Raja Parba festival Essay in Odia Language : In this article " ରଜ ପର୍ବ ରଚନା ", " Raja parba odia rachana " for students ...
Raja Parba festival Essay in Odia Language: In this article "ରଜ ପର୍ବ ରଚନା", "Raja parba odia rachana" for students of class 5, 6, 7, 8, 9, and 10.
Odia Essay on "Raja Parba festival", "ରଜ ପର୍ବ ରଚନା" for Students
ଉପକ୍ରମ : ଆଦ୍ୟ ଆଷାଢ଼ର ମେଘମେଦୁର ଆକାଶ ତଳେ ବଜ୍ରର ଗୁରୁଗମ୍ଭୀର ନାଦ ଶୁଣି ରୌଦ୍ରତପ୍ତା ଧରଣୀ ପ୍ରାଣରେ ଆସେ ପୁଲକର ଜୁଆର । ନିଷ୍ଣୁର ନିଦାଘର ନିପୀଡ଼ନରେ ପ୍ରିୟମାଣା ଧୂସର ଧରଣୀ ପୁଣି ଥରେ ସୃଜନର ନୂତନ ସ୍ବପ୍ନରେ ବିଭୋର ହୋଇଉଠେ । ତା’ର କୋଟି କୋଟି ସନ୍ତାନଙ୍କ ମୁଖରେ ଆହାର ଦେବା ପାଇଁ ବର୍ଷରେ ଏହିପରି ଥରେ ସେ ନିଜକୁ ସୃଜନକ୍ଷମ କରିଥାଏ । ସେ ହୁଏ ରଜସ୍ୱଳା । ତା’ର ଧୂସର ନୀରସ ବକ୍ଷରେ ପୁଣି ଥରେ ଆସେ ପୂର୍ଣ୍ଣ ଯୌବନର ଦୀପ୍ତି । ପୁଣି ଥରେ ସେ ଶ୍ୟାମଳ ଶୋଭାଶ୍ରୀରେ ସୁମଣ୍ଡିତା ହୋଇ କଲ୍ୟାଣମୟୀ ମାତା ରୂପରେ ଆବିର୍ଭୂତା ହୁଏ । ମାଟିର ମଣିଷ କରେ ତା’ର ଆବାହନ । ଏହି ମୂର୍ତ୍ତିକାର ଆବାହନ ହିଁ ହେଉଛି ଉତ୍କଳର ରଜୋତ୍ସବ । କେଉଁ ଅନାଦିକାଳରୁ ଏହା ଘରେ ଘରେ ପାଳିତ ହୋଇ ଆସୁଅଛି ।
ରଜପର୍ବର ତାତ୍ପର୍ଯ୍ୟ : କୃଷିକାରୀ ମାନବଶିଶୁ ସହିତ ମୃଭିକାର ସମ୍ପର୍କ ହେଉଛି ଚିରନ୍ତନ । ସଭ୍ୟତାର ପ୍ରଥମ ଉନ୍ମେଷ ଘଟିଥିଲା ଏହି ମୃଭିକା ଉପରେ ଏବଂ ଏହି ମୃଭିକା ହିଁ ହେଉଛି ମହାନ ମାନବ ସଭ୍ୟତା ଓ ସମାଜର ପ୍ରାଣପ୍ରତିଷ୍ଠାତା । ଆଜି ବିଜ୍ଞାନର ବିକାଶ ବଳରେ ମଣିଷ ଯେତେ ବଳୀୟାନ ହେଲେ ମଧ୍ୟ ଅନ୍ନ ମୁଠିକ ହେଉଛି ତା’ର ଜୀବନ ଏବଂ ସେହି ଅନ୍ନ ମୁଠିକ ନିମନ୍ତେ ଯୁଗ ଯୁଗ ଧରି ସେ ମୃତ୍ତିକା ଓ ମୌସୁମୀ ଉପରେ ନିର୍ଭର କରିଆସିଛି । ଶ୍ରୀମଭଗବତ ଗୀତାରେ ଭଗବାନ ନିଜେ କହିଛନ୍ତି
“ଅନ୍ମାତ୍ ଭବନ୍ତି ଭୂତାନି ପର୍ଜନ୍ୟାଦନ୍ମସମ୍ଭବ
ଯଜ୍ଞାତ୍ ଭବତି ପର୍ଜନ୍ୟା ଯଜ୍ଞ କର୍ମସମୁଭବୀ ।।"
ଅର୍ଥାତ୍ ଜୀବନ ଧାରଣର ଅବଲମ୍ବନ ହେଉଛି ଅନ୍ତି । ଅନ୍ତର ସୃଷ୍ଟି ପର୍ଜନ୍ୟ ବା ମେଘରୁ । ପୁଣି ମେଘର ସୃଷ୍ଟି ଯଜ୍ଞରୁ, ଯଜ୍ଞର ସୃଷ୍ଟି କର୍ମରୁ । ଉପନିଷଦରେ ଅଛି, “ ଅତ୍ ପୁରୁଷ ଅର୍ଥାତ୍ ଅନ୍ନରୁ ପ୍ରାଣୀ ଜାତ ବା ଅନ୍ନ ଲାଗି ଜୀବନ । ତେଣୁ ବହୁ ଶାସ୍ତ୍ର, ପୁରାଣ ଓ କାବ୍ୟ କବିତା ଇତ୍ୟାଦିରେ ମୃଭିକା ଓ ମୌସୁମୀ ସମ୍ପର୍କରେ ରାଶି ରାଶି ବର୍ଣ୍ଣନା ଦେଖୁବାକୁ ମିଳେ । ଅମର କବି କାଳିଦାସ ମେଘକୁ ସମ୍ବୋଧନ କରି କହିଛି।
ଦ୍ବୟାୟରଂ କୃଷି ଫଳମିତି ।”
ଅର୍ଥାତ୍, ହେ ମେଘ, କୃଷିକର୍ମର ଫଳ ତୁମରି ଅଧୀନ ଅଟେ । ତେଣୁ ଆମର କୃଷି କୈନ୍ଦ୍ରିକ ସାମାଜିକ ଜୀବନରେ ଋତୁଚକ୍ରର ସାମ୍ବତ୍ସରିକ ପରିକ୍ରମଣ ଅନୁସାରେ ଏଇଭଳି ନାନା ପର୍ବପର୍ବାଣିର ବିଧାନ କରାଯାଇଛି । ସୁତରାଂ ଏହି ଦୃଷ୍ଟିରୁ ରଜପର୍ବ ପାଳନର ତାତ୍ପର୍ଯ୍ୟ ଓ ଉପାଦେୟତା ଗୁରୁତ୍ଵପୂର୍ଣ୍ଣ ଅଟେ । ମିଥୁନ ସଂକ୍ରାନ୍ତି ଦିନ ମୌସୁମୀ ଏବଂ ମୃଭିକାର ହୁଏ । ମହାମିଳନ । ଘନ ମେଘମାଳ ଗଗନ ପଥରେ ଭାସି ଭାସି ଆସି ଧରିତ୍ରୀ ବକ୍ଷରେ ଅଜସ୍ର । ବାରିଧାରା ଢାଳିଦିଅନ୍ତି । ନାରୀ ସଦୃଶା ଏହି ବସୁନ୍ଧରା ରଜସ୍ବଳା ହୋଇ ପୁଣି ଥରେ ସୃଷ୍ଟି ପାଇଁ ଉନ୍ନଖ ହୋଇଉଠେ । ଉତ୍କଳୀୟ ସଂସ୍କୃତିରେ ଏହି ରଜପର୍ବ ପଶ୍ଚାତରେ କୌଣସି ଧାର୍ମମ୍ବା ପୁରୁଷ ବା ଦେବଦେବୀର ପରିକଳ୍ପନା ନାହିଁ । ଏଥିରେ କଜ୍ଜିତ ଦେବତା ପରିବର୍ତ୍ତେ କେବଳ ମୃଭିକା ଓ ମୌସୁମୀର ଉପସନା କରାଯାଏ ।
ରଜପର୍ବର ପାଳନ ବିଧେ : ରଜପର୍ବ ହେଉଛି ଏକ ତ୍ରିଦିବସ ବ୍ୟାପୀ ଉତ୍ସବ । ପ୍ରଥମ ଦିବସଟି ପହିଲିରଜ, ଦ୍ବିତୀୟ ଦିବସଟି ରଜ ସଂକ୍ରାନ୍ତି ଏବଂ ତୃତୀୟ ଦିବସଟି ‘ଭୂମିଦାହ’ ନାମରେ କଥିତ । ବହୁ ପୂର୍ବରୁ ଏହି ଉତ୍ସବର ଆୟୋଜନ ପାଇଁ ପ୍ରତ୍ୟେକ ପରିବାର ତତ୍ପର ହୋଇ ଉଠିଥାଆନ୍ତି । ପହିଲି ରଜର ପୂର୍ବଦିନଟି ‘ସଜବାଜ ନାମରେ କଥିତ । କି ଧନୀ, କି ଦରିଦ୍ର ସମାଜର ସବୁ ଶ୍ରେଣୀର ଲୋକଙ୍କ ମନରେ ଏକ ଅପୂର୍ବ ଆବେଗ ସୃଷ୍ଟି ହୋଇଥାଏ । ନିଜ ନିଜର କର୍ମ ଜଞ୍ଜାଳର ଅବସର ନେଇ କ୍ରୀଡ଼ା କୌତୁକ, ଆମୋଦପ୍ରମୋଦ, ଆଳାପ ଓ ଆଲୋଚନା ମଧ୍ୟରେ ଲୋକମାନେ ଦିନ ତିନୋଟିକୁ ଅତିବାହିତ କରନ୍ତି । ନାଚଗୀତ, ଯାତ୍ରାଭିନୟ ଓ ତାସ, ପଶା, ବାଗୁଡ଼ି ଖେଳ ଇତ୍ୟାଦି ହେଉଛି ଏହି ପର୍ବର ବିଶେଷ କାର୍ଯ୍ୟକ୍ରମ । ପହିଲି ରଜର ସ୍ଵାଦିଷ୍ଟ ପୋଡ଼ପିଠା ହେଉଛି ଏହି ପର୍ବର ପାରମ୍ପରିକ ବିଧ । କି ଧନୀ, କି ଦରିଦ୍ର ପ୍ରତ୍ୟେକ ପରିବାରରେ ନିଜର ସାମର୍ଥ୍ୟ ଅନୁଯାୟୀ ସଜବାଜ ଦିନ ରାତ୍ରିରେ ପୋଡ଼ପିଠା ପ୍ରସ୍ତୁତ କରି ରଖାଯାଇଥାଏ । ପହିଲି ରଜର ପ୍ରତ୍ୟୁଷରୁ ଏହାକୁ କାଟି ଖୁଆଯାଏ ଓ ବନ୍ଧୁପରିଜନ ପ୍ରତିବେଶୀଙ୍କ ମଧ୍ୟରେ ବଣ୍ଟନ କରାଯାଏ ।
ପହିଲି ରଜର ପ୍ରତ୍ୟୁଷରୁ ସ୍ତ୍ରୀ ଓ ବାଳିକାମାନେ ସେମାନଙ୍କର ସ୍ନାନାଦି ନିତ୍ୟକର୍ମ ସମାପନ କରି ନାନା ବର୍ଣ୍ଣର ବେଶଭୂଷାରେ ମଣ୍ଡିତା ହୁଅନ୍ତି । କୁମାରୀମାନଙ୍କର ପାଦରେ ଅଳତା, ଚକ୍ଷୁରେ କଜ୍ଵଳ, କପାଳରେ ଚନ୍ଦନ ରେଖା, ତସହିତ ଅଙ୍ଗରେ ପରିହିତ ନାନା ରଙ୍ଗର ପୋଷାକ ପରିବେଶକୁ ବେଶ ରଙ୍ଗମୟ କରେ । କୁମାରୀମାନେ ନଗ୍ନ ପାଦରେ ଭୂମି ସ୍ପର୍ଶ ନ କରିବା ହେଉଛି ଏକ ପାରମ୍ପରିକ ବିଧେ । ସେଥିପାଇଁ ସେମାନେ ପୂର୍ବରୁ ଗୁଆଗଛର ବଳକଳା ନିର୍ମିତ ଚପଲ ବା ପାଦୁକା ପ୍ରସ୍ତୁତ କରି ରଖୁଥାଆନ୍ତି । ଆଧୁନିକ କାଳରେ ବଳକଳ ନିର୍ମିତ ପାଦୁକା ସ୍ଥାନରେ ବଜାରରେ ସୁଲଭ ହେଉଥିବା ନାନାରଙ୍ଗର ଚମଡ଼ା ନିର୍ମିତ ଚପଲ ବ୍ୟବହାର କରାଯାଉଛି । ପିଠାପଣା, କ୍ରୀଡ଼ାକୌତୁକ, ତାମ୍ବୁଳ ବଣ୍ଟନ ଓ ଆନନ୍ଦ ଉଲ୍ଲାସର ବିପୁଳ ଆୟୋଜନ ମଧ୍ୟରେ ଦିନଗୁଡ଼ିକ ଅତିବାହିତ ହୁଏ ।
କୁମାରୀମାନଙ୍କ ନିମନ୍ତେ ଏହି ଉତ୍ସବର ବିଶେଷ ଆକର୍ଷଣ ହେଉଛି ଦୋଳି ଖେଳ । ଗ୍ରାମ ଉପାନ୍ତରେ ଆମ୍ବ ତୋଟାରେ, ମନ୍ଦିର ପ୍ରାଙ୍ଗଣରେ ଅଥବା ନିଜ ଗୃହର ପଶ୍ଚାତ୍ ଭାଗରେ କୌଣସି ବୃକ୍ଷ ଡାଳରେ ଦୋଳିମାନ ଝୁଲାଇ ଦିଆଯାଏ । ଦୋଳିର ତାଳେ ତାଳେ କୁମାରୀମାନଙ୍କର କର ସୁଲଳିତ ସଂଗୀତର ଧୁନି ଗ୍ରାମ୍ୟ ପରିବେଶକୁ ବେଶ୍ ଉତ୍ସବମୁଖର କରେ । କୌଣସି କୌଣସି ସ୍ଥାନରେ ଦୋଳି ଖେଳ ଓ ବାଗୁଡ଼ିଖେଳର ପ୍ରତିଯୋଗିତା କରାଯାଇ ପୁରସ୍କାର ବିତରଣ କରାଯାଏ । ଦର୍ଶକ ଓ ପ୍ରତିଯୋଗୀମାନଙ୍କର ସମାବେଶ କୋଳାହଳପୂର୍ଣ୍ଣ ହୋଇଉଠେ ।
ଉତ୍ସବର ତୃତୀୟ ଦିବସଟି ହେଉଛି ଭୂମିଦାହ । ଏହି ଦିନ ହେଉଛି ମାତା ବସୁମତୀର ବିଶ୍ରାମର ଦିନ । ଭୂମିରେ କୌଣସି କ୍ଷତ କରାଯିବା ବା ଭୂମିକୁ ଆଘାତ ଦେବା ଭଳି କାର୍ଯ୍ୟ କରିବା ଏହି ଦିନ ନିଷେଧ ଅଟେ । ଚତୁର୍ଥ ଦିବସଟିକୁ ‘ଧରାସ୍ନାନ’ ନାମରେ ପାଳନ କରାଯାଏ । ପ୍ରତ୍ୟୁଷରେ ପ୍ରତ୍ୟେକ ଗୃହସ୍ଥର ଅଗଣାରେ ଏକ କାଷ୍ଠ ଆସନ ଉପରେ ଲଙ୍ଗଳ ଲୁହା ସହିତ ଶିଳପୁଆ ଓ ନାରିକେଳ ସ୍ଥାପନ କରି କୃଷକ ଗୃହିଣୀ ତାହାକୁ ହଳଦୀ ପାଣିରେ ସ୍ନାନ କରାଇ ସଭକ୍ତି ପ୍ରଣିପାତ କରନ୍ତି । ଏହାପରେ ଉତ୍ସବର ଉଦ୍ରବେଳ ଆନନ୍ଦର ପରିସମାପ୍ତି ଘଟେ । ବସୁମତୀର ବରପୁତ୍ର କୃଷକ ଆଗାମୀ ବର୍ଷକ ପାଇଁ ମାଗିନିଏ ମାଟିମାଆର ଅଯାଚିତ କଲ୍ୟାଣ । ନିଜର ଆମୋଦ, ଆଳସ୍ୟକୁ ପରିହାର କରି ସେ ପୁଣି ନୂତନ କର୍ମ ପ୍ରେରଣା ନେଇ ଆଗେଇ ଯାଏ ସ୍ଵକର୍ମରେ । ଝର ଝର ହୋଇ ଆଷାଢ଼ ଆକାଶରୁ ଝରି ଆସେ ଭଗବାନଙ୍କର ଅସୀମ କରୁଣା ଧାରା । ମାଟିମାଆର ବୁକୁ ଫଟାଇ ନୂତନ ଅଙ୍କୁରର ଉନ୍ମେଷ ଘଟେ । ସେ ପୁଣି ଥରେ ନୂତନ ସୃଜନୀର ଆନନ୍ଦରେ ଅଭିଭୂତ ହୋଇଉଠେ ।
ସାମାଜିକ ଉପଯୋଗିତା : କୃଷିଭିତ୍ତିକ ସାମାଜିକ ଜୀବନରେ ରଜପର୍ବର ତାତ୍ପର୍ଯ୍ୟ ହେଉଛି ଗୁରୁତ୍ବପୂର୍ଣ୍ଣ । ତ୍ରିଦିବସବ୍ୟାପୀ ଆନନ୍ଦ ଉତ୍ସବ, କ୍ରୀଡ଼ା କୌତୁକ, ଆଳାପ ଆଲୋଚନା ଇତ୍ୟାଦି ଗୋଷ୍ଠୀଜୀବନକୁ ବେଶ୍ ଆନନ୍ଦମୁଖର କରେ । ଏହି ଅବସରରେ ନବିବାହିତା କନ୍ୟାର ପିତ୍ରାଳୟରୁ ଶ୍ୱଶୁରାଳୟକୁ ନବବସ୍ତ୍ର ସହିତ ନଡ଼ିଆ, କଦଳୀ, ଆମ୍ବ, ପଣସ ଇତ୍ୟାଦି ସମ୍ଭାର ପଠାଯାଏ । ମୃତ୍ତିକାର ବିଶ୍ରାମ ସହିତ କୃଷିକାରୀ ସ୍ତ୍ରୀ ପୁରୁଷ ସମସ୍ତେ ଏହି ତିନିଦିନ ସାମୟିକ ବିଶ୍ରାମ ଗ୍ରହଣ କରନ୍ତି । ଝିଅ ବୋହୁମାନେ ଗୃହକର୍ମରୁ ଅବସର ନେଇ ଆଳାପ ଆଲୋଚନା ମଧ୍ୟରେ ସମୟ ଅତିବାହିତ କରନ୍ତି । କେବଳ ରନ୍ଧନ କାର୍ଯ୍ୟ ବ୍ୟତୀତ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟ କରାଯାଏ ନାହିଁ ।
ପୋଡ଼ପିଠା ହେଉଛି ଉତ୍କଳୀୟ ସଂସ୍କୃତିର ପ୍ରତୀକ । ପୁରୀ ଶ୍ରୀମନ୍ଦିରରେ ଜଗନ୍ନାଥଙ୍କ ନିକଟରେ ପ୍ରତ୍ୟହ ପୋଡ଼ପିଠା ଲାଗି କରାଯିବାର ପରମ୍ପରା ବହୁକାଳରୁ ପ୍ରଚଳିତ । ପ୍ରତିବେଶୀଙ୍କ ସହିତ ପୋଡ଼ପିଠାର ଶ୍ରଦ୍ଧାପୂର୍ଣ୍ଣ ଆଦାନ ପ୍ରଦାନ ଉତ୍ତମ ବନ୍ଧୁତ୍ବର ବାତାବରଣ ସୃଷ୍ଟିକରେ । ଗ୍ରାମର କୁମାରୀ କନ୍ୟାମାନେ ଏକତ୍ର ମିଳିତ ହୋଇ ତାମ୍ବୁଳ ବିନିମୟ ମାଧ୍ୟମରେ ପାରମ୍ପରିକ ଐକ୍ୟ ଓ ସୌହାର୍ଦ୍ଧିକୁ ଦୃଢ଼ୀଭୂତ କରନ୍ତି । ଏହି ଅବସରରେ ନାନାଦି କ୍ରୀଡ଼ା କୌତୁକ ମାଧ୍ୟମରେ ଗୋଷ୍ଠୀଜୀବନର ମାଧୁରୀକୁ ବେଶ୍ ଉପଭୋଗ କରିହୁଏ ।
ଶେଷ କଥା : ଆଜି କିନ୍ତୁ ବସୁନ୍ଧରା ସହିତ ତା’ର କୋଟି କୋଟି ଆମ୍ବକ ମନୁଷ୍ୟଶିଶୁର ସେ ଆମୀୟତା ଓ ନିବିଡ଼ତା ନାହିଁ । କୃଷି ଓ କୃଷକର ଭାଗ୍ୟ ହୋଇଛି ବିଡ଼ମ୍ବିତ । ବିବତ ମୌସୁମୀର ସ୍ଵାଭାବିକ ପ୍ରବାହ ହୋଇଛି ଖଣ୍ଡିତ । ତେଣୁ ମୃଭିକାର ମହନୀୟତାକୁ ଉପଲବ୍ଧ କରି ତା’ର ପରିଚର୍ଯ୍ୟରେ ନିୟୋଜିତ ହେବା ନିମନ୍ତେ ଯେଉଁ ସମସ୍ତ ସାମାଜିକ ବିଧୂ ବିଧାନ ଉଦ୍ଦିଷ୍ଟ ଥିଲା, ତାହାସବୁ ପ୍ରତ୍ୟୟହୀନ ଭାବେ କୁସଂସ୍କାର ବା ଅନ୍ଧବିଶ୍ବାସରେ ପରିଣତ ହେଲାଣି । ଆଜି ଆଉ ବିଂଶ ଶତାବ୍ଦୀର ଶିକ୍ଷିତା ନାରୀ ଆଦ୍ୟ ଆଷାଢ଼ର ଶୁଭ ତୃତୀୟ ଦିବସରେ ପ୍ରତ୍ୟୁଷରୁ ଶ୍ରଦ୍ଧାପୂର୍ଣ୍ଣ ହୃଦୟରେ ମଝି ଅଗଣାରେ ଲଙ୍ଗଳ ଲୁହା ଖଣ୍ଡ ରଖି ହଳଦୀପାଣିରେ ସ୍ନାନ କରାଇବାକୁ ଆଗ୍ରହ ପ୍ରକାଶ କରୁନାହିଁ । ମନୁଷ୍ୟ ଯଦି ଆଜି ମୁଭିକା ଓ ମୌସୁମୀର ଆଦର କରି ନ ଶିଖେ, ପ୍ରକୃତି ନିକଟରେ ନତଶିର ହୋଇ ତା’ର ବରଦାନ ଭିକ୍ଷା ନ କରେ, ତେବେ ସଭ୍ୟତାର ଧ୍ବଂସ ଅନିବାର୍ଯ୍ୟ । ସେଥିପାଇଁ କବି ଗଡ଼ନାୟକଙ୍କର ଆହ୍ବାନ ହେଉଛି
“ମଳିନ ଏ ମାଟି ତୋହରି ମାଆଟି ଜୀବନ ଧାତ୍ରୀ ତୋର
ଉଭାନେ ପଡ଼ି ରହିଚି ଦିବସ ରଜନୀ ସଞ୍ଜ ଭୋର ।
ବିପୁଳ ଏହାର ସ୍ତନ୍ୟ ଦାନରେ ଅତୁଳ ଏହାରି ସ୍ନେହେ
ପୁଷ୍ଟ ହୋଇଛି ଅଙ୍ଗ ତୋହର ବର୍ଷ ଫୁଟିଛି ଦେହେ ।
ଏ ତୋର ମାଆର ବକ୍ଷ ଉଛୁଳା ଗଭୀର ସେନେହ ଭୁଲି
କେଉଁଠାରେ ଆଜି ଭରସା କରିବୁ ଯନ୍ତ୍ର-ଚିତାର ଚୁଲି ?
ଅନା ଅନା ଫେରି ଥରେ
ଅନା ଅନା ତୋର ଦୃଷ୍ଟି ଫେରାଇ ମଳିନା ଏ ମାଟି ପରେ ।"
COMMENTS