Thursday, 25 February 2021

ହଷ୍ଟେଲରୁ ମାତାଙ୍କୁ ଚିଠି । Letter to Mother Describing Hostel Life in Odia

Letter to Mother Describing Hostel Life in Odia: In this article you will get ଛାତ୍ରାବାସରେ ତୁମର ଅନୁଭୂତି ବର୍ଣ୍ଣନା କରି ମାଆଙ୍କ ନିକଟକୁ ପତ୍ର ଲେଖ । ହଷ୍ଟେଲରୁ ମାତାଙ୍କୁ ଚିଠି । ଛାତ୍ରାବାସରୁ ମା'ଙ୍କୁ ଚିଠି

ହଷ୍ଟେଲରୁ ମାତାଙ୍କୁ ଚିଠି । Letter to Mother Describing Hostel Life in Odia

ପତ୍ର ଓ ଦରଖାସ୍ତ

ଛାତ୍ରାବାସରେ ତୁମର ଅନୁଭୂତି ବର୍ଣ୍ଣନା କରି ମାଆଙ୍କ ନିକଟକୁ ପତ୍ର ଲେଖ ।

ଚମ୍ପାହାଟ ହାଇସ୍କୁଲ, ଛାତ୍ରାବାସ

ତା...........

ମାନନୀୟା ବୋଉ,

ମୋର ପ୍ରଣାମ ଗ୍ରହଣ କରିବୁ । ବାପାଙ୍କୁ ମଧ୍ୟ ମୋର ପ୍ରଣାମ ଜଣାଇ ଦେବୁ । ସାନ ଭାଇ ରମୁ ଓ ଭଉଣୀ ରେଣୁକୁ ମୋର କଲ୍ୟାଣ । ଗାଆଁ ଓ ଘର ଛାଡ଼ି ଆସି ଛାତ୍ରାବାସରେ ରହିବା ୩ ମାସ ହୋଇଗଲା । ଛାତ୍ରାବାସ ମୋତେ କେମିତି ଲାଗୁଛି ବୋଲି ତୁ ଚିଠିରେ ପଚାରିଥିଲୁ । ଏହା ହେଉଛି ଏକ ନୂତନ ଅନୁଭୂତି । ମୋ ଭଳି ଆଉ କେତେ କୁଆଡୁ ଛାତ୍ରମାନେ ସେମାନଙ୍କର ଗାଆଁ, ଘର ଓ ବାପାବୋଉଙ୍କୁ ଛାଡ଼ି ଏଠାରେ ଆସି ରହିଛନ୍ତି । ଆମ ସାଙ୍ଗରେ ତଳ ଶ୍ରେଣୀର ଛାତ୍ରମାନେ ମଧ୍ୟ ଅଛନ୍ତି । ସେମାନେ ଆମକୁ ବଡ଼ଭାଇ ଭଳି ମାନନ୍ତି । ଆମେ ଉପର ଶ୍ରେଣୀର ଛାତ୍ରମାନେ ତାଙ୍କୁ ସାନଭାଇ ଭଳି ସ୍ନେହକରୁ ।

ଆମ ଛାତ୍ରାବାସରେ ଆମେ ଗୋଟିଏ ପରିବାର ଭଳି ଚଳୁ । ଏଠାରେ ଧନୀ, ଦରିଦ୍ର, ଜାତି ଭେଦ ଓ ଧର୍ମ ଇତ୍ୟାଦିର କିଛି ବିଚାର ନାହିଁ । ଜଣଙ୍କର ଦେହ ଖରାପ ହେଲେ ଅନ୍ୟମାନେ ସମସ୍ତେ ଆସି ତା’ର ସେବା କରନ୍ତି ।

ବୋଉ, ତୁ ଜାଣିଛୁ ଛାତ୍ରାବାସ ଜୀବନ ହେଉଛି ଶୃଙ୍ଖଳିତ ଜୀବନ । ସକାଳୁ ଠିକ୍ ସମୟରେ ଉଠିବାଠାରୁ ଆରମ୍ଭ କରି ରାତିରେ ଠିକ୍‌ ସମୟରେ ଶୋଇବା ପର୍ଯ୍ୟନ୍ତ ରୁଟିନବନ୍ଧା ନୀତିରେ ଚାଲିଥାଏ । ସକାଳୁ ଉଠିବା ବେଳେ ଘଣ୍ଟ ବାଜେ, ଖାଇବାବେଳ ହେଲେ ଘଣ୍ଟା ବାଜେ, ପୁଣି ପ୍ରାର୍ଥନା ବେଳରେ ମଧ୍ୟ ଘଣ୍ଟାବାଜେ । ସ୍କୁଲର ଜଣେ ଭଲ ସାର୍ ଆମ ହଷ୍ଟେଲର ସୁପରିଣ୍ଟେଣ୍ଟ ଅଛନ୍ତି । ସେ ସବୁବେଳେ ପିଲାମାନଙ୍କର ଭଲମନ୍ଦ ବୁଝନ୍ତି । ଏଠାରେ ସବୁ କାମ ନିଜେ କରିବାକୁ ପଡ଼େ । ଏହାଦ୍ବାର। ଯମର ସ୍ବାବଲମ୍ବନଶୀଳତା ବଢ଼ିବା ବୋଲି ସାର୍ କହନ୍ତି । ଆମେ ଲୁଗାପଟା ସଫା କରିବା,ନିଜର ଅଇଁଠା ବାସନ ଧୋଇବା, ନିଜ ରୁମ୍ ସଫା କରିବା ଇତ୍ୟାଦି ନିଜେ ଜେ କରୁ ।

ବୋଉ,ତୁ ଏଠାକାର ଖାଇବା ପିଇବା କଥା ପଚାରିଥିଲୁ । ତୁ ଯେତେ ଶ୍ରଦ୍ଧା ଓ ଆଦରରେ ଭଲ ଭଲ ଜିନିଷ ରାନ୍ଧି ଖୁଆଉ, ସେ କଥା ବରାବର ମନେପଡ଼େ । ନିଜ ଘରର ଖୁଆପିଆ ସହିତ ଛାତ୍ରାବାସର ଖୁଆପିଆକୁ ତୁଳନା କରି ଲାଭ ନାହିଁ । ତଥାପି ସପ୍ତାହରେ ଥରେ ଲେଖାଏଁ ମାଛ, ମାଂସ ବା ଅଣ୍ଡା ଆମମାନଙ୍କୁ ଖାଇବାକୁ ଦିଆଯାଏ । ଛାତ୍ରବାସରେ ରୋଷେଇ କରିବା ନିମନ୍ତେ ଜଣେ ପୁଝାରୀ ଓ ତାଙ୍କୁ ଅନ୍ୟାନ୍ୟ କାର୍ଯ୍ୟରେ ସାହାଯ୍ୟ କରିବା ନିମନ୍ତେ ଜଣେ ସାହାଯ୍ୟକାରୀ ଅଛନ୍ତି । ସାପ୍ତାହିକ ହାଟ ଦିନ ସାରଙ୍କ ସହିତ ଆମେ କେତେ ଜଣ ଛାତ୍ର ଯାଇ ଭଲ ଭଲ ପରିବାପତ୍ର କିଣିଆଣୁ, ସଉଦାପତ୍ର ମଧ୍ୟ କିଣିବାରେ ଆମେ ସାହାଯ୍ୟ କରୁ ।

ଆସନ୍ତା ସପ୍ତାହରେ ଆମର ପ୍ରି-ଟେଷ୍ଟ ପରୀକ୍ଷା ସରି ଦଶହରା ଛୁଟି ହେବ । ଛୁଟିରେ ଛାତ୍ରାବାସ ବନ୍ଦ ରହିବ । ସବୁପିଲା ଘରକୁ ଯିବେ । ମୁଁ ମଧ୍ୟ ଘରକୁ ଯିବି । ଘରକୁ ଗଲେ ସବୁକଥା କହିବି ।

ଇତି

ତୋର ସ୍ନେହର

ବିଶୁ

ଠିକଣା

 

 

 ଟିକେଟ

 ପ୍ରେରକ

 ଗ୍ରାହକ 

 ଶ୍ରୀ ବିଶ୍ବନାଥ ମହାନ୍ତି

 ଶ୍ରୀମତୀ ବନଲତା ଦେବୀ

 ଚମ୍ପାହାଟ ହାଇସ୍କୁଲ, ଛାତ୍ରାବାସ

 ମାଫିତ୍ : ଶ୍ରୀ ବ୍ରଜକିଶୋର ମହାନ୍ତି

 ସାପୋ : ଚମ୍ପାହାଟ

 ଗ୍ରା : ପାତ୍ରପୁର

 ଜି: କଟକ

 ପୋ.ଅ. ଜରିପଡ଼ା

 ପିନ୍ : ୭୫୩୦୧୪

ଜି: କଟକ

ପିନ୍ : ୭୫୪୦ ୧୮

(ଲଫାପା ଉପରେ ଡାହାଣ ପଟେ ପାଇବା ଲୋକର ଠିକଣା ସହିତ ବାମ ପଟେ ପଠାଇବା ଲୋକର ଠିକଣା ଲେଖାଯିବା ଆବଶ୍ୟକ । ଇଲାଣ୍ଡ ଲେଟରର ସମ୍ମୁଖ ଭାଗରେ ପାଇବା ଲୋକର ଠିକଣା ଏବଂ ତା’ର ପଛଭାଗରେ ପଠାଇବା ଲୋକର ଠିକଣା ଲେଖାଯାଏ । ପୋଷ୍ଟକାର୍ଡରେ କିନ୍ତୁ ପଠାଇବା ଲୋକର ଠିକଣା ଲେଖୁବାକୁ ସ୍ଵତନ୍ତ୍ର ସ୍ଥାନ ରଖାଯାଇନାହିଁ । ତେଣୁ ଆବଶ୍ୟକ ହେଲେ ଚିଠିର ଆରମ୍ଭରେ ବା ଶେଷରେ ନିଜର ସମ୍ପୂର୍ଣ୍ଣ ଠିକଣା ଲେଖାଯାଇପାରେ ।)


SHARE THIS

Author:

I am writing to express my concern over the Hindi Language. I have iven my views and thoughts about Hindi Language. Hindivyakran.com contains a large number of hindi litracy articles.

0 comments: