Essay on Nuclear Energy in Odia Language : In this article " ପରମାଣୁ ବୋମା ଓ ଆଧୁନିକ ଯୁଗ ରଚନା ", " aanvik shakti jug rachna in o...
Essay on Nuclear Energy in Odia Language: In this article "ପରମାଣୁ ବୋମା ଓ ଆଧୁନିକ ଯୁଗ ରଚନା", "aanvik shakti jug rachna in odia for students of class 5, 6, 7, 8, 9, and 10.
Odia Essay on "Nuclear Energy", "ପରମାଣୁ ବୋମା ଓ ଆଧୁନିକ ଯୁଗ ରଚନା" for Students
ସୂଚନା : ପ୍ରାଗୈତିହାସିକ ଯୁଗର ନିରନ୍ଧ୍ର ଅନ୍ଧକାର ମଧ୍ୟରେ ଅସହାୟ ମନୁଷ୍ୟ ଶିଶୁ ଦିନେ ବନାଗ୍ନିର ସାମାନ୍ୟତମ ରହସ୍ୟକୁ ମଧ୍ୟ ଭେଦ କରି ନପାରି ସ୍ତବଧ-ଚକିତ ପ୍ରାଣରେ ଆତଙ୍କ ଗଣୁଥିଲା । ପ୍ରକୃତିର ନାନାବି ବିତ୍ପାତ ଯେଉଁ ମନୁଷ୍ୟକୁ ଏକ କ୍ରୀଡ଼ନକ ତୁଲ୍ୟ ଅସୀମ ତାଡ଼ନା ମଧ୍ୟରେ ତାଡ଼ିତ କରୁଥିଲା, ସେହି ମନୁଷ୍ୟ ଜି ଅବାଧ୍ୟ ପ୍ରକୃତିକୁ ବାଧ୍ୟକରି ଆପଣାକୁ ଏକ ବିଜୟୀବୀର ରୂପେ ପ୍ରମାଣିତ କରିଛି; ମାତ୍ର ପରିତାପର ବିଷୟ ମନୁଷ୍ୟର ସାଧନା, ସାଫଲ୍ୟ ଓ ଶକ୍ତିଗର୍ବ ବିଂଶ ଶତାବ୍ଦୀର ସଭ୍ୟ ଜୀବନରେ ସୃଷ୍ଟି କରିଛି ଏକ ଅସ୍ଥିର ଆତଙ୍କ ଓ ସଭ୍ୟତାର ସ୍ଥିତି ସଙ୍କଟ । ସନ୍ଧାନୀ ମାନବର ନିରବଚ୍ଛିନ୍ନ ଗବେଷଣା ଏବଂ ଅଧ୍ୟବସାୟ ଫଳରେ ବିଜ୍ଞାନର ଶ୍ରେଷ୍ଠ ବରଦାନ ଏବଂ ପାରମାଣିକ ଆବିଷ୍କ୍ରିୟା ଆଜି ବିଶ୍ବର ପ୍ରତ୍ୟେକ ମାନବ ପ୍ରାଣରେ ଏକ ଆଲୋଡ଼ନ ସୃଷ୍ଟି କରିଛି ।
ପରମାଣୁର ଅଂଶୀଳତା : କିନ୍ତୁ ଗର୍ବାନ୍ଧ ମନୁଷ୍ୟର ଆତ୍ମବଡ଼ିମା ଓ ସାମ୍ରାଜ୍ୟଲିପ୍ସା ଆଜି ମାନବ ସଭ୍ୟତାକୁ ଏକ ବିରାଟ ଧ୍ବଂସ ଦାନବର ମୁଖକୁ ଠେଲି ଦେଇଛି । ବିଜ୍ଞାନ ବିଧାତାର ଆଶିଷ କି ଅଭିସମ୍ପାତ ତାହା ଆଜି ଏକ ଦ୍ଵନ୍ଦାତ୍ମକ ପ୍ରଶ୍ନ । ପାରମାଣିକ ସଂହାରଲୀଳା ଯେ ଧୂର୍ଜଟିଙ୍କ ମହାତାଣ୍ଡବ ଠାରୁ ଆହୁରି ରୁଦ୍ର ଏବଂ ଆହୁରି ଭୟଙ୍କର, ତାହା ବିଗତ ଦ୍ବିତୀୟ ବିଶ୍ୱଯୁଦ୍ଧରେ ପ୍ରମାଣିତ ହୋଇ ସାରିଛି । ୧୯୪୫ ମସିହା ଅଗଷ୍ଟ ମାସରେ ଜାପାନର ହୀରୋସୀମା ଓ ନାଗାସାକୀ ଭଳି ସହର ଉପରେ ଆମେରିକା ଦ୍ବାରା ଯେଉଁ ୨ଟି ପରମାଣୁ ବୋମା ନିକ୍ଷେପ କରାଗଲା ତାହାର ସକରୁଣ କାହାଣୀ ଯୁଗ ଯୁଗ ବ୍ୟାପୀ ଇତିହାସରେ ଏକ କଳଙ୍କମୟ ପୃଷ୍ଠାରେ ଲିପିବଦ୍ଧ ରହିଛି । ଦୁଇଟି ସୁନ୍ଦର ସହର ନିମିଷକ ମଧ୍ୟରେ ଧ୍ବଂସ କୃଷ୍ଣଗହ୍ବର ମଧ୍ୟରେ ଅବଲୁପ୍ତ ହୋଇଗଲା, ଲକ୍ଷ ଲକ୍ଷ ଜୀବନର ଅବସାନ ଘଟିଲା, ପୁଣି ଅଗଣିତ ନିରୀହ, ବୃଦ୍ଧ, ରୋଗୀ, ଶିଶୁ, ଚିରବିକଳାଙ୍ଗ ହୋଇ ରହିଗଲେ । ତଥାପି ମନୁଷ୍ୟର ରକ୍ତତୃଷ୍ଠା ପ୍ରଶମିତ ହୋଇନାହିଁ । ପରମାଣୁ ବୋମାଠାରୁ ବହୁ ଗୁଣରେ ଶକ୍ତିଶାଳୀ ଉଦ୍ଜାନ ବୋମା ଉଭାବନ କରାଯାଇଛି । ରୁଷ, ଆମେରିକା ଇତ୍ୟାଦି ଧନଶାଳୀ ରାଷ୍ଟ୍ରମାନଙ୍କର ପାରସ୍ପରିକ ପ୍ରତିଦ୍ବନ୍ଦୀ ଭାବ ଓ ଉତ୍କଟ ଶକ୍ତି ପରୀକ୍ଷାର ପ୍ରଚେଷ୍ଟା ଏହି ସବୁଜ ସୃଜନକୁ ନିସ୍କୃହ ଓ ନିଷ୍ମାଣ କରି । ରଖିଛି । ପାରମାଣିକ ପ୍ରଗତି ମନୁଷ୍ୟ ମନର ଅଧ୍ୟାତ୍ମ ଓ ନୈତିକତାକୁ ସମୂଳେ ନଷ୍ଟ କରି ପ୍ରତିବଦଳରେ ଆରୋପ କରିଛି, ଏକ ରୁକ୍ଷ ହିଂସୁକତା ଓ ବର୍ବରଭାବ । ସାହାରାର ଦୁସ୍ତର ମରୁବକ୍ଷ, ପ୍ରଶାନ୍ତ ମହାସାଗରର ପ୍ରଶସ୍ତ୍ର ଜଳରାଶି, ସାଇବେରିଆର ବିସ୍ତୀର୍ଣ୍ଣ ସମତଳ ଭୂମି ଏପରିକି ଭୂଗର୍ଭରେ ମଧ୍ୟ ପରମାଣୁ ବୋମା ପରୀକ୍ଷାର ଯେଉଁ କ୍ରମାଗତ ଉଦ୍ୟମ ଚାଲିଛି, ତାହା ହେଉଛି ଧୃସମୁଖୀ ସଭ୍ୟତାର ଏକ ପୂର୍ବାଭାସ ମାତ୍ର । ପରମାଣୁ ତେଜସ୍କ୍ରିୟତାର କୁପ୍ରଭାବ ମନୁଷ୍ୟ, ପଶୁ, ପକ୍ଷୀ, ଉଭିଦ ଇତ୍ୟାଦି ପ୍ରତ୍ୟେକଙ୍କଠାରେ କେବଳ ନାନା ଦୁଃସାଧ୍ୟ ରୋଗର ସଞ୍ଚାର କରିନାହିଁ, ତାହା ପ୍ରକୃତିର ସ୍ଵାଭାବିକ ଧାରାକୁ ବିପର୍ଯ୍ୟସ୍ତ କରି ପକାଇଛି ।
ବିଶ୍ଵ ରାଜନୀତିରେ ପରମାଣୁ : କୋଟି କୋଟି କଣ୍ଡରେ ଆଜି ଏହି ଜାତିର ପ୍ରାର୍ଥନା ଏ ଧ୍ବଂସ ଦାନବର ଯାତ୍ରା କେବେ ପ୍ରତିହତ ହେବ ? କେତେ ଶାନ୍ତି ସମ୍ମିଳନୀ, ନିରସ୍ତ୍ରୀକରଣ ପ୍ରସ୍ତାବ, ଅଣୁଅସ୍ତ୍ର ପରୀକ୍ଷା ନିଷେଧ ଚୁକ୍ତି ଇତ୍ୟାଦି ସବୁ ବ୍ୟର୍ଥତାରେ ପର୍ଯ୍ୟବେସିତ ହୋଇଛି । ପୃଥିବୀର ବୃହତ୍ତମ ଶକ୍ତିଗୋଷ୍ଠୀମାନେ ପରସ୍ପର ବିରୋଧରେ ଯେଉଁ ବ୍ୟାପକ ରଣସଜାରେ ତତ୍ପର, ମନରେ ଏହି ଶଙ୍କା ଜାତ ହୁଏ ଯେ, ମାନବ ସମାଜ ପୁନର୍ବାର ଯଦି ଏକ ବିଶ୍ଵଯୁଦ୍ଧର ସମ୍ମୁଖୀନ ହୁଏ, ତେବେ ଏଥର ମାନବ ସଭ୍ୟତାର ସମୂଳ ସଂହାର ଅବଶ୍ୟମ୍ଭାବୀ । ଏହି ସଂହାରଲୀଳା ମାସ ମାସ କିମ୍ବା ବର୍ଷ ଚର୍ଷ ଧରି ଚାଲିବ ନାହିଁ, ସାମାନ୍ୟ କେତୋଟି ମାତ୍ର ମୁହୂର୍ତ୍ତି ମଧ୍ୟରେ ହିଁ ତା’ର ପରିସମାପ୍ତି ଘଟିବ । ଆଉ ମଧ୍ୟ କୌଣି ନିର୍ଦ୍ଦିଷ୍ଟ ପକ୍ଷ ଯେ ଶେଷରେ ବିଜୟ ତିଳକ ନେଇ ଧ୍ବଂସସ୍ତୁପ ଉପରେ ନୂତନ ପୃଥିବୀ ନିର୍ମାଣ କରିବ, ସେ ଆଶା ମଧ୍ୟ ନିରର୍ଥକ ।
ଭାରତର ପରମାଣୁ କାର୍ଯ୍ୟକ୍ରମ : ଗୋଟିଏ ଶାନ୍ତିକାମୀ ନିରପେକ୍ଷ ରାଷ୍ଟ୍ର ଭାବରେ ଭାରତବର୍ଷ ପୃଥିବୀରେ ସମ୍ମାନିତ ହେବା ସଙ୍ଗେ ସଙ୍ଗେ ବିଳମ୍ବରେ ହେଲେ ମଧ୍ୟ ଏକ ପରମାଣୁ ଶକ୍ତିସଂପନ୍ନ ରାଷ୍ଟ୍ର ଭାବରେ ମଧ୍ୟ ପ୍ରତିଷ୍ଠା ଅର୍ଜନ କରିଛି । ସେ ଆମେରିକା, ଋଷ୍ଠ, ଫ୍ରାନ୍ସ, ବ୍ରିଟେନ, ଚୀନ ଓ କୋରିଆ ଭଳି ପରମାଣୁ ଶକ୍ତିର ଅଧିକାରୀ ଏବଂ ଇଚ୍ଛା କଲେ ଆତ୍ମରକ୍ଷା ପାଇଁ ପରମାଣୁ ବୋମା ପ୍ରସ୍ତୁତ କରିପାରିବ । ଇନ୍ଦିରା ଗାନ୍ଧିଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ୧୯୭୪ ମସିହା ମେ ମାସରେ ରାଜସ୍ଥାନର ଥର ମରୁଭୂମିରେ ପ୍ରଥମ କରି ପରମାଣୁ ପରୀକ୍ଷା କରାଯାଇଥିଲା । ଏହାର ୨୪ ବର୍ଷ ପରେ ୧୯୯୮ ମସିହାରେ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ରାଜସ୍ଥାନର ପୋଖରାନଠାରେ ଦ୍ବିତୀୟ ଥର ପାଇଁ ସଫଳତାର ସହିତ ପରମାଣୁ ପରୀକ୍ଷା କରାଯାଇଛି । ଭାରତର ଏହି ସାଫଲ୍ୟରେ ବିଶ୍ୱ କେବଳ ଚମତ୍କୃତ ହୋଇ ନ ଥିଲା, ପ୍ରବଳ ଆଲୋଡ଼ନ ମଧ୍ୟ ସୃଷ୍ଟି ହୋଇଥିଲା । ପରେ ପରେ ପାକିସ୍ତାନ ଅସହିଷ୍ଣୁ ହୋଇ ନିଜେ କେତୋଟି ପରୀକ୍ଷା କରି ସେ ମଧ୍ୟ ପରମାଣୁ ଶକ୍ତିର ଅଧୁକାରୀ ବୋଲି ପୃଥିବୀକୁ ଜଣାଇ ଦେଇଥିଲା ।
ଭାରତର ସ୍ଵାଧୀନତା ପ୍ରାପ୍ତି ପରେ ପରେ ୧୯୪୮ ମସିହାରୁ Indian Atomic Energy Commission ନାମରେ ଏକ ସଂସ୍ଥା ଗଠିତ ହୋଇଛି । ଏ ଦିଗରେ ସ୍ବର୍ଗତ ଡକ୍ଟର ଭାବାଙ୍କ ଅବଦାନ ଉଲ୍ଲେଖଯୋଗ୍ୟ । କେରଳ ଓ ତ୍ରିବାଙ୍କୁଡ଼ର ସାଗର ସୈକତରେ ମିଳୁଥିବା ମୋନାଜାଇଟ୍ ନାମକ ଏକ ବାଲୁକା ମଧ୍ୟରେ ଥୋରିୟମ୍ ଧାତୁର ସନ୍ଧାନ କରାଯାଇଛି । ଏହା ହେଉଛି ପରମାଣୁ ଶକ୍ତିର ଉତ୍ସ । ପରମାଣୁ କାର୍ଯ୍ୟକ୍ରମ ଦିଗରେ ଏହା ବିଶେଷ ଭାବରେ ସହାୟକ ହୋଇଛି ।
ବମ୍ବେ ନିକଟବର୍ତ୍ତୀ ଗ୍ରମେଠାରେ ଭାରତର ପରମାଣୁ ଗବେଷଣା କେନ୍ଦ୍ର ସ୍ଥାପିତ ହୋଇଛି । ଏହା ବ୍ୟତୀତ ମହାରାଷ୍ଟ୍ରର ତାରପୁର, ରାଜସ୍ଥାନର କୋଟା, ତାମିଲନାଡୁର କନ୍ଥକମ୍, ଉତ୍ତର ପ୍ରଦେଶର ନାରୋରା ପ୍ରଭୃତି ସ୍ଥାନରେ ପରମାଣୁ ଶକ୍ତି କେନ୍ଦ୍ର ବା ରିଆକ୍ଟରମାନ ସ୍ଥାପନ କରାଯାଇଛି ।
ପରମାଣୁର ଶାନ୍ତିପୂର୍ଣ୍ଣ ପ୍ରୟୋଗ : ବାସ୍ତବରେ ପରମାଣୁ ମଧ୍ୟରେ ଯେଉଁ ବିପୁଳ ଶକ୍ତିର ଉତ୍ସ ଲୁକାୟିତ ଅଛି, ତାହାକୁ ଯଦି ମାନବ କଲ୍ୟାଣକର କାର୍ଯ୍ୟକ୍ରମରେ ଉପଯୋଗ କରାଯାଏ, ତେବେ ଅଭୂତପୂର୍ବ ସାଫଲ୍ୟ ଅର୍ଜନ କରାଯାଇ ପାରିବ । ଏପରିକି ପରମାଣୁର ସାମାନ୍ୟ ଅଂଶ ମଧ୍ୟ ପୃଥିବୀର ଯେକୌଣସି ବୃହତ୍ ନଗରୀର ସମସ୍ତ ଶିଳ୍ପ ପ୍ରତି 'କୁ ପୂର୍ଣ୍ଣମାତ୍ରାରେ ଶକ୍ତି ଯୋଗାଇ ପାରିବ । ବିଂଶ ଶତାବ୍ଦୀର ଏହି ମହତ୍ତ୍ୱପୂର୍ଣ୍ଣ ଉଦ୍ଭାବନ ବିଗତ ଅଦ୍ଧଶତାବ୍ଦୀ ବ୍ୟାପୀ ବୈଦ୍ୟୁତିକ ସାମ୍ରାଜ୍ୟର ଏକ ଶକ୍ତିଶାଳୀ ବିକଳ୍ପ ଭାବରେ ଦଣ୍ଡାୟମାନ ହୋଇଛି । ଏହା ବ୍ୟତୀତ ମହାକାଶକୁ ରକେଟ୍ ଉତକ୍ଷେପଣ, ଉପଗ୍ରହ ପ୍ରେରଣ, ପାଣିପାଗ ସର୍ଭ, ବାୟୁମଣ୍ଡଳର ପରୀକ୍ଷା ଇତ୍ୟାଦି ବହୁ । ଗୁରୁତ୍ବପୂର୍ଣ୍ଣ ତଥା ଜଟିଳ କାର୍ଯ୍ୟକ୍ରମରେ ପରମାଣୁ ଶକ୍ତିର ଉପଯୋଗ କରାଯାଉଛି । ଭାରତର ଆଟମିକ ମିନେରାଲ ଡିଭିଜନ ଉଦ୍ୟମରେ ପରମାଣୁ ଖଣିଜର ସନ୍ଧାନ, ତା’ର ସଂଗ୍ରହ ଓ ବିଶୋଧନ ଇତ୍ୟାଦି କାର୍ଯ୍ୟ ଖୁବ ସହଜ ଭାବରେ କରାଯାଉଛି । ରୋଗର ନିଦାନ ନିରୂପଣ, ଚିକିତ୍ସା, କୃଷି ଉତ୍ପାଦନ, ସ୍ଵଚ୍ଛ ବ୍ୟୟରେ ଶିଳ୍ପ ପ୍ରତିଷ୍ଠା, ବୋମଯାନ ଚାଳନା ଇତ୍ୟାଦି ବହୁମୁଖୀ କାର୍ଯ୍ୟ ହେଉଛି ପରମାଣୁ ଶକ୍ତିର ଶାନ୍ତିପୂର୍ଣ୍ଣ ଉପଯୋଗର ନିଦର୍ଶନ । ଭାରତ ବାରମ୍ବାର ଦାବି କରି ଆସିଛି ପରମାଣୁ ଶକ୍ତିର ଶାନ୍ତିପୂର୍ଣ୍ଣ ବ୍ୟବହାର ନିମନ୍ତେ ।
ଶେଷକଥା : ବିଶ୍ୱର ଏହି ଦୁର୍ଘମ ପରମାଣୁ ଶକ୍ତିର ଆବିଷ୍କାର ଆଜି ମନୁଷ୍ୟ ସମାଜ ସମ୍ମୁଖରେ ଦୁଇଟି ପଥ ଉନ୍ମକ୍ତ କରିଦେଇଛି। ଗୋଟିଏ ହେଉଛି ସୃଷ୍ଟି, ଅପରଟି ହେଉଛି ସଂହାର । ଯେଉଁ ପରମାଣୁ ସମଗ୍ର ମାନବ ସଭ୍ୟତାକୁ ଚକ୍ଷୁର ପଲକ ମାତ୍ର ସମୂଳେ ନିଶ୍ଚିହ୍ନ କରି ଦେଇ ପାରେ, ସେଇ ପୁଣି କଲ୍ୟାଣର ବ୍ରତ ନେଇ ଏହି ଧରଣୀକୁ ଅମରାବତୀରେ ପରିଣତ କରିପାରେ। ତେଣୁ ଉଭ୍ରାନ୍ତ ମାନବ ଆଜି ଶକ୍ତିଗର୍ବରେ ପ୍ରମତ୍ତ ନ ହୋଇ ପରମାଣୁକୁ ଏକ ସ୍ଵର୍ଗୀୟ ବିଭୂତି ରୂପେ ଗ୍ରହଣ କରି ମାନବର କଲ୍ୟାଣ ଦିଗରେ ବିନିଯୋଗ କରିବା ଉଚିତ୍ ।
COMMENTS