Essay on National Unity in Odia Language : In this article " ଆମ ଜାତୀୟ ସଂହତି ରଚନା ", " Odia rachana jatiya sanhati ", ...
Essay on National Unity in Odia Language: In this article "ଆମ ଜାତୀୟ ସଂହତି ରଚନା", "Odia rachana jatiya sanhati", "National Integration Odia Essay for students of class 5, 6, 7, 8, 9, and 10.
Odia Essay on "National Unity", "ଆମ ଜାତୀୟ ସଂହତି ରଚନା" for Students
ଉପକ୍ରମ : ଏହି ସୁବିଶାଳ ଭାରତ ଭୂମି ହେଉଛି ନାନା ଧର୍ମ, ନାନା ବର୍ଷ, ନାନା ଜାତି ଓ ସଂପ୍ରଦାୟର ଏକ ସମନ୍ବୟ ସ୍ଥଳୀ । ବୈଚିତ୍ରୀ ଯୋଗୁଁ ତାହା ଗୋଟିଏ ଉପମହାଦେଶ ରୂପେ କଥିତ । ବ୍ରିଟିଶ ଶାସନଭଳି ଏକ ପ୍ରବଳ ପରାକ୍ରାନ୍ତ ଶକ୍ତି ବିରୋଧରେ ଆମେ ସଂଗ୍ରାମ ଚଳାଇ ଶେଷରେ ଯେଉଁ ସାଫଲ୍ୟର ଅଧୁକାରୀ ହୋଇପାରିଛୁ, ତାହାର ମୌଳିକ ଭିଭି କ’ଣ ? ଐକ୍ୟବଦ୍ଧ ସଂଗ୍ରାମ ଓ ସଂଘବଦ୍ଧ ପ୍ରଚେଷ୍ଟା ହିଁ ହେଉଛି ସେହି ଗୌରବମୟ ସାଫଲ୍ୟର କାରଣ । ଆଜି ସ୍ୱାଧୀନତା ପ୍ରାପ୍ତିର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ଆମେ ଆମର ଜାତୀୟ ସଂହତିକୁ ସୁଦୃଢ଼ କରି ଗଢ଼ି ପାରି ନାହିଁ । ସ୍ଥାନେ ସ୍ଥାନେ ଉତ୍କଟ ସାଂପ୍ରଦାୟିକତା, ଆଞ୍ଚଳିକ ସ୍ବାର୍ଥଚିନ୍ତା, ପୁଣି ଭାଷାଗତ ଓ ପ୍ରାଦେଶିକ ବାଦବିବାଦର ନିକୃଷ୍ଟ ବ୍ୟାପାର କେବଳ ନିନ୍ଦନୀୟ ଘଟଣା ହୋଇନାହିଁ । ତାହା ଭାରତୀୟ ଐକ୍ୟ ମୂଳରେ କୁଠାରଘାତ କରୁଛି । ଆଜି ଆମର ଚିର ଆକାଂକ୍ଷିତ ମହାର୍ଘ ସ୍ଵାଧୀନତାକୁ ସୁରକ୍ଷିତ କରିବାକୁ ହେଲେ, ଜାତୀୟ ସଂହତି ହିଁ ପରମ ଆବଶ୍ୟକ ।
ଜାତୀୟ ସଂହତି ଅଭାବରେ କ୍ଷତି : ସଂହତିର ଅଭାବ ଯୋଗୁଁ ହିଁ ଅତୀତରେ ବୈଦେଶିକମାନେ ସୁଯୋଗ ଉଣ୍ଡି ଭାରତକୁ ଦୀର୍ଘଦିନ ଧରି ପରାଧୀନତାର ଶୃଙ୍ଖଳରେ ଆବଦ୍ଧ କରି ରଖିଥିଲେ । ସେଥିପାଇଁ ଏହି ମହାଜାତିର ମହାସଦନରେ ଉଠିଛି ଆକୁଳ କ୍ରନ୍ଦନର ଧ୍ବନି ଏବଂ ଜନତା ସହିଛି ଅସୀମ କଷଣ ଓ ନିର୍ଯ୍ୟାତନା । ଧନଲିପ୍ରସୁ ଓ ସାମ୍ରାଜ୍ୟ ଲିପ୍ରସୁ ବିଧର୍ମୀ ବୈଦେଶିକ ଶତ୍ରୁମାନଙ୍କର କବଳିତ ହୋଇ ଏହି ପବିତ୍ର ଭୂମିର ସଂସ୍କୃତି ଓ ପରମ୍ପରାର ଅପମୃତ୍ୟୁ ଘଟିଛି । ସ୍ୱାଧୀନତା ପ୍ରାପ୍ତି ପରେ ପରେ ଧର୍ମଗତ ବିଭେଦକୁ କେନ୍ଦ୍ରକରି ହିନ୍ଦୁ ଓ ମୁସଲମାନମାନଙ୍କ ମଧ୍ୟରେ ଯେଉଁ କଳହ ଘନୀଭୂତ ହେଲା, ତାହାରି ଫଳରେ ଦେଶ ବିଭାଜନ ଘଟିଲା ଓ ‘ପାକିସ୍ତାନ’ ନାମରେ ଏକ ସ୍ଵତନ୍ତ ମୁସଲମାନ ରାଷ୍ଟ୍ର ଗଠନ ହେଲା । ଆଜି ମଧ୍ୟ ଭାଷା ଆନ୍ଦୋଳନ, ସାଂପ୍ରଦାୟିକତା ଓ ନୂତନ ନୂତନ ପ୍ରଦେଶ ଗଠନ ଦାବି ଆମ ଜାତୀୟ ଐକ୍ୟ ଏବଂ ସଂହତିକୁ କ୍ଷୁର୍ଣ୍ଣ କରୁଅଛି । ରାଜନୀତିଜ୍ଞ ଓ ଦୂରଦର୍ଶୀମାନଙ୍କ ମତରେ ଭାରତର ‘ଗଣତ' ଆତି ଏବଂ କଠୋର ପରୀକ୍ଷା ମଧ୍ୟରେ ଗତି କରୁଛି । କମ୍ୟୁନିଷ୍ଟ ଚୀନ୍ର ଆକ୍ରମଣ ଧମକ, ଅମୀମ୍ୟସତ କାଶ୍ମୀର ସମସ୍ୟା ଓ ସେଥ ସହିତ ସନ୍ତ୍ରାସବାଦୀ କାର୍ଯ୍ୟକଳାପ ପାକିସ୍ତାନର ସଂପ୍ରତି ଏକ ଉଦ୍ବେଗକର ପରିସ୍ଥିତି ସୃଷ୍ଟି କରିଛି । ଏଭଳି ଏକ ଜଟିଳ ମୁହୁର୍ଭରେ ଭାରତର ଆନ୍ତରୀଣ କଳହ ଓ ସଂହତିହୀନତା କେତେଦୂର ମାରାମ୍ବକ ତାହା ସହଜରେ ଅନୁମେୟ ।
ସଂହତିହାନିର କାରଣ : ଜାତିଗତ ବା ଧର୍ମଗତ ମନୋଭାବ, ସାଂପ୍ରଦାୟିକତା, ପ୍ରାଦେଶିକତା, ଆଞ୍ଚଳିକତାବାଦ, ଭାଷା ବିବାଦ, ଦଳୀୟ ସ୍ବାର୍ଥ ସାଧନ ନିମନ୍ତେ ରାଜନୈତିକ ସଂଘର୍ଷ ଇତ୍ୟାଦି ରାଷ୍ଟ୍ରର ସଂହତିବାଧକ । ଗଣତାନ୍ତ୍ରିତ ସ୍ନ ରାଷ୍ଟ୍ରମାନଙ୍କରେ ଯେଉଁଠି କି ନାଗରିକମାନେ ନିର୍ବିଘ୍ନ ସେଚ୍ଛାମତ ପ୍ରକାଶ କରିବାରେ ଅଧୁକାରୀ ସେଠାରେ ଉପରୋକ୍ତ ବୈଷମ୍ୟଗୁଡ଼ିକ କେନ୍ଦ୍ରକରି ନାନା ସଂଘର୍ଷ ଜାତ ହୋଇଥାଏ । ବ୍ରିଟିଶ ଶାସନ କାଳରେ ସୁଚତୁର ଇଂରେଜମାନେ ସେମାନଙ୍କ ମାତୃଭାଷା ଇଂରେଜୀକୁ ଆମର ରାଷ୍ଟ୍ରଭାଷା ରୂପେ ଲଦିଦେଇ ଯାଇଥିଲେ; କିନ୍ତୁ ସ୍ଵାଧୀନତା ପ୍ରାପ୍ତି ପରେ ଆପଣାର ଭାରତୀୟ ଭାଷାକୁ ଉପେକ୍ଷିତ କରି ଗୋଟିଏ ବୈଦେଶିକ ଭାଷାକୁ ରାଷ୍ଟ୍ରୀୟ ସମ୍ମାନର ଅଧୁକାରୀ, କରିବା ଅସମୀଚୀନ ଭାବି ଚିନ୍ତାଶୀଳ ବ୍ୟକ୍ତିମାନେ ହିନ୍ଦୀକୁ ସେହି ସମ୍ମାନରେ ଭୂଷିତ କରିବାକୁ ସ୍ଥିରକଲେ । ଏବେ କିନ୍ତୁ ଉକ୍ତ ଭାଷା ସମସ୍ୟାକୁ ଭିତ୍ତି କରି ହିନ୍ଦୀଭାଷା ଉତ୍ତର ଭାରତୀୟ ଓ ଅଣହିନ୍ଦୀଭାଷା ଦକ୍ଷିଣ ଭାରତୀୟଙ୍କ ମଧ୍ୟରେ ଦେଖା ଦେଇଛି ଏକ ବିରାଟ ମତାନୈଜ୍ୟ । ଉତ୍କଟ ଆଞ୍ଚଳିକତାବାଦ ଯୋଗୁଁ ସ୍ବାଧୀନତା ପରେ ବମ୍ବେ, ମାନ୍ଦ୍ରାଜ, ପଞ୍ଜାବ, ଆସାମ, ବିହାର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ପ୍ରଭୃତି ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଯାଇଛି ଏବଂ ପ୍ରତିଦିନ ନୂତନ ନୂତନ ପ୍ରଦେଶ ଗଠନ ନିମନ୍ତେ ଦାବି ଉପସ୍ଥାପନ କରାଯାଉଛି । ଅନୁନ୍ନତ ଜାତି ଓ ସଂପ୍ରଦାୟର ସ୍ୱାର୍ଥରକ୍ଷା ନାମରେ ‘ଆଦିବାସୀ’, ‘ହରିଜନ’ ଇତ୍ୟାଦି ଶ୍ରେଣୀ ସୃଷ୍ଟିକରି ସମ୍ବିଧାନରେ ସେମାନଙ୍କ ପାଇଁ ଯେଉଁ ସ୍ଵତନ୍ତ୍ର ସୁବିଧା ସୁଯୋଗ ଓ ସାହାଯ୍ୟ ଦାନର ବ୍ୟବସ୍ଥା କରାଯାଇଛି, ପରୋକ୍ଷରେ ତାହା ଜାତୀୟ ଐକ୍ୟବାଧକ । ଶାସନକ୍ଷେତ୍ରର ପ୍ରିୟାପ୍ରୀତି ତୋଷଣର କୁସିତ ବ୍ୟାପାର ସହିତ ଯେଉଁ ଜାତିଗତ ସଂକୀର୍ଣତା ଏବେ ଉପସ୍ଥିତ ହୋଇଛି, ସେହି ଦ୍ଵାର ଦେଇ ଜାତୀୟ ଜୀବନର ପ୍ରତି ରନ୍ଧ୍ର ବିଷକୀଟ ପ୍ରବେଶ କରୁଛି ।
ସଂହତି ରକ୍ଷାର ଉପାୟ : ଜାତୀୟ ସଂହତି ପ୍ରତିଷ୍ଠା ନିମନ୍ତେ ଜନସାଧାରଣଙ୍କଠାରେ ସାଧୁ ମନୋଭାବ, ଉଦାର ଦୃଷ୍ଟିକୋଣ ଓ ରାଷ୍ଟ୍ର ପ୍ରତି ଆନୁଗତ୍ୟ ରହିବା ଆବଶ୍ୟକ । ବୃହତ୍ତର ସ୍ଵାର୍ଥ ସାଧନ ନିମନ୍ତେ କ୍ଷୁଦ୍ରତର ଏବଂ ସଂକୀର୍ଣ୍ଣ ସ୍ଵାର୍ଥଚିନ୍ତାକୁ ବଳି ଦେବାକୁ ହେବ । ଗଣତାନ୍ତ୍ରିକ ସ୍ବାଧୀନ ରାଷ୍ଟ୍ରରେ ଯେତେବେଳେ ଦେଶର ସର୍ବନିମ୍ନ ବ୍ୟକ୍ତି ମଧ୍ୟ ସମାନ ଅକାରରେ ଭୂଷିତ, ସେଠାରେ ରାଷ୍ଟ୍ରର ପ୍ରତ୍ୟେକଟି ମୁଦ୍ରା ସମାନ ବିଚାରରେ ବ୍ୟୟିତ ହେବା ଆବଶ୍ୟକ, ଯଦ୍ବାରା ସର୍ବାଧୁକ ସଂଖ୍ୟକ ବ୍ୟକ୍ତି ଉପକୃତ ହେବାର ସୁଯୋଗ ଲାଭକରି ପାରିବେ । ଦୁର୍ଗାପୁରରେ ଶିଳ୍ପ ପ୍ରତିଷ୍ଠାନ ଯେ କୌଣସି ପ୍ରାନ୍ତରେ ଥାଉ, ହିନ୍ଦୁସ୍ଥାନ ଯନ୍ତ୍ରପାତି କାରଖାନା ଯେ କୌଣସି ପ୍ରାଦେଶିକ ସୀମାନ୍ତର୍ଗତ ହୋଇଥାଉ, ତାହା ଯେ ଭାରତୀୟ ସାମ୍ରାଜ୍ୟର ଅନ୍ତର୍ଭୁକ୍ତ ଏବଂ ଭାରତୀୟ ନାଗରିକ ଭାବରେ ୧୦୦ କୋଟି ଜନତାର ତା ଉପରେ ସମାନ ଅଧୁକାର ଅଛି, ଏହି ଚିନ୍ତା ଆଜି ଉତ୍କୃଷ୍ଟ । ପୁଣି ଆମ୍ଭମାନଙ୍କ ମଧ୍ୟରେ ପରସ୍ପର ଯେତେ ବାଦ ବିସଂବାଦ ଓ ମତାନିକ୍ୟ ଥିଲେ ମଧ୍ୟ ଆମ୍ଭେମାନେ ଏକ ଜନନୀ ଭାରତମାତାର ସନ୍ତାନ, ଏକ ଜାତି ମହାଭାରତୀୟ ଏବଂ ଏକ ଧର୍ମାବଲମ୍ବୀ ତାହା ହେଉଛି ସତ୍ୟ, ଶାନ୍ତି, ଅହିଂସା, ଏକଥାକୁ ବିତ ହୋଇଯିବା ଉଚିତ୍ ନୁହେଁ ।
ଶେଷକଥା : ଆଜି ଆମକୁ କେବଳ ଜାତୀୟ ସଂହତି ଏବଂ ଜାତୀୟ ଐକ୍ୟ ନିମନ୍ତେ ସଂଗ୍ରାମ କରିବାକୁ ହେବ ନାହିଁ, ଆନ୍ତର୍ଜାତୀୟ ଐକ୍ୟ ଏବଂ ସୌହାବ୍ଦୀର ଆଦର୍ଶରେ ଅନୁପୃଣିତ ହୋଇ ଆହୁରି ଏକ ବୃହତ୍ତର ସ୍ଵାର୍ଥ ନିମନ୍ତେ ଚେଷ୍ଟା କରିବାକୁ ହେବ । ବୃକ୍ଷମାନଙ୍କର ଚରର ବନ୍ଧନ ମୃଭିକାକୁ ସଂହତ କରି ଯେପରି ସୁଦୃଢ଼ ଓ ସୁରକ୍ଷିତ କରେ,ଆମ୍ଭମାନଙ୍କର ପାରସ୍ପରିକ ଐକ୍ୟଚିନ୍ତା ଓ ଚୈତ୍ରୀବନ୍ଧନ ସେହିପରି ଜାତୀୟ ସଂହତିକୁ ସୁଦୃଢ଼ କରି ଆମର ସାମାଜିକ ଜୀବନକୁ ସରସ ଓ ସୁନ୍ଦର କରିବ ।
COMMENTS