Monday, 25 January 2021

Odia Essay on "Spring Season", "ବସନ୍ତ ଋତୁ ରଚନା" for Students

Essay on Spring Season of Utkala in Odia Language: In this article "ବସନ୍ତ ଋତୁ ରଚନା", "Basant ritu rachana odia re", "Basant ritu essay in odia for students of class 5, 6, 7, 8, 9, and 10.

Odia Essay on "Spring Season", "ବସନ୍ତ ଋତୁ ରଚନା" for Students

ଉପକ୍ରମ : ଜରତୀ ଶୀତଋତୁର ନିଷ୍ଣୁର ନୀରସତାକୁ ଦୂରେଇ ଦେଇ ପୃଥିବୀ ପୃଷ୍ଠରେ ଆବିର୍ଭୁତ ହୁଏ ଋତୁରାଜ ବସନ୍ତ । ଜଡ଼ଠାରୁ ଆରମ୍ଭ କରି ଚେତନ ପର୍ଯ୍ୟନ୍ତ ସମଗ୍ର ପ୍ରକୃତି ରାଜ୍ୟରେ ସୃଷ୍ଟିହୁଏ ନବ ଜୀବନର ଏକ ଶିହରଣ । ଦୁଃସହ ଉତ୍ତର ବାୟୁରେ ପ୍ରପୀଡ଼ିତା ଧରଣୀରାଣୀ ବ୍ୟାକୁଳ ଭାବରେ ଚାହିଁ ରହିଥାଏ ବସନ୍ତର ଶୁଭାଗମନକୁ । ଏବେ ତା’ର ଆଗମନରେ ଉଫୁଲ୍ଲ ହୋଇ ନନ୍ଦିତ ହୃଦୟର ପ୍ରୀତିଅରିଂ ସମର୍ପଣ ପୂର୍ବକ ତାକୁ ପାଛୋଟି ନିଏ । ଶୈତ୍ୟର ବିବର୍ଷତା ଦୂରହୋଇ ସେଠାରେ ସୃଷ୍ଟି ହୁଏ ଏକ ନୂତନ ରଙ୍ଗୋତ୍ସବ । କବି ଓ ଭାବୁକମାନେ କେଉଁ କଳ୍ପଲୋକର ଆନନ୍ଦ-ସୁଧା ପାନକରି ବସନ୍ତର ଜୟଗାନରେ ଉନ୍ନଖ । ହୋଇ ଉଠନ୍ତି ।

ପ୍ରାକୃତିକ ଦୃଶ୍ୟ : ଗୀତାରେ କୁହାଯାଇଛି, “ରତୁଲ୍ୟ କୁସୁମାକରୀ” । ଅର୍ଥାତ୍ ଋତୁମାନଙ୍କ ମଧ୍ୟରେ ବସନ୍ତ ହିଁ ଶ୍ରେଷ୍ଠ ଅଟେ । ବସନ୍ତର ଆଗମନରେ ପତ୍ରହୀନ ଲଣ୍ଡିତ ବୃକ୍ଷରାଜି ନବକିଶଳୟରେ ମଣ୍ଡିତ ହୋଇ ନବଜୀବନର ଅମିୟ ପୁଲକରେ ଉଲ୍ଲସିତ ହୋଇଉଠନ୍ତି । ବୃକ୍ଷଲତାର ନବ ଅଙ୍କୁରିତ କୋମଳ ଅଗ୍ରଭାଗ, ସେଥ ସହିତ ପ୍ରସ୍ତୁଟିତ ପୁଷରାଜିର ବିଚ୍ଛୁରିତ ସୌରଭ ପ୍ରାଣରେ ଅସୀମ ଆନନ୍ଦ ଜାତ କରେ । ରକ୍ତବର୍ଷର କାନ୍ତି ତୁଲ୍ୟ ପଳାଶ ଫୁଲ, ପଦ୍ମ କୋରକର କେଶର ମଣ୍ଡଳରେ ସନ୍ନିହିତ ପରାଗରେଣୁ ପରିବେଶକୁ ଅଧକ ମଧୁମୟ କରେ । ମହାକବି ମାଘ ଏଇଭଳି ଏକ ପରିବେଶକୁ ଲକ୍ଷ୍ୟକରି ଲେଖୁଥଲେ

“ନବ ପଳାଶ ପଳାଶବ ପୁରୀ

ସ୍କୁଟ ପରାଗ ପରାଗତ ପଙ୍କଜମ୍

ମୃଦୁ ଲତାନ୍ତ ଲତାନ୍ତମଅଲୋକୟତ୍

ସସୁରଦ୍ଧି ସୁରଜୈ ସୁମନୋହରୌ ।”

କୁଞ୍ଜ କୁଞ୍ଜ ନାନାବିଧ ପୁଷ୍ପସମ୍ଭାରର ବର୍ଣ୍ଣବିଭା, ମୃଦୁ ମଳୟାନିଳର ଆଲିଙ୍ଗନରେ ଆନ୍ଦୋଳିତ ଲତା ସମୂହ ପୁଣି ସଦ୍ୟସ୍ତୁଟ ପୁଷ୍କରାଜିର ଚତୁଃପାର୍ଶ୍ଵରେ ପରିକ୍ରମଣ କରୁଥିବା ମଧୁଲୋଭୀ ମଧୁପମାନଙ୍କର ଗୁଞ୍ଜନ ଏକ ମାଦକତାପୂର୍ଣ୍ଣ ପରିବେଶ ସୃଷ୍ଟିକରେ । ସେଥସହିତ କୋରକିତ ଆମ୍ରକୁଞ୍ଜ ମଧ୍ୟରୁ ସ୍ଵପ୍ନ ବିଭୋର କୋକିଳର ପଞ୍ଚମତାନ ମନୁଷ୍ୟକୁ କେଉଁ ଏକ କଳ୍ପନାର ଅମରାବତୀକୁ ଘେନିଯାଏ । ଅମର କବି ଜୟଦେବ ଏହି ଅନିର୍ବଚନୀୟ ଶୋଭାକୁ ରୂପ ଦେବାକୁ ଯାଇ ଲେଖିଥିଲେ

“ ଲଳିତ-ଲବଙ୍ଗଲତା-ପରିଶୀଳନ କୋମଳ ମଳୟ ସମୀରେ ।

ମଧୁକର ନିକର କରମିତ କୋକିଳ କୂଜିତ କୁଞ୍ଜକୁଟୀରେ ।"

ବସନ୍ତର ଆଗମନରେ ବାସଙ୍ଗ, ମାଧବୀ, କାଞ୍ଚନ, କିଂଶୁକ, କୁରୁବକ, ଅଶୋକ, ଶାଳ୍ମଳୀ ପ୍ରଭୃତି ବୃକ୍ଷଗୁଡ଼ିକ ପୁଷ୍ପମଣ୍ଡିତ ହୁଅନ୍ତି । ସୁନାରୀ ଗଛର ସୁବର୍ଣ୍ଣରଙ୍ଗର ପୁଷସ୍ତବକ ଏକ ନୟନାଭିରାମ ଦୃଶ୍ୟ ସୃଷ୍ଟିକରେ । ଏହି କାଳରେ କେନ୍ଦୁଗଛରେ ପଲ୍ଲବିତ ତାମ୍ରରଙ୍ଗର କୋମଳ ପତ୍ରାବଳୀକୁ ଦେଖିଲେ ମନେହୁଏ ସତେଯେପରି ବସନ୍ତର ଯାଦୁକରୀ ସ୍ପର୍ଶରେ ସେଗୁଡ଼ିକ ପୁନର୍ଜନ୍ମ ଲାଭ କରିଛନ୍ତି । ଅରଣ୍ୟରେ ଶାଳଗଛ ସମୂହରେ ନୂତନ ପଲ୍ଲବାଙ୍କୁର ତଥା ମାଣିକ୍ୟର ହାରତୁଲ୍ୟ ‘ଇଜଳ’ ପୁଷ୍ପର ସମାରୋହରୁ ବସନ୍ତର ଶୁଭାଗମନର ବାର୍ଭା ସ୍ପଷ୍ଟରୂପେ ଜାଣି ହୁଏ । ଗନ୍ଧହୀନ ହେଲେ ମଧ୍ୟ କିଂଶୁକ ବା ରକ୍ତବର୍ଣ୍ଣର ପାଳଧୁଆ ଫୁଲ ଯେକୌଣସି ଦର୍ଶକର ନୟନମନକୁ ଆକୃଷ୍ଟ କରେ । ଗ୍ରାମ ସୀମାନ୍ତରେ କୃଷକମାନେ ଆଖୁଶାଳରେ ଗୁଡ଼ ରନ୍ଧନ କରନ୍ତି । ଏହି କାଳରେ ଗୁଡ଼ ରନ୍ଧାର ଯୋଜନଗନ୍ଧ ସୁବାସରେ ଦିଗଦିଗନ୍ତ ଅମୋଦିତ ହୋଇଉଠେ ।

ରଙ୍ଗମହଲର ରାଣୀ ତୁଲ୍ୟ ବସନ୍ତର ଆଗମନରେ ସମଗ୍ର ପ୍ରକୃତିରାଜ୍ୟ ରଙ୍ଗମୟ ହୋଇଉଠେ । ସର୍ବତ୍ର ନବଜୀବନର ଆବାହନୀ, ସର୍ବତ୍ର ପୁଣି ଉଛୁଳା ଆନନ୍ଦର କଳରୋଳ । ତାହାରି ମଧ୍ୟରେ ମନେହୁଏ, ସତେ ଯେପରି ମୃତକଞ୍ଚା ଧୂସର ପୁରାତନୀ ଧରଣୀର ଜନ୍ମାନ୍ତର ଘଟିଛି । ଉପର ସୁନୀଳ ଆକାଶର ନିର୍ମଳ ବର୍ଷିବିଭା, ତଳେ ଧୂସର ଧରଣୀ ବକ୍ଷରେ ସ୍ଵର୍ଗଲୋକର ସୁଷମା, ସୌନ୍ଦର୍ଯ୍ୟ ପିପାସୁ ଯେକୌଣସି ମାନବ ଏହାକୁ ଦେଖୁ ଆତ୍ମବିଭୋର ହୋଇଉଠେ । ସୌନ୍ଦର୍ଯ୍ୟର ମାୟାଜାଲରେ ସେ ଆତ୍ମସଭା ହରାଇ ବସେ । ମଧୁର ବସନ୍ତକାଳକୁ ଆହୁରି ମଧୁମୟ ଓ ଆହୁରି ରସବନ୍ତ କରି ଉପଭୋଗ କରିବା ନିମନ୍ତେ ସେ ବ୍ୟାକୁଳ ହୋଇଉଠେ ।

ପର୍ବପର୍ବାଣି : ସ୍ୱଭାବତଃ ମନୁଷ୍ୟ ହେଉଛି ଏକ ରସାମୋଦୀ ଆମୋଦପ୍ରିୟ ପ୍ରାଣୀ । କେଉଁ ସୁଦୂର ଅତୀତ କାଳରୁ ସାମାଜିକ ଜୀବନର ସଂହତି ତଥା ଚିତ୍ତବିନୋଦନ ନିମନ୍ତେ ସେ ନାନା ଉତ୍ସବ ମହୋତ୍ସବର ପରିକଳ୍ପନା କରି ଆସିଛି । ବସନ୍ତ ଋତୁରେ ଦୋଳପର୍ବ ତଥା ହୋଲି ଖେଳ ହେଉଛି ଏକ ପ୍ରଧାନ ଅବକାଶ । ସମଗ୍ର ଉତ୍ତର ଭାରତ ଏହି ଅବସରରେ ଆନନ୍ଦମୁଖର ହୋଇଉଠେ । ଫାଲଗୁନ ଶୁକ୍ଳ ଦଶମୀଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଉତ୍କଳରେ ସର୍ବତ୍ର ବହୁ ଆକାଂକ୍ଷିତ ପ୍ରସିଦ୍ଧ ଦୋଳପର୍ବ ପାଳିତ ହୁଏ । ଧନୀ-ଦରିଦ୍ର, ଉଚ୍ଚ-ନୀଚ, ନିର୍ବିଶେଷରେ ସମସ୍ତେ ଏହି ଉତ୍ସବର ଉବେଳ ଆନନ୍ଦର ମଧ୍ୟରେ ଏକାକାର ହୋଇଯାଆନ୍ତି । ଲୀଳାକାରୀ ରସରାଜ ଶ୍ରୀକୃଷ୍ଣଙ୍କ ସହିତ ପରମ ପ୍ରେମମୟୀ ଶ୍ରୀରାଧାଙ୍କ ଯୁଗଳ ମୂର ଆରାଧନା କରାଯାଏ । ଭକ୍ତମାନେ ବିମାନରେ ସେହି ମୂର୍ଭକୁ ଧରି ଝାଞ୍ଜ ମୃଦଙ୍ଗ ନାଦ ମଧ୍ୟରେ “ନିତାଇ ଗୌର ରାଧେଶ୍ୟାମ, ଜପ ହରେକୃଷ୍ଣ ହରେନାମ କୀର୍ତ୍ତନ କରି ଗ୍ରାମେ ଗ୍ରାମେ ପରିକ୍ରମଣ କରନ୍ତି । କେତେକ ସ୍ଥାନରେ ଦୋଳ ବିମାନଗୁଡ଼ିକୁ ନେଇ ମେଳନ ଉତ୍ସବ ଅନୁଷ୍ଠିତ ହୁଏ । ଠାକୁରଙ୍କ ପାଖରେ ଉଖୁଡ଼ା, ଆମ୍ବକଷି ଓ ଚଣାଭଜା ଅର୍ପଣ କରି ଭକ୍ତମାନେ ଭକ୍ତିପୂତ ହୃଦୟରେ ପ୍ରଣତି ବାଢ଼ନ୍ତି । ପୂର୍ଣ୍ଣମୀ ପର ଦିବସଟି ହୋଲି ଖେଳ ନାମରେ ପରିଚିତ । ଫଗୁଣର ଫଗୁଳ ଆଭା ସହିତ ଅବିରର ରଙ୍ଗକ୍ରୀଡ଼ା ହେଉଛି ଏହି ଉତ୍ସବର ବିଶେଷତ୍ଵ । ପୁରପଲ୍ଲୀ, ସହର ବଜାର ସର୍ବତ୍ର ରଙ୍ଗୋତ୍ସବରେ ରଙ୍ଗ ମୟ ହୋଇଉଠେ । କେଉଁ ସୁଦୂର ଅତୀତକାଳରେ ଗୋପ ନଗରୀରେ ଶ୍ରୀକୃଷ୍ଣ ଗୋପାଙ୍ଗନାମାନଙ୍କ ସହିତ ରଙ୍ଗ ପିଚକାରୀ ଖେଳରେ ମାତି ଯାଇଥିଲେ, ଏହା ହିଁ ହେଉଛି ତାହାର ସ୍ମାରକୀ ।

ଦୋଳୋତ୍ସବ ସହିତ ମାଘ ସପ୍ତମୀ, ଶିବରାତ୍ରୀ, ରାମନବମୀ ଇତ୍ୟାଦି ହେଉଛି ଏହି ଋତୁର ପାରମ୍ପରିକ ପର୍ବ । ଶୈବପୀଠମାନଙ୍କରେ କୃଷ୍ଣପକ୍ଷ ମାଘ ଚତୁର୍ଦ୍ଦଶୀ ଦିନ ରାତ୍ରୀରେ ଜାଗର ଯାତ୍ରା ଅନୁଷ୍ଠିତ ହୁଏ । କୃଷ୍ଣପକ୍ଷର ନିବିଡ଼ ଅନ୍ଧକାର ମଧ୍ୟରେ ସମଗ୍ର ଜଗତ ଆଚ୍ଛାଦିତ ଥିବା ବେଳେ ଭକ୍ତମାନେ ଉପବାସ ବ୍ରତ ପାଳନ ପୂର୍ବକ ଶିବମନ୍ଦିରରେ ଦୀପଜାଳି ସାରାରାତି ଉଜାଗର ରହନ୍ତି । ମାଘ ସପ୍ତମୀ ଦିନ କୋଣାର୍କ ନିକଟବର୍ତ୍ତୀ ଚନ୍ଦ୍ରଭାଗାଠାରେ ଏକ ବିରାଟ ମେଳା ଅନୁଷ୍ଠିତ ହୁଏ । ଲକ୍ଷାଧୁକ ଭକ୍ତ ଚନ୍ଦ୍ରଭାଗା କ୍ଷେତ୍ରରେ ପ୍ରତ୍ୟୁଷରୁ ସ୍ନାନକରି ସମୁଦ୍ର ତଟରେ ସୂର୍ଯ୍ୟୋଦୟର ଅପୂର୍ବ ଦୃଶ୍ୟ ଦେଖ୍ ନୟନ ମନକୁ ସାର୍ଥକ କରନ୍ତି ।

ଏହି ଋତୁଶ୍ରେଷ୍ଠ ମଧୁର ବସନ୍ତ କାଳରେ ଶିକ୍ଷାନୁଷ୍ଠାନମାନଙ୍କରେ ଜ୍ଞାନବିଧାୟିନୀ ଦେବୀ ବୀଣାପାଣିଙ୍କର ପୂଜାର୍ଚ୍ଚନା କରାଯାଏ । ମାଘମାସ ଶୁକ୍ଳ ପଞ୍ଚମୀ ତିଥିକୁ ଦେବୀଙ୍କର ଶୁଭ ଜନ୍ମବାସ ରୂପେ ସାର୍ବଜନୀନ ଭାବରେ ଗ୍ରହଣ କରାଯାଇଛି । ଆର୍ଯ୍ୟ ମନୀଷୀଗଣ ଦିନେ ବସନ୍ତପ୍ରକୃତିର ଅନିର୍ବଚନୀୟ ରୂପମାଧୁରୀ ମଧ୍ୟରେ ଆତ୍ମବିଭୋର ହୋଇ ଧାନ ମଧ୍ୟରେ ଏକ ଅପୂର୍ବ ନାରୀମୂର୍ଭର କଳ୍ପନା କରିଥିଲେ । ପରେ ସେହି ମୂର୍ତ୍ତି ମଧ୍ୟରେ ପ୍ରାଣ ପ୍ରତିଷ୍ଠା କରି ପ୍ରକୃତିର ଅନନ୍ତ ସାମ୍ରାଜ୍ୟରେ ତାଙ୍କୁ ସର୍ବଜ୍ଞାନର ଅଧୃଷ୍ଠାତ୍ରୀ, ଚୈତନ୍ୟମୟୀ ଦେବୀ ସରସ୍ୱତୀ ରୂପରେ ପ୍ରଥମେ ଆରାଧନା କରିଥିଲେ । ତେଣୁ ସେ କେବଳ ଜ୍ଞାନବିଧାୟିନୀ ହେବା ନୁହନ୍ତି, ସେ ହେଉଛନ୍ତି ସର୍ବଶୋଭାର ଆଧାର, ନବଲାବଣ୍ୟମୟୀ, ବିଶ୍ୱବିମୋହିନୀ, ଚିରଯୌବନା ଦେବୀ । ମୂର୍ଟ କାଳିଦାସ ଦେବୀକୃପାରୁ ଅପୂର୍ବ ପାଣ୍ଡିତ୍ୟ ଲାଭ କରିବା ପରେ । ତାହାଙ୍କର ରୂପ ବର୍ଣ୍ଣନା କରିବାକୁ ଯାଇ କହିଲେ

“କଜ୍ଵଳ ପୂରିତ ଲୋଚନ ଧାରେ

ସ୍ତନ ଯୁଗ ଶୋଭିତ ମୁକୁତା ହାରେ

ବୀଣା ପୁସ୍ତକ ରଞ୍ଜିତ ହସ୍ତେ

ଭଗବତୀ, ଭାରତୀ, ଦେବୀ ନମସ୍ତେ ।”

ବିଦ୍ୟାର୍ଥୀ ଭକ୍ତମାନେ ତାହାଙ୍କର ମୃଣ୍ମୟୀ ପ୍ରତିମା ସ୍ଥାପନ କରି ଗେଣ୍ଡୁଫୁଲର ଅଞ୍ଜଳି ଅର୍ପଣ ପୂର୍ବକ ସମସ୍ଵରରେ ଗାନ କରନ୍ତି

“ ସରସ୍ବତୀ ମହାଭାଗ, ବିଦ୍ୟା କମଳ ଲୋଚନେ ।

ବିଶ୍ଵରୂପେ ବିଶାଳାକ୍ଷୀ ବିଦ୍ୟାଦେହି ନମୋସ୍ତୁତେ ।”

ବସନ୍ତର ମଧୁର ପରିବେଶରେ ବିଦ୍ୟାର୍ଥୀମାନଙ୍କର ମୁଖର ଏହି ମଧୁର ଧୂନି ପରିବେଶକୁ । ଅଧକ ମଧୁମୟ କରିଥାଏ ।

ବସନ୍ତ ଋତୁରେ ଏହା ବ୍ୟତୀତ ଅଗ୍ନିଉତ୍ସବ, ସୁଦଶାବ୍ରତ, ବରାହ ଦ୍ଵାଦଶୀ ଭଳି ଛୋଟ ବଡ଼ ଅନେକ ପର୍ବ ସାମାଜିକ ଜୀବନକୁ ଆନନ୍ଦମୁଖର କରିଥାଏ ।

ଶେଷ କଥା : ପ୍ରକୃତି ରାଜ୍ୟରେ ବସନ୍ତ ଋତୁ ହେଉଛି ବିଧାତାର ଏକ କମନୀୟ ସୃଷ୍ଟି । ବସନ୍ତ ହେଉଛି ଜୀବନର ପ୍ରତୀକ, ଯୌବନର ପ୍ରତୀକ, ଉତ୍ସାହ ଓ ଉଦ୍ଦୀପନାର ପ୍ରତୀକ । ଜୀବନରେ ଯୌବନ ଯେଭଳି କ୍ଷଣସ୍ଥାୟୀ, ପ୍ରକୃତି ରାଜ୍ୟରେ ବସନ୍ତ ମଧ୍ୟ ହେଉଛି ସେଇଭଳି କ୍ଷଣସ୍ଥାୟୀ । କୋକିଳର ମଧୁସ୍ରାବୀ ସ୍ବର ନୀରବ ନ ହେଉଣୁ, ମଧୁଭରା ମହୁଲ ଫୁଲର ମଧୁପେଟି ନିଃଶେଷ ନ ହେଉଣୁ, ବସନ୍ତର ରୂପମାୟା କେଉଁଆଡ଼େ ଅନ୍ତର୍ହିତ ହୋଇଥାଏ । ଚୋରା ଚଇତାଳିର ଗୋପନ ସ୍ପର୍ଶ ମଧ୍ୟରେ ଝିଲ୍ଲିକର ସକରୁଣ ବିଳାପ ତୋଳି ଧରିତ୍ରୀ ବକ୍ଷରେ ପ୍ରବେଶ କରେ ଗ୍ରୀଷ୍ଟ ।


SHARE THIS

Author:

I am writing to express my concern over the Hindi Language. I have iven my views and thoughts about Hindi Language. Hindivyakran.com contains a large number of hindi litracy articles.

0 comments: