Monday, 15 February 2021

Odia Essay on "Leisure and Its uses", "ଅବସର ବିନୋଦନ ରଚନା" for Students

Essay on Leisure and Its uses in Odia Language: In this article "ଅବସର ବିନୋଦନ ରଚନା", "Abasar Binodon Rachna in Odia for students of class 5, 6, 7, 8, 9, and 10.

Odia Essay on "Leisure and Its uses", "ଅବସର ବିନୋଦନ ରଚନା" for Students

ଉପକ୍ରମ : ନିତ୍ୟ କଳହମୁଖର, ଦ୍ବୟଂଶୀଳ ଅସ୍ଥିର ବିଶ୍ୱରେ ମନୁଷ୍ୟର ଜୀବନଯାତ୍ରା ଆଜି ଶାନ୍ତିହୀନ ହୋଇପଡ଼ିଛି । ବିଜ୍ଞାନର ଜୈତ୍ରନାଦ ତାଳେ ତାଳେ ସତେ ଯେପରି ଏକ ଅନାସ୍ୱାଦିତ, ରହସ୍ୟପୂର୍ଣ୍ଣ ଜୀବନ ପ୍ରବାହ ମାୟାମୃଗ ସଦୃଶ ଆଗେ ଆଗେ ଛୁଟି ଚାଲିଛି ଏବଂ ଏହି ମୋହବଦ୍ଧ ମନୁଷ୍ୟ ଅସ୍ଥିର ଭାବରେ ଧାଇଁ ଚାଲିଛି ତାକୁ ନିଜ ହାତରେ ଧରି ରଖିବାକୁ । ତେଣୁ ଆଜି ପ୍ରତ୍ୟେକ ସ୍ତରରେ ଜୀବନର ଭାର ଦୁର୍ବହି ଓ ଦୁଃସହ । କୃଷି କ୍ଷେତ୍ରରେ କୃଷକ, ଶିଞ୍ଚାୟତନର ଶ୍ରମିକ, କାର୍ଯ୍ୟାଳୟର କର୍ମଚାରୀ ଓ ଶିକ୍ଷାନୁଷ୍ଠାନର ଶିକ୍ଷକ ସମସ୍ତେ ଦୈନନ୍ଦିନର କର୍ମ କୋଳାହଳ ଶେଷରେ ସାମାନ୍ୟ ଅବସରକୁ ଆମୋଦ ମଧ୍ୟରେ ଅତିବାହିତ କରି, କ୍ଲାନ୍ତି ବିସୃତିପୂର୍ବକ ପୁଣି ନବୀନ ପ୍ରେରଣାରେ ପ୍ରେରିତ ହେବାକୁ ଆକାଂକ୍ଷିତ । ସେଇଥି ପାଇଁ ସୃଷ୍ଟି ହୋଇଛି ଅବସର ବିନୋଦନର ନାନାବିଧ ମାଧ୍ୟମ ।

ଅବସରର ଆବଶ୍ୟକତା : ଜୀବନରେ ଅବସରର ଅପରିହାର୍ଯ୍ୟତା କାରଣରୁ ବୈଦିକ ଯୁଗରୁ ପାରମ୍ପରିକ କ୍ରମେ ଗଡ଼ି ଆସିଛି ଭାରତୀୟ ସାମାଜିକ ଜୀବନରେ କେତେ ପର୍ବପର୍ବାଣି, ଉତ୍ସବ ମହୋତ୍ସବ ଇତ୍ୟାଦି । ଜୀବ ଜଗତର ଶ୍ରେଷ୍ଠ ପ୍ରାଣୀ ମନୁଷ୍ୟ ପକ୍ଷେ ଜୀବନ କେବଳ ଆହାର, ବିହାର, ନିଦ୍ରା ଓ ମିଥୁନର ସମନ୍ବୟ ନୁହେଁ । ସେ ଚାହେଁ ଜୀବନରେ କିଛି ସୁଖ, କିଛି ସୟୋଗ ଓ ବିଳାସ । ଜୀବନର ମାୟା, ସୃଷ୍ଟିର ମୋହ ଓ ଉଚ୍ଚାଙ୍ଗ ଆଶା ଆକାଂକ୍ଷାର ବଶବର୍ତ୍ତୀ ହୋଇ ସେ ପାରସ୍ପରିକ ଦ୍ବୟଂ, ପ୍ରତିଦ୍ବନ୍ଦ୍ ମଧ୍ୟରେ କର୍ମମୁଖୀ ହୁଏ; ମାତ୍ର ନିରବଚ୍ଛିନ୍ନ କାୟିକ ବା ମାନସିକ ଶ୍ରମତା ପାଇଁ ସମ୍ପୂର୍ଣ୍ଣ ଅସମ୍ଭବ । ସାମୟିକ ବିଶ୍ରାମ ବା ଅବସର ଦ୍ଵାରା ଶରୀରର କ୍ଷୟ ପୂରଣ ହେବାକୁ ଅବସର ମିଳେ । ଶ୍ରମଜନିତ କ୍ରାନ୍ତି ବା ଅବସନ୍ନତା ଦୂର ହୋଇ ଦେହ ମନରେ ଏକ ପ୍ରଫୁଲ୍ଲ ଭାବ ସୃଷ୍ଟି ହୁଏ ଏବଂ ନୂତନ କର୍ମ ପାଇଁ ଉତ୍ସାହ ଓ ପ୍ରେରଣା ଜାତ ହୁଏ । ଇତର ପ୍ରାଣୀମାନଙ୍କର ବିଶ୍ରାମ ବା ଅବସର ଅନିୟନ୍ତ୍ରିତ । ଉଦର ପୂର୍ତ୍ତି ଘଟିଲେ ସେମାନେ ବଳେବଳେ ବିଶ୍ରାମ ନେଇ ଥାଆନ୍ତି । ପୁଣି ସମ୍ମୁଖରେ ଆହାର ଯୁଟିଲେ ବିଶ୍ରାମ ପରିତ୍ୟାଗ କରି ତତ୍‌କ୍ଷଣାତ୍ ତାହା ଦିଗରେ ଲମ୍ଫ ପ୍ରଦାନ କରନ୍ତି, କିନ୍ତୁ ମନୁଷ୍ୟ ହେଉଛି ଏକ ବୌଦ୍ଧିକ ପ୍ରାଣୀ । ତାହାର ଜୀବନଧାରା ଶୃଙ୍ଖଳିତ ଓ ନିୟନ୍ତ୍ରିତ । କର୍ମ ଓ ଅବସରକୁ ସେ ପୃଥକ ପୃଥକ ଭାବରେ ବିଚାର କରେ । ସୁତରାଂ ଅବସର ସମୟକୁ ସେ ଯଥେଷ୍ଟ ଭାବରେ ବ୍ୟବହାର ନ କରି ତାହାକୁ ସୁନିୟନ୍ତ୍ରିତ ଭାବରେ ଉପଯୋଗ କଲେ ଅଶେଷ ଉପକାର ସାତ ହୋଇଥାଏ ।

ଅବସର ବିଦୋଳନର ବିଭିନ୍ନ ମାଧ୍ୟମ : ସାଧାରଣତଃ ସ୍ଵ ଅବକାଶ ଓ ଦୀର୍ଘ ଅବକାଶ, ଏହି ଦୁଇଟି ଭାଗରେ ଅବସର ବିଭକ୍ତ । ଶିକ୍ଷାୟତନମାନଙ୍କରେ ବଡ଼ଦିନ, ଖ୍ରୀଷ୍ଟବକାଶ ଓ ଶାରଦୋତ୍ସବ ଇତ୍ୟାଦିକୁ ଦୀର୍ଘ ଅବକାଶ ଭାବରେ ଓ କୌଣସି ରାଷ୍ଟ୍ରୀୟ ଉତ୍ସବ, ଜୟନ୍ତୀ ଓ କ୍ଷୁଦ୍ର କ୍ଷୁଦ୍ର ସାମାଜିକ ପର୍ବ ନିମନ୍ତେ ସାମୟିକ କର୍ମ ବିରତିକୁ ସ୍ଵା ଅବସର ରୂପେ ଗ୍ରହଣ କରାଯାଏ । ଶ୍ରମିକ, କୃଷକ ଓ କର୍ମଚାରୀ ଇତ୍ୟାଦି ସମସ୍ତଙ୍କ ଜୀବନରେ ଅନୁରୂପ ଭାବରେ ଅବସର ମିଳିଥାଏ । ଅବସରର ଅର୍ଥ ସମ୍ପୂର୍ଣ୍ଣ କର୍ମନିଷ୍ପତି ବା କର୍ମହୀନତା ନୁହେଁ । ତେଣୁ କୌଣସି ପ୍ରକାର ଗଠନମୂଳକ (Productive)ପନ୍ଥାରେ ଏହି ଅବସରକୁ ନିୟୋଜିତ କରାଗଲେ ଜୀବନରେ ବାସ୍ତବ ଅବସର ମିଳିଥାଏ ।

ବ୍ୟକ୍ତିର ବୟସ, ବୃତ୍ତି, ଶିକ୍ଷା ଓ ରୁଚି ଅନୁଯାୟୀ ଅବସର ସମୟକୁ ଭିନ୍ନ ଭିନ୍ନ ଭାବରେ ନିୟୋଜିତ କରାଯାଇଥାଏ । କେହି ସଂଗୀତ ଚର୍ଚ୍ଚା କରେ, କେହି ତୁଳି ଧରି ଚିତ୍ର ଅଙ୍କନ କରେ, କେହି ସୁନ୍ଦର ପ୍ରାକୃତିକ ଦୃଶ୍ୟର ଚିତ୍ର ଉତ୍ତୋଳନ (Photography) କରେ । ମାନସିକ ଶ୍ରମ କରୁଥିବା ବୁଦ୍ଧିଜୀବୀମାନେ ଅବସର ସମୟରେ ସୌଖୀନ ଭାବରେ ନିଜ ଗୃହ ପରିସର ମଧ୍ୟରେ ଉଦ୍ୟାନ କର୍ମ କରି ଆନନ୍ଦ ଲାଭ କରନ୍ତି । କେହି କେହି ବନ୍ଧୁ ଓ ଅତିଥିମାନଙ୍କ ଗହଣରେ ଆଳାପ ଆଲୋଚନା କରନ୍ତି ଅଥବା ପତ୍ରପତ୍ରିକା, ପୁସ୍ତକ ଇତ୍ୟାଦି ପାଠ କରି ସମୟ ଅତିବାହିତ କରନ୍ତି । ପୂର୍ବେ ବିଲାତି ସଂସ୍କୃତିର ଅନୁକରଣରେ ଭାରତୀୟ ପଦସ୍ଥ ଅଫିସରମାନେ କର୍ମକ୍ଷେତ୍ରରୁ ଫେରିବା ପରେ ସନ୍ଧ୍ୟା ସମୟଟିକୁ କ୍ଲବରେ ଅତିବାହିତ କରୁଥିଲେ । ସେ ସଂସ୍କୃତିର ଆଦର ଏବେ ହ୍ରାସ ପାଇଥିଲେ ମଧ୍ୟ ସମ୍ପୂର୍ଣ ଭାବେ ଲୋପ ପାଇନାହିଁ । ପୂର୍ବେ ପଲ୍ଲୀ ଅଞ୍ଚଳରେ ଖଞ୍ଜଣୀ ଭଜନ, ନାମ କୀର୍ତ୍ତନ ଓ ଭାଗବତ ଘରେ ପୁରାଣ ପାଠ ପଲ୍ଲୀର ନିଥର ପରିବେଶକୁ ମୁଖର କରୁଥିଲା । କର୍ମକ୍ରାନ୍ତ କୃଷିଜୀବୀମାନେ ଏଥିରୁ ବେଶ୍ ଆହ୍ମାଦ ଓ ଆମୋଦ ଲାଭ କରୁଥିଲେ । ଆଜି ତାହା ହୋଇଛି ଇତିହାସର ସାମଗ୍ରୀ । ତା ସ୍ଥାନରେ ଅବସ୍ଥାପିତ ହୋଇଛି ଦୂରଦର୍ଶନ । ପ୍ରାଚୀନ ହେଲେ ମଧ୍ୟ ଲଘୁ । ଆମୋଦ ନିମନ୍ତେ ତାସ, ପଶା ଓ କ୍ୟାରମ ଖେଳର ଆଦର ଏ ପର୍ଯ୍ୟନ୍ତ ଅଧୁ ରହିଛି । ଶିଳ୍ପ ସଭ୍ୟତା ଓ ନଗର ସଂସ୍କୃତିର ବିକାଶଫଳରେ ଅବସର ବିନୋଦନ ମାଧ୍ୟମ ଏବେ ବହୁ ଭାବରେ ସଂପ୍ରସାରିତ ହୋଇଛି । ସରକାରୀ କର୍ମଚାରୀମାନେ ନିଜ ନିଜ ଦପ୍ତରରେ ଅବସର ବିନୋଦନ କେନ୍ଦ୍ର (Recreation Centre) ନାମରେ ଗୋଟିଏ ଗୋଟିଏ ସଂସ୍ଥା ଖୋଲିବା ସେମାନଙ୍କର ଏକ ଅକାରରେ ପରିଣତ ହୋଇଛି । ଶିଜ୍ଞାନୁଷ୍ଠାନର ମାଲିକମାନେ ସେମାନଙ୍କର ଶ୍ରମିକ ଓ କର୍ମଚାରୀମାନଙ୍କ ନିମନ୍ତେ ଅନୁଷ୍ଠାନ ପରିସରରେ ଅବସର ବିନୋଦନ କେନ୍ଦ୍ର ଖୋଲି ସେମାନଙ୍କର ଆମୋଦ ବିଧାନ ନିମନ୍ତେ ଉଦ୍ୟମ କରୁଛନ୍ତି ।

ଅବସରର ଅପବ୍ୟବହାର : ଯେଉଁମାନେ ଜୀବନରେ ଅବସରର ମୂଲ୍ୟକୁ ହୃଦୟଙ୍ଗମ କରିପାରନ୍ତି ନାହିଁ, ସେମାନେ ଆପଣା ସହିତ ସମଗ୍ର ଦେଶ ଏବଂ ଜାତିର ମଧ୍ୟ କ୍ଷତିସାଧନ କରନ୍ତି । ଇଂରାଜୀରେ କୁହାଯାଇଛି, “An idle mind is the devil's workshop" ଅର୍ଥାତ୍ ଗୋଟିଏ ଅଳସ ମନ ସୈତାନର କାରଖାନା । କର୍ମହୀନ ଅଳସ ମୁହୁର୍ତରେ ମନୁଷ୍ୟର ମନ ନାନାଦି ମନ୍ଦ ଚିନ୍ତାର ଶିକାର ହୁଏ । ସେ ହିତାହିତ ଜ୍ଞାନ ରହିତ ହୋଇ ବହୁ ପ୍ରକାର ସୈତାନୀ କାର୍ଯ୍ୟରେ ପ୍ରବୃତ୍ତ ହୁଏ, ଯାହାର ସୁଦୂରପ୍ରସାରୀ ପରିଣତି ଭୟାବହ ହୁଏ । ବହୁ ଛାତ୍ର ଅବସର ପାଇଲେ ଅତ୍ୟଧୁକ ଶୟନ, ଭ୍ରମଣ ଓ କ୍ରୀଡା କୌତୁକ ସହିତ କୁସଙ୍ଗବଶତଃ ଅର୍ଦ୍ଧରାତ୍ରି ପର୍ଯ୍ୟନ୍ତ ଜାଗ୍ରତ ରହି ଦୂରଦର୍ଶନ ବା ଭିଡ଼ିଓ କ୍ୟାସେଟ୍ ଦେଖ୍ ସମୟ ଅପଚୟ କରନ୍ତି । ଏହାଦ୍ଵାରା ସାମୟିକ ଆମୋଦ ମିଳେ ସତ୍ୟ; କିନ୍ତୁ ପରୋକ୍ଷରେ ଏହା ସେମାନଙ୍କର ପ୍ରଭୂତ କ୍ଷତି ସାଧନ କରିଥାଏ । ସୁତରାଂ ଅବସରକୁ ଏକ ଗଠନମୂଳକ କାର୍ଯ୍ୟରେ ବିନିଯୋଗ କରାଯିବା ବା ନିର୍ବୋଷ ଆମୋଦରେ ଅତିବାହିତ କରିବା ଶ୍ରେୟସ୍କର ।

ଉପସଂହାର : କବି କହିଛନ୍ତି, “ ନିଃଶବ୍ଦ ଜୀବନସ୍ରୋତ ଧାଇଁଛି କିପରି, ଭେଟିବାକୁ ମୃତ୍ୟୁ-ସିନ୍ଧୁକରାଳା ଲହରୀ । ମନୁଷ୍ୟର ଜୀବନ ସ୍ରୋତ ପ୍ରତି ସମୟର ପ୍ରବଳ ବେଗରେ ମୃତ୍ୟୁ ଦିଗରେ ପ୍ରଧାବିତ ହେଉଛି । ତେଣୁ ଜୀବନର ପ୍ରତ୍ୟେକଟି ମୁହୂର୍ତ୍ତି ହେଉଛି ମୂଲ୍ୟବାନ । ଏହି ମୁହୁର୍ଭଗୁଡ଼ିକୁ ଯେଉଁମାନେ କର୍ମ ମାଧ୍ୟମରେ ଧରି ରଖୁପାରନ୍ତି, ସେହିମାନେ ହିଁ ଜୀବନ ଯାତ୍ରାରେ ଜୟୀ ହୁଅନ୍ତି ଏବଂ ଅନ୍ତିମ ଜୀବନରେ ବାସ୍ତବ ଅବସରର ମାଧୁର୍ଯ୍ୟ ଉପଲବ୍ଧ କରିପାରନ୍ତି ।


SHARE THIS

Author:

I am writing to express my concern over the Hindi Language. I have iven my views and thoughts about Hindi Language. Hindivyakran.com contains a large number of hindi litracy articles.

0 comments: