Essay on Literature and Science in Odia Language : In this article " ସାହିତ୍ୟ ଓ ବିଜ୍ଞାନ ରଚନା ", " Sahitya o bigyan rachna in o...
Essay on Literature and Science in Odia Language: In this article "ସାହିତ୍ୟ ଓ ବିଜ୍ଞାନ ରଚନା", "Sahitya o bigyan rachna in odia essay for students of class 5, 6, 7, 8, 9, and 10.
Odia Essay on "Literature and Science", "ସାହିତ୍ୟ ଓ ବିଜ୍ଞାନ ରଚନା" for Students
ଉପକ୍ରମ : ଏହି ବିଶାଳ ଜୀବଜଗତ ମନୁଷ୍ୟ ହେଉଛି ଏକ ଚେତନଶୀଳ ବୁଦ୍ଧିମାନ ପ୍ରାଣୀ । ତା’ର ଚିନ୍ତା ଅଛି, ଚେତନା ଅଛି, ଆନନ୍ଦ ଓ ଉଦ୍ବେଗ ଅଛି । ଇତର ପ୍ରାଣୀ ଭଳି ସେ କେବଳ ପ୍ରବୃତ୍ତି ପରିଚାଳିତ ଜୀବନକୁ ନେଇ ବଞ୍ଚି ରହେ ନାହିଁ । ସେଥିପାଇଁ ସେ ଜୀବଜଗତରେ ଏକ ଉଚ୍ଚତର ପ୍ରାଣୀ ଭାବରେ ବିବେଚିତ । ତା’ର ସୌନ୍ଦର୍ଯ୍ୟବୋଧ ଅଛି, କନା ଓ କଳାପ୍ରିୟତା ଅଛି । ଜୀବନ ଓ ଜଗତ ସମ୍ପର୍କରେ ତା’ର ସୂକ୍ଷ୍ମତିସୂକ୍ଷ୍ମ ବିଶ୍ଳେଷଣ କରିବାର ଶକ୍ତି ମଧ୍ୟ ଅଛି । ସେଇଥିପାଇଁ ସେ ସ୍ଵର୍ଗଲୋକରୁ ସୁଷମା ଆହରଣ କରି ସୃଷ୍ଟି କରିଛି ସାହିତ୍ୟ । ଅପର ପକ୍ଷରେ ଚିର ଅନିସନ୍ଧିସୁ ମନ ତା’ର ସ୍ଵପ୍ନ ରାଜ୍ୟର ଅସାର କଳ୍ପନା ମଧ୍ୟରେ ଆବଦ୍ଧ ହୋଇ ରହିପାରେ ନାହିଁ । କଞ୍ଚିତ ନନ୍ଦନକାନନର ପାରିଜାତ ଫୁଲର ମହକ ତାକୁ ସନ୍ତୋଷ ଦିଏ ନାହିଁ । ସେ ଚାହେଁ ଅଜ୍ଞତାକୁ ଜ୍ଞାତ ହେବାକୁ, ଦୁର୍ଭିଦ୍ୟକୁ ଭେଦ କରି ସତ୍ୟ ସନ୍ଧାନ କରିବାକୁ । ସେଇଥିପାଇଁ ଯୁଗେ ଯୁଗେ ଚାଲୁ ରହିଛି ତା’ର ଦୁର୍ବାର ଅଭିଯାନ । ଏହି ଅନିସନ୍ଧିସୁ ଦୁର୍ବାର ଅଭିଯାତ୍ରା ହିଁ ହେଉଛି ବିଜ୍ଞାନ । ସୁତରାଂ କଳାଜଗତରେ ସାହିତ୍ୟ ତା ପାଇଁ ଯେତିକି ପ୍ରୟୋଜନୀୟ, ବାସ୍ତବ ଜୀବନରେ ବିଜ୍ଞାନ ତା ପାଇଁ ସେତିକି ଅପରିହାର୍ଯ୍ୟ ।
ସାହିତ୍ୟ ଓ ବିଜ୍ଞାନର ଭିତ୍ତ : ଆଜି କେତେକ ଚିନ୍ତାଶୀଳ ବ୍ୟକ୍ତି ମତ ଦିଅନ୍ତି ଯେ, ଯାନ୍ତ୍ରିକ ସଭ୍ୟତାର ବିକାଶ ଯୋଗୁଁ ସାହିତ୍ୟର ପ୍ରାଣ-ପ୍ରବାହରେ ଏକ ସଂକଟ ସୃଷ୍ଟି ହୋଇଛି । ସାହିତ୍ୟ ଓ ବିଜ୍ଞାନ ଦୁଇଟି ବିବଦମାନ ବସ୍ତୁ ବୋଲି ଯେଉଁମାନେ ବିବେଚନା କରନ୍ତି, ସେମାନେ ଏହିଭଳି ମତ ପୋଷଣ କରିବା ସ୍ବାଭାବିକ; କିନ୍ତୁ କାର୍ଯ୍ୟତଃ ମନୁଷ୍ୟର ଦୈନନ୍ଦିନ ଜୀବନଯାତ୍ରା ଉପରେ ବିଜ୍ଞାନ ଯେଉଁ ଅଖଣ୍ଡ ପ୍ରଭାବ ବିସ୍ତାର କରିଛି, ତଦ୍ୱାରା ମନୁଷ୍ୟ ପ୍ରାଣର ସାହିତ୍ୟାନୁରାଗ ବହୁ ପରିମାଣରେ ବ୍ୟାହତ ହୋଇଥିଲେ ମଧ୍ୟ ସାହିତ୍ୟ ଓ ବିଜ୍ଞାନ ଦୁହେଁ ଏକ ମୌଳିକ ଉଦ୍ଦେଶ୍ୟରେ ଅଭିପ୍ରେତ ।
ସୂକ୍ଷ୍ମ ଦୃଷ୍ଟିରେ ଆମେ ଅନୁଧ୍ୟାନ କଲେ ସାହିତ୍ୟ ଓ ବିଜ୍ଞାନ ମଧ୍ୟରେ ଆପାତ ବିରୋଧର ଅସାରତାକୁ ସହଜରେ ଉପଲବ୍ଧ କରିପାରିବା । ବ୍ୟକ୍ତିମାନସର ଭାବ ଏବଂ ବ୍ୟକ୍ତିଗତ ହୃଦୟର ଆନନ୍ଦ, ଉଲ୍ଲାସ, ଉଦ୍ବେଗ ଇତ୍ୟାଦି ହେଉଛି ସାହିତ୍ୟର ଉପଜୀବ୍ୟ । ତେଣୁ ସାହିତ୍ୟର ଜଗତ ସମ୍ପୂର୍ଣ୍ଣ ନୂତନ ଏବଂ ସାହିତ୍ୟ ସୃଷ୍ଟି ମଧ୍ୟ ଚିର ନୂତନ । ପକ୍ଷାନ୍ତରରେ ବସ୍ତୁବାଦୀ ସଭ୍ୟତାର ବିଶ୍ଳେଷଣ, ପ୍ରକୃତିପୃଷ୍ଠରେ ଘଟିଯାଉଥିବା ପ୍ରାତ୍ୟହିକ ଘଟଣାବଳୀର ଅନ୍ତର୍ନିହିତ ବୈଚିତ୍ରୀ ଓ ରହସ୍ୟର ଉନ୍ମୋଚନ, ପୁଣି କାର୍ଯ୍ୟ କାରଣର ତତ୍ତ୍ୱନୁସନ୍ଧାନ ହେଉଛି ବିଜ୍ଞାନ । ଏକ କେନ୍ଦ୍ରରେ କେନ୍ଦ୍ରୀଭୂତ, ଏକ ଭିଭିରେ ପ୍ରତିଷ୍ଠିତ ଏବଂ ଏକ ଉତ୍ସରୁ ଉସାରିତ ସାହିତ୍ୟ ଓ ବିଜ୍ଞାନ ଉଭୟେ ସେହି ଗୋଟିଏ ଲକ୍ଷ୍ୟରେ ଅଗ୍ରଗାମୀ । ଗୋଟିଏ ହେଉଛି ଅନ୍ତର୍ମୁଖୀ, ତା’ର ବ୍ୟାପ୍ତି ମନଜଗତରେ ଆବଦ୍ଧ; କିନ୍ତୁ ଅପରଟି ହେଉଛି ବହିର୍ମୁଖୀ, ତା’ର ବ୍ୟାପ୍ତି ବସ୍ତୁ-ଜଗତରେ ଆବଦ୍ଧ । ଉଭୟଙ୍କର ଉଦ୍ଦେଶ୍ୟ ସତ୍ୟର ସନ୍ଧାନ ।
ବିଜ୍ଞାନ ଶିକ୍ଷାର ଆବଶ୍ୟକତା : ଯୁଗ ଯୁଗର ବିବର୍ତ୍ତନ ମଧ୍ୟରେ ଅତୀତର ଗିରିଗହ୍ବର ନିବାସୀ ମନୁଷ୍ୟ ଆଜି ଜଳ, ସ୍ଥଳ, ବ୍ୟାମ ସର୍ବତ୍ର ତାହାର ଜୈତ୍ରଜା ଉଡ଼ାଇଛି । ଦୁରନ୍ତ ପ୍ରକୃତିର ଅସାଧ୍ୟତାକୁ ସେ ସାଧ୍ୟ କରିଛି । ସୃଷ୍ଟିର ଅବଗୁଣ୍ଡିତ ରହସ୍ୟକୁ ଉଦ୍ଘାଟନ କରି ଚନ୍ଦ୍ର ବକ୍ଷରେ ସେ ପାଦ ସ୍ଥାପନ କରିଛି । ପ୍ରାତ୍ୟହିକ ଜୀବନର ସୁଖ ସ୍ଵାଛନ୍ଦ୍ୟ, ସାମାଜିକ ଜୀବନର ଭୋଗ ସମୀର, ରାଷ୍ଟ୍ରୀୟ ଜୀବନର ଅଗ୍ରଗତି ସମସ୍ତ କେବଳ ବିଜ୍ଞାନ ଦ୍ଵାରା ହିଁ ସମ୍ଭବ ହୋଇଛି । ଅତୀତର ଅଜ୍ଞାନଅନ୍ଧକାର ଓ ଅଯୌକ୍ତିକ ସଂସ୍କାର ମଧ୍ୟରୁ ସେ ମୁକ୍ତିଲାଭ କରି ସୈର୍ଯ୍ୟହୀନ ଭୀତଚକିତ ପ୍ରାଣରେ ଆଶ୍ବାସନା ଲାଭ କରିଛି । ତେଣୁ ବିଂଶ ଶତାବ୍ଦୀର ସଭ୍ୟମାନବ ପକ୍ଷରେ ବିଜ୍ଞାନ ଶିକ୍ଷା ଯେ ଅପରିହାର୍ଯ୍ୟ ଏକଥା ଅବଶ୍ୟ ସ୍ବୀକାର୍ଯ୍ୟ ।
ସାହିତ୍ୟର ଉପାଦେୟତା : ଅପର ପକ୍ଷରେ ଜଡ଼ ବିଜ୍ଞାନର ପରିସୀମାକୁ ଅତିକ୍ରମ କରି ମାନବ-କଳ୍ପନାର ମୁକ୍ତିବିଧାନ କରୁଥିବା ସାହିତ୍ୟକୁ କୌଣସି ଯୁଗରେ ବା କୌଣସି କାଳରେ ଆମେ ପରିତ୍ୟାଗ କରିପାରିବା ନାହିଁ । ସାହିତ୍ୟ ହେଉଛି ଜୀବନର ଅଭିବ୍ୟକ୍ତି, ରାଷ୍ଟ୍ର ଏବଂ ଜାତିର ଆମ୍ବା । ବିଜ୍ଞାନର ବ୍ୟବହାରରେ ଅଛି କ୍ରାନ୍ତି, ଅତୃପ୍ତି ଓ ଅପୂର୍ଣ୍ଣତା; କିନ୍ତୁ ସମଗ୍ର ଭାବଜଗତର ମିଳନ ସାଧନ କରି ଓ ସମସ୍ତ ସଂକୀର୍ଣ୍ଣତାର ଉର୍ଭରେ ଉଦାର ମିଳନଧର୍ମୀ ପ୍ରେମରେ ମାନବ ଆତ୍ମାକୁ ଉଦ୍ବୁଦ୍ଧ କରି ଶାନ୍ତି ପଥରେ ଟାଣିନିଏ ସାହିତ୍ୟ । ଆଶା-ନିରାଶା, ବାସନା-ବୈରାଗ୍ୟ, ହର୍ଷ-ବିଷାଦ ଜୀବନର ପ୍ରତ୍ୟେକ ଅବସ୍ଥାରେ ସାହିତ୍ୟ ହେଉଛି ମନୁଷ୍ୟର ଅନ୍ତରଙ୍ଗ ସୁହୃଦ । ଅନ୍ତରର ଆନନ୍ଦ ଓ ଆତ୍ମାର ସୀମାହୀନ ମୁକ୍ତି ହିଁ ହେଉଛି ତା’ର ଚରମ ଲକ୍ଷ୍ୟ । ପ୍ରାଚୀନ କାଳରେ ବିଜ୍ଞାନ ଶିକ୍ଷା ଥିଲା ଏକ ଗୌଣ ଭୂମିକାର ନାୟକ; ମାତ୍ର କାବ୍ୟ ସାହିତ୍ୟ ମାନବ ଜୀବନ ଉପରେ ଅଖଣ୍ଡ ପ୍ରଭାବ ବିସ୍ତାର କରି ସଭ୍ୟତା ଓ ସଂସ୍କୃତିକୁ ମାର୍ଗ ଦର୍ଶାଉଥିଲା । ସାହିତ୍ୟ ଚିହ୍ନାଇ ଦିଏ ଜୀବନକୁ ଓ ଜଗତକୁ, ପୁଣି ଦେଖାଇ ଦିଏ ମନୁଷ୍ୟକୁ ସତ୍ୟ, ଶିବ, ସୁନ୍ଦରର ଏକ ପ୍ରାଣବନ୍ତ ଶାଶ୍ବତ ରୂପକୁ । ଦୁଃଖରେ ଓ ଶୋକରେ ମାନବ ପ୍ରାଣରେ ତାହା ଆଣିଦିଏ ଅପୂର୍ବ ଆଶ୍ୱସନା । ତାହା କେବଳ ମନୁଷ୍ୟର ସ୍ଵପ୍ନ ଓ କଳ୍ପନାକୁ ଉଜ୍ଜୀବିତ କରେ ନାହିଁ, ବରଂ ଅନ୍ତର୍ଜଗତର ଏକାନ୍ତ ସତ୍ୟ ଓ ବାସ୍ତବ ଚିତ୍ରକୁ ଉନ୍ମୋଚନ କରିଦିଏ ।
ଉପସଂହାର : ମାନବର ସାମଗ୍ରିକ କଲ୍ୟାଣ ସାଧନ ପଥକୁ ସହଜ ଓ ସୁଗମ କରି ତାକୁ ଅଖଣ୍ଡ ଆନନ୍ଦର ଅଧୁକାରୀ କରାଇବା ନିମନ୍ତେ ସାହିତ୍ୟ ଓ ବିଜ୍ଞାନ ସଦା ଜାଗ୍ରତ । ଉଭୟ ମାନବ ପ୍ରାଣର ଭିନ୍ନ ଭିନ୍ନ ଦିଗର ପରିପୂରକ । ଗୋଟିଏ ଭାବକୈନ୍ଦ୍ରିକ ଏବଂ ଅପରଟି ବୁଦ୍ଧିକୈନ୍ଦ୍ରିକ ।
ସାହିତ୍ୟର ଅପମୃତ୍ୟୁରେ ସଭ୍ୟତାର ଅପମୃତ୍ୟୁ ଏବଂ ସାହିତ୍ୟର ଉତ୍କର୍ଷରେ ସଭ୍ୟତା ଓ ସଂସ୍କୃତିର ସମୃଦ୍ଧି ନିଃସନ୍ଦେହ । ବିବର୍ତ୍ତିତ ଯୁଗର ପୂର୍ଣ୍ଣାବର୍ଷ ମଧ୍ୟରେ ମନୁଷ୍ୟ ସେଦିନର ଦେବନିର୍ଭର, କୁସଂସ୍କାରାଚ୍ଛନ୍ନ ମନର ମୁକ୍ତି ସାଧନ କରି ଆଜି ସ୍ଵୟଂ ଶ୍ରେଷ୍ଠ ଓ ଶକ୍ତିମାନ ବୋଲି ପ୍ରମାଣ କରିଥିଲେ ମଧ୍ୟ ସାହିତ୍ୟିକ ଶ୍ରଦ୍ଧାରେ ବ୍ୟାଘାତ ଘଟି ନାହିଁ । ସାହିତ୍ୟ ମଧ୍ୟ ଅଯୌକ୍ତିକ କୁସଂସ୍କାରପୂର୍ଣ୍ଣ, ବାସ୍ତବତାବିହୀନ ଏକ କପୋଳକଳ୍ପିତ ରାଜ୍ୟକୁ ପରିତ୍ୟାଗ କରି ଆଜି ସାଜିଛି ଯୁଗଧର୍ମୀ । ସୁତରାଂ ଗୋଟିକର ଉତ୍କର୍ଷରେ ଅପରଟିର ଅପକର୍ଷ ବା ଗୋଟିକର ଅପକର୍ଷରେ ଅପରଟିର ଉର୍ଷ- ଏହା ସାହିତ୍ୟ ଓ ବିଜ୍ଞାନ କ୍ଷେତ୍ରରେ ପ୍ରଯୁଜ୍ୟ ନୁହେଁ । ଉଭୟର ମିଳନରେ ମାନବର ମନୋଜଗତର ପରିପୁଷ୍ଟି ଓ ସଭ୍ୟତାର ସମୃଦ୍ଧି ଘଟିବ ।
COMMENTS