Essay on Census of India in Odia Language : In this article " ଭାରତର ଜନଗଣନା ରଚନା ", " bharatar janganana rachna in odia for s...
Essay on Census of India in Odia Language: In this article "ଭାରତର ଜନଗଣନା ରଚନା", "bharatar janganana rachna in odia for students of class 5, 6, 7, 8, 9, and 10.
Odia Essay on "Census of India", "ଭାରତର ଜନଗଣନା ରଚନା" for Students
ସୂଚନା : ମନୁଙ୍କର ବଂଶଧର ମାନବଶିଶୁ ଦିନେ ଆଦିମ ଅରଣ୍ୟରେ ଏକ ସଂଖ୍ୟାଲଘୁ ପ୍ରାଣୀ ଭାବରେ ଶ୍ଵାପଦ ମେଳରେ ଭୟତ୍ରସ୍ତ ପ୍ରାଣରେ ଜୀବନ ଯାପନ କରୁଥିଲା । କ୍ରମ ବିବର୍ଭନ ଧାରାରେ ବିବର୍ତ୍ତିତ ହୋଇ ସେ ଯେ ଦିନେ ସମଗ୍ର ଜୀବ ସଂସାରରେ ଆପଣାର ନିରଙ୍କୁଶ କ୍ଷମତା ଓ ପ୍ରଭୁତ୍ବ ବିସ୍ତାର କରିବ, ସେ ଆଶା ସେତେବେଳେ ଥୁଲା ଦୁରାଶା । ସେ ଆଜି ଜଳ, ସ୍ଥଳ, ଆକାଶ ସର୍ବତ୍ର ନିଜର ସ୍ଥିତି ସାବ୍ୟସ୍ତ କରି ପ୍ରତି ମୁହୁର୍ତ୍ତରେ ନିଜକୁ ସଂପ୍ରସାରିତ କରି ଚାଲିଛି । ଏହା ଯେପରି ନିରବଚ୍ଛିନ୍ନ, ସେହିଭଳି ଅନ୍ତହୀନ । ତେଣୁ ମନୁଷ୍ୟ ନିଜେ ନିଜ ସଂଖ୍ୟାର କଳନା କରୁଛି, ସମୀକ୍ଷା କରୁଛି ଓ ବିଚାର କରି ଦେଖୁଛି- ସେ ଥିଲା। କେତେ, ଏବେ ହେଲା କେତେ ? ସଂଘ, ସମାଜ ଓ ଶାସନ ବ୍ୟବସ୍ଥାର ସୃଷ୍ଟିପରେ ମନୁଷ୍ୟର ଆବଶ୍ୟକତା ଓ ସୁଖ ସୁବିଧାର ଆଶା ପ୍ରତ୍ୟାଶା ବହୁ ଗୁଣରେ ବର୍ଦ୍ଧିତ ହୋଇଛି । ତେଣୁ ଯୋଜନାବଦ୍ଧ ଅଗ୍ରଗତି ବା ଭବିଷ୍ୟତର ଆକାଂକ୍ଷିତ ପ୍ରଗତି ନିମନ୍ତେ ଆଧୁନିକ ପ୍ରତ୍ୟେକ ରାଷ୍ଟ୍ରରେ ଜନସୁମାରି ଏକ ଅପରିହାର୍ଯ୍ୟ ଆବଶ୍ୟକତାରେ ପରିଣତ ହୋଇଛି ।
ଜନଗଣନାର ପ୍ରାଚୀନତା : ଜନଗଣନା ଶବ୍ଦଟିର ଉଭବ ହୋଇଛି ଲାଟିନ୍ Census ଶବ୍ଦରୁ, ଯାହାର ଅର୍ଥ ହେଉଛି ରେଜିଷ୍ଟର । ପ୍ରାଚୀନ ଭାରତରେ ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀ ବେଳକୁ ଜଗଗଣନା କାର୍ଯ୍ୟ ପ୍ରଚଳିତ ଥିବାର କୌଟିଲ୍ୟଙ୍କ ଅର୍ଥଶାସରୁ ଜଣାଯାଏ । ସୁସମୃଦ୍ଧ ପ୍ରାଚୀନ ରୋମ ଓ ମିଶର ସଭ୍ୟତାରେ ମଧ୍ୟ ଏକ ନିର୍ଦ୍ଦିଷ୍ଟ ସମୟର ବ୍ୟବଧାନର ଦେଶର ଅଧିବାସୀମାନଙ୍କର ସଂଖ୍ୟା ନିର୍ଣ୍ଣୟ କରାଯାଉଥିଲା । ପରବର୍ତ୍ତୀ କାଳରେ ରାଜତନ୍ତ୍ର ଶାସନ ଅମଳରେ କର ଟିକସ ଧାର୍ଯ୍ୟ କରିବା ନିମନ୍ତେ ଜନସୁମାରିର ଆବଶ୍ୟକତା ଅନୁଭୁତ ହେଲା । ଆଉ ମଧ୍ୟ ସେତେବେଳେ ଯୁଦ୍ଧଯାତ୍ରା ପୂର୍ବରୁ ଏବଂ ପରେ ସୈନ୍ୟସଂଖ୍ୟାର ଏକ ହିସାବ ରଖୁବାର ପ୍ରୟୋଜନ ଥିଲା । ଖ୍ରୀଷ୍ଟ୍ରୀୟ ଏକାଦଶ ଶତାବ୍ଦୀର ଶେଷଭାଗରେ ଇଂଲଣ୍ଡରେ ଧନୀ ଜମିଦାର ମାନଙ୍କର ଏକ ସଂଖ୍ୟା ଗଣନା କରାଯାଇଥିବାର ଇତିହାସରୁ ଜଣାଯାଏ; କିନ୍ତୁ ଏସବୁ ଜନଗଣନାର ଧାରା ନିଶ୍ଚିତରେ ଆଧୁନିକ ଜନଗଣନାର ଧାରାରୁ ସମ୍ପୂର୍ଣ୍ଣ ପୃଥକ୍ ଥିଲା । ସେତେବେଳେ ମୁଖ୍ୟତଃ କେବଳ ଏକ ସଂଖ୍ୟାର କଳନା ବ୍ୟତୀତ ଅନ୍ୟ କିଛି କରାଯାଉ ନା ଥିଲା; ମାତ୍ର ବର୍ଭମାନ ଏହାର ଉଦ୍ଦେଶ୍ୟ ହେଉଛି ବହୁମୁଖୀ ।
ଆଧୁନିକ କାଳରେ ଭାରତର ଜନଗଣନା : ଭାରତରେ ବିବଦ୍ଧ ଭାବରେ ଜନଗଣନା କାର୍ଯ୍ୟ ୧୮୮୧ ମସିହାରେ ଆରମ୍ଭ କରାଯାଇଥିଲା । ତଥାପି ଏହାର ଏକ ଦଶନ୍ଧି ପୂର୍ବରୁ ଲର୍ଡ ରିପନଙ୍କ ସମୟରେ ୧୮୭ ୨ ମସିହାରେ ନମୁନା ଆକାରରେ ଏକ ଗଣନା କାର୍ଯ୍ୟ କରାଯାଇଥିଲା । ସେହିଦିନରୁ ପ୍ରତି ୧୦ ବର୍ଷ ବ୍ୟବଧାନରେ ଭାରତରେ ଏହି କାର୍ଯ୍ୟ ଚଳିଆସୁଛି ଏବଂ ବିଗତ ୧୯୭୧ ରେ ଜନଗଣନା ବେଳେ ଏହାର ଶତବାର୍ଷିକ ଉତ୍ସବ ପାଳନ କରାଯାଇଛି ।
ଜନଗଣନା କାର୍ଯ୍ୟକୁ ଶୃଙ୍ଖଳିତ ରୂପେ ପରିଚାଳନା କରିବା ନିମନ୍ତେ ସରକାରଙ୍କ ଅଧୀନରେ ଏକ ସ୍ଵତନ୍ତ୍ର ଦପ୍ତର ଖୋଲାଯାଇଛି । ଏଥିରେ ବହୁ ପଦସ୍ଥ କର୍ମଚାରୀଙ୍କ ସମେତ ଅଧସ୍ତନ କର୍ମଚାରୀ ନିଯୁକ୍ତ ହୋଇଛନ୍ତି । ସାଧାରଣତଃ ଗଣନାକାର୍ଯ୍ୟ ପ୍ରାଥମିକ ସ୍କୁଲର ଶିକ୍ଷକମାନଙ୍କ ଦ୍ଵାରା ସଂପାଦିତ ହୋଇଥାଏ । ଗଣନାକାର୍ଯ୍ୟ ସମଗ୍ର ଦେଶରେ କେବଳ ଗୋଟିଏ ଦିନରେ ସମାହିତ ହୁଏ । ଏହାଦ୍ଵାରା ଏହି ଉଦ୍ଦେଶ୍ୟ ସାତ ହୁଏ ଯେ, କୌଣସି ବ୍ୟକ୍ତିଙ୍କର ସ୍ଥାନାନ୍ତର ଯୋଗେ ପୁନର୍ଗଣନାର ସମ୍ଭାବନା ରହେନାହିଁ । ଗଣନାକାରୀମାନେ ନିଜର କାର୍ଯ୍ୟକାରୀ ସୀମା ମଧ୍ୟର ଥିବା ପ୍ରତ୍ୟେକ ଗୃହକୁ ଯାଇ ନିର୍ଦ୍ଦିଷ୍ଟ ଫର୍ମରେ ପ୍ରତି ବ୍ୟକ୍ତିର ନାମ, ବୟସ, ଶିକ୍ଷାଗତ ଯୋଗ୍ୟତା, ଭାଷା, ସଂପ୍ରଦାୟ, ବୃତ୍ତି, ଆୟ ଇତ୍ୟାଦି ଲିପିବଦ୍ଧ କରନ୍ତି ଏବଂ ତାକୁ ନେଇ ନିକଟବର୍ତ୍ତୀ ବ୍ଲକର ସଦର କାର୍ଯ୍ୟାଳୟରେ ଦାଖଲ କରନ୍ତି । ଏହାପରେ ପ୍ରତି ବ୍ଲକ୍ର ଜନସଂଖ୍ୟାର ତାଲିକା ସବ୍ଡିଭିଜନର ସଦର କାର୍ଯ୍ୟାଳୟରେ ଏବଂ ସବ୍ଡିଭିଜନର ତାଲିକା ଜିଲ୍ଲା ଏବଂ ଜିଲ୍ଲାର ତାଲିକା ପ୍ରାଦେଶିକ ରାଜଧାନୀରେ ଦାଖଲ କରାଯାଇ ସମଗ୍ର ଦେଶର ଲୋକସଂଖ୍ୟା ହିସାବ କରାଯାଏ ।
ଜନଗଣନାର ଉପାଦେୟତା : ଆଜିକାଲି ଜନସଂଖ୍ୟାର ଗଣନା କାର୍ଯ୍ୟ କମ୍ପ୍ୟୁଟର ଯନ୍ତ୍ର ଦ୍ଵାରା କରାଯାଉ ଥିବାରୁ ଅନେକାଂଶରେ ମନୁଷ୍ୟର ଶ୍ରମ ଲାଘବ ହୋଇଛି । ତଥାପି ଗଣନାକାରୀମାନେ ପ୍ରତି ଗୃହକୁ ଯାଇ ପ୍ରଶ୍ରାବଳୀ ଜରିଆରେ ଗୃହକର୍ତ୍ତାଙ୍କଠାରୁ ଉତ୍ତର ସଂଗ୍ରହ କରିବାର ଆବଶ୍ୟକତା ଅପରିବର୍ତ୍ତିତ ରହିଛି । ଗଣନାରୁ ଯେଉଁ ସବୁ ତଥ୍ୟ ମିଳେ, ତାକୁ ଭିତ୍ତିକରି ଦେଶର ଯୋଜନା ପ୍ରସ୍ତୁତ କରାଯାଏ ଏବଂ ଶିକ୍ଷା, ସଂସ୍କୃତି, ଆର୍ଥିକ ଅବସ୍ଥା ଇତ୍ୟାଦି ସମ୍ପର୍କରେ ଏକ ପୂର୍ଣ୍ଣାଙ୍ଗ ଚିତ୍ର ମିଳେ । ବୟସ ଅନୁଯାୟୀ ଲୋକସଂଖ୍ୟା, ଭାଷା, ଧର୍ମ ଓ ସଂପ୍ରଦାୟ ଅନୁଯାୟୀ ଲୋକସଂଖ୍ୟା, ପ୍ରଦେଶ, ଜିଲ୍ଲା ଓ ନିର୍ଦ୍ଦିଷ୍ଟ ଅଞ୍ଚଳ ଅନୁଯାୟୀ ଲୋକସଂଖ୍ୟା ଏହି ଗଣନାରୁ ଜଣାଯାଏ । ଆହୁରି ମଧ୍ୟ କେଉଁ ଅଞ୍ଚଳରେ ଜନସଂଖ୍ୟା କ୍ରମେ ବୃଦ୍ଧିପ୍ରାପ୍ତ ହେଉଛି, କେଉଁ ଅଞ୍ଚଳରେ ଜନ୍ମହାର ହ୍ରାସ ପାଉଛି, ଏହା ଜଣାଗଲା ପରେ ତା’ର କାରଣମାନ ଅନୁସନ୍ଧାନ କରାଯାଇ ଉପଯୁକ୍ତ ପ୍ରତିକାର ବ୍ୟବସ୍ଥା ଅବଲମ୍ବନ କରାଯାଏ । ଜନଗଣନା ବ୍ୟତୀତ ଦେଶର ସାକ୍ଷର ନିରକ୍ଷର ସଂ, ସ୍ତ୍ରୀ ପୁରୁଷ, ବୃଦ୍ଧ ବାଳକ ଇତ୍ୟାଦିଙ୍କର ଅନୁପାତିକ ହାର, ମୁଣ୍ଡପିଛା ହାରାହାରି ଆୟ, ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକସଂଖ୍ୟାର ତାରତମ୍ୟ, ସେମାନଙ୍କର ହାରାହାରି ଆୟୁ ଇତ୍ୟାଦି ଜାଣିବା ସହଜ ହୁଏ । ଗତ କେତେବର୍ଷ ହେଲା ଦେଖାଯାଉଛି, ଲୋକମାନେ କ୍ରମେ ଅଧିକ ପରିମାଣରେ ସହରାଭିମୁଖୀ ହେଉଛନ୍ତି ଏବଂ ସହରଗୁଡ଼ିକ ଜନାକୀର୍ଣ୍ଣ ହୋଇଉଠୁଛି । ଜନସଂଖ୍ୟାର ନିର୍ଦ୍ଦିଷ୍ଟ ହିସାବ ନ ଜାଣିଲେ ଶିକ୍ଷାର ବ୍ୟବସ୍ଥା,ଚିକିତ୍ସାର ବ୍ୟବସ୍ଥା, ବାସଗୃହ ଓ ଖାଦ୍ୟ ଯୋଗାଣ, ନିଯୁକ୍ତି ବା କର୍ମଯୋଗାଣ ଇତ୍ୟାଦି କୌଣସି ପ୍ରଗତିଶୀଳ ରାଷ୍ଟ୍ରପକ୍ଷେ ସମ୍ଭବ ନୁହେଁ । ଦେଶରେ କେତେ ସଂଖ୍ୟାରେ ସାବାଳକ ବ୍ୟକ୍ତି ଅଛନ୍ତି, କେତେ ଲୋକ ବ୍ୟବସାୟୀ ଓ କେତେ ଲୋକ କୃଷକ ଏସବୁ ତଥ୍ୟ ସଂଗ୍ରହ କରାଯିବା ନିତାନ୍ତ ପ୍ରୟୋଜନ ।
ଦେଶଭିତ୍ତିକ ଜନଗଣନା ବ୍ୟତୀତ ସମଗ୍ର ପୃଥିବୀର ଜନଗଣନା କାର୍ଯ୍ୟ ଜାତିସଂଘ ଦ୍ଵାରା ସଂପାଦିତ ହୁଏ । ପ୍ରତ୍ୟେକ ରାଷ୍ଟ୍ରର ଜନସଂଖ୍ୟାକୁ ଏକତ୍ର ନେଇ ସେଥିରୁ ସେ ବିଭିନ୍ନ ତଥ୍ୟ ସଂଗ୍ରହ କରନ୍ତି ଓ ପ୍ରତିବର୍ଷ ଏହାର ଏକ ବିବରଣୀ ପୁସ୍ତକ ଆକାରରେ ପ୍ରକାଶ କରନ୍ତି । ଏହି ବିବରଣୀ ଅନୁଯାୟୀ ସଂପ୍ରତି ଚୀନଦେଶ ହେଉଛି ପୃଥିବୀର ସର୍ବାଧୁକ ଜନବହୁଳ ରାଷ୍ଟ୍ର । ଜନବହୁଳତାରେ ଭାରତର ସ୍ଥାନ ହେଉଛି ପୃଥିବୀରେ ଦ୍ବିତୀୟ ।
ଗଣନାରେ ତ୍ରୁଟି : ଜନଗଣନା କାର୍ଯ୍ୟ ଯେ ସବୁବେଳେ ନିର୍ଭୁଲ ଭାବରେ ସଂପାଦିତ ହୋଇଥାଏ, ସେକଥା ଦୃଢ଼ଭାବରେ କହିହେବ ନାହିଁ । ଏ କାର୍ଯ୍ୟରେ ଗଣନାକାରୀମାନଙ୍କର ନିଷ୍ଠାର ଅଭାବ ହିଁ ହେଉଛି ପ୍ରଧାନ ପ୍ରତିବନ୍ଧନକ । ଅନେକ ସମୟରେ ସେମାନେ ନିୟମ ଅନୁଯାୟୀ ପ୍ରତି ଗୃହକୁ ନ ଯାଇ ଗୋଟିଏ ସ୍ଥାନରେ ବସି ଆନୁମାନିକ ଭାବେ ବିବରଣୀଗୁଡ଼ିକ ଲିପିବଦ୍ଧ କରନ୍ତି । କୌଣସି କୌଣସି ସ୍ଥାନରେ ଜଣେ ବ୍ୟକ୍ତି ଦୁଇ ଜଣ ଗଣନାକାରୀଙ୍କର ତାଲିକାରେ • ଅନ୍ତର୍ଭୁକ୍ତ ହୋଇଯିବାର ସମ୍ଭାବନା ମଧ୍ୟ ଉଣା ନୁହେଁ । ଗ୍ରାମାଞ୍ଚଳର ଅନେକ ବ୍ୟକ୍ତି ଅଶିକ୍ଷାବଶତଃ କୌଣସି ନିରର୍ଥକ ଆଶଙ୍କାରେ ପ୍ରକୃତ ତଥ୍ୟକୁ ଗୋପନ ରଖି ମିଥ୍ୟ ବିବରଣୀମାନ ଦିଅନ୍ତି । ସହରାଞ୍ଚଳର ଗଣନାକାର୍ଯ୍ୟ ତ୍ରୁଟିପୂର୍ଣ୍ଣ ହେବାର ସମ୍ଭାବନା ଅଧିକ । କାରଣ, ଏହା ଅତ୍ୟଧୁକ ଜନାକୀର୍ଣ୍ଣ ହୋଇଥିବାରୁ ଏବଂ ଏଠାରେ ପରସ୍ପର ଅପରିଚିତ ତଥା ଭିନ୍ନ ଭିନ୍ନ ପ୍ରକାର ବୃରିଧାରୀ ବ୍ୟକ୍ତି ବାସ କରୁଥିବାରୁ ଏଠାକୁ ପ୍ରତି ସମୟରେ ବହୁ ବ୍ୟକ୍ତିଙ୍କର ଆଗମନ ଓ ପ୍ରସ୍ଥାନ ଲାଗି ରହିଥାଏ । ତେଣୁ ଏ କ୍ଷେତ୍ରରେ କେତେକ ଅସୁବିଧା ଦେଖାଯାଏ । ତଥାପି ଗଣନାକାର୍ଯ୍ୟକୁ ଯଥାସମ୍ଭବ ନିର୍ଭୁଲ କରିବା ନିମନ୍ତେ ସବୁ ପ୍ରକାର ଉଦ୍ୟମ କରାଯାଏ । ଏବଂ ଏ ଉଦ୍ଦେଶ୍ୟରେ ସ୍ଵତନ୍ତ୍ର ନିୟମାବଳୀ ପ୍ରଣୟନ କରି ଗଣନାକାରୀମାନଙ୍କୁ ପୂର୍ବରୁ ତାଲିମ ଦିଆଯାଇଥାଏ । ଯଦି ଏଥିରେ କୌଣସି ପ୍ରକାର ତ୍ରୁଟି ରହିଯାଏ, ତାହା ଉପେକ୍ଷାର ଯୋଗ୍ୟ ।
ଭାରତରେ ବ୍ୟାପକ ଜନଗଣନା କାର୍ଯ୍ୟ ପ୍ରତି ଦଶବର୍ଷ ଅନ୍ତରରେ କରାଯାଉଥିଲେ ମଧ୍ୟ ଚାଷିକ ହାସବୃଦ୍ଧିର ହିସାଚ ନିୟମିତ ରଖାଯାଏ । ଏ ଉଦ୍ଦେଶ୍ୟରେ ନିଯୁକ୍ତ କର୍ମଚାରୀମାନେ ବର୍ଷସାରା କାର୍ଯ୍ୟରତ । ଏଥିପାଇଁ କୌଣସି ଗଣନାକାରୀ କାହାରି ଦ୍ବାରକୁ ଅବଶ୍ୟ ଯାଆନ୍ତି ନାହିଁ । ତେବେ ବ୍ୟକ୍ତିବିଶେଷଙ୍କର ଜନ୍ମମୃତ୍ୟୁର ସମ୍ବାଦକୁ ଭିତ୍ତିକରି ଜନସଂଖ୍ୟା ବୃଦ୍ଧିର ଆନୁପାତିକ ହିସାବ ନେଇ ବୈଜ୍ଞାନିକ ପଦ୍ଧତିରେ ଏହି ସଂଖ୍ୟା ନିର୍ଣ୍ଣୟ କରାଯାଏ ।
୨୦୧୧ର ଜନଗଣନା : ସ୍ଵାଧୀନତା ପ୍ରାପ୍ତିପରେ ଷଷ୍ଠ ଥର ପାଇଁ ଭାରତରେ ଗତ ୨୦୧୧ ମସିହା ମାର୍ଚ୍ଚ ମାସ ପହିଲା ତାରିଖ ଦିନ ଜନଗଣନା କାର୍ଯ୍ୟ ସଂପାଦିତ ହୋଇଥିଲା । ଏହି ଗଣନା ଅନୁଯାୟୀ ଭାରତର ଲୋକସଂଖ୍ୟା ହେଉଛି ୧ ୨୧ କୋଟି ୧ ଲକ୍ଷ ୯୩ ହଜାର ଏବଂ ସାକ୍ଷରତା ହେଉଛି ଶତକଡା ୭୪.୦୪ । ସେଇଭଳି ଓଡ଼ିଶାର ମୋଟ ଜନସଂଖ୍ୟା ହେଉଛି ୩ କୋଟି ୬୭ ଲକ୍ଷ ଏବଂ ଏଠାରେ ସାକ୍ଷରତା ହାର ହେଉଛି ଶତକଡ଼ା ୭ ୨.୮୭ । ହିସାବରୁ ଅନୁମାନ କରାଯାଉଛି ଯେ, ଏହି କ୍ରମରେ ଯଦି ଜନସଂଖ୍ୟା ବୃଦ୍ଧି ପାଏ ତେବେ ୨୦୫୦ ମସିହା ବେଳକୁ ଦେଶର ଜନସଂଖ୍ୟା ୧୬୦ କୋଟିରେ ପହଞ୍ଚିବ, ସେତେବେଳେ ଚୀନ୍ ପରିବର୍ତ୍ତେ ଭାରତ ହେବ ପୃଥିବୀର ସବୁଠାରୁ ଜନବହୁଳ ରାଜ୍ୟ ।
ଶେଷକଥା : ଜନଗଣନା କାର୍ଯ୍ୟଟି ହେଉଛି ଏକ ଗୁରୁତ୍ବପୂର୍ଣ୍ଣ ଜାତୀୟ କାର୍ଯ୍ୟ । ଭାରତ ଭଳି ଏକ ବିକାଶଶୀଳ ରାଜ୍ୟ ପାଇଁ ଏହାର ଆବଶ୍ୟକତା ଅପରିହାର୍ଯ୍ୟ ଅଟେ । ସୁତରାଂ ଗଣନା କାର୍ଯ୍ୟରେ ଜନସାଧାରଣ ।ଯେତିକି ସହଯୋଗ ମନୋଭାବ ପ୍ରଦର୍ଶନ କରିବେ ଗଣନାକାରୀମାନେ ତ@କ ନିଷ୍ଠା ଓ ଆନ୍ତରିକତା ପ୍ରକାଶ କରିବା ଉଚିତ୍ ।
COMMENTS