Letter to Principal Thanking Him after Passing 10th Exam in Odia Language

Admin
0

Letter to Principal Thanking Him after Passing 10th Exam in Odia Language: In this article you will get ମାଟ୍ରିକ୍ ବୋଡ୍ ପରୀକ୍ଷାରେ ସଫଳତା ପ୍ରାପ୍ତି ପରେ ପ୍ରଧାନ ଶିକ୍ଷକଙ୍କୁ କୃତଜ୍ଞତା ଜଣାଇ ପତ୍ର ଲେଖ । Pradhan Shikshak Nikataku Patra in Odia.

Letter to Principal Thanking Him after Passing 10th Exam in Odia Language

ମାଟ୍ରିକ୍ ବୋଡ୍ ପରୀକ୍ଷାରେ ସଫଳତା ପ୍ରାପ୍ତି ପରେ ପ୍ରଧାନ ଶିକ୍ଷକଙ୍କୁ କୃତଜ୍ଞତା ଜଣାଇ ଏକପତ୍ର ଲେଖ ।

ମାନନୀୟ ଶ୍ରୀଯୁକ୍ତ ପ୍ରଧାନଶିକ୍ଷକ ମହୋଦୟ

ପ୍ରତାପ ଶାସନ ଉଚ୍ଚ ବିଦ୍ୟାଳୟ, ବାଳକାଟି, ଖୋର୍ଦ୍ଧା

ବିଷୟ : ସଫଳତା ପାଇଁ କୃତଜ୍ଞତା ଜ୍ଞାପନ

ମହାଶୟ,

ଅତ୍ୟନ୍ତ କୃତଜ୍ଞତାର ସହ କୃତାଞ୍ଜଳିପୁଟରେ ଜଣାଉ ଅଛି କି ମୁଁ ଆଲୋକ କୁମାର ପ୍ରଧାନ ଆପଣଙ୍କ ବିଦ୍ୟାଳୟରୁ ଚଳିତବର୍ଷ ଦଶମ ଶ୍ରେଣୀ ବୋଜ୍ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ସର୍ବୋଚ୍ଚ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଅଛି । ଏହା କେବଳ ଆପଣଙ୍କର ଏବଂ ମୋ ଶିକ୍ଷକ ଶିକ୍ଷିକାମାନଙ୍କର ଆଶୀର୍ବାଦ ଛଡ଼ା ଅନ୍ୟ କିଛି ନୁହେଁ । ବିଶେଷକରି ଆପଣଙ୍କର ଉପଦେଶ, ଉତ୍ସାହବାଣୀ, ସାରଗର୍ଭକ ଓଡ଼ିଆ ଓ ଇଂରାଜୀ ପାଠଦାନ ଏବେବି ମୋ’ ହୃଦୟରେ ପ୍ରତିଧ୍ବନିତ ହେଉଛି । ସେଥିପାଇଁ ମୁଁ ଆପଣଙ୍କ ପାଖରେ ଆଜୀବନ ଋଣୀ ରହିବି । ମୁଁ କେବଳ ପାଠରେ ଯେ ସଫଳତା ଲାଭ କରିଛି ତାହା । ନୁହେଁ, ଖେଳ ଶିକ୍ଷକଙ୍କ ଆଶୀର୍ବାଦ ଲାଭକରି ଖେଳରେ ମଧ୍ୟ ବିଦ୍ୟାଳୟରେ ଚମ୍ପିୟନ୍ ହୋଇ ଗୌରବ ଅର୍ଜନ କରିଛି ।

ଭବିଷ୍ୟତରେ ଆପଣଙ୍କର ଆଶୀର୍ବାଦକୁ ପାଥେୟକରି ମୁଁ ଉଚ୍ଚ ଶିକ୍ଷା କ୍ଷେତ୍ରରେ ବିଶେଷ ସଫଳତା ଅର୍ଜନ କରିବି ବୋଲି ଆଶା ରଖୁଛି ।

ଇତି

ପ୍ରତାପ ଶାସନ ଉଚ୍ଚ ବିଦ୍ୟାଳୟ ଆପଣଙ୍କର ଆଶୀର୍ବାଦଲିପୁସୁ

ବାଳକାଟି ସରୋଜ କୁମାର ଷଡ଼ଙ୍ଗୀ

ତା ............ ପ୍ରାକ୍ତନ ଛାତ୍ର

Post a Comment

0Comments
Post a Comment (0)

#buttons=(Accept !) #days=(20)

Our website uses cookies to enhance your experience. Learn More
Accept !