Saturday, 20 February 2021

Odia Essay on "Importance of Saving Money", "ସ୍ଵଛି ସଞ୍ଚୟ ଯୋଜନା ରଚନା" for Students

Essay on Importance of Saving Money in Odia Language: In this article "ସ୍ଵଛି ସଞ୍ଚୟ ଯୋଜନା ରଚନା", "Tanka sanchay in odia language for students of class 5, 6, 7, 8, 9, and 10.

Odia Essay on "Importance of Saving Money", "ସ୍ଵଛି ସଞ୍ଚୟ ଯୋଜନା ରଚନା" for Students

ଉପକ୍ରମ : ଜଡ଼ବାଦୀ ସଂସାରରେ ସାମାଜିକ ମାନବ ପାଇଁ ଅର୍ଥ ହିଁ ହେଉଛି ସକଳ ସୁଖ ଓ ସମ୍ଭୋଗର ହେତୁ । ଇତର ପ୍ରାଣୀ ସଦୃଶ କେବଳ ଉଦର ପୂର୍ଭର ଐକିକ ଚିନ୍ତା ନେଇ ସେ ବଞ୍ଚ ନାହିଁ । ଜୀବଜଗତରେ ସେ ହେଉଛି ଏକମାତ୍ର ପ୍ରାଣୀ ଯାହାର ଅତୀତ ଅଛି, ବର୍ତ୍ତମାନ ଅଛି ଏବଂ ଭବିଷ୍ୟତ ଅଛି । ଭବିଷ୍ୟତ ପାଇଁ ସେ ସ୍ଵପ୍ନ ଦେଖେ, ଆଶା ଓ ଅଭିଳାଷକୁ ନେଇ କଳ୍ପନାର ମିନାର ତୋଳେ । ସ୍ଵପ୍ନ ଓ କଳ୍ପନାକୁ ସାକାର କରିବା ପାଇଁ ଓ ଅନାଗତ ଭବିଷ୍ୟତରେ ଦୁଃଖ ଦୁର୍ବିପାକକୁ ଅତିକ୍ରମ କରିବାପାଇଁ ଅର୍ଥ ହିଁ ହୋଇଥାଏ ପ୍ରଧାନ ଅବଲମ୍ବନ । ସେଥିପାଇଁ ଦୁରଦୃଷ୍ଟି ସମ୍ପନ୍ନ ବିଜ୍ଞ ବ୍ୟକ୍ତିମାନେ କିଛି କିଛି ଅର୍ଥ ସଞ୍ଚୟ କରି ରଖୁଥାଆନ୍ତି ।

ସଞ୍ଚୟର ଉପଯୋଗିତା : ମନୁଷ୍ୟର ଜୀବନଧାରା ସବୁବେଳେ ଏକ ନିସ୍ତରଙ୍ଗ ସ୍ଵଛତୋୟା ତଟି ଭଳି ପ୍ରବାହିତ ହୁଏ ନାହିଁ । ନାନା ଅଭାବ ଅନଟନ ଓ ଦୁଃଖ ଦୁର୍ବିପାକ ତାକୁ କରାୟର କରି ରଖୁଥାଏ । ସେହି ଦୁର୍ଦ୍ଦିନର ସମ୍ମୁଖୀନ ହୋଇ, ଅଭାବ ପୀଡ଼ିତ ଜୀବନରେ ଶ୍ବାସରୁଦ୍ଧ ହୋଇଯାଉଥିବା ବେଳେ ସତ ଅର୍ଥ ହିଁ ତାକୁ ଶୁଣାଏ ଆଶା ଓ ଆଶ୍ବାସନାର ବାଣୀ । ପାରିବାରିକ ଓ ସାମାଜିକ ଜୀବନରେ ବିବାହ, ବ୍ରତ, ବ୍ୟକ୍ତିଗତ ଜୀବନରେ ରୋଗ, ଦୁଃଖ, ଦୁର୍ଦନ ବା ଦୁର୍ଘଟଣା ଇତ୍ୟାଦି ପାଇଁ ଆବଶ୍ୟକ ହୋଇଥାଏ ପ୍ରଚୁର ଅର୍ଥ । ଏହି ସମସ୍ତ ବ୍ୟୟକୁ ମନୁଷ୍ୟ ତା’ର ସୀମିତ ଆୟଦ୍ଵାରା ମେଣ୍ଟାଇବା ସହଜ ନୁହେଁ । ସେଥିପାଇଁ ତାକୁ ତା’ର ସଞ୍ଚିତ ଅର୍ଥ ଉପରେ ହିଁ ନିର୍ଭର କରିବାକୁ ହୋଇଥାଏ । ଯେଉଁମାନେ ସୁପରିକଳ୍ପିତ ଭାବେ କିଛି ଅର୍ଥ ସଞ୍ଚୟ କରି ରଖୁଥାଆନ୍ତି, ସେମାନେ ଦୁର୍ଦ୍ଦିନକୁ ସହଜରେ ଅତିକ୍ରମ କରିବାକୁ ସମର୍ଥ ହୁଅନ୍ତି ।

