Essay on Diwali Festival in Odia Language : In this article " ଦୀପାବଳୀ ଉତ୍ସବ ରଚନା ", " Deepavali rachana in odia re for stude...
Essay on Diwali Festival in Odia Language: In this article "ଦୀପାବଳୀ ଉତ୍ସବ ରଚନା", "Deepavali rachana in odia re for students of class 5, 6, 7, 8, 9, and 10.
Odia Essay on "Diwali Festival", "ଦୀପାବଳୀ ଉତ୍ସବ ରଚନା" for Students
ଉପକ୍ରମ : ଆଗ୍ନୀନ ପୂର୍ଣ୍ଣିମାର ଜ୍ୟୋସ୍ମାଧବଳ ରଜନୀଠାରୁ ବିଦାୟ ନେଇ କୁମାରୀ କଣ୍ଠର ସୁମଧୁର ସଂଗୀତ ମଧ୍ୟରେ ଧରଣୀ ବକ୍ଷରୁ ଅପସରି ଯାଏ ଶରତ ଋତୁ । ଗନ୍ଧ ବିଭୋର ଶେଫାଳି ଫୁଲ ରାତ୍ରି ଶେଷର ଶୀତଳ ପ୍ରହରରେ ତୋଳି ଦିଏ ଶ୍ରଦ୍ଧାଞ୍ଜଳି । ବିରହିଣୀ ନାରୀ ତୁଲ୍ୟ ନଦୀପଠାରେ ପ୍ଲାନ ହୋଇ ଆସେ ହାସ୍ୟମୟୀ କାଶଫୁଲର ଅଙ୍ଗ ଲାବଣ୍ୟ । ଶୁଭୁ ଶରତକୁ ବିଦାୟ ଜଣାଇ ଧବଳ ବକପୁଞ୍ଜ ପକ୍ଷ ମେଲି ଉଡିଯାଆନ୍ତି ସୁଦୁର ଦିଗବଳୟ ଧାରକୁ । ବିନ୍ଦୁ ବିନ୍ଦୁ ଶିଶିରପାତ ମଧ୍ୟରେ ଧରଣୀରେ ଉପଗତ ହୁଏ ହେମନ୍ତ ରତୁ । ଜଗତ୍ଜନନୀ। ମହାମାୟାଙ୍କୁ ବିଦାୟ ଦେଇ ପାର୍ବଣ ଶେଷର ନିରାନନ୍ଦ ମଧ୍ୟରେ ନୀରବ ହୋଇଯାଇଥିବା ଜନପ୍ରାଣୀ ପୁଣି ଥରେ ଆଶାର ଆଲୋକରେ ଉଜ୍ଜଳି ଉଠନ୍ତି । କାର୍ତ୍ତିକ ଅମାବାସ୍ୟା ରାତ୍ରିର ନିରନ୍ଧ୍ର ଅନ୍ଧକାର ମଧ୍ୟରେ ଆଲୋକର ଦିହୁଡ଼ି ଜାଳି ଉପଗତ ହୁଏ ଦୀପାବଳୀ । ଦୀପାବଳୀ ହେଉଛି ହିନ୍ଦୁମାନଙ୍କର ଏକ ପାରମ୍ପରିକ ପର୍ବ । ଏହା ହେଉଛି ଆଲୋକର ପର୍ବ, ଆନନ୍ଦ ଓ ଉତ୍ସାହର ପର୍ବ ।
ଦୀପାବଳୀର ତାତ୍ପର୍ଯ୍ୟ : କେଉଁ ସୁଦୂର ଅତୀତ କାଳରୁ ପାରମ୍ପରିକ କ୍ରମେ ହିନ୍ଦୁମାନେ ଏହି ପର୍ବକୁ ଅନ୍ତରର ଶ୍ରଦ୍ଧା ଓ ଭକ୍ତିର ସହିତ ପାଳନ କରିଆସୁଛନ୍ତି । କାର୍ତ୍ତିକ ମାସ ଅମାବାସ୍ୟା ତିଥିଟି ହିଁ ହେଉଛି ଦୀପାବଳୀ । ପୂର୍ବପୁରୁଷଙ୍କ ଉଦ୍ଦେଶ୍ୟରେ ଭକ୍ତପୂର୍ଣ୍ଣ ଶ୍ରଦ୍ଧା ନିବେଦନ କରି ପ୍ରତ୍ୟେକ ହିନ୍ଦୁ । ପରିବାରରେ ଏହି ଦିନ ଦୀପଦାନ କରାଯାଇଥାଏ । ଘୃତାକ୍ତ କାଉଁରିଆ କାଠିର ଅଗ୍ରଭାଗରେ ଅଗ୍ନି ସଂଯୋଗ କରି ତାହାକୁ ଶୂନ୍ୟକୁ ଦେଖାଇ ଗୃହସ୍ଥମାନେ ପିତୃପୁରୁଷମାନଙ୍କ ଉଦ୍ଦେଶ୍ୟରେ ଆହ୍ବାନ କରି କହନ୍ତି, “ବଡବଡୁଆ ହୋ, ଅନ୍ଧାରରେ ଆସ, ଆଲୁଅରେ ଯାଅ । ଗଙ୍ଗା । ଯାଅ, ଗୟା ଯାଅ, ଶ୍ରୀ ପୁରୁଷୋତ୍ତମ ଯାଅ, ବାଇଶି ପାହାଚରେ ଗଡ଼ ଗଡ଼ାଉଥାଅ ।” ମନେହୁଏ ସତେ ଯେପରି ଅଶରୀରୀ ପୂର୍ବଜମାନେ ସେମାନଙ୍କର ଆତ୍ମଜମାନଙ୍କର ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଗ୍ରହଣ କରିବାକୁ ବର୍ଷରେ ଥରେ ଏହିଦିନ ଅନ୍ଧାରରେ ଆସି, ଗଙ୍ଗା, ଗୟା ଓ ଶ୍ରୀକ୍ଷେତ୍ର ଭଳି ପବିତ୍ର ସ୍ଥାନ ଦର୍ଶନ କରି ଶେଷରେ ଆଲୋକ ଡ଼େଇ ଫେରିଯାଆନ୍ତି ।
ଏହି ଦିବସରେ ପୂର୍ବପୁରୁଷମାନଙ୍କ ଉଦ୍ଦେଶ୍ୟରେ ଗୟାରେ ପିଣ୍ଡଦାନର ପରମ୍ପରା ପ୍ରଚଳିତ । ପୂର୍ବପୁରୁଷମାନଙ୍କର ସ୍ମରଣ ଓ ଆବାହନ ହେଉଛି ଏହି ପର୍ବର ପ୍ରଧାନ ତାତ୍ପର୍ଯ୍ୟ । ଦରିଦ୍ର କୁଟୀରବାସୀଙ୍କଠାରୁ ଆରମ୍ଭ କରି ପ୍ରାସାଦବାସୀ ଧନୀକଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ରାତ୍ରିରେ ନିଜର ଗୃହାଙ୍ଗନକୁ ଦୀପାଲୋକରେ ଆଲୋକିତ କରିଥା’ଛି । ଉତ୍ତର ଭାରତର କେତେକ ସ୍ଥାନରେ ଏହି ଦିବସରେ ଲକ୍ଷ୍ମୀ ଏବଂ ଗଣେଶଙ୍କର ମୂର୍ତ୍ତି ପୂଜାର ବିଧ ପ୍ରଚଳିତ ଅଛି । ଘରଦ୍ବାର ସଫାକରି, ରଙ୍ଗିନ ମୁରୁଜରେ ଚଟାଣରେ ଝୋଟି ଅଙ୍କନ କରି, ନବବସ୍ତ୍ର । ପରିଧାନ କରି, ପୁଣି ପ୍ରିୟ ଓ ପ୍ରତିବେଶୀମାନଙ୍କ ମଧ୍ୟରେ ମିଷ୍ଟାନ୍ନ ବଣ୍ଟନ ପୂର୍ବକ ସେମାନେ ଦୀପାବଳୀର ଶୁଭେଚ୍ଛା ଜ୍ଞାପନ କରନ୍ତି । ସେଥ ସହିତ ମାଟି ଦୀପର ସୁସଜିତ ଆଲୋକମାଳା ଏବଂ ଆନନ୍ଦର କଳରୋଳ ମଧ୍ୟରେ ହାବେଳି, ଫୁଲଝରି ଓ ଘଡ଼ିବାଣର ସଶବ୍ଦ ସମାରୋହ ସାନ୍ଧ୍ୟା ପରିବେଶକୁ ଅଧୁକ ରଙ୍ଗମୟ କରେ ।
ଉତ୍କଳ ଖଣ୍ଡରେ ଦୀପାବଳୀ ସହିତ କାଳିପୂଜା ହେଉଛି ଏକ ବିଶେଷ ପର୍ବ । ମହାମାୟା ଦୁର୍ଗାଙ୍କ ଭଳି ପୂଜାମଣ୍ଡପରେ ମହାକାଳୀଙ୍କର ମୃଣ୍ମୟୀ ପ୍ରତିମା ସ୍ଥାପନ କରି ଏହି ଅବସରରେ ଯଥାବିଧ ପୂଜାର୍ଚ୍ଚନା କରାଯାଏ । ପୂଜା ପରେ ସାଡ଼ମ୍ବର ଶୋଭାଯାତ୍ରାରେ ମେଢ଼କୁ ନେଇ ଜଳରେ ବିସର୍ଜନ କରାଯାଏ ।
ଦୀପାବଳୀର ପୌରାଣିକ ପୃଷ୍ଠଭୂମି : ଦୀପାବଳୀର ଧାର୍ମିକ ତାତ୍ପର୍ଯ୍ୟ ସମ୍ପର୍କରେ ବହୁ କଥା କୁହାଯାଇଥିଲେ ମଧ୍ୟ ଏହା ପାଶ୍ଚାତରେ ଏକ ପୌରାଣିକ କିମ୍ବଦନ୍ତୀ ନିହିତ ଥିବାର ଜଣାଯାଏ । ଲଙ୍କା ବିଜୟ କରି ରାମ, ଲକ୍ଷ୍ମଣ, ସୀତା ଓ ହନୁମାନ ଅଯୋଧାକୁ ପ୍ରତ୍ୟାବର୍ତ୍ତନ କରିବାପରେ ଆନନ୍ଦ ବିଭୋର ଅଯୋଧାବାସୀ । ସମଗ୍ର ନଗରକୁ ଆଲୋକମାଳାରେ ବିଭୂଷିତ କରି ବିଜୟ ଉତ୍ସବ ପାଳନ କରିଥିଲେ । ସେମାନଙ୍କ ବିଚାରରେ ବର୍ଷର ସବୁଠାରୁ ଅନ୍ଧକାର ରାତ୍ରିକୁ ଆଲୋକମୟ କରି ଅସତ୍ୟର ଅନ୍ଧକାର ମଧ୍ୟରେ ସତ୍ୟରୁପେ ଆଲୋକର ଆବାହନ କରିବା ହେଉଛି ଏହି ଉତ୍ସବର ତାତ୍ପର୍ଯ୍ୟ ।
ଆଲୋକସଜା ଓ ଆସବାଜି : ଆଧୁନିକ କାଳରେ ଜନସାଧାରଣ ଦୀପାବଳୀର ଧାର୍ମିକ ବା ଆଧାୟିକ ମହତ୍ତ୍ବ ପ୍ରତି ସଚେତନ ନ ରହି ଏହାକୁ ଏକ ଆଲୋକ ଓ ଆସବାଜିର ପର୍ବ ବୋଲି ବିଚାର କରିଥାଆନ୍ତି । ମାଟିର ଦୀପାବଳୀ ଓ ମହମବତିଠାରୁ ଆରମ୍ଭ କରି ବଣ୍ଡିଳ ବିଦ୍ୟୁତ ଆଲୋକରେ ଯେତେବେଳେ ପୁରପଲ୍ଲୀ ସହର ବଜାର ଉଭାସିତ ହୋଇଉଠେ, ସେତେବେଳେ ମନେହୁଏ, ସତେ ଯେପରି ସ୍ୱର୍ଗ ସହିତ ମର୍ତ୍ତ୍ୟଲୋକ ଏକ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହୋଇ ନିଜର ଔଜଲ୍ୟରେ ଦେବଲୋକକୁ ଚମକୃତ କରିଦେଇଛି ।
ଆଲୋକ ସହିତ ଆତସବାଜିର ପ୍ରତିଯୋଗିତା ହେଉଛି ଏହି ପର୍ବର ଅନ୍ୟ ଏକ ବିଶେଷ ଆକର୍ଷଣ । ପରିବାରର ଛୋଟ ଛୋଟ ଶିଶୁଙ୍କଠାରୁ ଆରମ୍ଭ କରି ଯୁବକ ଓ ତରୁଣଙ୍କ ପର୍ଯ୍ୟନ୍ତ ସମସ୍ତେ ବାଣ ଫୁଟାଇବା ଆମୋଦ ଓ ଉନ୍ମାଦନାରେ ଏକାକାର ହୋଇ ଯାଆନ୍ତି । ଉଭାସିତ ଆଲୋକମାଳା ସହିତ ଫୋଟକା ବାଣର ଘନଘନ ଶବ୍ଦରେ ଆକାଶ ପୃଥବୀ ପ୍ରକମ୍ପିତ ହୋଇଉଠେ । ମନେହୁଏ କେଉଁ ଏକ ଭୟାବହ ସଂଗ୍ରାମରେ ଜୟଯୁକ୍ତ ହୋଇ ବିଜୟୀ ଯୋଦ୍ଧାମାନେ ଆନନ୍ଦରେ ଉବେଳ ହୋଇଉଠିଛନ୍ତି ।
ଛୋଟ ଛୋଟ ଶିଶୁମାନଙ୍କର ହାସ୍ୟାଜଳ ମୁଖମଣ୍ଡଳକୁ ଉଭାସିତ କରି ସେମାନଙ୍କ ହାତରେ ଥିବା ଫୁଲଝରିରୁ ଝରି ପଡୁଥିବା ରୂପେଲି ଆଲୋକ କଣିକା ଏକ ଆମୋଦପୂର୍ଣ୍ଣ ମଧୁର ପରିବେଶ ସୃଷ୍ଟିକରେ । ସେମାନଙ୍କର ଭୟ ମିଶ୍ରିତ ନିରୀହ ମୁଖମଣ୍ଡଳରେ ପରିତୃପ୍ତିର ହସ, ପୁଣି ଅଧୁକ ଉପଭୋଗ ପାଇଁ ବୟସ୍କମାନଙ୍କ ନିକଟରେ ସାଗ୍ରହ ଅନୁରୋଧ ଏକ ସ୍କୁଚିହୀନ ନିର୍ବୋଷ ଆନନ୍ଦରେ ପରିବାରକୁ ପୂର୍ଣ୍ଣ କରିଦିଏ । ଦୀପାବଳୀର ପୂର୍ବ ଓ ପର ଏହି ଭଳି କେତେଦିନ ଧରି ଏହି ପର୍ବ ଚାଲିଥାଏ ।
ଦୀପାବଳୀର ବୈଜ୍ଞାନିକ ଦୃଷ୍ଟିକୋଣ : ଦୀପାବଳୀକୁ କେବଳ ଏକ ଧାର୍ମିକ, ଆଧାତ୍ସକ ବା ଆମୋଦଯୁକ୍ତ ସାମାଜିକ ପର୍ବ ବୋଲି ବିଚାର କରାଯାଉଥିଲେ ମଧ୍ୟ ଏହା ପାଶ୍ଚାତରେ ଏକ ବିଜ୍ଞାନସମ୍ମତ ଦୃଷ୍ଟିକୋଣ ନିହିତ ଅଛି । ବର୍ଷର ଶେଷ ଭାଗରେ ଶିଶିର ଶୀତଳ ହେମନ୍ତ ଋତୁର କ୍ରମ ଆଗମନ ହେଉଥିବା ସମୟରେ ଅସଂଖ୍ୟ କୀଟପତଙ୍ଗ ବାୟୁମଣ୍ଡଳରେ ପୂର୍ଣ୍ଣ ହୋଇଯାଇଥାନ୍ତି । ଦୀପାବଳୀର ଆଲୋକସଜା ଓ ଆତସବାଜିର ବିସ୍ତୋରଣ ଜନିତ ବାରୁଦ ଗନ୍ଧରେ ସେମାନେ ମୃତ୍ୟୁବରଣ କରନ୍ତି । ଫଳରେ ବାୟୁମଣ୍ଡଳ କୀଟପତଙ୍ଗମୁକ୍ତ ହୋଇ ଏକ ନିର୍ମଳ ପରିବେଶ ସୃଷ୍ଟି କରେ ବୋଲି କୁହାଯାଏ ।
ଦୀପାବଳୀ ଓ ପରିବେଶ ପ୍ରଦୂଷଣ : ଆନନ୍ଦମୁଖର ଦୀପାବଳୀ ଆଧୁନିକ କାଳରେ ତା’ର ଧାର୍ମିକ ଓ ଆଧାୟିକ ଉପାଦେୟତାଟିକୁ ହରାଇ କେବଳ ଏକ ଆମୋଦଯୁକ୍ତ ବିଳାସରେ ପରିଣତ ହୋଇଛି । ନିର୍ବିଚାର ଭାବରେ ଯେତିକି ବାଣଫୁଟାଇ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ବାଷପୂର୍ଣ୍ଣ କରାଯାଉଛି, ତାହା ପରିବେଶ ପ୍ରତି ସଂକଟ ସୃଷ୍ଟି କରିଛି । ଅନାବଶ୍ୟକ ଭାବେ ଦେଶରେ ଏହି ଦିବସରେ କୋଟି କୋଟି ଟଙ୍କାର ବାରୁଦ ପୋଡ଼ି ନଷ୍ଟ କରାଯାଉଛି । କେଳବ ସନ୍ଧ୍ୟା ମୁହୁର୍ଭଟି ନୁହେଁ, ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲୁରହିବା ଫଳରେ ବାୟୁ ପ୍ରଦୂଷଣ ସହିତ ଶବ୍ଦ ପ୍ରଦୂଷଣ ହୋଇ ଅଶ୍ଵସ୍ତିକର ପରିସ୍ଥିତି ସୃଷ୍ଟି କରୁଛି ।
ଦୀପାବଳୀର ଆନନ୍ଦକୁ ନିରାନନ୍ଦରେ ପରିଣତ କରିଥାଏ ଛୋଟ ବଡ଼ ଦୁର୍ଘଟଣା । ପ୍ରତିବର୍ଷ ବହୁ ଶିଶୁ ଏଭଳି ଦୁର୍ଘଟଣାର ଶିକାର ହୋଇ ସାରା ଜୀବନ ଅକର୍ମଣ୍ୟ ହୋଇ ରହୁଥିଲେ ମଧ୍ୟ ଜନସାଧାରଣ ଏହି ଦିଗରେ କୃଚିତ ସଚେତନ ହେଉଛନ୍ତି । ଆତସବାଜି ଫୁଟାଇବାରେ କେତେକ ଆଇନଗତ କଟକଣା ଜାରି କରାଯାଉଥିଲେ ମଧ୍ୟ ଉତ୍ସବ ପାଗଳ ଜନସାଧାରଣ ସେଥିପ୍ରତି ଭୂକ୍ଷେପ କରୁନାହାଁନ୍ତି ।
ଶେଷକଥା : ଆଲୋକ ହେଉଛି ଆନନ୍ଦର ଉତ୍ସ, ଆଲୋକ ହେଉଛି ଜୀବନର ପ୍ରତୀକ । ଅନ୍ଧକାରରୂପୀ ଅଜ୍ଞତା, ଅବିଚାର ଓ ଅଶ୍ମଳତାକୁ ଆଲୋକର ସ୍ପର୍ଶରେ ଦୂରକରିବାକୁ ଯୁଗ ଯୁଗ ଧରି ମନୁଷ୍ୟ ଚେଷ୍ଟା କରି ଆସିଛି । ଦୀପାବଳୀ ହେଉଛି ତାହାର ପ୍ରତୀକ । ଭୋଗବାଦୀ ମନୁଷ୍ୟ ତା’ର ଅସଲ ତାତ୍ପର୍ଯ୍ୟକୁ ହୃଦୟଙ୍ଗମ ନ କରି କେବଳ ଏକ ଐଶ୍ୱର୍ଯ୍ୟଯୁକ୍ତ ଅହଂକାରରେ ଏହି ଉତ୍ସବକୁ ପାଳନ କରିବାକୁ ଯେଭଳି ଭନ୍ତିଖ ହୋଇଉଠିଛି, ତାହା ସ୍ପୃହଣୀୟ ନୁହେଁ ।
COMMENTS