Essay on Importance of Cinema in Odia Language : In this article " ଚଳଚ୍ଚିତ୍ର ଓ ତାର ଉପଯୋଗିତା ରଚନା ", " ସିନେମା ଏବଂ ଏହାର ଗୁରୁତ୍ୱ...
Essay on Importance of Cinema in Odia Language: In this article "ଚଳଚ୍ଚିତ୍ର ଓ ତାର ଉପଯୋଗିତା ରଚନା", "ସିନେମା ଏବଂ ଏହାର ଗୁରୁତ୍ୱ", "Chalchitra Rachana in Odia for students of class 5, 6, 7, 8, 9, and 10.
Odia Essay on "Importance of Cinema", "ସିନେମା ଏବଂ ଏହାର ଗୁରୁତ୍ୱ ରଚନା" for Students
ଉପକ୍ରମ : ସମୟର ଅବାରିତ ପ୍ରବାହରେ ସୃଷ୍ଟିର ପ୍ରଥମ ପ୍ରଭାତରୁ ଧରିତ୍ରୀ ବକ୍ଷରେ କେତେ ହାସ୍ୟ, କେତେ ଅଶୁ, କେତେ ଆବେଗ ଓ ଉଚ୍ଛାସ ସୃଷ୍ଟି ହୋଇ କେଉଁଆଡ଼େ ବିଲୀନ ହୋଇଯାଇଛି। ମଧୁର ସୁରଭି ବି କେତେ ସୁକୁମାର ପୁଷ୍ପ ବୃନ୍ତଚ୍ୟୁତ ହୋଇ ତଳେ ଝଡ଼ିଯାଇଛି । ପୁଣି କେତେ ସୁମିଷ୍ଟ ଫଳ ଲୋକଲୋଚନର ଅଗୋଚରରେ ମୃଭିକାରେ ସମାଧ ନେଇଛି । କେତେ କେତେ ବାତ୍ୟା, କେତେ ବନ୍ୟା, କେତେ ଯୁଦ୍ଧ, ଜୟ ପରାଜୟ ଓ ଅସୁର ଝଙ୍କାର ମଧ୍ୟ କେଉଁଆଡ଼େ ନୀରବ ହୋଇଯାଇଛି । ଏହି ସଂବେଦନହୀନ ମହାକାଳ କାହାକୁ ଧରି ରଖୁବାର କ୍ଷୀଣତମ ପ୍ରୟାସ କରିନାହିଁ । ମନୁଷ୍ୟ ଆଜି ଇତିହାସକୁ ଝୁରି ହେଉଛି । ମାଟିତଳୁ କଙ୍କାଳ ଆବିଷ୍କାର କରି ତା' ଉପରେ ଇତିହାସ ରଚନା କରୁଛି । ଆଧୁନିକ ବିଜ୍ଞାନ କିନ୍ତୁ ନବ ନବ ଉଭାବନା ବଳରେ ମନୁଷ୍ୟର ଯୁଗ ଯୁଗର ସେଇ ସ୍ଵପ୍ନ ଓ କଳ୍ପନାକୁ ଆଜି ସାକାର କରିଛି । ଇଥର ବକ୍ଷରେ ତରଙ୍ଗ ତୋଳି ଯେଉଁ ମନୋମୁଗ୍ଧକର ସ୍ବର ନିମିଷକ ମଧ୍ୟରେ ବିଲୀନ ହୋଇଯାଏ, ପୁଣି ଯେଉଁ ନୟନାଭିରାମ ଦୃଶ୍ୟରାଜି କ୍ଷଣକେ ଫୁଟି କ୍ଷଣକେ ଅଦୃଶ୍ୟ ହୋଇଯାଆନ୍ତି, ତାହାକୁ ଆଜି କୌଶଳୀ ବୈଜ୍ଞାନିକମାନେ ଶବ୍ଦ ଓ ଆଲୋକ ମାଧ୍ୟମରେ ଧରି ରଝବାର ଉପାୟ ଆବିଷ୍କାର କରିଛନ୍ତି । ଶବ୍ଦ ଓ ଆଲୋକର ଚମତ୍କାରିତା ବଳରେ ସୃଷ୍ଟି ହୋଇଛି ଚଳଚ୍ଚିତ୍ର । ଜଟିଳ ଜଞ୍ଜାଳଗ୍ରସ୍ତ କର୍ମକ୍ରାନ୍ତ ଆଧୁନିକ ମାନବ ପାଇଁ ତାହା ହେଉଛି ମନୋରଞ୍ଜନର ଏକ ଶ୍ରେଷ୍ଠ ଉପାଦାନ ।
ଚଳଚ୍ଚିତ୍ରର କ୍ରମବିକାଶ : ମନୁଷ୍ୟ ହେଉଛି ସ୍ୱଭାବତଃ ଏକ ବିଳାସାକାଂକ୍ଷୀ ଆମୋଦପ୍ରିୟ ପ୍ରାଣୀ । ଦିନେ ସେ ମୁକ୍ତ ରଙ୍ଗମଞ୍ଚରେ ଯାତ୍ରାଭିନୟ, ପାଲାଗାନ ଓ ପାଞ୍ଚାଳୀ ନୃତ୍ୟ ଦେଖ୍ ଆପଣାର ରସାମୋଦୀ ପ୍ରାଣକୁ ପରିତୃପ୍ତ କରୁଥିଲା । ଆଜି କିନ୍ତୁ ତା ସ୍ଥାନରେ ଲକ୍ଷ ଲକ୍ଷ ଦର୍ଶକଙ୍କ ଚକ୍ଷୁରେ ବିସ୍ମୟ ସୃଷ୍ଟିକରି ରୂପେଲି ପଦ୍ଧି ଉପରେ ଝଲସି ଉଠୁଛି ଚଳମାନ ସବାକ ଚିତ୍ରାବଳୀ । ରୂପେଲି ଚିତ୍ର ସ୍ଥାନରେ ଏବେ ରଙ୍ଗୀନ ଚିତ୍ରାବଳୀ ଦର୍ଶକମାନଙ୍କୁ ଅଧୁକ ବିସ୍ମୟ ବିମୁଧ କରିଛି ।
ଭାରତୀୟ ଚଳଚ୍ଚିତ୍ରର ଇତିହାସରେ ୧୯୧୩ ମସିହାଟି ହେଉଛି ଏକାନ୍ତ ଭାବରେ ସ୍ମରଣୀୟ । କାରଣ ସେହିବର୍ଷ ଦାଦା ସାହେବ ଫାଲକେ (ଧୁଣ୍ଡିରାଜ ଗୋବିନ୍ଦ ଫାଲ୍କେ) ‘ରାଜା ହରିଶ୍ଚନ୍ଦ୍ର’ ନାମରେ ଏକ ମୂକଚିତ୍ର ନିର୍ମାଣ କରି ଚଳଚ୍ଚିତ୍ର ଇତିହାସର ଶୁଭାରମ୍ଭ କରିଥିଲେ । ଏହାର ଦୀର୍ଘ ୧୮ ବର୍ଷ ପରେ ୧୯୩୧ ମସିହାରେ ଇମ୍ପିରିଆଲ ଫିଲ୍ମ କମ୍ପାନୀ ପ୍ରଥମ କରି ‘ଆଲାମ ଆରା’ ନାମକ ଏକ ସବାକ ଚଳଚ୍ଚିତ୍ର ନିର୍ମାଣ କରି ସେଇଟିକୁ ଯେତେବେଳେ ବମ୍ବେରେ ପ୍ରଦର୍ଶନ କଲେ, ତାହା ଚଳଚ୍ଚିତ୍ର ଜଗତରେ ଏକ ନବ ଦିଗନ୍ତର ଉନ୍ମୋଚନ କଲା । ଆଜି କିନ୍ତୁ ଭାରତର ବିଭିନ୍ନ ଭାଷାରେ ଶହ ଶହ ସଂଖ୍ୟାରେ ଚିତ୍ର ନିର୍ମିତ ହେଉଛି ଏବଂ କୋଟି କୋଟି ଲୋକ ଏହାକୁ ଉପଭୋଗ କରିବାର ସୁଯୋଗ ଲାଭ କରି ଭାବଗଦ୍ଗଦ ହୋଇ ଉଠୁଛନ୍ତି । ସମଗ୍ର ପୃଥିବୀରେ ଭାରତୀୟ ଚଳଚ୍ଚିତ୍ରର ସ୍ଥାନ ଶୀର୍ଷରେ ରହିଅଛି ।
ଚଳଚ୍ଚିତ୍ରର ଉପଯୋଗିତା : ଆମର ପ୍ରାତ୍ୟହିକ ଜୀବନ ଯାତ୍ରା ଉପରେ ଚଳଚ୍ଚିତ୍ରର ପ୍ରଭାବ ଯେ କେତେ ବ୍ୟାପକ ଓ ଗଭୀର ତାହା ବର୍ଣନାତୀତ । ଆଜି ବାଟଘାଟ, ହାଟବଜାରଠାରୁ ଆରମ୍ଭକରି ଅନ୍ତଃପୁରର ନିଭୃତ ନିଳୟ ପର୍ଯ୍ୟନ୍ତ ସର୍ବତ୍ର ସିନେମା ସଙ୍ଗୀତର ଲଳିତ ଧନି ସହସ୍ର କଣ୍ଠରେ ମୁଖରିତ ହେଉଛି । ପ୍ରତି ସନ୍ଧ୍ୟାରେ ପ୍ରେକ୍ଷାଳୟର ଦ୍ବାରଦେଶରେ ଉସୁକ ଜନସ୍ରୋତକୁ ଦେଖିଲେ, ମନେହୁଏ, ସତେ ଯେମିତି ଏହି ଚଳଚ୍ଚିତ୍ରର ପର୍ଦ୍ଦା ଉପରଦେଇ ଉଦ୍ଧାମ ପ୍ରାଣପ୍ରବାହ ଛୁଟି ଚାଲିଛି ଏବଂ ତାକୁ ସର୍ଶ କରିବା ପାଇଁ ମନୁଷ୍ୟ ମଧ୍ୟରେ ଚାଲିଛି ଉତ୍କଟ ପ୍ରତିଦ୍ବନ୍ଦିତା । କ୍ରମଜଟିଳ ଆଧୁନିକ ଜୀବନରେ ମନୁଷ୍ୟ ଚାହେଁ ଶାନ୍ତି ଓ ଚିତ୍ତର ବିନୋଦନ । ସାରାଦିନର କର୍ମକ୍ରାନ୍ତିକୁ ଦୂରେଇ ଦେଇ ସନ୍ଧ୍ୟାରେ ଶୀତଳ ମୁହୁର୍ଭରେ କ୍ଷଣକ ପାଇଁ ସେ ଟିକିଏ ନୃତ୍ୟ ଗୀତ ବା ଆନନ୍ଦ ଉଲ୍ଲାସ ମଧ୍ୟରେ ହଜିଯିବା ପାଇଁ ଚାହେଁ । ଏସବୁ ଦୃଷ୍ଟିରୁ ଚଳଚ୍ଚିତ୍ରର ଆବଶ୍ୟକତା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ହୋଇଡ଼ିଛି ।
ଆମୋଦ ପ୍ରମୋଦ ବ୍ୟତୀତ ଚଳଚ୍ଚିତ୍ରର ଶିକ୍ଷାଗତ ମୂଲ୍ୟ କିଛି ନ୍ୟୁନ ନୁହେଁ । ଏହାର ଉପଯୋଗିତା ଯେ ଅପରିହାର୍ଯ୍ୟ, ଏକଥାକୁ ସ୍ବୀକାର କରିବାକୁ ପଡ଼ିବ । ପାଶ୍ଚାତ୍ୟ ଦେଶରେ ଚଳଚ୍ଚିତ୍ର ଶିକ୍ଷାଦାନର ଏକ ଉତ୍କୃଷ୍ଟ ମାଧ୍ୟମ ରୂପେ ଗ୍ରହଣ କରାଯାଇଛି ଏବଂ ବହୁ ସଂଖ୍ୟକ Film School ମାନ ପ୍ରତିଷ୍ଠା କରାଯାଇଛି । ଇଉରୋପ, ଆମେରିକା, ଜର୍ମାନ, ଋଷ ପ୍ରଭୃତି ଦେଶର ବିଦ୍ୟାଳୟମାନଙ୍କରେ ଇତିହାସ, ଭୂଗୋଳ, ଜୀବବିଦ୍ୟା ଓ ପ୍ରକୃତିପାଠ ଇତ୍ୟାଦି ଚଳଚ୍ଚିତ୍ର ମାଧ୍ୟମରେ ଅତ୍ୟନ୍ତ ସହଜ, ସରସ ଓ ଜୀବନ୍ତ ଭାବରେ ଶିକ୍ଷା ଦିଆଯାଇଥାଏ । ଏହାଦ୍ୱାରା ଛାତ୍ରମାନେ ଶିକ୍ଷାଲାଭ ଦିଗରେ ଅଧିକ ଆଗ୍ରହୀ ହେବା ସାଙ୍ଗେ ସାଙ୍ଗେ ପ୍ରତ୍ୟକ୍ଷଭାବେ ଜ୍ଞାନ ଅର୍ଜନ କରିପାରି ଥାଆନ୍ତି । ଏହା ବ୍ୟତୀତ ବିଭିନ୍ନ ବୃଭିମୂଳକ ଅନୁଷ୍ଠାନରେ ଏଇଭଳି ଶିକ୍ଷାସମ୍ପର୍କୀୟ ଉପଯୋଗୀ ଚଳଚ୍ଚିତ୍ରମାନ ଛାତ୍ରମାନଙ୍କ ସମ୍ମୁଖରେ ପ୍ରଦର୍ଶନ କରାଯିବା ଦ୍ବାରା ସେମାନେ ଅଧୁକ ଉପକୃତ ହୋଇଥାଆନ୍ତି । ଅବଶ୍ୟ ଆଧୁନିକ କାଳରେ ଦୂରଦର୍ଶନର ପ୍ରସାର ଫଳରେ ଚଳଚ୍ଚିତ୍ରର ଭୂମିକା ଏ କ୍ଷେତ୍ରରେ କେତେକାଂଶରେ ଗୌଣ ହୋଇଯାଇଛି । ଦୂରଦର୍ଶନ ଶିକ୍ଷାମୂଳକ କାର୍ଯ୍ୟକ୍ରମରେ ଦୂରଦର୍ଶନ ବରଂ ଅଧୁକ ଲୋକପ୍ରିୟତା ଅର୍ଜନ କରିଛି ।
ଚଳଚ୍ଚିତ୍ର ମାଧ୍ୟମରେ ଜନଶିକ୍ଷା ଓ ଲୋକଚରିତ୍ର ଗଠନ ଅଧୁକ ଫଳପ୍ରଦ ମନେହୋଇଥାଏ । ଜୀବନର ଉଚ୍ଚତର ମୂଲ୍ୟବୋଧ ସଂପର୍କୀୟ ପାରିବାରିକ ଚିତ୍ର ଓ ମହାପୁରୁଷଙ୍କ ଜୀବନୀକୁ ଆଧାର କରି ନିର୍ମିତ ହୋଇଥିବା ଚିତ୍ର ସାଧାରଣ ଲୋକର ନୈତିକ ବିଚାର ଓ ଚିନ୍ତାଧାରାକୁ ଉଜ୍ଜୀବିତ କରିଥାଏ । ଜାତୀୟ ଭାବ ଉବ୍ଦୀପକ ଚିତ୍ର ଦ୍ୱାରା ନାଗରିକମାନଙ୍କ ହୃଦୟରେ ଯେପରି ଜାତିପ୍ରୀତିର ଉଦ୍ରେକ ହୋଇଥାଏ, ଐତିହାସିକ ଚିତ୍ରଦ୍ଵାରା ସେଇଭଳି ଐତିହ୍ୟ ଓ ପରମ୍ପରା ପ୍ରତି ସଚେତନଭାବ ସୃଷ୍ଟି ହୋଇଥାଏ ।
ଆଧୁନିକ କାଳରେ ସରକାର ଯୋଜନାର ପ୍ରଚାର ନିମନ୍ତେ ଚଳଚ୍ଚିତ୍ରକୁ ଏକ ଉତ୍କୃଷ୍ଟ ମାଧ୍ୟମ ରୂପେ ଗ୍ରହଣ କରିଛନ୍ତି । ଗଣଶିକ୍ଷା, ନିରକ୍ଷରତା ଦୂରୀକରଣ, ଅଧୁକ ଶସ୍ୟଉତ୍ପାଦନ, କୃଷି, ପଶୁପାଳନ, ମସ୍ୟଚାଷ, ପରିବାର କଲ୍ୟାଣ, ସମବାୟ ଓ କୁଟୀରଶିଳ୍ପ, ପରିବେଶ ସୁରକ୍ଷା ଇତ୍ୟାଦି ଦିଗରେ ଲୋକମାନଙ୍କୁ ଆକୃଷ୍ଟ କରିବା ନିମନ୍ତେ ପ୍ରଚାରମୂଳକ ଚିତ୍ରମାନ ତିଆରି କରାଯାଉଛି । ଗାଁ ଗହଳର ଲୋକମାନଙ୍କୁ ଆମୋଦ ଦେବା ସଙ୍ଗେ ସଙ୍ଗେ ରାଷ୍ଟ୍ରୀୟ ପରିକଳ୍ପନାଗୁଡ଼ିକ ସହିତ ସେମାନଙ୍କୁ ଅବହିତ କରିବା ହେଉଛି ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ।
ସରକାରଙ୍କ ଉଦ୍ୟମରେ ନିର୍ମିତ ବାର୍ଭା ଚିତ୍ରଗୁଡ଼ିକ ଯେଭଳି ସରସ ଏବଂ ଉପଭୋଗ୍ୟ, ସେଇଭଳି ସୁସ୍ପଷ୍ଟ ଜ୍ଞାନର ପରିବର୍ଦ୍ଧକ । ରକେଟ ଉତ୍କ୍ଷେପଣ ଓ ମହାକାଶ ଯାତ୍ରାର ଚମତ୍କାର ଦୃଶ୍ୟ, ଜାତିସଂଘ ଅଧବେଶନର ଚିତ୍ର, ବିଦେଶୀ ରାଷ୍ଟ୍ରନାୟକମାନଙ୍କର ଭାରତ ଭ୍ରମଣ, ସେଇଭଳି ଭାରତର ରାଷ୍ଟ୍ରପତି ବା ପ୍ରଧାନମନ୍ତ୍ରୀଙ୍କର ବିଦେଶଗସ୍ତ, ବନ୍ୟା, ବାତ୍ୟା, ଭୂକମ୍ପ ବା ଦୁର୍ଘଟଣା ଇତ୍ୟାଦିର ଚିତ୍ର ଦେଖିଲେ ସମ୍ବାଦପତ୍ର ପୃଷ୍ଠାରେ ପରିବେଷିତ ସମ୍ବାଦ ଆମ ସମ୍ମୁଖରେ ଜୀବନ୍ତ ଭାବରେ ଆସି ଦଣ୍ଡାୟମାନ ହୁଅନ୍ତି । ପୃଥିବୀର ଗୋଟିଏ ପ୍ରାନ୍ତରେ ଥାଇ ତୁଷାରପଣ୍ଡିତ ନଗାଧୁରାଜ ହିମାଳୟର ଉନ୍ନତ ଶୃଙ୍ଗରାଜି, ଭୂ-ସ୍ଵର୍ଗ କାଶ୍ମୀରର ଅନୁରୂପ ଦୃଶ୍ୟ ସମ୍ପଦ, ଦିଗନ୍ତ ବିସ୍ତାରି ସାହାରାର ଧୂସର ମରୁବାଲି ପୁଣି ଋଷର ପକ୍ ଗହମ କ୍ଷେତ୍ରରେ ଖେଳିଯାଉଥିବା ସ୍ବର୍ଣ୍ଣାଭ ତରଙ୍ଗର ଛବି ଆମେ ଚଳଚ୍ଚିତ୍ର ଜରିଆରେ ଉପଭୋଗ କରିପାରୁ । ବିଭିନ୍ନ ରାଷ୍ଟ୍ରର ବହୁ ଆକାଂକ୍ଷିତ ନେତୃସ୍ଥାନୀୟ ବ୍ୟକ୍ତିମାନଙ୍କୁ ଦେଖୁବାର ସୁଯୋଗ ଲାଭ କରିବା ସଙ୍ଗେ ସଙ୍ଗେ ସେଠାକାର ଅଧିବାସୀମାନଙ୍କର ସଂସ୍କୃତି, ସଂସ୍କାର, ପୋଷାକ ପରିଚ୍ଛଦ ତଥା ଜୀବନଯାତ୍ରା ପଦ୍ଧତି ସହିତ ଆମକୁ ପରିଚିତ ହେବାର ସୁଯୋଗ ଚଳଚ୍ଚିତ୍ର ମାଧ୍ୟମରେ ମିଳିଥାଏ । ଯଥାର୍ଥରେ ଚଳଚ୍ଚିତ୍ର ହେଉଛି ସଭ୍ୟତାର ଏକ ଶକ୍ତିଶାଳୀ ପରିବାହକ ।
ଚଳଚ୍ଚିତ୍ରର କୁପ୍ରଭାବ : ବିଂଶ ଶତାବ୍ଦୀର ଏହି ବିସ୍ମୟକର ଉଭାବନ ଶିକ୍ଷା, ଶିଳ୍ପ, କଳା, ବିଜ୍ଞାନ, ରାଷ୍ଟ୍ରୀୟ ଚରିତ୍ର ନିର୍ମାଣ, ଯୋଜନାର ସଫଳତା, ଆନ୍ତର୍ଜାତିକ ସଂଗଠନ, ସଭ୍ୟତା ଓ ସଂସ୍କାରର ପାରସ୍ପରିକ ବିନିମୟ, ପ୍ରତ୍ୟକ୍ଷ ଜ୍ଞାନର ବିପୁଳତମ ଐଶ୍ବର୍ଯ୍ୟବଦ୍ଧନ ତଥା ମନୋରଞ୍ଜନ ଇତ୍ୟାଦି ସକଳ କ୍ଷେତ୍ରରେ ତା’ର ଅପରିହାର୍ଯ୍ୟ ଉପଯୋଗିତାକୁ ପ୍ରତିଷ୍ଠା କରିପାରିଛି, କିନ୍ତୁ ନୀତିବାଦୀ ସାଧୁ ବ୍ୟକ୍ତିମାନଙ୍କ ବିଚାରରେ ସେ ହେଉଛି ଅପସଂସ୍କୃତିର ଏକ ଅବାଞ୍ଚିତ ଆବାହକ ।
ଅନାଦି କାଳରୁ ମନୁଷ୍ୟର ଚିନ୍ତାରାଜ୍ୟରେ ସୁନୀତି ଏବଂ କୁନୀତିର ଯେଉଁ ତୀବ୍ର ପ୍ରତିଦ୍ବନ୍ଦିତା ଚାଲିଅଛି ସେଥିରୁ ସେ ନିଜକୁ ମୁ, କରିପାରି ନାହିଁ । ଧନତାକ୍ଷିକ ସଭ୍ୟତାରେ ସମାଜ କଲ୍ୟାଣ ପ୍ରତି ଦୃଷ୍ଟିପାତ ନ କରି ଅର୍ଥଲୋଭୀ ପ୍ରଯୋଜକଗଣ ଅଶ୍ମଳ ନଗ୍ନ ଚିତ୍ରମାନ ନିର୍ମାଣ ଦିଗରେ ଅଧିକ ଆଗ୍ରହୀ । ଅପରାଧତତ୍ତ୍ବ ସମ୍ବଳିତ ଶସ୍ତା କଥାବସ୍ତୁକୁ ଆଧାର କରି ବହୁ ନୀତିବାଧକ, ଯୌନମୂଳକ ଏବଂ ରାଷ୍ଟ୍ରୀୟ ମର୍ଯ୍ୟାଦା ହାନିକାରକ ଚିତ୍ର ପ୍ରସ୍ତୁତ କରୁଛନ୍ତି । ବିଜ୍ଞାପନ ପତ୍ରରେ ଚିତ୍ରତାରକାମାନଙ୍କର ଅସ୍ବାଭାବିକ ଅଭିନୟ ଭଙ୍ଗୀ ତଥା ଚିତୋରେଜକ ମୂଲ୍ୟହୀନ ସଙ୍ଗୀତର ଘନ ଘନ ପୁନରାବୃତି କିଶୋର ଛାତ୍ରଛାତ୍ରୀ ଓ ଯୁବକଯୁବତୀମାନଙ୍କୁ ବିପଥଗାମୀ କରୁଛି । ଶିଶୁମାନେ ଅପରାଧମୂଳକ ସିନେମାର ଅନୁକରଣରେ ଗୁରୁତର ଅପରାଧମାନ ସୃଷ୍ଟି କରୁଥିବାର ଦେଖାଯାଉଛି । ବହୁ ଅସତ୍ ଆଚରଣ ଓ ପୋଷାକ ପରିଚ୍ଛେଦର ଅନୁକରଣ ଆଧୁନିକତା ନାମରେ ସେମାନଙ୍କର ପକ୍ଷେ ଅପରିହାର୍ଯ୍ୟ ହୋଇଅଛି । ‘ଫାୟାର ଓ ‘ୱାଟର’ ଭଳି ଚଳଚ୍ଚିତ୍ରକୁ କେନ୍ଦ୍ରକରି ସମଗ୍ର ଦେଶରେ ଯେଭଳି ଆଲୋଡ଼ନ ଓ ଆନ୍ଦୋଳନ ସୃଷ୍ଟିହେଲା, ତାହା ଏକ ଭଦ୍ର ସମାଜ ପ୍ରତି ନିର୍ଲଜ ଉପହାସ ବୋଲି ମନେହୁଏ । କୌଣସି ନୀତି ଆଦର୍ଶ ବା ସଂସ୍କୃତିର ପ୍ରଚାର ଅପେକ୍ଷା ଆଧୁନିକ ଚଳଚ୍ଚିତ୍ର ଅଧ୍ୟକ ପରିମାଣରେ ମାନବ ଚରିତ୍ରର ପାଶବ ପ୍ରବୃତ୍ତି ଉପରେ କେନ୍ଦ୍ରୀଭୂତ । ତେଣୁ ଆଧୁନିକ ଚଳଚ୍ଚିତ୍ର ହୋଇଛି ଯୌନତା ଓ (sex) ଓ ହିଂସା (violence) ର ପ୍ରଚାରକ । ସଂସ୍କୃତିସଂପନ୍ନ ଏକ ମାଜିତ ତଥା ଭଦ୍ର ସମାଜ ଗଠନ ଦିଗରେ ଏହା ବାଧକ ଅଟେ ।
ପ୍ରତିକାର : ଦେଶର ଓ ଜାତିର ବୃହତ୍ତର ସ୍ୱାର୍ଥକୁ ଆଖି ଆଗରେ ରଖି ଆଧୁନିକ ଚଳଚ୍ଚିତ୍ରର ଏକ ବୈପ୍ଳବିକ ସଂସ୍କାର ଆବଶ୍ୟକ । ଚଳଚ୍ଚିତ୍ର ପ୍ରଯୋଜକମାନଙ୍କର କେବଳ ଅର୍ଥ ଉପାର୍ଜନ ପାଇଁ ନୁହେଁ, ଦେଶ ପାଇଁ ଏକ ନୈତିକ ଦାୟିତ୍ବ ଅଛି ବୋଲି ସେମାନେ ବିଚାର କରିବା ଉଚିତ । ଚଳଚ୍ଚିତ୍ରର ଯେଉଁ ମୌଳିକ ଅଭିପ୍ରାୟ ଥିଲା ଚିତ୍ତ ବିନୋଦନ, ତାହା ଆଜି ଚିତ୍ତକୁ କଳୁଷିତ କରିବା ଦିଗରେ ମୁଖ୍ୟ ଭୂମିକା ଗ୍ରହଣ କରିଛି । ଶିକ୍ଷାମୂଳକ ତଥା ଉପଯୋଗୀ ଚଳଚ୍ଚିତ୍ର କିଭଳି ନିର୍ମାଣ କରାଯାଇପାରିବ ସେ ଦିଗରେ ସରକାରଙ୍କର ଯଥେଷ୍ଟ କର୍ଭବ୍ୟ ରହିଛି । କେନ୍ଦ୍ର ସରକାରଙ୍କ ଦ୍ବାରା ୧୯୫୨ ମସିହାରୁ ଏ ସମ୍ପର୍କରେ ଆଇନ ପ୍ରଣୟନ କରାଯାଇ ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେଟ (Central Board of Film Certificate) ନାମରେ ଏକ ସଂସ୍ଥା ଗଠନ କରାଯାଇଛି । ଏହି ସଂସ୍ଥା ବିଭିନ୍ନ ଭାଷାରେ ନିର୍ମିତ ଚଳଚ୍ଚିତ୍ରଗୁଡ଼ିକୁ ପରୀକ୍ଷା କରି ସାର୍ଟିଫିକେଟ୍ ଦେବାପରେ ସେଗୁଡ଼ିକ ସର୍ବସାଧାରଣରେ ପ୍ରଦର୍ଶନ କରାଯାଇଥାଏ । ସୁତରାଂ ଏହି ସଂସ୍ଥା ସତର୍କ ରହିଲେ ଏବଂ ନିମ୍ନମାନର, ରୁଚିହୀନ, ଅର୍ଶୀଳ ଚଳଚ୍ଚିତ୍ରଗୁଡ଼ିକୁ ସାର୍ଟିଫିକେଟ ଦିଆ ନଗଲେ ସେଗୁଡ଼ିକ ଆମ ସମ୍ମୁଖକୁ ଆସନ୍ତା ନାହିଁ ।
ଆମ ଦେଶରେ ଆବଶ୍ୟକ ପରିମାଣର ଶିଶୁ ଚଳଚ୍ଚିତ୍ରର ଅଭାବ ରହିଛି । ଏ ଦିଗରେ ପ୍ରଯୋଜକମାନଙ୍କ ସହିତ ନିଜେ ସରକାର ସଚେତ ରହିବା ଆବଶ୍ୟକ । ଉଚ୍ଚମାନର ନୀତିମୂଳକ, ଶିକ୍ଷାପ୍ରଦ ଶିଶୁଚିତ୍ରକୁ ପୁରସ୍କୃତ କରିବା ସଙ୍ଗେ ସଙ୍ଗେ ପ୍ରଯୋଜକମାନଙ୍କୁ ଆର୍ଥିକ ସାହାଯ୍ୟ ପ୍ରଦାନ କରାଗଲେ ନିର୍ମାତାମାନେ ଉତ୍ସାହିତ ହୁଅନ୍ତେ ।
ଶେଷକଥା : ଆଧୁନିକ କାଳରେ ଦୂରଦର୍ଶନ ଓ ଭିଡ଼ିଓ ଇତ୍ୟାଦିର ବ୍ୟାପକ ପ୍ରସାର ଫଳରେ ଚଳଚ୍ଚିତ୍ରର ଆଦର କେତେକାଂଶରେ ହ୍ରାସ ପାଇଛି; ତଥାପି ପ୍ରେକ୍ଷାଳୟ ସମ୍ମୁଖରେ ବ୍ୟାକୁଳ ଜନତାର ଉ ଳ ସମାବେଶ ଦେଖୁଲେ ଏହା ଯେ ଭାନୁମତୀଙ୍କର ଇନ୍ଦ୍ରଜାଲ ଭଳି ଆମକୁ ସ୍ବପ୍ରାଚ୍ଛନ୍ନ କରି ରଖିଛି, ତାହା ସହଜରେ ପ୍ରମାଣିତ ହୋଇଥାଏ । ସୁତରା ଚଳଚ୍ଚିତ୍ରର ଏହି ଲୋକପ୍ରିୟତାକୁ କିପରି ସତ୍ ଉଦ୍ଦେଶ୍ୟରେ ତଥା ଗଠନ ମୂଳକ ଦିଗରେ ବିନିଯୋଗ କରାଯାଇପାରିବ, ସେ ଦିଗରେ ସରକାର ଆନ୍ତରିକ ଭାବରେ ଉଦ୍ୟମ କରିବା ଆବଶ୍ୟକ ।
COMMENTS