ବ୍ୟକ୍ତି ଭଳି ରାଷ୍ଟ୍ର ପାଇଁ ମଧ୍ୟ ସଞ୍ଚୟ ହେଉଛି ଏକ ଅପରିହାର୍ଯ୍ୟ ଆବଶ୍ୟକତା । ବନ୍ୟା, ବାତ୍ୟା, ଭୂକମ୍ପ,ମରୁଡ଼ି, ଶସ୍ୟହାନି, ବୈଦେଶିକ ଆକ୍ରମଣ ଓ ରାଜ୍ୟରକ୍ଷା ପୁଣି ନୂତନ ନୂତନ ଯୋଜନା, ଶିଳ୍ପ ପ୍ରତିଷ୍ଠା ଇତ୍ୟାଦି ପାଇଁ ବିପୁଳ ପରିମାଣର ଅର୍ଥ ଆବଶ୍ୟକ ହୋଇଥାଏ । ପ୍ରାକୃତିକ ଦୁର୍ବିପାକର ମୁକାବିଲା ପାଇଁ ସରକାର କିଛି ଗଛିତ ପାଣ୍ଡି ରଖୁଥଲେ ମଧ୍ୟ ଅନ୍ୟାନ୍ୟ ବ୍ୟୟବହୁଳ କାର୍ଯ୍ୟକ୍ରମ ନିମନ୍ତେ କେତେକାଂଶରେ ଲୋକମାନଙ୍କର ସଞ୍ଚୟ ପାଣ୍ଡିରୁ ରଣସୂତ୍ରରେ ଅର୍ଥ ସଂଗ୍ରହ କରିଥାଆନ୍ତି । ଜନସାଧାରଣଙ୍କ ସଞ୍ଚିତ ପାଣ୍ଠି ଦେଶର ଅଭିବୃଦ୍ଧିରେ ସାହାଯ୍ୟ କରେ । ସୁତରାଂ ବ୍ୟକ୍ତିଠାରୁ ଆରମ୍ଭ କରି ତାଙ୍କର ରାଷ୍ଟ୍ରର କଲ୍ୟାଣ ପର୍ଯ୍ୟନ୍ତ ସକଳ କ୍ଷେତ୍ରରେ ସଞ୍ଚୟର ଉପଯୋଗିତା ସୀକୃତ ହୋଇଅଛି ।

ସରକାରଙ୍କ ସ୍ଵଚ୍ଛ ସଞ୍ଚୟ ଯୋଜନା : ବ୍ୟକ୍ତିର ଆର୍ଥିକ ସ୍ବଚ୍ଛଳତା, ତା’ର ଇଚ୍ଛା ବା ଆଗ୍ରହ ତସହିତ ଆନୁଷ୍ଠାନିକ ସୁବିଧା ଏହି ତିନୋଟି ହେଉଛି ସଞ୍ଚୟର ପ୍ରଧାନ ନିୟାମକ । ପ୍ରାଚୀନ କାଳରେ ଲୋକେ ନିଜର ସଞ୍ଚିତ ଅର୍ଥକୁ ନିରାପତ୍ତା ନିମନ୍ତେ ମାଟିତଳେ ପୋତି ରଖୁଥଲେ, ମାତ୍ର ଅଧୁନିକ କାଳରେ ସେଭଳି କୌଶଳ ଆଉ ଯୁଗୋପଯୋଗୀ ହୋଇ ରହିନାହିଁ । ଜନସାଧାରଣଙ୍କ ସଞ୍ଚୟ ମନୋବୃଦ୍ଧିକୁ ପ୍ରୋତ୍ସାହିତ କରିବା ନିମନ୍ତେ ସରକାର ବିଭିନ୍ନ ମାର୍ଗ ଉନ୍ମକ୍ତ କରି ଦେଇଛନ୍ତି । ଯେଉଁମାନେ ଲକ୍ଷପତି ଧନୀକ ଶ୍ରେଣୀର ଲୋକ, ସେମାନେ ନିଜର ଅର୍ଥକୁ ବିଭିନ୍ନ ବ୍ୟବସାୟ ସଂସ୍ଥା ବା ଘରୋଇ ଶିଳ୍ପରେ ବିନିଯୋଗ କରିଥାଆନ୍ତି । କେହି କେହି ବଡ଼ ବ୍ୟାଙ୍କରେ ନିଜର ଅର୍ଥକୁ ଗଚ୍ଛିତ ରଖୁ ସେ ବାବଦରେ କିଛି ସୁଧ ଉପାର୍ଜନ କରନ୍ତି; ମାତ୍ର ଦେଶର ସଂଖ୍ୟାଧୁକ କୃଷକ, ଶ୍ରମିକ ଓ ସ୍ଵଚ୍ଛ ଆୟକାରୀ ବ୍ୟକ୍ତିଙ୍କ ପାଇଁ ତାହା ଏକ ସ୍ଵପ୍ନ ମାତ୍ର । ଦୈନନ୍ଦିନ ଜୀବନରେ ବ୍ୟୟ ନିର୍ବାହ ପରେ ଯେଉଁ କିଛି ସାମାନ୍ୟ ଅର୍ଥ ଉଦ୍‌ବୃତ୍ତ ରହେ, ତାକୁ ହିଁ ସେମାନେ ନିରାପଦରେ ଏବଂ ବିଶ୍ଵାସଯୋଗ୍ୟ ଅନୁଷ୍ଠାନରେ ସାଇତି ରଖୁବାକୁ ଚାହାନ୍ତି । ତାହା ହିଁ ହେଉଛି ସ୍ୱଳ୍ପ ସଞ୍ଚୟ । ସଞ୍ଚୟକୁ ଉତ୍ସାହିତ କରିବା ନିମନ୍ତେ ସରକାର ସ୍ୱଳ୍ପ ସଞ୍ଚୟ (Small Saving) ନାମରେ ଏକ ଯୋଜନା ପ୍ରଣୟନ କରିଛନ୍ତି । ସେଥିପାଇଁ ଡାକଘରେ ଏବଂ ବିଭିନ୍ନ ବ୍ୟାଙ୍କମାନଙ୍କରେ ‘ସଞ୍ଚୟ ଜମା’ ନାମରେ ଖାତା ଖୋଲିବା ସହିତ କେତେ ପ୍ରକାର ସଞ୍ଚୟ ସାର୍ଟିଫିକେଟ୍ ପ୍ରବର୍ତ୍ତନ କରାଯାଇଛି ।

ସାର୍ଟିଫିକେଟଗୁଡ଼ିକ ମଧ୍ୟରେ କିଶାନ ବିକାଶ ପତ୍ର, ଇନ୍ଦିରା ବିକାଶ ପତ୍ର, ଜାତୀୟ ସଞ୍ଚୟ ସାର୍ଟିଫିକେଟ୍ ପ୍ରଧାନ । ଏଗୁଡ଼ିକ ବିଭିନ୍ନ ମୂଲ୍ୟରେ ମିଳିଥାଏ । କିଶାନ ବିକାଶ ପତ୍ର ଓ ଇନ୍ଦିରା ବିକାଶ ପତ୍ରରେ ଜମା କରାଯାଇଥିବା ଅର୍ଥ ସାଢ଼େ ପାଞ୍ଚ ବର୍ଷରେ ଦୁଇଗୁଣ ହୋଇଯାଉଥିବା ସ୍ଥଳେ ଜାତୀୟ ସଞ୍ଚୟ ସାର୍ଟିଫିକେଟର ଅର୍ଥ ଛ’ ବର୍ଷରେ ଦୁଇଗୁଣ ହୋଇଯାଇଥାଏ । କେନ୍ଦ୍ର ସରକାର ୨୦୦୧ ମସିହା ବଜେଟ୍‌ରେ ସୁଧ ହାର ହ୍ରାସ କରିଦେବା ଫଳରେ ଜମାଅର୍ଥ ଉପରୋକ୍ତ ମତେ ନିର୍ଦ୍ଧାରିତ ସମୟରେ ଦୁଇଗୁଣରୁ ସାମାନ୍ୟ ଜଣା ହେଉଅଛି । ଏ ସମସ୍ତ ସାର୍ଟିଫିକେଟ୍ ପୋଷ୍ଟ ଅଫିସମାନଙ୍କରୁ କ୍ରୟକରି ନିଜ ପାଖରେ ସୁରକ୍ଷିତ କରି ରଖୁବାକୁ ପଡ଼େ ଏବଂ ନିର୍ଦ୍ଧାରିତ ସମୟ ପରେ ଡାକଘରେ ତାହାକୁ ଦାଖଲ କଲେ ସୁଧ ସହିତ ମୂଳ ଅର୍ଥ ତତ୍‌କ୍ଷଣାତ୍ ମିଳିଯାଏ ।

ଏହା ବ୍ୟତୀତ ପୋଷ୍ଟ ଅଫିସମାନଙ୍କରେ କ୍ୟୁମୁଲେଟିଭ ଟାଇମ ଡିପୋଜିଟ୍ (Cumulative Time Deposit) ବା ପୌନଃପୁନିକ ଜମା ନାମରେ ଏକ ବ୍ୟବସ୍ଥା ରଖାଯାଇଛି । ପାଶବୁଟିଏ ଖୋଲି ଜଣେ ଜମାକାରୀ ୫ ବର୍ଷ ପାଇଁ ବା ୧୦ ବର୍ଷ ପାଇଁ ପ୍ରତି ମାସରେ ନିୟମିତ ଅତି କମ୍‌ରେ ୧୦ ଟଙ୍କା ବା ତା’ର ଗୁଣିତକ ପରିମାଣର ଅର୍ଥ ଜମା କଲେ ନିର୍ଦ୍ଧାରିତ ସମୟ ପରେ ସୁଧମୂଳ ଏକତ୍ର ମିଳିଥାଏ । ଏଭଳି ସୁବିଧା ବିଭିନ୍ନ ବ୍ୟାଙ୍କମାନଙ୍କରେ ମଧ୍ୟ ପ୍ରବର୍ତ୍ତନ କରାଯାଇଛି । ପୋଷ୍ଟ ଅଫିସ ସେର୍ଭିସ ବ୍ୟାଙ୍କ ଓ ଡିପୋଜିଟ୍ ବ୍ୟବସ୍ଥା ଏକ ସରଳ ବ୍ୟବସ୍ଥା ଅଟେ । ଏହା ଅଧ୍ବକ ପରିମାଣରେ ଗ୍ରାମାଞ୍ଚଳର ସାଧାରଣ ଲୋକଙ୍କ ପାଇଁ ସୁବିଧାଜନକ ଅଟେ । ଯେ କୌଣସି ଲୋକ ଅଛି ଟଙ୍କା ଦେଇ ସଞ୍ଚୟଖାତାଟିଏ ଖୋଲି ପାରିବ ଏବଂ ସୁବିଧାକ୍ରମେ ସେଥିରେ କିଛି କିଛି ଅର୍ଥ ଜମା କରିପାରିବ । ଆବଶ୍ୟକ ସମୟରେ ଏଥରୁ ଟଙ୍କା ଉଠାଇ ଜରୁରୀ ଆବଶ୍ୟକତାକୁ ମେଣ୍ଟାଇ ପାରିବ ।

ସଞ୍ଚୟ ପାଇଁ ସରକାରୀ ପ୍ରୋତ୍ସାହନ : ସଞ୍ଚୟର ଉପାଦେୟତାକୁ ମନୁଷ୍ୟ ହୃଦୟଙ୍ଗମ କରିଥିଲେ ସୁଦ୍ଧା ଅନେକ ସମୟରେ ଅର୍ଥାଭାବ, ଆଳସ୍ୟ ଏବଂ ସହଜ ସୁବିଧାର ଅଭାବରୁ ସେ ଦିଗରେ ଅଗ୍ରସର ହୋଇପାରେ ନାହିଁ । ସେଥିପାଇଁ ସରକାରଙ୍କ ତରଫରୁ ନିୟମିତ ଭାବେ ସଭା ସମିତି, ପ୍ରଚାର ପୁସ୍ତିକା ଏବଂ ପ୍ରଦର୍ଶନୀ ମାଧ୍ୟମରେ ଲୋକମାନଙ୍କୁ ଉତ୍ସାହିତ କରାଯାଉଛି । ଓଡ଼ିଶା ସରକାର ଗତ ୧୯୯୪ ମସିହାଠାରୁ ସ୍ଵଚ୍ଛ ସଞ୍ଚୟ ଲଟାରୀ ଉଠାଣ ନାମରେ ଗୋଟିଏ ଯୋଜନା ପ୍ରବର୍ଭନ କରିଛନ୍ତି । ଏହି ଯୋଜନା ଅନୁଯାୟୀ ଯେଉଁ ଜମାକାରୀମାନେ ରାଜ୍ୟର ଯେକୌଣସି ଡାକଘରୁ ଏକ ହଜାର ଟଙ୍କାର କିଶାନ ବିକାଶ ପତ୍ର ବା ଜାତୀୟ ସଞ୍ଚୟ ସାର୍ଟିଫିକେଟ୍(ଅଷ୍ଟମ ଇକ୍ୟୁ)କ୍ରୟ କରିଥିବେ ଅଥବା ପୋଷ୍ଟ ଅଫିସ ରେକରିଂ ଡିପୋଜିଟ୍, ପୋଷ୍ଟ ଅଫିସ ମାସିକ ଆୟ ଯୋଜନା ବା ପବ୍ଲିକ୍ ପ୍ରୋଭିଡେଣ୍ଟ ଫଣ୍ଡରେ ସର୍ବନିମ୍ନ ୧ ହଜାର ଟଙ୍କା ଜମା ରଖୁଥିବେ ସେମାନେ ଲଟେରୀ ପାଇଁ କୁପନ ପାଇପାରିବେ । ବର୍ଷରେ ଦୁଇଥର ଏ ବାବଦରେ ଲଟେରୀ ପଠାଯାଏ । ଏବଂ ବର୍ତ୍ତମାନ ପ୍ରଥମ ପୁରସ୍କାର ବାବଦରେ ୩ଲକ୍ଷ ଟଙ୍କା, ୨ୟ ପୁରସ୍କାର ବାବଦରେ ୨ ଲକ୍ଷ ଟଙ୍କା ଏବଂ ତୃତୀୟ ପୁରସ୍କାର ବାବଦରେ ୧ ଲକ୍ଷ ଟଙ୍କା ପ୍ରଦାନ କରାଯାଉଛି । ଏହା ବ୍ୟତୀତ ଏକ ହଜାର ଟଙ୍କା ପର୍ଯ୍ୟନ୍ତ ଆହୁରି କେତୋଟି ଛୋଟ ଛୋଟ ପୁରସ୍କାର ବ୍ୟବସ୍ଥା । କରାଯାଇଛି । ସରକାରଙ୍କ ସ୍ଵ ସଞ୍ଚୟ ବିଭାଗ ଆନୁକୁଲ୍ୟରେ ଏହି କାର୍ଯ୍ୟ ପରିଚାଳିତ ହୋଇଥାଏ । ଏହାଦ୍ଵାରା ଜନସାଧାରଣ ସଞ୍ଚୟ ଦିଗରେ ଉତ୍ସାହିତ ହେବା ସଙ୍ଗେ ସଙ୍ଗେ ଉପକୃତ ହେଉଛନ୍ତି ମଧ୍ୟ ।

ଶେଷକଥା: ମନୁଷ୍ୟ ଭଳି ଏକ ସଚେତନ ବୁଦ୍ଧିମାନ ପ୍ରାଣୀକୁ ସଞ୍ଚୟ ଦିଗରେ ପ୍ରୋତ୍ସାହିତ କରିବା ଆବଶ୍ୟକ ହେଉଥିବା ବେଳେ ଜୀବଜଗତରେ ଜନ୍ଦା ପିମ୍ପୁଡ଼ି ଭଳି କେତେକ ନଗଣ୍ୟ ପ୍ରାଣୀଙ୍କଠାରେ ଏହା ଏକ ସ୍ଵଭାବ ସିଦ୍ଧ ଧର୍ମରୂପେ ପ୍ରମାଣିତ ହୋଇଅଛି । ଜନ୍ଦା ପିମ୍ପୁଡ଼ିମାନେ ଖାଦ୍ୟଖଣ୍ଡକୁ ଶୁଣ୍ଡରେ ଧରି ନିଜ ଗାତ ମଧକୁ ବୋହି ନେଉଥିବା ଦୃଶ୍ୟ କୌତୁକପ୍ରଦ । ସେଇଭଳି ମୂଷାମାନେ ଭୂମିତଳେ ଗର୍ଭକରି କୌଶଳପୂର୍ଣ୍ଣ ଭାବରେ ଖାଦ୍ୟଶସ୍ୟ ନେଇ ସାଇତି ରଖନ୍ତି । ମହୁମାଛି ଅଳ୍ପ ଅଳ୍ପ ପୁରସ ସଂଗ୍ରହ କରି ବିରାଟ ମଧୁଚକ୍ର ସୃଷ୍ଟି କରିଥାଏ । ସୁତରାଂ ମନୁଷ୍ୟ ମଧ୍ୟ ସଞ୍ଚୟକୁ ଆପଣାର ଧର୍ମ ଭାବରେ ବିବେଚନା କରି ଏ ଦିଗରେ ସ୍ବୟଂ ପ୍ରବୃତ୍ତ ହେବା ଆବଶ୍ୟକ । 73/127



SHARE THIS

Author:

I am writing to express my concern over the Hindi Language. I have iven my views and thoughts about Hindi Language. Hindivyakran.com contains a large number of hindi litracy articles.

0 comments: