Application to The Principal for Transfer Certificate in Odia Language: In this article you will get ବିଦ୍ୟାଳୟ ପରିତ୍ୟାଗ ପ୍ରମାଣପତ୍ର ପାଇବା ପାଇଁ ପ୍ରଧାନଶିକ୍ଷକଙ୍କ ନିକଟକୁ ଦରଖାସ୍ତ ଲେଖ । Headmaster Nikataku Patra in Odia.
Application to The Principal for Transfer Certificate in Odia Language
ବିଦ୍ୟାଳୟ ପରିତ୍ୟାଗ ପ୍ରମାଣପତ୍ର ପାଇବା ପାଇଁ ପ୍ରଧାନଶିକ୍ଷକଙ୍କ ନିକଟକୁ ଦରଖାସ୍ତ ଲେଖ ।
ମାନନୀୟ ଶ୍ରୀଯୁକ୍ତ ପ୍ରଧାନ ଶିକ୍ଷକ,ବୀରମିତ୍ରପୁର ସରକାରୀ ଉଚ୍ଚ ବିଦ୍ୟାଳୟ,
ମହୋଦୟ.....................................ସମୀପେଷୁ
(ଶ୍ରେଣୀ ଶିକ୍ଷକଙ୍କ ଜରିଆରେ)
ବିଷୟ : ବିଦ୍ୟାଳୟ ପରିତ୍ୟାଗ ପ୍ରମାଣପତ୍ର ପାଇବା ପାଇଁ ନିବେଦନ ।
ମହାଶୟ,
ଅତ୍ୟନ୍ତ କୃତଜ୍ଞତାର ସହ ନିବେଦନ କରେ କି, ମୁଁ କୁମାରୀ ରଶ୍ମିରେଖା ସାମନ୍ତରାୟ ଆପଣଙ୍କ ବିଦ୍ୟାଳୟରେ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ୨୦୧୬ ମସିହାରେ ଦେଇ ଏ-୧ ଗ୍ରେରେ ଉତ୍ତୀର୍ଣ୍ଣ ହୋଇଛି । ମୋର ରୋଲ ନମ୍ବର । ଉଚ୍ଚ ଶିକ୍ଷା ଲାଭ ପାଇଁ ମୋର ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାର ବିଦ୍ୟାଳୟ । ପରିତ୍ୟାଗ ପ୍ରମାଣପତ୍ର ଦରକାର ହେଉଛି ।
ଏଣୁ ବିନୀତ ଅନୁରୋଧ କରେକି ମୋତେ ଆପଣ ଉପଯୁକ୍ତ ପ୍ରମାଣପତ୍ର ପ୍ରଦାନ କଲେ ମୁଁ ଆପଣଙ୍କ ନିକଟରେ ଚିରକୃତଜ୍ଞ ରହିବି ।
ଇତି
ବୀରମିତ୍ରପୁର ଆପଣଙ୍କର ଆଜ୍ଞାଧୀନ ଛାତ୍ରୀ
ତା .......... କୁମାରୀ ରଶ୍ମିରେଖା ସାମନ୍ତରାୟ
ପ୍ରାକ୍ତନ ଛାତ୍ରୀ