Essay on Essay on National Language of India in Odia Language : In this article " ଭାରତର ରାଷ୍ଟ୍ରଭାଷା ରଚନା ", " Bharatar Jatiya...
Essay on Essay on National Language of India in Odia Language: In this article "ଭାରତର ରାଷ୍ଟ୍ରଭାଷା ରଚନା", "Bharatar Jatiya Bhasha Rachna in Odia for students of class 5, 6, 7, 8, 9, and 10.
Odia Essay on "National Language of India", "ଭାରତର ରାଷ୍ଟ୍ରଭାଷା ରଚନା" for Students
ସୂଚନା : ଭାରତ ହେଉଛି ଏକ ବହୁଭାଷୀ ଏବଂ ବହୁ ସଂପ୍ରଦାୟ ବିଶିଷ୍ଟ ଦେଶ । ୧୯୯୧ ଜନଗଣନା ରିପୋର୍ଟ ଅନୁଯାୟୀ, ଭାରତରେ ମୋଟ ଭାଷା ଉପଭାଷାର ସଂଖ୍ୟା ହେଉଛି ୧୬୫ ୨ । ଏଥ ମଧ୍ୟରୁ ସମ୍ବିଧାନରେ ମାତ୍ର ୧୮ଟି ଆଞ୍ଚଳିକ ଭାଷାକୁ ସ୍ବୀକୃତି ଦିଆଯାଇଛି । ଯେ କୌଣସି ସ୍ବାଧୀନ ରାଷ୍ଟ୍ରରେ ତା’ର ଜାତୀୟ ଭାଷା ବା ରାଷ୍ଟ୍ରଭାଷା ହେଉଛି ସ୍ଵାଭିମାନର ପ୍ରତୀକ; ମାତ୍ର ପରିତାପର ବିଷୟ, ହିନ୍ଦୀକୁ ଭାରତର ରାଷ୍ଟ୍ରଭାଷା ରୂପେ ସ୍ବୀକାର କରାଯାଇଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ ସର୍ବଜନ ଗ୍ରାହ୍ୟ ହୋଇପାରି ନାହିଁ ।
ରାଷ୍ଟ୍ରଭାଷାର ଇତିହାସ : ଅତୀତ ଭାରତରେ ଭାଷାଗତ ବିଭିନ୍ନତା ଥିଲେ ମଧ୍ୟ ଆବଶ୍ୟକତା ଦୃଷ୍ଟିରୁ ସଂସ୍କୃତକୁ ରାଜଭାଷା ରୂପେ ଗ୍ରହଣ କରାଯାଇଥିଲା । ମୁସଲମାନ ଶାସନକାଳରେ ପାସିଭାଷା ଏବଂ ତତ୍ପରେ କିଛିକାଳ ନିମନ୍ତେ ଉର୍ଦୁଭାଷାକୁ ରାଷ୍ଟ୍ରଭାଷାର ସମ୍ମାନ ଦେଇ ଶାସନ ଦପ୍ତରରେ ବ୍ୟବହାର କରାଯାଇଥିଲା, କିନ୍ତୁ ବ୍ରିଟିଶ ଶାସନ କାଳରେ ଇଂରାଜୀ ହୋଇଗଲା ଆମର ସରକାରୀ ଭାଷା । ଇଂରେଜମାନେ ଚାହିଁଲେ ଭାରତୀୟମାନଙ୍କ ମନରେ ଦାସତ୍ବକୁ ବଦ୍ଧମୂଳକରି ସେମାନଙ୍କର ନିରଙ୍କୁଶ ଶାସନକୁ ଚିରକାଳ ପାଇଁ ବଜାୟ ରଖିବାକୁ, କିନ୍ତୁ ସେ ଆଶା ବ୍ୟର୍ଥ ହେଲା । ସ୍ୱାଧୀନତା ପରେ ୧୯୫୦ ମସିହା ଜାନୁୟାରୀ ୨୬ ତାରିଖଠାରୁ ନୂତନ ଭାରତର ସମ୍ବିଧାନ ପ୍ରବର୍ତ୍ତନ କରାଗଲା ଏବଂ ସେଥିରେ ଦେବନାଗରୀ ଲିପିରେ ଲିଖିତ ହିନ୍ଦୀ ଭାଷାକୁ ରାଷ୍ଟ୍ରଭାଷାର ମାନ୍ୟ ଦିଆଯାଇ ୧୯୬୫ ମସିହା ଜାନୁୟାରୀ ୨୬ ତାରିଖ ପର୍ଯ୍ୟନ୍ତ ଇଂରାଜୀକୁ ମୁଖ୍ୟ ସରକାରୀ ଭାଷା ରୂପେ ନିର୍ଦରେ ଚଳାଇବାର ବ୍ୟବସ୍ଥା ରଖାଗଲା । ଏହାର ମୁଖ୍ୟ କାରଣ ଥିଲା ଯେ, ଏହି ପନ୍ଦର ବର୍ଷ ମଧ୍ୟରେ ଦେଶରେ ହିନ୍ଦୀ ଭାଷାର ଯଥେଷ୍ଟ ପ୍ରଚାର ଓ ପ୍ରସାର ହୋଇପାରିବ । ଫଳରେ ଲୋକମାନେ ଇଂରାଜୀ ପରିବର୍ତ୍ତେ ହିନ୍ଦୀକୁ ରାଷ୍ଟ୍ରଭାଷା ରୂପେ ଗ୍ରହଣ କରି ନେବାକୁ କୁଣ୍ଠାବୋଧ କରିବେ ନାହିଁ । ଆହୁରି ମଧ୍ୟ ସମ୍ବିଧାନ ପ୍ରଣେତାମାନେ ଏହି ଦୁରଦୃଷ୍ଟିରେ ବିଚାରକରି ଦେଖି ପାରିଥିଲେ ଯେ, ଦୀର୍ଘ ଦେଢ଼ ଶହ ବର୍ଷଧରି ଯେଉଁ ଇଂରାଜୀ ଭାଷା ଭାରତୀୟ ମୃଭିକାରେ ଅଙ୍କୁର ମେଲି ଏକ ମହୀରୁହରେ ପରିଣତ ହୋଇଛି, ତାକୁ ସାମାନ୍ୟ ୧୫ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ଉଚ୍ଛେଦ କରିଦେବା ସହଜ ହେବ ନାହିଁ । ତେଣୁ ୧୯୬୫ ମସିହା ପରେ ମଧ୍ୟ ଇଂରାଜୀ ଭାଷାକୁ ହିନ୍ଦୀ ସହିତ ଏକ ସହାୟକ ଭାଷାରୂପେ ପ୍ରଚଳନ କରାଯିବାର ବ୍ୟବସ୍ଥା ସମ୍ବିଧାନରେ ଲିପିବଦ୍ଧ ରହିଛି ।
ହିନ୍ଦୀ ବିରୋଧୀ ଆନ୍ଦୋଳନ : ୧୯୬୩ ମସିହା ମେ ମାସରେ ଭାରତ ପାର୍ଲାମେଣ୍ଟ ଅଧିବେଶନରେ ଭାରତୀୟ ଭାଷାବିଲ୍ ମଞ୍ଜୁର କରାଯିବା ସମୟରେ ଯେଉଁ ଭଳି ମତାନୈଜ୍ୟ ଓ ଦ୍ବନ୍ଦ ସୃଷ୍ଟି ହେଲା, ତାହା ଅତ୍ୟନ୍ତ ଷୋଭର ବିଷୟ । ଭାରତୀୟ ସୋସାଲିଷ୍ଟ ପାର୍ଟି ଓ ଅନ୍ୟାନ୍ୟ ବିରୋଧୀ ଦଳ ସମେତ କଂଗ୍ରେସ ପାର୍ଟିର କେତେକ ସଦସ୍ୟ ଇଂରାଜୀ ଭାଷାର ପୂର୍ଣ ଉଚ୍ଛେଦ ଆଶା କରୁଥିବା ବେଳେ ଦକ୍ଷିଣ ଭାରତର ଅଣହିନ୍ଦୀଭାଷୀ ଲୋକମାନେ ରାଜଗୋପାଳାଚାରୀଙ୍କ ନେତୃତ୍ବରେ ହିନ୍ଦୀର ପୂର୍ଣ୍ଣ ବିରୋଧ କରିବାକୁ ଲାଗିଲେ । ଏପରିକି ହିନ୍ଦୀକୁ ବିରୋଧ କରି ଦାକ୍ଷିଣାତ୍ୟର ଲୋକେ ଆତ୍ମାହୁତି ଦେବାକୁ ମଧ୍ୟ ପଛାଇଲେ ନାହିଁ । ୧୯୫୬ ମସିହା ପୂର୍ବରୁ ରାଜାଜୀ ହିନ୍ଦୀ ଭାଷାର ଜଣେ ପୃଷ୍ଠପୋଷକ ଥିଲେ ଏବଂ ୧୯୫୨-୫୪ ମସିହାରେ ଯେତେବେଳେ ସେ ମାନ୍ଦ୍ରାଜର ମୁଖ୍ୟମନ୍ତ୍ରୀ ଥିଲେ, ସେତେବେଳେ ମଧ୍ୟ ଅଣହିନ୍ଦୀଭାଷୀ ଅଞ୍ଚଳରେ ହିନ୍ଦୀର ବ୍ୟାପକ ପ୍ରସାର ଉଦ୍ଦେଶ୍ୟରେ ଅକୁଣ୍ଠ ସାହାଯ୍ୟ କରିଥିଲେ । ଯେଉଁମାନେ ହିନ୍ଦୀକୁ ରାଷ୍ଟ୍ରଭାଷା ରୂପେ ଗ୍ରହଣ କରିବାକୁ କୁଣ୍ଡିତ ସେମାନେ ଭୟ କରନ୍ତି ଯେ, ଏହା ହେଉଛି ଏକ ପ୍ରକାର 'ଭାଷା ସାମ୍ରାଜ୍ୟବାଦ’ । ଅର୍ଥାତ୍ ଇଂରାଜୀ ପରିବର୍ତ୍ତେ ହିନ୍ଦୀକୁ ରାଷ୍ଟ୍ରଭାଷା କରାଗଲେ କେବଳ ହିନ୍ଦୀଭାଷା ଉତ୍ତର ଭାରତର ଲୋକମାନଙ୍କର ଚାକିରି, ପଦ ପଦବୀ ଇତ୍ୟାଦିରେ ପ୍ରସ୍ତୁତ ସ୍ବାର୍ଥ ସାଧୃତ ହୋଇ ପାରିବ ଓ ଅନ୍ୟମାନେ ଏଥିରୁ ବଞ୍ଚିତ ହେବେ; କିନ୍ତୁ ବାସ୍ତବ ବିଚାରରେ ଏ ଆଶଙ୍କା ସମ୍ପୂର୍ଣ୍ଣ ଭିତ୍ତିହୀନ ଏବଂ ନିରର୍ଥକ । କାରଣ ଅଣହିନ୍ଦୀଭାଷୀ ଅଞ୍ଚଳର ଲୋକମାନେ ହିନ୍ଦୀ ଭାଷାକୁ ପୂର୍ଣ୍ଣରୂପେ ଆୟତ୍ତ କରି ସେଥିରେ ଦକ୍ଷତା ଅର୍ଜନ କରି ନ ପାରିବା ପର୍ଯ୍ୟନ୍ତ ଏହାକୁ ସେମାନଙ୍କ ଉପରେ ବଳପୂର୍ବକ ଲଦି ଦିଆଯିବ ନାହିଁ ବୋଲି ନିଷ୍ପତ୍ତି କରାଯାଇଛି ।
ହିନ୍ଦୀର ଉପଯୋଗିତା : ପାରସ୍ପରିକ ମୈତ୍ରୀ ବନ୍ଧନ ତଥା ଐକ୍ୟ ଓ ସଂହତି ସ୍ଥାପନ ଦୃଷ୍ଟିରୁ ରାଷ୍ଟ୍ରଭାଷା ନାମରେ ଏକ ସାଧାରଣ ଭାଷା (Common language) ର ଆବଶ୍ୟକତା ଯେ ଅପରିହାର୍ଯ୍ୟ, ଏହାକୁ କେହି ଅସ୍ୱୀକାର କରିବେ ନାହିଁ । ରାଷ୍ଟ୍ରଭାଷାର ସମ୍ମାନ ଲାଭ କରିବା ପାଇଁ ଭାରତୀୟ ଭାଷାମାନଙ୍କ ମଧ୍ୟରେ କେବଳ ହିନ୍ଦୀର ହିଁ ସର୍ବାଧକ ଯୋଗ୍ୟତା ଅଛି । ହିନ୍ଦୀଭାଷାକୁ ଭାରତର ପ୍ରାୟ ୨୦ କୋଟି ଲୋକ କହି ପାରନ୍ତି ଏବଂ ବୁଝି ପାରନ୍ତି । ଏହା ଏକ ସମୃଦ୍ଧ ଓ ପ୍ରଗତିଶୀଳ ଭାଷା । ଅର୍ଥନୈତିକ, ବୈଜ୍ଞାନିକ, ବ୍ୟବସାୟିକ, ଶାସନଦପ୍ତରୀୟ ଇତ୍ୟାଦି ସର୍ବସ୍ତରୀୟ ବ୍ୟବହାର ନିମନ୍ତେ ଏହି ଭାଷାର ବ୍ୟାପକତା ଓ ଶବ୍ଦ ଭଣ୍ଡାରର ବିଶାଳତାର ଅଭାବ ନାହିଁ । ଗାନ୍ଧିଜୀଙ୍କ ମତରେ ଏଭଳି ଏକ ଭାଷାକୁ ଆମେ ରାଷ୍ଟ୍ରୀୟ ସମ୍ମାନ ଦେବା ଯାହାକୁ କି ଭାରତର ସର୍ବାଧୁକ ଜନତା ଅନାୟାସରେ ଆୟତ୍ତ କରିପାରିବେ ଏବଂ ସର୍ବାଧିକ ଲୋକଙ୍କର ଏହା ମାତୃଭାଷା ହୋଇଥିବ । ସରଳତାରେ ହିନ୍ଦୀଭାଷା, ସଂସ୍କୃତ ବା ଇଂରାଜୀ ଯେ କୌଣସି ଭାଷାଠାରୁ ଉତ୍କୃଷ୍ଟ । ଏହି ସମସ୍ତ କାରଣରୁ ଭାରତୀୟ ଜାତୀୟ କଂଗ୍ରେସ ହିନ୍ଦୀକୁ ରାଷ୍ଟ୍ରଭାଷା ରୂପେ ଗ୍ରହଣ କରିବାକୁ ସ୍ଥିର କରିଥିଲେ ଏବଂ ପ୍ରାକ୍ ସ୍ୱାଧୀନତା କାଳରେ ମଧ୍ୟ ୧୯୩୭– ୩୯ ମସିହାରେ ଯେତେବେଳେ ବିଭିନ୍ନ ପ୍ରଦେଶରେ କଂଗ୍ରେସ ମନ୍ତ୍ରିମଣ୍ଡଳ ଗଠିତ ହୋଇଥିଲା ସେତେବେଳେ ହିନ୍ଦୀର ପ୍ରସାର ପାଇଁ ବିଶେଷ ଉଦ୍ୟମ କରିଥିଲେ ।
ମାତ୍ର ମତାନୈକ୍ୟ ଓ ବିରୋଧ ଦୃଷ୍ଟିରୁ ପାର୍ଲିଆମେଣ୍ଟରେ ଭାଷାବିଲ୍ ପାଶ୍ କରାଯିବାବେଳେ ୧୯୬୫ ମସିହା ପରେ ମଧ୍ୟ ଇଂରାଜୀ ଭାଷାକୁ ଦେଶରେ ଚାଲୁରଖିବାକୁ କୁହାଯାଇଛି । ହିନ୍ଦୀ ଭାଷା ଏ ପର୍ଯ୍ୟନ୍ତ ସର୍ବଜନଗ୍ରାହ୍ୟ ହୋଇପାରି ନ ଥିବାରୁ ଏହାର ପ୍ରଚାର ଓ ପ୍ରସାର ପାଇଁ କେନ୍ଦ୍ର ସରକାର ନାନାଭାବରେ ଚେଷ୍ଟା କରୁଛନ୍ତି । ଅଣହିନ୍ଦୀଭାଷୀ ଲୋକଙ୍କ ପାଇଁ ବୃଦ୍ଧିର ବ୍ୟବସ୍ଥା କରାଯାଇଛି ଓ ସେମାନଙ୍କ ଦ୍ବାରା ଲିଖିତ ପୁସ୍ତକକୁ ପୁରସ୍କାର ଦିଆଯିବାର ବ୍ୟବସ୍ଥା କରାଯାଇଛି । ସରକାରୀ ଦପ୍ତରମାନଙ୍କରେ ଇଂରାଜୀ ସାଙ୍ଗେ ସାଙ୍ଗେ ହିନ୍ଦୀକୁ ମଧ୍ୟ ବ୍ୟବହାର କରାଯାଉଛି । ସରକାରୀ କାଗଜପତ୍ର, ଫର୍ମ ଇତ୍ୟାଦିରେ ହିନ୍ଦୀ ଛାପାଯାଉଛି । ଏସବୁ ସତ୍ତ୍ବ, ହିନ୍ଦୀ ଭାଷାକୁ ଭାରତର ସମସ୍ତ ଲୋକ ନିର୍ବିବାଦରେ ଗ୍ରହଣ କରିନାହାଁନ୍ତି ।
ଶେଷକଥା : ଆଧୁନିକ ଜଗତରେ ଇଂରାଜୀ ଭାଷାକୁ ଏକ ବୈଦେଶିକ ଭାଷା ବୋଲି କହି ତାକୁ ସମ୍ପୂର୍ଣ୍ଣ ରୂପେ ପରିତ୍ୟାଗ କରିବା କେବେ ବିବେକୀର କାର୍ଯ୍ୟ ହେବ ନାହିଁ । ଉପଯୋଗିତା ଓ । ଆବଶ୍ୟକତା ଦୃଷ୍ଟିରୁ ଇଂରାଜୀ ଭାଷା ଶିକ୍ଷା ଅପରିହାର୍ଯ୍ୟ ଅଟେ, କିନ୍ତୁ ତା’ ସହିତ ରାଷ୍ଟ୍ରୀୟ ମର୍ଯ୍ୟାଦା ଏବଂ ସ୍ବାଭିମାନ ଦୃଷ୍ଟିରୁ ରାଷ୍ଟ୍ରଭାଷା ହିନ୍ଦୀକୁ ସମ୍ମାନଜନକ ସ୍ଥାନ ଦିଆଯିବା ଉଚିତ୍ ।
COMMENTS