Odia Application to the Village Development Officer to Repair the Road of your village : In this article you will get ତୁମ ଗ୍ରାମ ରାସ୍ତାର ମରା...
Odia Application to the Village Development Officer to Repair the Road of your village: In this article you will get ତୁମ ଗ୍ରାମ ରାସ୍ତାର ମରାମତି ନିମନ୍ତେ ଗ୍ରାମବାସୀଙ୍କ ତରଫରୁ ଗ୍ରାମ୍ୟ ଉନ୍ନୟନ ଅଧୁକାରୀଙ୍କ ନିକଟକୁ ଦରଖାସ୍ତ ଲେଖ । Gramya Unnayan Adhukarink Nikatku Darkhast Patra in Odia.
Odia Application to the Village Development Officer to Repair the Road of your village
ତୁମ ଗ୍ରାମ ରାସ୍ତାର ମରାମତି ନିମନ୍ତେ ଗ୍ରାମବାସୀଙ୍କ ତରଫରୁ ଗ୍ରାମ୍ୟ ଉନ୍ନୟନ ଅଧୁକାରୀଙ୍କ ନିକଟକୁ ଦରଖାସ୍ତ ଲେଖ ।
ମାନନୀୟ ଶ୍ରୀଯୁକ୍ତ ଗ୍ରାମ୍ୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ,ନୀଳଗିରି, ବାଲେଶ୍ଵର
ମହୋଦୟ...................ସମୀପେଷୁ
(ପଦ୍ମପୁର ଗ୍ରାମପଞ୍ଚାୟତ ସରପଞ୍ଚଙ୍କ ଜରିଆରେ)
ବିଷୟ : ରାସ୍ତା ମରାମତି ନିମନ୍ତେ ଅନୁରୋଧ
ମହାଶୟ,
ଏହିକି ଆୟ କୁମୁଦପୁର ଗ୍ରାମଟି ପଦ୍ମପୁର ପଞ୍ଚାୟତ ଅଧୀନରେ ଅବସ୍ଥିତ । ଏହାର ଅବାସୀଗଣ ବିହିତ ସମ୍ମାନ ଓ ବିନୟର ସହ ନିବେଦନ କରୁକି, ଏହି ଗ୍ରାମଟି ବ୍ୟାବସାୟିକ ଦୃଷ୍ଟିରୁ ସଂପୃକ୍ତ ଅଞ୍ଚଳର ଏକ ପେଣ୍ଠସ୍ଥଳ ଅଟେ । ଏଠାରେ ପ୍ରତିଦିନ ଶହ ଶହ ଲୋକ ବ୍ୟବସାୟ ସୂତ୍ରରେ ସମବେତ ହୋଇ ଥାଆନ୍ତି । ଏହି ରାସ୍ତା ଦେଇ ଅନ୍ୟ ଅଞ୍ଚଳକୁ ଚାରି ଗୋଟି ମୁଖ୍ୟ ରାସ୍ତା ବିଭିନ୍ନ ଆଖପାଖ ଗ୍ରାମକୁ ଲମ୍ବିଯାଇଛି । ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଅନ୍ୟ ପଞ୍ଚାୟତରେ ରାସ୍ତା କାମ ସମ୍ପନ୍ନ ହୋଇଥିଲେ ମଧ୍ୟ ଏଠାରେ କାହିଁକି କେଜାଣି ରାସ୍ତାରେ ପୋଷେ ହେଲେ ଗୋଡ଼ି ମଧ୍ୟ ଆଜିଯାଏଁ ପଡ଼ିନାହିଁ । ଦଶବର୍ଷ ତଳେ ରାସ୍ତାଟି ତିଆରି ହୋଇଥିଲା । ଯେହେତୁ ତାହା ନିମ୍ନ ମାନର ଥିଲା ତାହା ବର୍ତ୍ତମାନ ଏକରକମ ମରଣ ଯନ୍ତାରେ ପରିଣତ ହୋଇଗଲାଣି । ଏଠାରେ ଗୋଟିଏ ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ରହିଛି । ପ୍ରତିଦିନ ଛାତ୍ରଛାତ୍ରୀମାନେ ରାସ୍ତାରେ ବିଭିନ୍ନ ଦୁର୍ଘଟଣାର ସମ୍ମୁଖୀନ ହୋଇ ଆସୁଛନ୍ତି । ଟ୍ରକ୍, ଟ୍ରାକ୍ଟର, ବସ୍, କାର ଓ ଅଟୋରିକ୍ସା ଆଗଠାରୁ ଅଧୁକ ସଂଖ୍ୟାରେ ଯାତାୟାତ କରୁଛନ୍ତି । ମନୁଷ୍ୟର ପ୍ରଗତି ପାଇଁ ରାସ୍ତା ହିଁ ଏକାନ୍ତ ଆବଶ୍ୟକ । ଏଥିପାଇଁ ସରକାର ରାସ୍ତାଗୁଡ଼ିକର ପୁନଃଉଦ୍ଧାର ପାଇଁ ବିହିତ ପଦକ୍ଷେପ ନେଉଛନ୍ତି । କିନ୍ତୁ ବଡ଼ ଦୁଃଖ ଓ ପରିତାପର ବିଷୟ ଏହିକି ଯେ, ସରକାରଙ୍କର ଆମ ଗ୍ରାମ ରାସ୍ତା ପ୍ରତି ଟିକିଏ ମାତ୍ର ନିଘା ନାହିଁ । ଏଥିପାଇଁ ଅନେକ ଆଗରୁ ବାରମ୍ବାର ରାସ୍ତାର ଆବଶ୍ୟକତା ବିଷୟରେ ଆପଣଙ୍କ ବିଭାଗକୁ ଜଣାଯାଇଛି । ତାହାର ନକଲ ମଧ୍ୟ ଆମପାଖରେ ରହିଅଛି ।
ଏଣୁ ବୀନିତ ଅନୁରୋଧ କରୁକି, ଆପଣ ତୁରନ୍ତ ଉକ୍ତ ଅଞ୍ଚଳ ପରିଦର୍ଶନ କରି ଏହାର ସତ୍ୟାସତ୍ୟ ଅନୁସନ୍ଧାନପୂର୍ବକ ଆମ ରାସ୍ତା ତିଆରିର ସୁବନ୍ଦୋବସ୍ତ ପାଇଁ ଆଶୁପଦକ୍ଷେପ ନେଲେ ଆମେ ଆପଣଙ୍କ ନିକଟରେ ଚିର କୃତଜ୍ଞ ରହିବୁ ।
।ଇତି ।
ଆପଣଙ୍କର ବିଶ୍ୱସ୍ତ
କୁମୁଦପୁର ଗ୍ରାମବାସୀବୃନ୍ଦ
ତା....... ଅଖିଳ ମୋହନ ପଟ୍ଟନାୟକ
ସ୍ଥାନ ମିନାକ୍ଷୀ ଭୋଳ
ନବୀନ ଭୋଳ
ସପନ ରାଉତ
କଲ୍ୟାଣୀ ମହାନ୍ତି
ଏହାର ଏକକିତା ନକଲ ଜିଲ୍ଲାପାଳ ମହୋଦୟଙ୍କ ଅବଗତି ନିମନ୍ତେ ପ୍ରେରଣ କରାଗଲା ।
ଠିକଣା ଡାକଟିକେଟ୍
ପ୍ରେରକ ପ୍ରାପ୍ରେଞ୍ଚୁ ।
କୁମୁଦପୁର ଗ୍ରାମବାସୀ ଗ୍ରାମ୍ୟଗୋଷ୍ଠୀ ଉନ୍ନୟନ ଅଧୁକାରୀ, ନୀଳଗିରି
ଜି: ବାଲେଶ୍ୱର
ପିନ୍କୋଡ୍ :
COMMENTS