Friday, 19 February 2021

Odia Essay on "Environmental Pollution", "ପରିବେଶ ପ୍ରଦୂଷଣ ରଚନା" for Students

Essay on Environmental Pollution in Odia Language: In this article "ପରିବେଶ ପ୍ରଦୂଷଣ ରଚନା", "paribesh pradushan odia essay rachana for students of class 5, 6, 7, 8, 9, and 10.

Odia Essay on "Environmental Pollution", "ପରିବେଶ ପ୍ରଦୂଷଣ ରଚନା" for Students

ଉପକ୍ରମ : ଭକ୍ତକବି ମଧୁସୂଦନ ଲେଖୁଥଲେ

ମଧୁମୟ ସୃଷ୍ଟି ସୁଧାମୟ ସୃଷ୍ଟି

ଏ ସୃଷ୍ଟି ଅମୃତମୟ ହେ

ଜାଗ ନରନାରୀ ଅମୃତ ସନ୍ତତି

ପିଅ ସେ ଅମୃତ ପୟ ହେ ।

ଏହି ବିଶାଳ ଜଟତ ହେଉଛି ଭବାନଙ୍କର ଅପୂର୍ବ ଓ ଅନିର୍ବଚନୀୟ ସୃଷ୍ଟି । ବୃକ୍ଷଲତା, ତରୁ, ତୃଣ, ପଶୁ, ପକ୍ଷୀ, ନଦୀ, ନିଝର, ଗିରି, ବନ, କାନନ ଓ କାନ୍ତାରକୁ ନେଇ ଏ ସୃଷ୍ଟି ହୋଇଛି ସୁନ୍ଦର ଓ ମଧୁର । ପୁଷ୍ପର ହାସ୍ୟ ବିକାଶ, ମଳୟର ମଦିର ସର୍ଶ, ବାୟୁର ହିଲ୍ଲୋଳ, ନଦୀର କଲ୍ଲୋଳ ଓ ଡାଳେ ଡାଳେ ବିହଗମାନଙ୍କର ମଧୁର କାକଳି ମାନବ ପ୍ରାଣରେ କେଉଁ ଏକ ସ୍ଵତ୍ପଲୋକର ମାୟା ସୃଷ୍ଟିକରେ; କିନ୍ତୁ ଦୁଃଖର କଥା, ପ୍ରକୃତି ଓ ପରିବେଶର ସେହି ସ୍ଵର୍ଗୀୟ ମାଧୁରୀ ଆଧୁନିକତାର ସ୍ପର୍ଶରେ ହୋଇଛି କ୍ଷୟିଷ୍ଣୁ । ବିକାଶ ନାମରେ ମନୁଷ୍ୟ ଆପଣାର ବିଷାକ୍ତ ରସନା ପ୍ରସାର କରି ତାହାକୁ ସମୂଳେ ଗ୍ରାସ କରିବାକୁ ଉଦ୍ୟତ । ତେଣୁ ପ୍ରଦୂଷଣରୁ । ମୁକ୍ତି ଓ ପରିବେଶର ସୁରକ୍ଷା ହେଉଛି ଆଧୁନିକ ବିଶ୍ୱର ଏକ ପ୍ରଧାନ ସମସ୍ୟା ।

ପରିବେଶ ପ୍ରଦୂଷଣର କାରଣ : ପଞ୍ଚ ମହାଭୂତର ଅଂଶ ବିଶେଷ ଜଳ ଓ ବାୟୁ ହେଉଛି ଜୀବନର ଆଧାର । ବୃକ୍ଷଲତା ଓ କୀଟ ପତଙ୍ଗଠାରୁ ଆରମ୍ଭ କରି ମନୁଷ୍ୟପ୍ରାଣୀ ପର୍ଯ୍ୟନ୍ତ ସମସ୍ତେ ବଞ୍ଚି ରହିଛନ୍ତି କେବଳ ଜଳ ଓ ବାୟୁକୁ ଆଶ୍ରୟ କରି । ଜଳର ଅନ୍ୟ ନାମ ଜୀବନ । ଶ୍ଵାସ ପ୍ରଶ୍ୱାସରେ ପ୍ରବାହିତ ହେଉଥିବା ବାୟୁ ହେଉଛି ପ୍ରାଣବାୟୁ । କେଉଁ ସୁଦୂର ଅତୀତ କାଳରେ ପ୍ରଥମ କରି ମାନବ ସଭ୍ୟତା ଗଢ଼ିଉଠିଥିଲା ପୃଥିବୀର ବୃହତ୍ ବୃହତ୍ ନଦୀକୂଳରେ । ମାତୃତୁଲ୍ୟା ନଦୀ ତୋୟ ଦାନକରି ପୁଷ୍ଟ କରିଥିଲା ସେହି ସଭ୍ୟତାକୁ । ଭାରତରେ ଗଙ୍ଗା, ଯମୁନା, ସରସ୍ୱତୀ, ନର୍ମଦା, ସିନ୍ଧୁ, କାବେରୀ, ଗୋଦାବରୀ, ବୈତରଣୀ ପ୍ରଭୃତି ନଦୀଗୁଡ଼ିକ ପୁରାଣ ପ୍ରସିଦ୍ଧ । ପବିତ୍ର ଏମାନଙ୍କ ନୀର । ତାହା କେବଳ ମନୁଷ୍ୟ ଓ ପଶୁପକ୍ଷୀଙ୍କୁ ଜୀବନ ଦାନକରି ନାହିଁ, ପୌରାଣିକ ମତରେ ଏଗୁଡ଼ିକ ପାପ ପ୍ରକ୍ଷାଳିନୀ, ମୁକ୍ତି ଦାୟିନୀ ଏବଂ ପୁଣ୍ୟବିଧାୟିନୀ ଅଟନ୍ତି । ପୁଣ୍ୟତୋୟା ଗଙ୍ଗାନଦୀ ପତିତପାବିନୀ ନାମରେ ପରିଚିତା; କିନ୍ତୁ ଆଧୁନିକ କାଳରେ ନଦୀଗୁଡ଼ିକ ପ୍ରଦୂଷରର ଶିକାର ହୋଇ ଆପଣାର ସେହି କଲ୍ୟାଣଦାୟିନୀ ବିଭବକୁ ହରାଇ ବସିଛନ୍ତି । ବଡ଼ ବଡ଼ ସହରରୁ ନିଷ୍କାସିତ ନର୍ଦ୍ଦମାଜଳ, କଳକାରଖାନାର ଆବର୍ଜନା ଓ ରାସାୟନିକ ପଦାର୍ଥମାନ ନଦୀଜଳକୁ ବିଷମୟ କରି ପକାଇଛି । ବଦ୍ଧିତ ଜନସଂଖ୍ୟା ନଦୀଜଳ ପ୍ରଦୂଷଣର ଅନ୍ୟତମ କାରଣ ରୂପେ ଠିଆ ହୋଇଛି । ନିର୍ବିଚାରରେ ଜନସାଧାରଣ ସମସ୍ତ ପ୍ରକାର ବର୍ଜ୍ୟବସ୍ତୁକୁ ନଦୀ ବକ୍ଷରେ ନିକ୍ଷିପ୍ତ କରି ତା’ର ନିର୍ମଳ ଜଳକୁ ନର୍ଦ୍ଦମାରେ ପରିଣତ କରିଛନ୍ତି ।

ନଦୀ ଭଳି ହୃଦଗୁଡ଼ିକ ମଧ୍ୟ ଉଦ୍ଧତ ମାନବର ଅବିଚାରିତ ଆଚରଣରୁ ମୁକ୍ତ ନୁହନ୍ତି । କାଶ୍ମୀରର ଡାଲ ହୃଦଠାରୁ ଆରମ୍ଭ କରି ଓଡ଼ିଶାର ଚିଲିକା ହ୍ରଦ ପର୍ଯ୍ୟନ୍ତ କ୍ଷୁଦ୍ର ବୃହତ୍ ପ୍ରାୟ ସମସ୍ତ ଜଳାଶୟଗୁଡ଼ିକ ପ୍ରଦୂଷିତ ଅଟନ୍ତି । ଭୁବନେଶ୍ୱରର ବିନ୍ଦୁସାଗର ଓ ପୁରୀର ନରେନ୍ଦ୍ର ପୁଷ୍କରିଣୀର ଜଳ ପରମାର୍ଥୀ ହିନ୍ଦୁମାନଙ୍କ ପାଇଁ ଅତ୍ୟନ୍ତ ପବିତ୍ର ବୋଲି ମନେ ହୋଇଥାଏ, କିନ୍ତୁ ଦୁଃଖର କଥା, ଏହି ଦୁଇଟି ପୁରାଣ ପ୍ରସିଦ୍ଧ ଜଳାଶୟର ଜଳ ଏବେ ଅତ୍ୟନ୍ତ ଅନିର୍ମଳ ଓ ବ୍ୟବହାର ଅନୁପଯୋଗୀ ହୋଇ ପଡ଼ିଛି । ଅଧୂକ ଉଦ୍‌ବେଗର କଥା, ନଦୀ ଓ ହ୍ରଦର ଜଳ ସହିତ ସମୁଦ୍ରର ଜଳ ମଧ୍ୟ କ୍ରମେ ଦୂଷିତ ହେବାକୁ ଲାଗିଛି । ବୃହତ୍ ବୃହତ୍ ନଦୀମାନଙ୍କ ଦ୍ଵାରା କ୍ରମାଗତ ଭାବେ ନାନାଦି ରାସାୟନିକ ସାମଗ୍ରୀ ଓ ବର୍ଜ୍ୟ ବସ୍ତୁ ସମୁଦ୍ର ବକ୍ଷକୁ ପରିବାହିତ ହେଉଥିବାରୁ ସମୁଦ୍ରର ଜଳ ପ୍ରଦୂଷଣର ଶିକାର ହେଉଛି ।

ଜଳ ପ୍ରଦୂଷଣ ଭଳି ବାୟୁ ପ୍ରଦୂଷଣ ଜୀବଜଗତ ପ୍ରତି ଅଧୁକ ବିପଦ ସୃଷ୍ଟି କରିଛି । ଜନସଂଖ୍ୟା ବୃଦ୍ଧି, ଜଙ୍ଗଲ କ୍ଷୟ, ସହରୀ ସଭ୍ୟତାର ପ୍ରସାର, କଳକାରଖାନାର ସଂଖ୍ୟା ବୃଦ୍ଧି, ପେଟ୍ରୋଲ, ଡିଜେଲ ଓ କୋଇଲା ଇତ୍ୟାଦିର ଅତ୍ୟଧୁକ ବ୍ୟବହାର, ଅଧୁକ ସଂଖ୍ୟାରେ ଗାଡ଼ି ମଟର ଚଳାଚଳ ଇତ୍ୟାଦି ଫଳରେ ବାୟୁମଣ୍ଡଳ କ୍ରମେ ଅଧୁକରୁ ଅଧିକ ବିଷାକ୍ତ ହୋଇ ଉଠୁଛି । ବଡ଼ ବଡ଼ ସହରରେ ବିଶୁଦ୍ଧ ଅମ୍ଳଜାନ ଟିକିଏ ପାଇବା କଷ୍ଟକର ବ୍ୟାପାର ହୋଇ ପଡ଼ିଲାଣି । ଭାରତର ଦିଲ୍ଲୀ, କଲିକତା, ବମ୍ବ ସହିତ ପୃଥିବୀର ଟୋକିଓ, ବେଜିଙ୍ଗ, ମେକ୍ସିକୋ, ଲଣ୍ଡନ, ଲେଲିନଗ୍ରାଡ, ଇସ୍ତାନବଲ ଇତ୍ୟାଦି ନଗରଗୁଡ଼ିକର ପ୍ରଦୂଷଣର ମାତ୍ରା ଚରମ । ଧୂଆ, ଧୂଳି ଓ ବିଷାକ୍ତ ଅଙ୍ଗାରକାମ୍ଳ ବାଷ୍ପ ମନୁଷ୍ୟକୁ କ୍ରମେ ମୃତ୍ୟୁର ଗହ୍ମର ମଧ୍ୟକୁ ଠେଲି ନେଉଛି ।

ଜଳ ଓ ବାୟୁ ପ୍ରଦୂଷଣ ସହିତ ଅଲକ୍ଷ୍ୟରେ ଆମେମାନେ ଆଉ ଗୋଟିଏ ଯନ୍ତ୍ରଣାର ଶିକାର ହୋଇପଡ଼ିଛି । ତାହା ହେଉଛି ଶବ୍ଦ ପ୍ରଦୂଷଣ । ରେଳ, ମଟର ଓ ବିମାନ ଚଳାଚଳର ଅତ୍ୟୁଚ୍ଚ ଶବ୍ଦ, ଡାକବାଜି ଯନ୍ତ୍ରର ଚିତ୍କାର, କଳକାରଖାନାର କାର୍ଯ୍ୟରତ ମେସିନର ଘର୍ଷଣ, ବେତାର, ଦୂରଦର୍ଶନରେ ପ୍ରଚାରିତ ସଂଗୀତର ଲହର ଓ ସେଥ ସହିତ ରକେଟ ଉତ୍‌କ୍ଷେପଣର ଭୈରବ ନାଦ ଇଥରକୁ ପ୍ରକମ୍ପିତ କରୁଛି । ନୀରବ ଆକାଶକୁ ବିକ୍ଷୁଧ କରୁଛି । ଏହାଦ୍ୱାରା ମନୁଷ୍ୟର କେବଳ ଶାନ୍ତି ଭଗ୍ନ ହେଉ ନାହିଁ, ତା’ର ଦେହ ଓ ମନ ଉପରେ ପ୍ରଚଣ୍ଡ ପ୍ରଭାବ ପଡ଼ୁଛି ।

ପ୍ରଦୂଷଣ ଜନିତ କ୍ଷତି : ଆଧୁନିକ କାଳରେ ପ୍ରଦୂଷଣ ସମସ୍ୟାଟି ସତେ ଯେପରି ଏହି ଶାନ୍ତ, ସୁନ୍ଦର ଓ ନୀରବ ପ୍ରକୃତି ବିରୋଧରେ ପ୍ରତ୍ୟକ୍ଷ ସଂଗ୍ରାମ ଘୋଷଣ କରିଛି । ଜଙ୍ଗଲ କ୍ଷୟ ଫଳରେ ପ୍ରକୃତିର ସେହି ଶ୍ୟାମଳ ଶ୍ରୀସଂପଦ କ୍ରମେ ବିନଷ୍ଟ ହୋଇ ସେଠାରେ ଏକ ରୁକ୍ଷ ମରୁ ଅଜଗର ରସନା ବିସ୍ତାର କରି ରହିଛି । ବହୁ ଜାତିର ପଶୁପକ୍ଷୀ, ବୃକ୍ଷଲତା, ଭେଷଜ ବୃକ୍ଷ କ୍ରମେ କ୍ରମେ ପୃଥିବୀରୁ ଲୋପ ହୋଇ ଯାଉଛନ୍ତି । ଋତୁଚକ୍ରରେ ବିପର୍ଯ୍ୟୟ ସୃଷ୍ଟି ହୋଇ ଅତିବୃଷ୍ଟି, ଅନାବୃଷ୍ଟି, ଅକାଳ ବନ୍ୟା ବା ଭୟଙ୍କର ବାତ୍ୟା ଦେଖା ଯାଉଛି । ଜଳ ପ୍ରଦୂଷଣ ଫଳରେ ଝାଡ଼ାବାନ୍ତି, ହଇଜା, କାମଳ, ଟାଇଫଏଡ୍ ଭଳି ମାରାତ୍ମକ ରୋଗ ବ୍ୟାପିବା ସଙ୍ଗେ ସଙ୍ଗେ ଜଳଜନ୍ତୁଙ୍କର ସ୍ଥିତି ସଂକଟାପନ୍ନ ହୋଇପଡ଼ିଛି । କଳକାରଖାନାରୁ ନିର୍ଗତ ରାସାୟନିକ ପଦାର୍ଥ ଏବଂ ପରିତ୍ୟକ୍ତ ପଲିଥିନ ବା ପ୍ଲାଷ୍ଟିକ୍ ସାମଗ୍ରୀ ମୃତ୍ତିକା ଭେଦ କରି ଭୂତଳ ସତ ଜଳରାଶିକୁ ମଧ୍ୟ ଦୂଷିତ କରିବାକୁ ଲାଗିଲାଣି । ଭବିଷ୍ୟତରେ ଯେ ଦିନେ ମନୁଷ୍ୟ ପାଇଁ ମୁନ୍ଦିଏ ବିଶୁଦ୍ଧ ପାନୀୟ ଜଳ ଦୁର୍ଲଭ ହୋଇପଡ଼ିବ, ଆଜିଠାରୁ ଏ ଆଶଙ୍କା ପ୍ରକାଶ ପାଇଲାଣି ।

ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ବାଷ ବୃଦ୍ଧି ଫଳରେ ମନୁଷ୍ୟ ଶ୍ଵାସରୋଗରେ ଆକ୍ରାନ୍ତ ହେଉଛି । କାର୍ବନ୍‌ ଡାଇଅକ୍ସାଇଡ, ମିଥୁନ, କ୍ଲୋରେଫ୍ଲୋରୋ କାର୍ବନ(ସି.ଏଫ.ସି) ପ୍ରଭୃତି ମାରାତ୍ମକ ଗ୍ୟାସ୍ ବାୟୁମଣ୍ଡଳରେ ଭର୍ତ୍ତି ହୋଇଗଲାଣି । ଏହା ଫଳରେ ପୃଥିବୀର ଚତୁର୍ଦ୍ଦିଗରେ ଘେରି ରହିଥିବା ରକ୍ଷାକାରୀ ଓଜୋନ୍ (Ozone) ସ୍ତରରେ ଛିଦ୍ର ହୋଇ ସେହି ଛିତ୍ର ବାଟେ ସୂର୍ଯ୍ୟକିରଣର କ୍ଷତିକାରକ ଅତି ବାଇଗଣୀ ରଶ୍ମି ଭୂପୃଷ୍ଠରେ ପତିତ ହେଉଛି । ଏହାଦ୍ୱାରା ଲୋକେ ଚର୍ମରୋଗ ଓ କର୍କଟ ରୋଗରେ ପୀଡିତ ହେଉଛନ୍ତି । ପ୍ରଦୂଷଣ ଫଳରେ ବାୟୁମଣ୍ଡଳର ଉତ୍ତାପ ବୃଦ୍ଧିପାଉଛି । କେତେକ ସ୍ଥାନରେ ଅମ୍ଳ ବର୍ଷା ବା Acid Rain । ହୋଇ ଉଭିଦ ଜଗତର ପ୍ରଭୂତ କ୍ଷତି ସାଧନ କରୁଛି । ଏହି କ୍ରମରେ ବାୟୁମଣ୍ଡଳର ଉତ୍ତାପ ବୃଦ୍ଧି ପାଇଲେ ଭବିଷ୍ୟତରେ ମେରୁ ଅଞ୍ଚଳରୁ ବରଫ ତରଳିଯିବ ଓ ସମୁଦ୍ରର ଜଳପତ୍ତନ ବୃଦ୍ଧି ପାଇବ । ସେତେବେଳେ ପୃଥିବୀରେ ଏକ ଭୟଙ୍କର ଅବସ୍ଥା ସୃଷ୍ଟି ହେବ ବୋଲି ବୈଜ୍ଞାନିକମାନେ ସତର୍କ ବାଣୀ ଶୁଣାଇ ଦେଲେଣି ।

ଶବ୍ଦ ପ୍ରଦୂଷଣ ଆମମାନଙ୍କର ଅଲକ୍ଷ୍ୟରେ ମାନବ ସମାଜର ଯେ କି କ୍ଷତିସାଧନ କରୁଛି। ସେଥିପ୍ରତି କୃଚିତ ଲୋକ ସଚେତନ ଅଛନ୍ତି । ଉଚ୍ଚ ଶବ୍ଦ ଦ୍ଵାରା ମନୁଷ୍ୟର ଶ୍ରବଣେନ୍ଦ୍ରିୟ ନଷ୍ଟ ହେବା ସଙ୍ଗେ ସଙ୍ଗେ ରକ୍ତଚାପ, ପାକସ୍ଥଳୀର ଅସର, କର୍କଟ ରୋଗ ଓ ହୃଦରୋଗ ପ୍ରଭୃତି ସୃଷ୍ଟି ହୋଇଥାଏ । ଅଲକ୍ଷ୍ୟରେ ମନୁଷ୍ୟ ଦେହ ଓ ମନ ଉପରେ ଏହା ପ୍ରଚଣ୍ଡ ପ୍ରଭାବ ପକାଇ ଥାଏ । ଏ ସବୁରୁ ଆମକୁ କିଭଳି ନିସ୍ତାର ମିଳିବ, ସେଥିପାଇଁ ଗୁରୁତ୍ଵର ସହିତ ଚିନ୍ତା କରିବାର ସମୟ ଆସିଛି ।

ପରିବେଶ ସୁରକ୍ଷା କାର୍ଯ୍ୟକ୍ରମ : ପରିବେଶ ପ୍ରଦୂଷଣ ଏକ ଉଦ୍‌ବେଗକର ସମସ୍ୟା ହୋଇଥିବାରୁ ପୃଥିବୀର ପ୍ରାୟତଃ ସମସ୍ତ ରାଷ୍ଟ୍ର ଏହାର ପ୍ରତିକାର ନିମନ୍ତେ ତତ୍ପର ହୋଇ ଉଠିଛନ୍ତି । ମିଳିତ ଜାତିସଂଘ ତରଫରୁ ଏଥିପାଇଁ ‘ପରିବେଶ ବିକାଶ ପରିଷଦ’ (UNCED)ନାମରେ ଗୋଟିଏ ସଂସ୍ଥା ଗଠନ କରାଯାଇଛି । ବୃକ୍ଷରୋପଣ ବା ବନୀକରଣ ହେଉଛି ପରିବେଶ ସୁରକ୍ଷାର ପ୍ରଧାନ କାର୍ଯ୍ୟକ୍ରମ । ଭାରତରେ ବୃକ୍ଷରୋପଣ ବା ସବୁଜ ବଳୟ ସୃଷ୍ଟି ନିମନ୍ତେ ସ୍ଵଛାସେବୀ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କୁ ‘ପ୍ରକୃତିମିତ୍ର' ଓ 'ବୃକ୍ଷମିତ୍ର’ ପୁରସ୍କାର ପ୍ରଦାନ କରାଯାଉଛି । ନଦୀକୂଳରେ ଥିବା ପ୍ରଧାନ ପ୍ରଧାନ ସହରର ନର୍ଦ୍ଦମା ଜଳ ଓ କଳକାରଖାନାର ଦୂଷିତ, ମଇଳା ଆବର୍ଜନାକୁ ବିଶୋଧନ କରି ନଦୀକୁ ଛଡ଼ା ଯାଉଛି । ସିମେଣ୍ଟ କାରଖାନା ଓ ତାପଜ ବିଦ୍ୟୁତ୍ କେନ୍ଦ୍ରରୁ ନିର୍ଗତ ହେଉଥିବା ପାଉଁଶକୁ ଛଣାଯିବାର ବ୍ୟବସ୍ଥା କରାଯାଉଛି । ଉପକୂଳ ଅଞ୍ଚଳରେ କରାଯାଉଥିବା ଚିଙ୍ଗୁଡ଼ି ଚାଷ ଯୋଗେ ପରିବେଶ ପ୍ରଦୂଷିତ ହେଉଥିବାରୁ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶରେ ସେଗୁଡ଼ିକ ବନ୍ଦ କରିବା ପାଇଁ ଉଦ୍ୟମ କରାଯାଉଛି । କେନ୍ଦ୍ର ଓ ରାଜ୍ୟ ସ୍ତରରେ ପରିବେଶ ସୁରକ୍ଷା ନିମନ୍ତେ ସ୍ବତନ୍ତ୍ର ବିଭାଗ ଖୋଲାଯାଇ ଏ ସମ୍ପର୍କରେ କାର୍ଯ୍ୟକ୍ରମକୁ ନିୟନ୍ତ୍ରଣ କରାଯାଉଛି ।

ଉପସଂହାର : ପରିବେଶ ସୁରକ୍ଷା ପାଇଁ ଯେତେ କାର୍ଯ୍ୟକ୍ରମ କରାଯାଉଛି ଏବଂ ଏ ବାବଦରେ ଯେତେ ଅର୍ଥ ବ୍ୟୟ କରାଯାଉଛି, ତାହା ଆଶାନୁରୂପ ଫଳ ଦେଇପାରୁ ନାହିଁ । ଏ ଦିଗରେ ପ୍ରଧାନ ପ୍ରତିବନ୍ଧକ ହେଉଛି ରାଜନୀତି। ରାଜନୀତିକ କାରଣରୁ ବିଶେଷଜ୍ଞମାନଙ୍କର ମତକୁ ଉପେକ୍ଷା କରି ନୂତନ ନୂତନ ହୋଟେଲ, କୋଠାବାଡ଼ି, ରାସ୍ତାଘାଟ, ଶିଳ୍ପ ପ୍ରତିଷ୍ଠାନମାନ ତିଆରି କରାଯାଉଛି। ପରିବେଶ ସୁରକ୍ଷା ପାଇଁ ବିକାଶାମ୍ବକ କାର୍ଯ୍ୟକ୍ରମ ହାତକୁ ନିଆଗଲାବେଳେ ରାଜନୀତି ସହିତ ଦୁର୍ନୀତି ଓ ଅସାଧୁତା ମଧ୍ୟ ଏହି ଉଦ୍ଦେଶ୍ୟକୁ ବ୍ୟାହତ କରୁଛି । ସୁତରାଂ ପ୍ରଦୂଷଣ ଭଳି ଏକ ଉତ୍କଟ ସମସ୍ୟା ପ୍ରତି ଜନସାଧାରଣ, ସରକାର ଓ ରାଜନୈତିକ ନେତୃବୃନ୍ଦ ସମସ୍ତେ ସତର୍କ ରହିବା ଆବଶ୍ୟକ ।


SHARE THIS

Author:

I am writing to express my concern over the Hindi Language. I have iven my views and thoughts about Hindi Language. Hindivyakran.com contains a large number of hindi litracy articles.

0 comments: