Letter to Son from Father about Road Safety in Odia : In this article you will get ସଡ଼କ ନିରାପତ୍ତା ଦୃଷ୍ଟିରୁ ରାସ୍ତାର ଟ୍ରାଫିକ ନିୟମମାନି ଚାଲିବାକ...
Letter to Son from Father about Road Safety in Odia: In this article you will get ସଡ଼କ ନିରାପତ୍ତା ଦୃଷ୍ଟିରୁ ରାସ୍ତାର ଟ୍ରାଫିକ ନିୟମମାନି ଚାଲିବାକୁ ପରାମର୍ଶ ଦେଇ ପୁତ୍ର ନିକଟକୁ ପିତାଙ୍କର ଖଣ୍ଡିଏ ପତ୍ର ଲେଖ । Putra Nikatku Pitankar Patra
ପୁତ୍ର ନିକଟକୁ ପିତାଙ୍କର ପତ୍ର ଲେଖ । Letter to Son from Father about Road Safety in Odia
ଭବାନୀପାଟଣା,କଳାହାଣ୍ଡି
ତା..............
ଶ୍ରୀମାନ୍ ରାଜୀବ,
ମୋର କଲ୍ୟାଣ ଜାଣିବୁ । ଘରେ ଅନ୍ୟ ସମସ୍ତଙ୍କୁ ମୋର ସ୍ନେହ ଜଣାଇ ଦେବୁ। ମୁଁ ସରକାରୀ ଆଦେଶ ମୁତାବକ ବଦଳି ହୋଇ ଏଠାକୁ ଆସି ଏକୁଟିଆ ରହୁଛି । ତୁମେମାନେ ଦୂରରେ ଥିବାରୁ ସବୁବେଳେ ତୁମ କଥା ଭାବିବାକୁ ପଡୁଛି । ସରକାରୀ କ୍ବାର୍ଟର ବା ଭଲ ବସାଘର ମିଳିବା ପରେ ତୁମେମାନେ ଏଠାକୁ ଆସିବ । ତା’ ଛଡ଼ା ତୋର ଶେଷ ବର୍ଷର ମାଟ୍ରିକ ପରୀକ୍ଷା ନ ସରିବା ପର୍ଯ୍ୟନ୍ତ ଏଠାକୁ ଆସିବା ପଢ଼ାପଢ଼ି ଦୃଷ୍ଟିରୁ ସୁବିଧାଜନକ ନୁହେଁ ।
ଆଜିକାଲି ରାସ୍ତାଘାଟରେ କିଭଳି ବାରମ୍ବାର ଦୁର୍ଘଟଣା ଘଟୁଛି ସେ କଥା ତୁ ଜାଣିଛୁ । ଅତ୍ୟଧୁକ ଯାନବାହନ ଚଳାଚଳ, ଗାଡ଼ିଚାଳକମାନଙ୍କର ବେପରୁଆ ମନୋଭାବ, ପ୍ରତିଯୋଗିତାମୂଳକ ଭାବରେ ଦ୍ରୁତଗତିରେ ଗାଡ଼ି ଚାଳନା, ସର୍ବୋପରି ପଥଚାରୀମାନଙ୍କର ଅସାବଧାନତା ହେଉଛି ଏହି ଦୁର୍ଘଟଣାର କାରଣ । ଦୁର୍ଘଟଣା ଫଳରେ ବହୁ ଧନଜୀବନ ନଷ୍ଟ ହେଉଛି । ଦୀର୍ଘ ସମୟ ଧରି ରାସ୍ତା ଅବରୁଦ୍ଧ ହୋଇ ରହି ଅନ୍ୟାନ୍ୟ ଯାନବାହନ ଓ ପଥଚାରୀମାନଙ୍କ ପାଇଁ ଅସୁବିଧା ସୃଷ୍ଟି କରୁଛି । ସରକାର ପ୍ରତିବର୍ଷ ସଡ଼କ ସୁରକ୍ଷା ସପ୍ତାହ ପାଳନକରି ଜନସାଧାରଣଙ୍କୁ ଏ ବିଷୟରେ ସଚେତନ କରାଇବାକୁ ଚେଷ୍ଟା କରୁଛନ୍ତି ।
ମୋର ଏହା ଲେଖୁବାର ଅଭିପ୍ରାୟ ହେଉଛି ଯେ, ସଡ଼କ ନିରାପତ୍ତା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇବା ଦିଗରେ ଛାତ୍ରମାନଙ୍କର ମଧ୍ୟ ଯଥେଷ୍ଟ କର୍ତ୍ତବ୍ୟ ରହିଛି, କିନ୍ତୁ ତା ପୂର୍ବରୁ ସେମାନେ ନିଜେ ସତର୍କ ଏବଂ ସଚେତନ ରହିବା ଆବଶ୍ୟକ ।
ରାସ୍ତାର ବାମ ପାର୍ଶ୍ୱରେ ଚାଲିବା ହେଉଛି ପ୍ରଥମ ଓ ପ୍ରଧାନ ନିୟମ । ଅନେକ ସମୟରେ ଛାତ୍ରମାନେ ହାତ ଧରାଧରି ହୋଇ ଓ ଗପସପ କରି ରାସ୍ତାର ମଝି ପର୍ଯ୍ୟନ୍ତ ମାଡ଼ିକରି ଚାଲିଥା’ନ୍ତି ଓ ପଛରୁ ଆସୁଥିବା ଗାଡ଼ି ମଟରକୁ ବାଟ ଛାଡ଼ନ୍ତି ନାହିଁ । ଏହା ଅତ୍ୟନ୍ତ ଦୋଷାବହ କାର୍ଯ୍ୟ । ତୁ ଏଭଳି ଆଚରଣ କେବେ ପ୍ରଦର୍ଶନ କରିବୁ ନାହିଁ । ସାଇକେଲ କିମ୍ବା ସ୍କୁଟରରେ ଯିବା ବେଳେ ଜଣକୁ ଟପି ଆଗକୁ ଚାଲିଯିବାକୁ ଚେଷ୍ଟା କରିବୁ ନାହିଁ । ଯଦି ଏଭଳି କରିବା ନିହାତି ଜରୁରୀ ଥାଏ, ତେବେ କେବଳ ସୁବିଧାଜନକ ସ୍ଥାନରେ ଆଗରୁ ଓ ପଛରୁ ଆସୁଥିବା ଗାଡ଼ି ମଟର ପ୍ରତି ସତର୍କ ରହି ଏହା କରାଯାଇପାରେ ।
ରାସ୍ତାରେ ଚାଲିବାବେଳେ ବା ଗାଡ଼ିମଟର ଚଳାଇବାବେଳେ କେବେ ଅନ୍ୟ ମନସ୍କ ହେବା ଉଚିତ୍ ନୁହେଁ । ଛକ ଜାଗା ଅତିକ୍ରମ କଲାବେଳେ ଟ୍ରାଫିକ୍ ପୋଲିସ୍ର ସଙ୍କେତ ବା ନାଲି ନେଳି ଆଲୋକକୁ ଲକ୍ଷ୍ୟ କରିବା ଉଚିତ୍ । ନାଲି ଆଲୁଅ ଜଳୁଥିବା ପର୍ଯ୍ୟନ୍ତ ଅନ୍ୟମାନଙ୍କ ସହିତ ଧୈର୍ଯ୍ୟ ଧରି ଅପେକ୍ଷା କରିବୁ ଏବଂ ନେଳି ଆଲୁଅ ଜଳିଲେ ହିଁ ଛକୁ ଅତିକ୍ରମ କରିବୁ । ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା ନ ଥିବା ଜାଗାରେ ବାମରୁ ଯିବାକୁ ହେଲେ ବାମ ହାତ ଦେଖାଇ ଓ ଡାହାଣକୁ ଯିବାକୁ ହେଲେ ଦକ୍ଷିଣ ହାତ ଦେଖାଇ ସଙ୍କେତ ଦେବୁ ।
ରାସ୍ତାରେ କେବେ ଖେଳିବୁ ନାହିଁ କିମ୍ବା ସାଙ୍ଗସାଥୀମାନଙ୍କ ସହିତ ଥଟ୍ଟା ପରିହାସରେ ମାତିବୁ ନାହିଁ । କୌଣସି ଅଜଣା ଲୋକର ଯାନବାହନରେ ବସିବୁ ନାହିଁ । କିମ୍ବା ନିଜେ କୌଣସି ଯାନବାହନ ଚଳାଇ ଯାଉଥିବାବେଳେ ଅଜଣା ଲୋକକୁ ସ୍ଥାନ ଦେବୁ ନାହିଁ । ରାସ୍ତାରେ ଯିବା ଆସିବା କରିବା ବେଳେ ସତର୍କ ହୋଇ ଯିବୁ, କେବେ ଅନ୍ୟ ମନସ୍କ ହେବୁ ନାହିଁ ।। । ମନ ଦେଇ ପଢ଼ାପଢ଼ି କରିବୁ । ଘରେ ସମସ୍ତଙ୍କୁ ମୋର ସ୍ନେହ ଜଣାଇଦେବୁ ।
ଇତି
ତୋର ଶୁଭାକାଂକ୍ଷୀ
ବାପା
COMMENTS