Letter to Your Friend Describing Your Future Plans in Odia : In this article you will get ଜୀବନରେ ତୁମର ଲକ୍ଷ୍ୟ ବିଷୟରେ ବନ୍ଧୁଙ୍କୁ ଚିଠି । ହାଇସ...
Letter to Your Friend Describing Your Future Plans in Odia: In this article you will get ଜୀବନରେ ତୁମର ଲକ୍ଷ୍ୟ ବିଷୟରେ ବନ୍ଧୁଙ୍କୁ ଚିଠି । ହାଇସ୍କୁଲ ପରୀକ୍ଷା ପରେ ତୁମ ଜୀବନର ଲକ୍ଷ୍ୟ ବିଷୟରେ ତୁମ ବନ୍ଧୁଙ୍କ ନିକଟକୁ ପତ୍ର ଲେଖ । Sanga nikataku patra odia
ଜୀବନରେ ତୁମର ଲକ୍ଷ୍ୟ ବିଷୟରେ ବନ୍ଧୁଙ୍କୁ ଚିଠି Letter to Your Friend Describing Your Future Plans in Odia
ଜଗନ୍ନାଥପୁର
ତା.............
ପ୍ରିୟ ଜିତେନ୍ଦ୍ର,
ମୋର ଆନ୍ତରିକ ଶୁଭେଚ୍ଛା ଜଣାଉଛି । ତୁମର ଚିଠିଟି ଗତ ଆଠଦିନ ତଳେ ମୋର ହସ୍ତଗତ ହୋଇଥିଲେ ମଧ୍ୟ ମୁଁ ପ୍ରିଷ୍ଟ ପରୀକ୍ଷାରେ ବ୍ୟସ୍ତ ରହିବା ଫଳରେ ଏହାର ଉତ୍ତର । ଦେଇପାରି ନଥିଲି । ତୁମ ଚିଠିରେ ହାଇସ୍କୁଲ ପରୀକ୍ଷା ପରେ ମୋ ଜୀବନର ଲକ୍ଷ୍ୟ କ’ଣ ବୋଲି ଲେଖିବାକୁ ତୁମେ ଅନୁରୋଧ କରିଥିଲା । ସେହି କଥା ଏଠାରେ ଲେଖୁଛି ।
ପ୍ରତ୍ୟେକ ବ୍ୟକ୍ତିର ଭବିଷ୍ୟତ ପାଇଁ ଏକ ଲକ୍ଷ୍ୟ ରହିବା ଉଚିତ୍ । କାରଣ ଲକ୍ଷ୍ୟହୀନ ଜୀବନ ନିରର୍ଥକ । ସେଥିଲାଗି ମୁଁ ବହୁତ ଭାବିଚିନ୍ତି ଭବିଷ୍ୟତରେ ଜଣେ ଡାକ୍ତର ହେବା ଲାଗି ଆଶା ପୋଷଣ କରିଛି । ତେଣୁ ହାଇସ୍କୁଲ ପରୀକ୍ଷା ପରେ ଡାକ୍ତରୀପାଠ ପଢ଼ିବା ପାଇଁ ନିଜକୁ ପ୍ରସ୍ତୁତ କରିବି । ସମାଜରେ ଦୁସ୍ଥ ଲୋକଙ୍କର ଜୀବନ ଦୁର୍ବିସହ । କାରଣ, ଉପଯୁକ୍ତ ସେବାରୁ ସେମାନେ ବଞ୍ଚିତ । ଆର୍ଥିକ ଦୁର୍ଗତି ହେଉ କିମ୍ବା ଅଜ୍ଞତା ହେଉ, ଏହି କାରଣରୁ ସମାଜରେ ଦୁଃସୁ ଲୋକଙ୍କର ସମସ୍ୟା ଅଧୁକ । ପୁନଶ୍ଚ ମାନବ ସେବା ହିଁ ମାଧବ ସେବା । ତେଣୁ ମଣିଷମାନଙ୍କର ସେବା ଦ୍ଵାରା ଈଶ୍ଵରଙ୍କର ସେବା କରାଯାଏ ବୋଲି ପ୍ରବାଦ ଅଛି । ଇଂରାଜୀରେ କୁହାଯାଇଛି, "Service to mankind is service to god". ଏହି ସବୁ କାରଣ ଯୋଗୁଁ ମୁଁ ଭବିଷ୍ୟତରେ ଜଣେ ଡାକ୍ତର ହୋଇ ରୋଗୀମାନଙ୍କର ସେବା କରିବି ବୋଲି ସ୍ଥିର କରିଛି । ଏଥିପାଇଁ ମୋ ପିତା ମାତାଙ୍କର ମଧ୍ୟ ପ୍ରେରଣା ଓ ସଦିଚ୍ଛା ରହିଛି ।
ସମାଜରେ ବହୁ ଡାକ୍ତର ଅଛନ୍ତି, ଯେଉଁମାନଙ୍କର ଅର୍ଥ ଲାଳସା ପ୍ରବଳ । ଏହା ଏକ ନୈତିକତା ବିରୋଧୀ କାର୍ଯ୍ୟ । ଅର୍ଥକୁ ମୁଖ୍ୟ କରି ସେବାକୁ ଗୌଣ କଲେ ତାହା ସେବା ପଦବାଚ୍ୟ ହୁଏ ନାହିଁ । ମୁଁ କିନ୍ତୁ ଅର୍ଥ ପ୍ରତି ଲାଳସା ନ ରଖ୍ ରୋଗୀସେବାକୁ ପରମ ବ୍ରତ ଭାବେ ଗ୍ରହଣ କରିବି ।
ମୋର ଏହି ନିଷ୍ପତ୍ତିକୁ ତୁମେ କିଭଳି ପସନ୍ଦ କରୁଛି ଲେଖୁ ଜଣାଇବ । ତା’ ଛଡ଼ା ତୁମ ଜୀବନରେ ତୁମେ କି ଲକ୍ଷ୍ୟ ସ୍ଥିର କରିଛ, ଜାଣିଲେ ଖୁସିହେବି । ଘରେ ସମସ୍ତ ଗୁରୁଜନଙ୍କୁ ମୋର ପ୍ରଣାମ ଜଣାଇ ଦେବ ।
ଇତି
ତୁମର ପ୍ରିୟ ବନ୍ଧୁ
ଧୀରେନ୍ଦ୍ର
(ପୂର୍ବ ନିୟମ ଅନୁଯାୟୀ ଚିଠି ଉପରେ ଠିକଣା ଲେଖୁବ)
COMMENTS