Odia Application to the Block Development Officer to Dig Tube Well in Your Village: In this article you will get ତୁମ ଗ୍ରାମରେ ନଳକୂପ ଖନନ ପାଇଁ ମଣ୍ଡଳ ଉନ୍ନୟନ ଅଧୁକାରୀଙ୍କୁ ସରପଞ୍ଚଙ୍କ ତରଫରୁ ଦରଖାସ୍ତ ଲେଖ । Mandal Unnayan Adhikari Nikataku Patra in Odia.
Odia Application to the Block Development Officer to Dig Tube Well in Your Village
ତୁମ ଗ୍ରାମରେ ନଳକୂପ ଖନନ ପାଇଁ ମଣ୍ଡଳ ଉନ୍ନୟନ ଅଧୁକାରୀଙ୍କୁ ସରପଞ୍ଚଙ୍କ ତରଫରୁ ଦରଖାସ୍ତ ଲେଖ ।
ମାନନୀୟ ଶ୍ରୀଯୁକ୍ତ ଜିଲ୍ଲା ମଣ୍ଡଳ ଉନ୍ନୟନ ଅଧିକାରୀ, ଜଳେଶ୍ଵର,ବାଲେଶ୍ଵର
ମହୋଦୟ.........................................ସମୀପେଷୁ
ବିଷୟ : ନଳକୂପ ଖନନ ସମ୍ପର୍କରେ
ମହାଶୟ,
ଯଥୋଚିତ ସମ୍ମାନର ସହ ଆମ୍ଭେମାନେ ଆପଣଙ୍କର ବ୍ଳକ ଅନ୍ତର୍ଗତ ଖୁଆଡ଼ ଗ୍ରାମର ବାସିନ୍ଦା ଦୀର୍ଘଦିନ ଧରି ନିର୍ମଳ ପାନୀୟଜଳର ନିଅଣ୍ଟିଆସ୍ଥିତିକୁ ଅନୁଭବ କରିଆସୁଅଛୁ । ଯାହାଦ୍ଵାରା ସ୍ଵାସ୍ଥ୍ୟଗତ ସୁରକ୍ଷା ଆମ୍ଭମାନଙ୍କ ପାଇଁ ଏକ ବିରାଟ ପ୍ରଶ୍ନବାଚୀ ହୋଇଉଠିଅଛି । ଆମ ଗ୍ରାମର ଲୋକସଂଖ୍ୟା ପ୍ରାୟ ତିନିହଜାରରୁ ଊଦ୍ଧ । ବିଶେଷରୂପେ ମାନବ ସମ୍ବଳ ଅଧୁକାରର ସୁରକ୍ଷା ପାଇଁ ଆବଶ୍ୟକ ମୁତାବକ ନଳକୂପ ସ୍ଥାପନର କାର୍ଯ୍ୟକ୍ରମ ଯଥାଶୀଘ୍ର ହାତକୁ ନେଲେ ଅନେକ ଲୋକ ଆଉ ସଂକ୍ରାମକ ରୋଗର ଶିକାର ହେବେ ନାହିଁ ।
। ଏଣୁ ଆପଣଙ୍କୁ ବିନୀତ ପ୍ରାର୍ଥନା କରୁ ଯେ, ଆମ୍ଭ ନିବେଦନ ପତ୍ରଟିର ଗୁରୁତ୍ବ ଉପଲବ୍ଧ କରିବା ସହିତ ବିହିତ ପଦକ୍ଷେପ ଯଥାଶୀଘ୍ର ନେଲେ ଆମ୍ଭେମାନେ ବିଶେଷ ଉପକୃତ ହେବୁ । ଆପଣଙ୍କର ସହଯୋଗ ଆଶା କରୁଛୁ ।
ଇତି
ଆପଣଙ୍କର ସେବାମୁଗଧ
ଖୁଆଡ଼ ଗ୍ରାମବାସୀବୃନ୍ଦ
ସ୍ବାକ୍ଷର:- କ’
ସରପଞ୍ଚ