍ରାର୍ଥନା ।

ମହାଶୟା,

ଗଭୀର ସମ୍ମାନ ଓ ନମ୍ରତାର ସହ ନିବେଦନ କରୁଅଛୁ କି, ଆମ୍ବ ବିଦ୍ୟାଳୟର ନିକଟବର୍ତ୍ତୀ ରମ୍ଭା ହାଇସ୍କୁଲଠାରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଆସନ୍ତା କାଲି ତା୨୦|୧୦|୨୦୧୬ରିଖ ମଙ୍ଗଳବାର ଦିନ ଅନୁଷ୍ଠିତ ହେଉଅଛି । ପ୍ରୋକ୍ତ ବିଜ୍ଞାନ ମେଳାରେ ଆମ ବ୍ଳକ୍‌ର ଅନେକ ବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗଦାନ କରି ନିଜନିଜର ପ୍ରକଳ୍ପ ପ୍ରଦର୍ଶନ କରୁଛନ୍ତି । ଏତଦ୍‌ବ୍ୟତୀତ ଆମ୍ଭର ମାନ୍ୟବର ବିଧାୟକ ମହୋଦୟ ମଧ୍ୟ ଏହାର ଶୁଭ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଜିଲ୍ଲାପାଳ ଏବଂ ଶିକ୍ଷାମଣ୍ଡଳାଧୀଶ ପ୍ରଭୃତି ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।

ଏଣୁ ବିନୀତ ଅନୁରୋଧ କରୁକି, ଆମ୍ଭର ବିଜ୍ଞାନ ଶିକ୍ଷକ, ଖେଳ ଶିକ୍ଷକ ଓ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ତତ୍ବାବଧାନରେ ଆୟକୁ ବ୍ଲକ ସ୍ତରୀୟ ବିଜ୍ଞାନମେଳା ଦେଖିବା ପାଇଁ ଅନୁମତି ପ୍ରଦାନ କଲେ ଆମ୍ଭେମାନେ ଆପଣଙ୍କ ନିକଟରେ ଚିର ଉପକୃତ ହେବୁ ।

| ଇତି ।

ଆପଣଙ୍କର ଆଜ୍ଞାଧୀନ

ବାମଦେବ ହାଇସ୍କୁଲ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀବୃନ୍ଦ

ଡିଆଁଡେଇଁ, ସୌମ୍ୟରଞ୍ଜନ ଦଳେଇ (ଦଶମ ଶ୍ରେଣୀ)

ତା ........... ରଞ୍ଜନ କୁମାର ନାହାକ (ନବମ ଶ୍ରେଣୀ)


SHARE THIS

Author:

I am writing to express my concern over the Hindi Language. I have iven my views and thoughts about Hindi Language. Hindivyakran.com contains a large number of hindi litracy articles.

0 comments: