Thursday, 18 February 2021

Odia Essay on "Importance of Television", "ଦୁରଦର୍ଶନର ଲୋକପ୍ରିୟତା ରଚନା" for Students

Essay on Importance of Television in Odia Language: In this article "ଦୁରଦର୍ଶନର ଲୋକପ୍ରିୟତା ରଚନା", "doordarshan essay in odia language for students of class 5, 6, 7, 8, 9, and 10.

Odia Essay on "Importance of Television", "ଦୁରଦର୍ଶନର ଲୋକପ୍ରିୟତା ରଚନା" for Students

ଉପକ୍ରମ : ଅଜ୍ଞାତକୁ ଜ୍ଞାତହେବା ଏବଂ ସୁଦୂରକୁ ନିକଟ କରିବା ପାଇଁ ମନୁଷ୍ୟର ଯୁଗ ଯୁଗର ଅତିନ୍ଦ୍ର ସାଧନାର ସର୍ବଶ୍ରେଷ୍ଠ ସାଫଲ୍ୟ ହେଉଛି ଦୂରଦର୍ଶନ । ଭାନୁମତୀର କୁହୁକ ପେଡ଼ି ସଦୃଶ ସ୍ଵପୂର ଅଞ୍ଜନ ବୋଲି ଆଧୁନିକ ବିଜ୍ଞାନ ଗୋଟିଏ ପରେ ଗୋଟିଏ ଯେଉଁ ସବୁ ଅଭୁତ ଓ ବିସ୍ମୟକର ସୃଷ୍ଟିମାନ ଆମ ହାତରେ ଧରାଇ ଦେଇଚି, ଦୂରଦର୍ଶନ ହେଉଛି ସେଥିରୁ ଏକତମ । ଦିନେ ଯେତେବେଳେ ବିଜ୍ଞାନ ବୈଦ୍ୟୁତିକ ତରଙ୍ଗ ମାଧ୍ୟମରେ ଶବ୍ଦକୁ ହଜାର ହଜାର ମାଇଲ ଦୂରକୁ ପ୍ରେରଣ କରିବାରେ ସଫଳ ହୋଇଥିଲା, ବିଶ୍ୱବାସୀ ସେତେବେଳେ ବେତାରର ଜୟଗାନରେ ଶତମୁଖ ହୋଇ ଉଠିଥିଲେ । ଏହି ସାଫଲ୍ୟରେ ଯୁଗାନ୍ତର ସୃଷ୍ଟିକରି ବିଂଶ ଶତାବ୍ଦୀର ପ୍ରଥମ ଭାଗରେ ଇଂଲଣ୍ଡର ପ୍ରଖ୍ୟାତ ବୈଜ୍ଞାନିକ ଜନ ବେଆଡ଼, ଯେତେବେଳେ ଶବ୍ଦ ସହିତ ଚିତ୍ରକୁ ମଧ୍ୟ ଶୂନ୍ୟ ବକ୍ଷରେ ଦୂରକୁ ପ୍ରେରଣ କରିବାରେ ସାଫଲ୍ୟ ଅର୍ଜନ କଲେ, ବିଜ୍ଞାନର ଇତିହାସରେ ସେତେବେଳେ ସୃଷ୍ଟି ହେଲା ଆଉ ଏକ ବିସ୍ମୟକର ଅଧାୟ । ଆଜି ଦୂରଦର୍ଶନ ବା ଟେଲିଭିଜନ କେବଳ ମନୁଷ୍ୟର ଜୀବନଧାରାର ଏକ ଅଙ୍ଗ ହୋଇନାହିଁ, ଜ୍ଞାନ ବିଜ୍ଞାନ କ୍ଷେତ୍ରରେ ଏକ ଅପରିହାର୍ଯ୍ୟ ଆବଶ୍ୟକତାରେ ପରିଣତ ହୋଇଛି ।

ଦୂରଦର୍ଶନର ଲୋକପ୍ରିୟତା : ଦୂରଦର୍ଶନର ଉଭାବନ ଫଳରେ ବିଜ୍ଞାନ ଜଗତର ଏକ ବୈପ୍ଳବିକ ପରିବର୍ତ୍ତନ ସଂଘଟିତ ହୋଇଛି । ବେତାର ବା ରେଡ଼ିଓ ରସାମୋଦୀ ମାନବ ପ୍ରାଣକୁ ପରିତୃପ୍ତ କରି ତାକୁ କେବଳ ଶ୍ରମଣ-ସୁଖ ଦେଇଥିଲା । ଦୂରଦର୍ଶନ କିନ୍ତୁ ଏକ ସମୟରେ ଶ୍ରବଣ ଓ ଦର୍ଶନ ଉଭୟ ସୁଖ ପ୍ରଦାନ କରି ମନୁଷ୍ୟ ପ୍ରାଣକୁ ଅଭିଭୂତ କରିଛି । ଦୂରଦର୍ଶନର ପର୍ଦ୍ଦା ଉପରେ ନୃତ୍ୟ, ଗୀତ ଓ ସଂଗୀତର ମୂଚ୍ଛନା ସହିତ ରଙ୍ଗୀନ ଦୃଶ୍ୟାବଳୀ ଯେତେବେଳେ ଉଭାସିତ ହୋଇ ଉଠେ, କେଉଁ ଏକ ସ୍ଵତ୍ପଲୋକର ଅତିଥିତୁଲ୍ଯ ମନୁଷ୍ୟ ତାହାକୁ ଏକ ନିନିଡ଼ ଆମ୍ଭୀୟତାରେ ବାନ୍ଧିରଖୁବାକୁ ବ୍ୟାକୁଳ ହୋଇପଡ଼େ । ନିଜ ଗୃହ ମଧ୍ୟରେ ଗୋଟିଏ ସ୍ଥାନରେ ବସି ହଜାର ହଜାର କିଲୋମିଟର ଦୂରରୁ ପ୍ରେରିତ ସଚାକ ରଙ୍ଗୀନ ଚିତ୍ରାବଳୀକୁ ଉପଭୋଗ କରିବାର ଆନନ୍ଦ ଆଜି ମନୁଷ୍ୟକୁ କେବଳ ଅଭିଭୂତ କରିନାହିଁ, ବିସ୍ମୟ ବିମୁଗଧ କରିଛି । ଶୟନ କକ୍ଷଠାରୁ ଆରମ୍ଭ କରି ଦୋକାନବଜାର, ବିଦ୍ୟାଳୟ, ପାଠାଗାର ଏପରିକି ଚଳମାନ ଯାନ, ଭାସମାନ ତରୀ ଏବଂ ଉତ୍ମୀୟମାନ ବୋମଯାନ ପର୍ଯ୍ୟନ୍ତ ସର୍ବତ୍ର ଦୂରଦର୍ଶନ ସ୍ଥାନ ଅଧୁକାର କରିଛି ।

ଦୂରଦର୍ଶନର ମନୋରଞ୍ଜନ ଦିଗଟି ସହିତ ଶିକ୍ଷାମ୍ବିକ ଦିଗଟି ଅଧୁକ ଉପାଦେୟ ଅଟେ । ଜଣେ ସାଧାରଣ ମାନବ ତା’ର ସମଗ୍ର ଜୀବନ କାଳ ମଧ୍ୟରେ ଯେଉଁ ସ୍ଥାନ, ଯେଉଁ ବ୍ୟକ୍ତି ବା ଯେଉଁ ଦୃଶ୍ୟ ଦେଖୁପାରନ୍ତା ନାହିଁ, ଦୂରଦର୍ଶନର ପର୍ଦାରେ ତାହାକୁ ସ୍ବଚକ୍ଷୁରେ ସଚଳ ଓ ସଜୀବ ଭାବରେ ଦେଖ୍ ନିଜକୁ ଧନ୍ୟ ମନେକରିଥାଏ । କାହିଁ ଗିରିରାଜ ହିମାଳୟର ଉଭୁଙ୍ଗ ତୁଷାର ଧବଳ ଶୃଙ୍ଗ, କାହିଁ ଋଷର ଇଉକ୍ରେନ୍ ଅଞ୍ଚଳର ସ୍ବର୍ଣ୍ଣାଭ ଗହମ କ୍ଷେତ, ପୁଣି ଅଷ୍ଟ୍ରେଲିଆର ମରୁ ଅଞ୍ଚଳରେ ଓଟପକ୍ଷୀମାନଙ୍କର ଦଳବଦ୍ଧ ନୃତ୍ୟ, ପୁଣି ବରଫାବୃତ୍ତ ମେରୁ ଅଞ୍ଚଳରେ ପେଙ୍ଗୁଇନ ପକ୍ଷୀମାନଙ୍କର ବିଚିତ୍ର ସମେଳନ ସବୁ ନିମିଷିକ ମଧ୍ୟରେ ସଜୀବ ଓ ସରସ ରୂପରେ ଆମ ଚକ୍ଷୁ ସମ୍ମୁଖରେ ଉଭାସିତ ହେଉଛି । ବିଶେଷ ବିଶେଷ ଘଟଣାର ସଚିତ୍ର ବିବରଣୀ, ପାର୍ଲାମେଣ୍ଟ ଅଧବେଶନ ଦୃଶ୍ୟ, ବିଶ୍ବ ଅଲିମ୍ପିକ କ୍ରୀଡ଼ାର ସଚିତ୍ର ଧାରା ବିବରଣୀ, ପ୍ରସିଦ୍ଧ ରଥଯାତ୍ରାର ଭାବମୁଗଧ ଦୃଶ୍ୟାବଳୀ, ଓଡ଼ିଶାର ମହାବାତ୍ୟାର ତାଣ୍ଡବଲୀଳା, ଭୂକମ୍ପ ବିଧ୍ୱସ୍ତ ଗୁଜୁରାଟର ଧ୍ବଂସସ୍ତୁପ ପୁଣି ଆତଙ୍କବାଦୀଙ୍କ ବୋମାମାଡ଼ରେ ଆମେରିକାର ଧରାଶାୟୀ ନଭଣ୍ଡୁମୀ ପ୍ରାସାଦମାଳର ଦୃଶ୍ୟ ଲକ୍ଷ ଲକ୍ଷ ଦର୍ଶକ ନିଜ ଗୃହ ମଧ୍ୟରେ ବସି ଦେଖୁ ପାରୁଛନ୍ତି । ସେଥ ସହିତ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଶିଳ୍ପ, ଗୃହସଜା, ସିଲେଇ, ଶିଶୁପାଳନ, ରନ୍ଧନ ଇତ୍ୟାଦି ବିଭିନ୍ନ ବିଷୟକ ଆଲୋଚନାଗୁଡ଼ିକ ଆମମାନଙ୍କର କେବଳ ଜ୍ଞାନବଦ୍ଧନ କରି ନ ଥାଏ, ତାହା ବ୍ୟାବହାରିକ କ୍ଷେତ୍ରରେ ବିଶେଷ ଭାବର ଉପାଦେୟ ହୋଇଥାଏ । ବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟ ପାଠ୍ୟକ୍ରମ ଆଧାରିତ କାର୍ଯ୍ୟକ୍ରମଗୁଡ଼ିକ ଛାତ୍ର ଓ ଶିକ୍ଷକ ଉଭୟଙ୍କର ଉପକାର ସାଧନ କରିଥାଏ । ଚାଷୀମାନଙ୍କ ପାଇଁ କୃଷି ଶିକ୍ଷା, କୃଷି ସମାଚାର ଓ ପାଣିପାଗର ବିବରଣୀ ସେମାନଙ୍କ ପାଇଁ ବିଶେଷ ଭାବରେ ସହାୟକ ହୋଇଥାଏ ।

ମହାକାଶ ଗବେଷଣାରେ ଦୂରଦର୍ଶନ : ଚିର ରହସ୍ୟଘେରା ଅନନ୍ତ ଅନ୍ତରୀକ୍ଷକୁ ଭେଦ କରିବା ଦିଗରେ ମହାକାଶ ଯାତ୍ରୀର ପରମ ସହାୟକ ହେଉଛି ବେତାର ଓ ଦୂରଦର୍ଶନ । ବେତାର ସାହାଯ୍ୟରେ ମହାକାଶ ଯାତ୍ରୀମାନେ ଭୂପୃଷ୍ଠ ସହିତ ସମ୍ପର୍କ ରକ୍ଷା କରିବା ସଙ୍ଗେ ସଙ୍ଗେ ଦୂରଦର୍ଶନ ଜରିଆରେ ମହାଶୂନ୍ୟରୁ ଚିତ୍ର ପ୍ରେରଣ କରିଥାଆନ୍ତି । ଗ୍ରହ ଗ୍ରହାନ୍ତରର ଫଟୋଚିତ୍ର ଶକ୍ତିଶାଳୀ ଦୂରଦର୍ଶନ ଜରିଆରେ ଭୂପୃଷ୍ଠରେ ସଂଗ୍ରହ କରାଯାଇ ସେ ସମ୍ପର୍କରେ ଗବେଷଣା କରାଯାଇଥାଏ । ମହାକାଶ ମଧ୍ୟରେ ସ୍ଥାପନ କରାଯାଇଥିବା କୃତ୍ରିମ ଉପଗ୍ରହଗୁଡ଼ିକ ଅବିରତ କାର୍ଯ୍ୟରତ ଥାଇ ଏହି ପଦ୍ଧତିରେ ବହୁ ମୂଲ୍ୟବାନ ଫଟୋଚିତ୍ର ଭୂପୃଷ୍ଠକୁ ପ୍ରେରଣ କରୁଛନ୍ତି । ଚନ୍ଦ୍ର ବିଜୟ ସମୟରେ ଲକ୍ଷ ଲକ୍ଷ କିଲୋମିଟର ଦୂରରୁ ପ୍ରେରିତ ହୋଇଥିବା ଚନ୍ଦ୍ରପୃଷ୍ଠର ଛବି ବିଶ୍ୱର କୋଟି କୋଟି ନରନାରୀ ଦୂରଦର୍ଶନ ପର୍ଦାରେ ଦେଖୁ ଯେଭଳି ବିସ୍ମୟ ହୋଇଯାଇଥିଲେ, ତାହା ଅବିସ୍ମରଣୀୟ ହୋଇ ରହିଛି ।

ଦୂରଦର୍ଶନ ଓ ରେଡ଼ିଓ : ବହୁକାଳ ଧରି ବୈଦ୍ୟୁତିକ ଗଣମାଧ୍ୟମ ଭାବରେ ରେଡ଼ିଓ ବା ଆକାଶବାଣୀ ଯେଉଁ ପ୍ରାଧାନ୍ୟ ବିସ୍ତାର କରି ରହିଥିଲା, ଦୂରଦର୍ଶନର ପ୍ରସାର ଫଳରେ ତାହା ଅବଶ୍ୟ ଖର୍ବ ହୋଇଛି । କାରଣ ଦୂରଦର୍ଶନ ଏକ ସମୟରେ ଦର୍ଶକର ଶ୍ରବଣେନ୍ଦ୍ରିୟ ଓ ଦର୍ଶନେନ୍ଦ୍ରିୟ ଉଭୟର ତୃପ୍ତିବିଧାନ କରିଥାଏ । ଚଳଚ୍ଚିତ୍ର ଭଳି ଦୂରଦର୍ଶନର ସବାକ ଓ ସଚଳ ଚିତ୍ରାବଳୀ ଆମର ମନପ୍ରାଣକୁ ଅଭିଭୂତ କରି ରଖିଥାଏ । ଏହା ସତ୍ତ୍ବ ରେଡ଼ିଓର ଆଦର ଓ ଉପାଦେୟତା ନ୍ୟୁନ ହୋଇଛି ବୋଲି କହି ହେବ ନାହିଁ । ରେଡ଼ିଓ ଏକ ଶସ୍ତା ଓ ସୁଲଭ ଉପକରଣ । ବିଦ୍ୟୁତ୍ରର ବିନା ସାହାଯ୍ୟରେ ସାମାନ୍ୟ ଗୋଟିଏ ବ୍ୟାଟେରୀ ଦ୍ଵାରା ଏହା କାର୍ଯ୍ୟକ୍ଷମ ହୋଇଥାଏ । ଜଣେ ବ୍ୟକ୍ତି କୌଣସି ଏକ କାର୍ଯ୍ୟରେ ନିଯୁକ୍ତି ଥାଇ ମଧ୍ୟ କେବଳ ଶ୍ରବଣେନ୍ଦ୍ରିୟର ଉପଯୋଗରେ ଲଘୁମନରେ ଆକାଶବାଣୀ କାର୍ଯ୍ୟକ୍ରମ ଉପଭୋଗ କରିପାରେ । ଦୂରଦର୍ଶନ ପର୍ଦାର ବିଛୁରିତ ଆଲୋକରଶ୍ମି ଚକ୍ଷୁ ଉପରେ ଯେଉଁ କ୍ଷତିକାରକ ପ୍ରଭାବ ପକାଏ, ରେଡ଼ିଓ ସେଥରୁ ମୁକ୍ତ; ତଥାପି ଆପଣାର ଆଦର ଓ ଉପଯୋଗିତା ବଳରେ ଦୂରଦର୍ଶନ ବିଶ୍ଵର କୋଟି କୋଟି ଲୋକଙ୍କ ଚକ୍ଷୁରେ ମାୟାର ଅଞ୍ଜନ ବୋଳି ସେମାନଙ୍କୁ ମନ୍ତ୍ରମୁଗ୍ଧ କରି ରଖିଛି ।

ଦୂରଦର୍ଶନର କୁପ୍ରଭାବ : ବିଜ୍ଞାନର ଜୟଯାତ୍ରା କ୍ଷେତ୍ରରେ ଯୁଗାନ୍ତର ସୃଷ୍ଟି କରିଥିବା ଦୂରଦର୍ଶନ ଏବେ ଭସ୍ମାସୁର ସଦୃଶ ଆମ ସାମାଜିକ ଜୀବନର ସୁକୁମାର ବିଭବଗୁଡ଼ିକୁ ନଷ୍ଟ କରିଦେବାକୁ ବସିଲାଣି । ରୁଚିହୀନ, ଅଶ୍ବାଳ ଓ ନଗ୍ନ ନୃତ୍ୟ, ହିଂସା, ବ୍ୟଭିଚାର, ବିଦ୍ରୋହ, ହତ୍ୟା,ପାଶବତା ଇତ୍ୟାଦିର ପ୍ରଭାବଶାଳୀ ଜୀବନ୍ତ ଚିତ୍ରଗୁଡ଼ିକ ବ୍ୟକ୍ତି ଚରିତ୍ରକୁ କଳୁଷିତ କରୁଛି । ମନୁଷ୍ୟର ବୌଦ୍ଧିକ ଚିନ୍ତାଧାରା ଓ ମୌଳିକ ବିଚାର ବୁଦ୍ଧିର ପଥକୁ ଏହା ଅବରୁଦ୍ଧ କରି ଏକ ସହଜିଆ ଜୀବନ ଆଡ଼କୁ ଆଗେଇ ନେଉଛି । ସିନେମା, ଖେଳ, ନୃତ୍ୟଗୀତ, ରଙ୍ଗରସ ଇତ୍ୟାଦି ପାଇଁ ପୃଥକ ପୃଥକ ଏକାଧିକ ଚାନେଲ ଖୋଲାଯାଇ ଆହୋରାତ୍ର କାର୍ଯ୍ୟକ୍ରମ ପ୍ରସାରଣ କରାଯିବା ଫଳରେ କେବଳ ମୁଲ୍ୟବାନ ସମୟର ଅପଚୟ ଘଟୁନାହିଁ, ଏହାଦ୍ୱାରା ମନୁଷ୍ୟ ଅଧିକ ପରିମାଣରେ ଶ୍ରମବିମୁଖ ଓ ଆଳସ୍ୟ ପରାୟଣ ହୋଇପଡୁଛି ।

ଦୂରଦର୍ଶନ ମନୁଷ୍ୟର ସାମାଜିକ ଜୀବନକୁ ଭାଙ୍ଗି ଦେଇ ତାକୁ ଏକ ପ୍ରକାର ନିଃସଙ୍ଗ କରିଦେଇଛି । ବିଭିନ୍ନ ଉତ୍ସବ ମହୋତ୍ସବ ଓ ସାମାଜିକ ସମାରୋହର ବିବରଣୀ ପ୍ରତ୍ୟକ୍ଷ ଭାବେ ଦୂରଦର୍ଶନରେ ପ୍ରଦର୍ଶନ କରାଯିବା ଫଳରେ ଲୋକେ ନିଜ ଗୃହ ମଧ୍ୟରେ ବସି ସେଗୁଡ଼ିକ ଉପଭୋଗ କରି ନେଉଛନ୍ତି, ଫଳରେ ବାହାରକୁ ଯାଇ ଲୋକମାନଙ୍କ ସହିତ ମିଳିତ ହେବା ବା ସମ୍ପର୍କ ସ୍ଥାପନ କରିବାର ଆବଶ୍ୟକତା ଅନୁଭବ କରୁନାହାଁନ୍ତି । ଏଥିପାଇଁ ପାଶ୍ଚାତ୍ୟ ଦେଶରେ ଏହାକୁ ଏକ ‘ଇଡିୟଟ୍ ବସ’ ବୋଲି କହି ଏହାର ପ୍ରଭାବରୁ ମୁକ୍ତ ହେବା ପାଇଁ ଲୋକେ ତ୍ରାହି ତ୍ରାହି ଡାକିଲେଣି ।

ଉପସଂହାର : ଦୂରଦର୍ଶନ ଭଳି ବିଜ୍ଞାନର ଏକ ଅମୃତଦାୟୀ ଫଳକୁ ବିଚାରହୀନ ଆଧୁନିକ ମନୁଷ୍ୟ ଭୋଗବାଦୀ ଚିନ୍ତାଧାରାରେ ପ୍ରଭାବିତ ହୋଇ ଏକ ପଙ୍କିଳ ପଳ ମଧ୍ୟରେ ନେଇ ନିକ୍ଷେପ କରିଛି । ମାନବ ସମାଜର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ନୀତିନିୟନ୍ତା ରାଷ୍ଟ୍ରନେତାମାନେ ଏଥିପ୍ରତି ସତର୍କ ନ ରହିଲେ ଭବିଷ୍ୟତରେ ଏହା ଆମର ପ୍ରଭୂତ କ୍ଷତି ସାଧନ କରିବ ।


SHARE THIS

Author:

I am writing to express my concern over the Hindi Language. I have iven my views and thoughts about Hindi Language. Hindivyakran.com contains a large number of hindi litracy articles.

0 comments: