Saturday, 20 February 2021

Odia Essay on "My Favorite Poet", "ତୁମର ପ୍ରିୟ କବି ରଚନା" for Students

Essay on My Favorite Poet in Odia Language: In this article "ତୁମର ପ୍ରିୟ କବି ରଚନା", "Bhakta kabi madhusudan rao biography in odia for students of class 5, 6, 7, 8, 9, and 10.

Odia Essay on "My Favorite Poet", "ତୁମର ପ୍ରିୟ କବି ରଚନା" for Students

କବିଙ୍କର ପରିଚୟ :

“ଯାହା ମୁଁ କରଇ, ଯାହା ମୁଁ କହଇ

ଯାହା ମୁଁ ଚିନ୍ତଇ ମନେ,

ଜଗତର କର୍ଭା ପରମ ଈଶ୍ଵର

ଜାଣୁଛନ୍ତି ପ୍ରତିକ୍ଷଣେ ।"

ବାଲ୍ୟ ଜୀବନରେ ଯାହାଙ୍କର ରଚିତ ଏହି ଭକ୍ତିଗୀତଟି ମୋର ସୁକୁମାର ଶିଶୁପ୍ରାଣରେ ଅସରନ୍ତି ବିଭୁପ୍ରେମର ଉଚ୍ଛାସ ସୃଷ୍ଟିକରି ସର୍ବଦ୍ରଷ୍ଟା ଭଗବାନଙ୍କ ଉଦ୍ଦେଶ୍ୟରେ ମଥା ନୁଆଁଇବାକୁ ଶିକ୍ଷା ଦେଇଥିଲା, ସେଇ ହେଉଛନ୍ତି ମୋର ପ୍ରିୟ କବି ସ୍ୱର୍ଗତ ମଧୁସୂଦନ ରାଓ । କେବଳ ମୁଁ ନୁହେଁ,ମୋଅରି ଭଳି ଓଡ଼ିଶାର ପୁରପଲ୍ଲୀର ଅଗଣିତ ଶିଶୁଙ୍କର ଦରୋଟି କରେ ଆଜି ମଧ୍ୟ ଏହି ଅମର ପଦଟି ପ୍ରତିଧ୍ବନିତ ହେଉଅଛି । ମଧୁସୂଦନ ଥିଲେ ଏକାଧାରରେ ଜଣେ କବି, ଭାବୁକ, ଶିକ୍ଷକ ଓ ଦାର୍ଶନିକ । ଶତାବ୍ଦୀର ସୀମାରେଖା ଅତିକ୍ରମ କରି ସେ ଓଡ଼ିଶା ସାହିତ୍ୟ ଜଗତରେ କାଳଜୟୀ ଗୌରବ ଅର୍ଜନ କରିଛନ୍ତି ।

ସଂକ୍ଷିପ୍ତ ଜୀବନୀ : ସେହି କାଳଜୟୀ ଅମର କବି ସ୍ୱର୍ଗତ ମଧୁସୂଦନ ରାଓ ଓଡ଼ିଶାରେ ସର୍ବତ୍ର ‘ଭକ୍ତକବି’ ନାମରେ ହିଁ ସୁପରିଚିତ । କଟକରେ ତାଙ୍କ ଦ୍ବାରା ପ୍ରତିଷ୍ଠିତ ହାଇସ୍କୁଲଟି ତାଙ୍କରି ସମ୍ମାନାର୍ଥ ‘ଭକ୍ତମଧୁ ବିଦ୍ୟାପୀଠ' ନାମରେ ନାମିତ ହୋଇଛି । କାୟମନୋବାଜ୍ୟରେ ସେ ଥିଲେ ଭୂମା ଓ ଭୁବନେଶ୍ଵରଙ୍କର ଉପାସକ । ଉନବିଂଶ ଶତାବ୍ଦୀର ମଧ୍ୟଭାଗରେ ୧୮୫୩ ମସିହା ଜାନୁୟାରୀ ମାସର ପବିତ୍ର ଶ୍ରୀପଞ୍ଚମୀ ତିଥିରେ ପୁରୀଠାରେ ତାଙ୍କର ଜନ୍ମ ହୋଇଥିଲା । ତାଙ୍କ ପିତାଙ୍କ ନାମ ଥିଲା ଭାଗୀରଥୀ ରାଓ ଓ ମାତାଙ୍କ ନାମ ଥିଲା ଅମ୍ବିକା ବାଈ । ପିତାମାତା ଉଭୟେ ଥିଲେ ଧର୍ମପରାୟଣ । ସୁତରାଂ ମଧୁସୂଦନ ବାଲ୍ୟକାଳରୁ ତାଙ୍କରି ଦ୍ଵାରା ପ୍ରଭାବିତ ହୋଇ ଏକ ସତ୍ୟନିଷ୍ଠ, ସାଧୁ ଓ ଧାର୍ମିକ ଜୀବନ ଦିଗରେ ଅନୁପ୍ରେରିତ ହୋଇଥିଲେ ।

ସ୍କୁଲ ଜୀବନରେ ମଧୁସୂଦନ ଜଣେ ମେଧାବୀ ତଥା ପ୍ରଖର ସ୍ମରଣଶକ୍ତି ସଂପନ୍ନ ଛାତ୍ର ଭାବରେ ଶିକ୍ଷକମାନଙ୍କର ଶ୍ରଦ୍ଧାଭାଜନ ହୋଇଥିଲେ । ତାଙ୍କର ଶାନ୍ତ, ଶିଷ୍ଟ, ସରଳ ଓ ଅମାୟିକ ବ୍ୟବହାର ଶିକ୍ଷକ ଓ ସହପାଠୀ ସମସ୍ତଙ୍କୁ ମୁଗଧ କରିଥିଲା । ଛାତ୍ର ଭାବରେ ସେ ଥିଲେ ଜଣେ ଅଧବସାୟୀ ଆଦର୍ଶ ଛାତ୍ର । ସେ କାଳର ଏଣ୍ଟ୍ରାନ୍‌ସ ବା ମାଟ୍ରିକୁଲେସନ ପରୀକ୍ଷାରେ ପୁରୀ ଜିଲ୍ଲା ସ୍କୁଲରୁ ପ୍ରଥମ ସ୍ଥାନ ଅଧୁକାର କରି ସେ ଉତ୍ତୀର୍ଣ୍ଣ ହୋଇଥିଲେ । ସେଥିପାଇଁ । ତାଙ୍କୁ ସରକାରଙ୍କ ତରଫରୁ ମାସିକ ଦଶ ଟଙ୍କା ବୃଦ୍ଧି ମଞ୍ଜୁର କରାଯାଇଥିଲା ।

ଏଣ୍ଟ୍ରାନ୍ସ ପାଶ୍ କରିବା ପରେ ନୂତନଭାବେ ପ୍ରତିଷ୍ଠିତ କଟକ କଲେଜରେ ଏଫ୍.ଏ. ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରି ସେ କୃତୀତ୍ବର ସହିତ ଉତ୍ତୀର୍ଣ୍ଣ ହୋଇଥିଲେ ଏବଂ ଏଥର ତାଙ୍କୁ ମାସିକ ୨୦ ଟଙ୍କା ବୃଦ୍ଧି ମଞ୍ଜୁର କରାଯାଇଥିଲା । ଅର୍ଥାଭାବରୁ କଲିକତା ଯାଇ ସେଠାରେ ଅଧୁକ ଉଚ୍ଚଶିକ୍ଷା ଲାଭ କରିବାର ଅଭିଳାଷକୁ ସେ ପରିତ୍ୟାଗ କରିଥିଲେ ଏବଂ ସରକାରୀ ସ୍କୁଲରେ ଜଣେ ସହକାରୀ ଶିକ୍ଷକ ଭାବରେ ନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ । କର୍ମ ଜୀବନରେ ସେ ସହକାରୀ ଶିକ୍ଷକଠାରୁ ଆରମ୍ଭ କରି ପ୍ରଧାନ ଶିକ୍ଷକ, ସ୍କୁଲ ବିଭାଗର ଡେପୁଟୀ ଇନିସ୍‌ପେକ୍ଟର ଓ ସର୍ବଶେଷରେ ଇନିସ୍‌ପେକ୍ଟର ଭାବରେ କାର୍ଯ୍ୟ କରି ଅବସର ନେଇଥିଲେ । କଟକର ରେଭେନ୍‌ସା କଲେଜିଏଟ୍ ସ୍କୁଲ ଓ ନର୍ମାଲ ସ୍କୁଲ ବା ଗୁରୁ ତାଲିମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବେର ସେ ବେଶ୍ ଲୋକପ୍ରିୟତା ଅର୍ଜନ କରିଥିଲେ । ସେ ଥିଲେ ଜଣେ ଛାତ୍ରବତ୍ସଳ ଆଦର୍ଶ ଶିକ୍ଷକ । ତାଙ୍କ ଶିକ୍ଷକ ଜୀବନର ନିଷ୍ଠା ଏବଂ ଆଦର୍ଶ କ୍ଵଚିତ ଲୋକଙ୍କଠାରେ ଦେଖୁବାକୁ ମିଳେ । ବହୁ କାବ୍ୟ, କବିତା, ପ୍ରବନ୍ଧ, ଅନୁବାଦ ଓ ପାଠ୍ୟପୁସ୍ତକ ରଚନା କରି ସେ କେବଳ ଯଶସ୍ୱୀ ହୋଇ ନାହାନ୍ତି, ଓଡ଼ିଆ ସାହିତ୍ୟ ଜଗତରେ ଅବିସ୍ମରଣୀୟ ହୋଇ ରହିଛନ୍ତି । ସେ ଥିଲେ ଜଣେ ବ୍ରହ୍ମଜ୍ଞ ଓ ଋଷିପ୍ରାଣ । ଏହି ତତ୍ତ୍ଵଦର୍ଶୀ ଭକ୍ତିପ୍ରାଣ କବିଙ୍କର ମାତ୍ର ୫୯ ବର୍ଷ ବୟସରେ ୧୯୨ ୨ ମସିହା ଡିସେମ୍ବର ମାସରେ ପରଲୋକ ହୋଇଥିଲା ।

ସାହିତ୍ୟ ସାଧନା : ଆଧୁନିକ ଓଡ଼ିଆ ସାହିତ୍ୟ ଜଗତରେ କବି ମଧୁସୁଦନ ଥିଲେ ଏକ ନବଯୁଗର ବାର୍ଭାବହ। ସତ୍ୟ, ଧର୍ମ, ଭକ୍ତି ଓ ପ୍ରୀତି, ଜାତୀୟତା ଓ ବିଭୁପ୍ରେମର ଏକ ସ୍ଵଚ୍ଛ ମନ୍ଦାକିନୀ ଧାରା ସେ। ବୁହାଇ ଦେଇଥିଲେ ଓଡ଼ିଶା ସାହିତ୍ୟ କ୍ଷେତ୍ରରେ । ଛାନ୍ଦମାଳା, କବିତାବଳୀ, କୁସୁମାଞ୍ଜଳି, ବସନ୍ତଗାଥା ଓ ଉତ୍କଳଗାଥା ପ୍ରଭୃତି କବିତା ପୁସ୍ତକ ହେଉଛି ତାଙ୍କର ଅନ୍ୟବଦ୍ୟ କୃତି । ଅନେକଗୁଡ଼ିଏ ପ୍ରବନ୍ଧ ରଚନା କରି ସେ ଓଡ଼ିଆ ପ୍ରବନ୍ଧ ସାହିତ୍ୟକୁ ସମୃଦ୍ଧ କରିଛନ୍ତି । ଆଧୁନିକ ଇଂରାଜୀ ଶିକ୍ଷାର ପ୍ରାକ୍‌କାଳରେ ଯେତେବେଳେ ଛାତ୍ରମାନଙ୍କ ନିମନ୍ତେ ଉପଯୁକ୍ତ ପାଠ୍ୟପୁସ୍ତକର ଅଭାବ ଥିଲା, କବି ମଧୁସୂଦନ ସେତେବେଳେ ଲେଖନୀ ଚାଳନା କରି ଏହି ଅଭାବକୁ ବହୁ ଅଂଶରେ ମୋଚନ କରିବାକୁ ସମର୍ଥ ହୋଇଥିଲେ । ତାଙ୍କ ଲିଖତ ସାହିତ୍ୟ କୁସୁମ ଓ ସାହିତ୍ୟ ପ୍ରସଙ୍ଗ ପୁସ୍ତକ ଦୁଇଟି ସେତେବେଳେ ଅପ୍ରତିଦ୍ବନ୍ଦ୍ ଆସନ ଗ୍ରହଣ କରିଥିଲା। ଏବଂ ତାଙ୍କ ମୃତ୍ୟୁ ପରେ ମଧ୍ୟ ଏହା ଦୀର୍ଘ ଦିନ ଧରି ବିଦ୍ୟାଳୟମାନଙ୍କରେ ପଠିତ ହେଉଥିଲା । ଯଥାର୍ଥରେ ସେ ଥିଲେ ଆଧୁନିକ ଓଡ଼ିଆ ପାଠ୍ୟପୁସ୍ତକର ଜନକ । ଏବେ ମଧ୍ୟ ତାଙ୍କ ରଚନାଗୁଡ଼ିକୁ ସାହିତ୍ୟ ପୁସ୍ତକର ମଡ଼େଲ ଭାବରେ ଗ୍ରହଣ କରାଯାଉଛି ।

କବିଙ୍କର ସର୍ବଶ୍ରେଷ୍ଠ କୃତିତ୍ବ ହେଉଛି ତାଙ୍କ ରଚିତ 'ବର୍ଣ୍ଣବୋଧ' ପୁସ୍ତକଟି । ଆଜି ଏକ ଶହ ବର୍ଷପରେ ମଧ୍ୟ ଏହି ପୁସ୍ତକଟିର ଆଦର ଓ ଉପାଦେୟତା କୌଣସି ମାତ୍ରାରେ ହ୍ରାସ ପାଇ ନାହିଁ । ଶତାବ୍ଦୀର ସୀମାରେଖାକୁ ଅତିକ୍ରମ କରି ତାହା କାଳଜୟୀ ଗୌରବ ଲାଭ କରିଛି । ପ୍ରାଥମିକ ବିଦ୍ୟାଳୟର ଛାତ୍ର ଓ ଶିକ୍ଷକ ସମସ୍ତଙ୍କର ଏହା ହେଉଛି ଏକ ଆଦରଣୀୟ ସମ୍ପତ୍ତି । ଏହାର ଅନୁକରଣରେ ବହୁ ପୁସ୍ତକ ରଚିତ ହୋଇଥିଲେ ମଧ୍ୟ ଗୁଣାତ୍ମକ ମାନ ଦୃଷ୍ଟିରୁ ଏହାକୁ କେହି ଅତିକ୍ରମ କରିବାକୁ ସମର୍ଥ ହୋଇନାହାଁନ୍ତି । ମଧୁସୂଦନଙ୍କର ଶିକ୍ଷକୋଚିତ ଆଦର୍ଶର ଏହା ଏକ ନିଖୁଣ ନିଦର୍ଶନ ଅଟେ ।

କବିଙ୍କର ଲୋକପ୍ରିୟତା : କବି ମଧୁସୂଦନ କେବଳ ଜଣେ କବି, ଲେଖକ ବା ଶିକ୍ଷକ ନ ଥିଲେ, ସେ ଥିଲେ ଯଥାର୍ଥରେ ଋଷିପ୍ରାଣ । ତାଙ୍କ ନିର୍ମଳ, ନିରହଙ୍କାର ଓ ନିଷ୍କପଟ ପ୍ରାଣରେ ସତେ ଯେପରି ଦେବତାଙ୍କ ଅବତରଣ ହୋଇଥିଲା । ଜଳ, ସ୍ଥଳ, ଆକାଶ ସର୍ବତ୍ର ସେହି ଚେତନାମୟ ପୁରୁଷଙ୍କର ଅସ୍ତିତ୍ବ ସେ ପ୍ରାଣେ ପ୍ରାଣେ ଅନୁଭବ କରିଥିଲେ । ସେ ଲେଖୁଛନ୍ତି -

“ଆକାଶ ଦିଶେ କି ସୁନ୍ଦର, ତାହାକୁ ଗଢ଼ିଲେ ଈଶ୍ଵର ।

ଉଜ୍ଵଳ ସୂର୍ଯ୍ୟ ଚନ୍ଦ୍ର ତାରା, ନୀଳ ସମୁଦ୍ର ଶ୍ୟାମ ଧରା ।

ପର୍ବତ, ନଦୀ, ତରୁମାନ, ସୃଜିଲେ ପ୍ରଭୁ ଭଗବାନ ।”

ନଦୀ, ହ୍ରଦ, ତୃଣ ଓ ତରୁଠାରୁ ଆରମ୍ଭ କରି ସୂର୍ଯ୍ୟ,ଚନ୍ଦ୍ର, ଗ୍ରହ ଓ ନକ୍ଷତ୍ର ପର୍ଯ୍ୟନ୍ତ ସବୁ ହେଉଛି ସେହି ପରମ ପୁରୁଷଙ୍କର ସୃଷ୍ଟି । ପଦ୍ମଫୁଲଟିକୁ ଦେଖ୍ କବି ଭାବମୁଗଧ ପ୍ରାଣରେ ଗାଇଛନ୍ତି -

କୋଟି ଲାବଣ୍ୟନିଧ୍ୟ ରେ ପଦ୍ମ ତୁହି

କି ଅମୃତେ ତୋ ତନୁ ଗଢ଼ିଲା ବିହି ?

ତୋ ରୂପ ଦରଶନେ ମୋର ହୃଦୟ ।

ପୁଣ୍ୟ ଆନନ୍ଦେ ହୁଏ ଅମୃତ ମୟ ।

ତାହାଙ୍କ ଦୃଷ୍ଟିରେ ପଦ୍ମଫୁଲଟି କେବଳ ସୁନ୍ଦର ନୁହେଁ, ତାହା ଅମୃତମୟ । ବିଧାତାର ଅନବଦ୍ୟ ସୃଷ୍ଟି ପଦ୍ମଫୁଲଟିକୁ ଦେଖ କବିଙ୍କ ହୃଦୟ ପୁଣ୍ୟ ଆନନ୍ଦରେ ପରିପୂର୍ଣ୍ଣ ହୋଇ ଉଠିଛି । ଜୀବନରେ ସକଳ ଦୁଃଖ ଓ ନୈରାଶ୍ୟକୁ ପରିହାର କରି ସେ ଏହି ସୃଷ୍ଟିକୁ ଅମୃତ ଦୃଷ୍ଟିରେ ଅବଲୋକନ କରିଥିଲେ । ସେଥିପାଇଁ ସେ ବିଶ୍ଵର ନରନାରୀଙ୍କୁ ଆହ୍ବାନ କରି କହିଛନ୍ତି:-

“ମଧୁମୟ ସୃଷ୍ଟି ସୁଧାମୟ ସୃଷ୍ଟି

ଏ ସୃଷ୍ଟି ଅମୃତମୟ ହେ,

ଜାଗ ନରନାରୀ ଅମୃତ ସନ୍ତତି ।

ପିଅ ସେ ଅମୃତ ପୟ ହେ ।

ପିଇ ସେ ଅମୃତ ଦିବସ ଶର୍ବରୀ

ଗାଅ ଅମୃତର ଜୟ ହେ ।”

କବି ସଂସାରର ସମସ୍ତ ପ୍ରକାର ସୁଖ ସମ୍ପରି, ଭୋଗ ବିଳାସ ଓ ରାଜ ଐଶ୍ବର୍ଯ୍ୟକୁ ତୁଚ୍ଛ ଜ୍ଞାନ କରିଥିଲେ । ସେଥିପାଇଁ ସେ ଲେଖୁଥଲେ

“ଟୁକୂଟ ମଣ୍ଡିତ ରାଜଶିର

ନୁହଇ ଶାନ୍ତି ଆସଦ ଆଶଙ୍କା ଭୟ ବିପଦ ।

ନିରନ୍ତର ରାଜମନ କରଇ ଅସ୍ଥିର ।

ଆଜି ଯେ ରାଜେନ୍ଦ୍ରାସନେ କାଲି ସେ ଫକୀର ।”

ଏହି ଶାଶ୍ଵତବାଣୀଟି କାଳ ନିର୍ବିଶେଷରେ ଏକ ପରମ ସତ୍ୟ ରୂପେ ପ୍ରତିପାଦିତ ହୋଇଅଛି । କେବଳ ଉଦାର, ଆପାର୍ଥବ ବିଭୂ ପ୍ରେମରେ ସେ ନିମଗ୍ନ ହୋଇ କବିତା ରଚନା କରି ନାହାନ୍ତି, ଜନନୀ ଓ ଜନ୍ମଭୂମି ପ୍ରତି ମଧ୍ୟ ନିଜର ଭକ୍ତିପୂତ ଅନ୍ତରର ସଶ୍ରଦ୍ଧ ନିବେଦନ ଜଣାଇଛନ୍ତି । ତାଙ୍କର ‘ଜନ୍ମଭୂମି’ ଓ ‘ମୋ ଜନନୀ’ କବିତା ଦୁଇଟି ଏ ଦୃଷ୍ଟିରୁ ଉଲ୍ଲେଖଯୋଗ୍ୟ ।

ଶେଷକଥା : ପ୍ରାତଃ ସ୍ମରଣୀୟ ଯୋଗଜନ୍ମା ଏହି ଋଷିପ୍ରାଣ କବି ମୋର ଅତ୍ୟନ୍ତ ପ୍ରିୟ ଅଟନ୍ତି । ସେ ମୋତେ ତାଙ୍କ ସାହିତ୍ୟ ଜରିଆରେ ଯେଉଁ ଶିକ୍ଷା ଦେଇଛନ୍ତି, ତାହା ମୋ ଜୀବନର ଆଦର୍ଶ ହୋଇଅଛି । ସେ ହେଉଛନ୍ତି ଏ ଜାତିର ମହାନ ଶିକ୍ଷକ । ଜଣେ ଛାତ୍ରବତ୍ସଳ ଆଦର୍ଶ ଶିକ୍ଷକ, ପ୍ରତିଭାବାନ କବି, ଚରିତ୍ରବାନ ବ୍ୟକ୍ତି ଓ ସର୍ବୋପରି ତତ୍ତ୍ୱଦର୍ଶୀ ବ୍ରହ୍ମଜ୍ଞ ପୁରୁଷ ଭାବରେ ମୋ ପାଇଁ ସେ ନମସ୍ୟ । ତାହାଙ୍କର ସ୍ମୃତି ଉଦ୍ଦେଶ୍ୟରେ ମୁଁ ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।


SHARE THIS

Author:

I am writing to express my concern over the Hindi Language. I have iven my views and thoughts about Hindi Language. Hindivyakran.com contains a large number of hindi litracy articles.

0 comments: